Nojoto: Largest Storytelling Platform

ଗେହ୍ଲେଇ ମାମାଲି (ବିବେକ ର ଶେଷ ପରିଣତି) (ଅନୁଶୀର

  ଗେହ୍ଲେଇ  ମାମାଲି

(ବିବେକ ର ଶେଷ ପରିଣତି)  

(ଅନୁଶୀର୍ଷକ ରେ ପଢ଼ନ୍ତୁ)

(ଭାଗ -୬୯)

କ୍ରମଶଃ......... ବିବେକ ତ ଦଣ୍ଡ ପାଇବା ଆଗରୁ ହିଁ ନିର୍ଜୀବ ଯାହାର ବଞ୍ଚିବାର ମୂଲ୍ୟ କାହା ସାମ୍ନାରେ ତିଳେ ହେଲେ ନାହିଁ।ଯାହା ପାଇଁ ଲୁହ ଗଡ଼େଇବା ପାଇଁ କେହି ନାହାଁନ୍ତି।ମଣିଷ ତ ସେଇ ଟିକକ ହିଁ ଚାହେଁ ତା ମୃତ୍ୟୁ ପରେ ଆପଣା ଲୋକଙ୍କ ଦି ବୁନ୍ଦା ଲୁହ ଯାହା ଝର ଟିଏ ହେଇ ତାକୁ ନେଇଯାଏ ସ୍ବର୍ଗ ଆଡ଼କୁ।ଆଉ ଏଠି ସାରା ସହର ସାଙ୍ଗେ ତା ନିଜ ଲୋକ ବି ତା ମୃତ୍ୟୁ ର ଗୁହାରୀ କରୁଛନ୍ତି।ଆଜି ସେ ମାଆ ବି ନିଜ କୋଳକୁ ଧିକ୍କାର କରୁଛି।ଆର ଜନ୍ମରେ ମତେ ନିସନ୍ତାନ କରିବୁ ହେ ଜଗତ ମାତା କହି ଗୁହାରି କରୁଛି।

ବିବେକ ର ନୃଶଂସତା ସାମ୍ନା ରେ ମୃତ୍ୟୁ ବି ତୁଚ୍ଛ,କିନ୍ତୁ ଆଇନ୍ କାହାର ଭାବପ୍ରବଣତା ରେ ବହି ନିଷ୍ପତି ନେଇ ପାରିବ ନାହିଁ।ତାକୁ କେବଳ ପ୍ରମାଣ ଦରକାର୍ ଯିଏ ଦର୍ପଣ ଭଳିଆ ସ୍ପଷ୍ଟ ସବୁ ଦେଖେଇ ପାରୁଥିବ।ହଁ ହୁଏତ ବିବେକ ର କିଛି ଅବୈଧିକ ସମ୍ପର୍କ ରହିପାରେ ସୋନଲ ସହ କିନ୍ତୁ ତା ପେଟରେ ନଷ୍ଟ ହେଇଥିବା ସନ୍ତାନ ତାର କହିକି ପ୍ରମାଣିତ ହୋଇନାହିଁ।ସୋନଲ କୁ ଆତ୍ମହତ୍ୟା ପାଇଁ ବିବେକ ହିଁ ବାଧ୍ୟ କରିଛି ଏ କଥା ବି ପ୍ରମାଣିତ ହେଇ ନାହିଁ। ହୁଏତ ଜଜ୍ ସାହେବ୍ ବି ଚାହିଁବେ ବିବେକ ଭଳିଆ ସମାଜର କଳଙ୍କ ର ଅସ୍ତିତ୍ଵ ହିଁ ଲିଭିଯାଉ ଯାହାକି ସମାଜ ପାଇଁ ବିପଦ ମୁକ୍ତ।କିନ୍ତୁ ତାଙ୍କ ହାତ ବି ବନ୍ଧା। ଅନ୍ଧ ପୁଟୁଳି ବାନ୍ଧିଥିବା ମୂର୍ତ୍ତି ହାତରେ ଥିବା ତରାଜୁ ଟି ଅନ୍ୟାୟ ଆଡ଼େ ନଇଁ ପଡୁଥାଏ।ଏତିକି ବେଳେ ଜଜ୍ ନିଜ ନିଷ୍ପତି ଶୁଣାଇଲେ,"ସମସ୍ତ ତଥ୍ୟ ପ୍ରମାଣ ଆଉ ସାକ୍ଷୀ ଙ୍କୁ ଆଖି ଆଗରେ ରଖି କୋର୍ଟ ଏହି ନିଷ୍ପତି ରେ ଉପନୀତ ହେଲା ଯେ,ବିବେକ ବାବୁ ଙ୍କ ବିରୋଧ ରେ ଅନେକ ପ୍ରମାଣ ତାଙ୍କ ଦୋଷ କୁ ଇଙ୍ଗିତ କରୁଛି,ତଥାପି କୋର୍ଟ କୁ ଆଉ ସ୍ପଷ୍ଟ ପ୍ରମାଣ ଦରକାର୍ ତେଣୁ ସେ ଏ କେଶ୍ ଟିକୁ ସିବିଆଇ ହାତରେ ଟେକି ଦେବାକୁ ଚାହୁଁଛୁ।ସବୁ ପ୍ରମାଣ ମିଳିଲା ପରେ କିଛି ଦିନ ପରେ କୋର୍ଟ ତାର ଶେଷ ନିଷ୍ପତି ନେବୁ।

ସଭିଙ୍କ ମନରେ ଦୁଃଖ ର ଛାଇ ଥିଲେ ହେଁ ଆଶା ର ଆଲୋକ ମଧ୍ୟ ଦେଖା ଦେଇଥିଲା।ବିଳମ୍ବ ହେଉପଛେ ନ୍ୟାୟ ତ ମିଳିବ।ସମସ୍ତେ କୋର୍ଟ ର ନିଷ୍ପତି କୁ ସମ୍ମାନ ଜଣାଇଲେ। ସମସ୍ତେ ନିଜ ନିଜ କର୍ତ୍ତବ୍ୟ କରିଛନ୍ତି ଏବେ ଆଉ କାହାର ଏଥିପ୍ରତି ଅବଶୋଷ ନାହିଁ। ମାମାଲି ସଭିଙ୍କ ଆଦର୍ଶ ଥିଲା ଆଉ ରହିବ।ଏବେ ମାମାଲି,ଯୋଗେଶ,ରିତୁ ମିଶି ସୋନଲ ପରିବାର କୁ ଆପଣେଇ ନେଇଛନ୍ତି।ବନ୍ଧୁ ର ପ୍ରକୃତ କର୍ତ୍ତବ୍ୟ କଣ ସେ ଜ୍ୱଳନ୍ତ ଦୃଷ୍ଟାନ୍ତ ହେଇ ଠିଆ ହେଇଛନ୍ତି।ଧୀରେ ଧୀରେ ସବୁ ସୁଧୁରିବାରେ ଲାଗିଛି।

ମାମାଲିର ଏ ସଫଳତା ସାଙ୍ଗରେ ଘରେ ଏତେ ବଡ଼ ଖୁସିର ଖବର।ଆଜି ବହୁତ୍ ଦିନ ପରେ ସେ ଘରେ ଖୁସିର ଉତ୍ସବ ଆସିଛି।ଆଜି ତିନି ତିନି ଟି ଖୁସିର ଉତ୍ସବ,ନା ନା ଆଜି ଖୁସିର ମହୋତ୍ସବ ପାଳନ କରିବାର ଅନେକ କାରଣ।ଖୁବ୍ ଦିନ ପରେ ମାମାଲି ଆଜି ପୁଣି ସେଇ ଚୁଲବୁଲି ଗେହ୍ଲେଇ ମାମାଲି ହେଇ ଯାଇଛି ସେଇ କୁନି ଝିଅ ଟିଏ ପରି ଯିଏ କେବେହେଲେ କାହା ନଜର ରେ ବଡ଼ ହେଇ ନାହିଁ। ଦେଖୁ ଦେଖୁ ବାଇଶ୍ ବର୍ଷର ହେଇ ଗଲାଣି ହେଲେ ଆଜି ବି ସେଇ ବାର ବର୍ଷ ଡେଇଁ ପାରିନି।ଖୁବ୍ ଦିନ ପରେ ଆଜି ପୁଣି ମାମାଲି ସଜେଇ ହେଇଛି।ଆଗ ଅପେକ୍ଷା ତା ସୌନ୍ଦର୍ଯ୍ୟ ଦୁଇ ଗୁଣା ହେଇଯାଇଛି।ସେ ମାମାଲି,ନା ତାର ସାହସ କମିବ ନା ତା ମୁହଁର ଚମକ୍।ସେ ସୁରୂଜ ସବୁ ଅସ୍ତ ପରେ ପୁଣି ନୂତନ ଭାବରେ ଉଦୟ ହେଇ ଜାଣିଛି।କେବେ ଅତୀତକୁ ବର୍ତ୍ତମାନର ବାଧକ କରିନି,ଓଲଟି ଭବିଷ୍ୟତର ସାଧକ ସଜେଇ ଦେଇଛି।