***ତୋ ଚରଣେ ଶରଣ ଦେ*** ମା ତୋ ଚରଣେ ଶରଣ ଦେ ଆଖି ଲୁହ କୁ ତୋ ପଣତେ ପୋଛି ଦେ ସମୟ ନଈ ରେ ନୌକା ଭାସୁଛି କୁଳ ରେ ଲଂଘେଇ ଦେ ମା ତୋ ଚରଣେ ଶରଣ ଦେ ମା ତୋ ଚରଣେ ଶରଣ ଦେ ସଂସାର ସାଜିଛି ଆଜି ରକ୍ତ ମୁଖା ଯୁଦ୍ଧ କ୍ଷେତ୍ର ବିନା ଅସ୍ତ୍ର ରେ ଆଜି ହୁଅଇ ମୁଁ ପରାସ୍ତ ଖଡ୍ଗ ଧରି ତୋ ପିଲା କୁ ସାହାରା ତୁ ଦେ ମା କ୍ଷତ ବିକ୍ଷତ ଶରୀରେ ମହୋଷୋଧି ତୁ ଦେ ମା ଆଜି ତୋ ଚରଣେ ଶରଣ ଦେ ନିରୀହ ବୋଲି ମୁଁ ଆଜି ଖାଏ ଯେ ପ୍ରହାର ଆହା କହିବାକୁ କେହି ନାହିଁ ଏଠି ମୋର କୋଳ ରେ ଶୁଆଇ ମୋ ମୁଣ୍ଡ ଆଉଁସି ତୁ ଦେ ମା ଛାତି ରେ ଲଗେଇ ମୋ ବୋଝ ହାଲୁକା କରିଦେ ମା ତୋ ଚରଣେ ମତେ ଶରଣ ଟିକେ ଦେ ... ନିନ୍ଦା ରେ ନିନ୍ଦିତ ମୁଁ , ପ୍ରଶଂସା ଯେ ମରୀଚିକା ଭୁଲ ର ଶର ରେ ଶର୍ଯ୍ୟସାୟୀ ମୁଁ , ଠିକ୍ ପାଇଁ ଅପରିଚିତା କେହି କହେ ଅବୋଧ ମତେ , କିଏ କହେ ମୂର୍ଖ ତୁ ତ ଜାଣୁ ମା , ପ୍ରକୃତେ କେଉଁ ଟା ମିଥ୍ୟା ପୁଣି କେଉଁ ଟା ସତ୍ୟ ଦୁର୍ଗମ ପଥ ରେ କାଖେଇ ନେ ମା ହାତ ଧରି ଚାଲିବା ଶିଖେଇ ଦେ ତୋ ଚରଣେ ମତେ ଶରଣ ଦେ ମା ତୋ ଚରଣେ ଶରଣ ଦେ.... -ସସ୍ମିତା ସିଂହ ©Sasmita Singh #durgapuja2021 #navratri