Nojoto: Largest Storytelling Platform
sasmitasingh2804
  • 181Stories
  • 90Followers
  • 1.7KLove
    2.2KViews

Sasmita Singh

Words from the heart🌼✒🌼🖋📝🖊✒🌼🌼

  • Popular
  • Latest
  • Video
7b7cab96c5824962d6738564a18dbdcb

Sasmita Singh

ଭାଇ ସାରଥି ଭଗବାନ କି ନୁହେଁ ଏକଥା ସାରଥି ବୁଝିବେ ଏବଂ ତାଙ୍କ ଭକ୍ତ ବୁଝିବେ । ତାଙ୍କ ଭକ୍ତ ତିଆରି ହୋଇ ନାହାନ୍ତି ତୁମ ମାନଙ୍କୁ ଉତ୍ତର ଦେବାକୁ । ଏହା ପ୍ରତି ଟି ଲୋକ ଙ୍କ ର ବ୍ୟକ୍ତିଗତ ମାମଲା । ସାରଥି କି ତାଙ୍କ ଭକ୍ତ ତୁମକୁ ମଧ୍ୟ କହୁ ନାହାନ୍ତି ପୂଜା କରିବାକୁ । ଯାହାର ଇଚ୍ଛା ହେଲା ସେ ସାରଥି ଙ୍କୁ ପୂଜିଲା। ଏଥିରେ ଅଯଥା ପ୍ରଶ୍ନ କରି ମୁଣ୍ଡ ଖରାପ କରନ୍ତୁ ନାହିଁ । 
ମିଡ଼ିଆ ଭାଇ ଆଜି ଦେଶ ବିଦେଶ ରେ ମାଳ ମାଳ ନିଉଜ୍ ପଡ଼ିଛି ହେଲେ ତାକୁ ଟିକେ ଦେଖାନ୍ତ , ଆମ govt exam preparation କରୁଥିବା ପିଲା ଙ୍କ ପାଇଁ ଉପକାର ହୁଅନ୍ତା । 
ସବୁ ପରେ ଏତିକି ବୁଝା ପଡୁଛି , ଆମ ମିଡ଼ିଆ ଭାଇ ମାନେ specially ଓଡ଼ିଆ ର କିଛି ବିଶିଷ୍ଟ news ଚାନେଲ୍ ଭରା ଟଙ୍କା ନେଇ କାମ କରୁଛନ୍ତି । ସେ କିଏ କଣ କଲା , କିଏ କାହା ସ୍ତ୍ରୀ ନେଇଗଲା , କିଏ କାହା ସ୍ବାମୀ ଖାଇଗଲା ଖାଲି ଏଇ ଚିନ୍ତା ତମର । ଖବର ତ ମିଳୁନି କରିବ କଣ ? ସାରଥି ଙ୍କୁ ଆଜି ବି ଲୋକ ପୂଜା କରୁଛନ୍ତି , ସାରଥି ଭଣ୍ଡୁ ଛନ୍ତି blahh blahh... , ଏଇ ବହାପିଆ ଗପ ଖାଲି ଆସିକି ଗପିବ । କାମ ଧନ୍ଦା ନଥିଲେ ଲୋକ ଯାହା କରନ୍ତି । ଭାଇ ତମ କାମ ରେ କାମ ରଖ , ସାରଥି ଙ୍କୁ କାହିଁକି ପୂଜା କରୁଛୁ ଏଇ ଅଯଥା ପ୍ରଶ୍ନ କରିବା ବନ୍ଦ କର କାରଣ ସାରଥି ଭକ୍ତ ଉତ୍ତର ଦେବାକୁ ଜନ୍ମ ହୋଇ ନାହାନ୍ତି ।

©ସସ୍ମିତା ସିଂହ
wordsfromtheheart

©Sasmita Singh #Butterfly
7b7cab96c5824962d6738564a18dbdcb

Sasmita Singh

ପିଲା ଦିନୁ ଆମେ ବୁଝିଚୁ ଯେ, ଏଇ ଓକିଲ ମାନେ କଳା କୁ ଧଳା ଏବଂ ଧଳା କୁ କଳା ଭଲ ଭାବେ କରି ପାରନ୍ତି । କିନ୍ତୁ ଆଜି କାଲି ଆମର ଏଇ ସୋ କଲ୍ଡ ମିଡ଼ିଆ ଚାନେଲ ଏଥିରେ ପାରଙ୍ଗମ ହୋଇ ଗଲେଣି । ଦୁନିଆ ରେ ଏତେ ଖବର ପ୍ରଚଳିତ କିନ୍ତୁ ଏମାନେ ସେଇ ଅଯଥା କଥା ଦେଖେଇକି ବୋର୍ କରିବେ । କିଏ କଣ କଲା ନ କଲା କିହୋ ତମର ମୁଣ୍ଡ କାଇଁ ଏତେ ବିନ୍ଧୁଛି ? ଯିଏ ଯାହାକୁ ପୂଜା କଲା ସେଇଟା ତା ବ୍ୟକ୍ତିଗତ କଥା , ଏଠି କାହାର ଧର୍ମୀୟ ଚିନ୍ତା ଧାରା ଉପରେ ଆରୋପ ଲଗାଇବାକୁ ତମେ କିଏ ?
ସାରଥି ଙ୍କ ଫଟୋ ରୁ ମହୁ ଝରିଲା , ଏଥିରେ ତାଙ୍କ ଭକ୍ତ ଖୁସି ହେଲେ , ତମ ମୁଣ୍ଡ କାହିଁକି ବିନ୍ଧିଲା ? ଅଗୁରୁ ଡବା କୁ ଦେଖେଇ କହିଲେ ମହୁ ଡବା ..., ସାରଥୀ ଙ୍କ ଠୁ ତାଙ୍କ ଭକ୍ତ କିଛି ଉପକୃତ ହେଉଛନ୍ତି ବୋଲି ଆଜି ତାଙ୍କୁ ଭଜି ହେଉ ଛନ୍ତି । ନହେଲେ ଲକ୍ଷ ଲକ୍ଷ ଲୋକ କଣ ମୂର୍ଖ ?? ଆଉ ତମେ ଏକା ଚାଲାଖିଆ।

©Sasmita Singh #Marriage
7b7cab96c5824962d6738564a18dbdcb

Sasmita Singh

*କୁଳାଙ୍ଗାର ମିଡ଼ିଆ*

Wordsfromtheheart

©Sasmita Singh #Marriage
7b7cab96c5824962d6738564a18dbdcb

Sasmita Singh

ସବୁ ଭାଇର ତା ଭଉଣୀ ଟି ତା ପାଇଁ ମୋଟି 
ଏବଂ ସବୁ ଭଉଣୀ ପାଇଁ ତା ଭାଇ କୁକୁର... 
ଭାଇ ପାଇଁ ତା ଭଉଣୀ ରାକ୍ଷାସୁଣି ଆଉ ଭଉଣୀ ପାଇଁ ତା ଭାଇ ରାକ୍ଷସ
୨୫ ଟଙ୍କିଆ ରାକ୍ଷୀ ବାନ୍ଧିଦେଇ ୨୫୦୦ ଟଙ୍କା ନେବା ଭଉଣୀ ର ଲକ୍ଷ ।
ଗୋଟିଏ ଦିନ ପଇସା ଦେଇ ବାକି ୩୬୪ ଦିନ ଭଉଣୀ ଚୁଟି ଘୋଷାଡି ମାରିବା ଭାଇ ର ଧର୍ମ । 
ଭାଇ ଭଉଣୀ କୁ ମାରିବ , କିନ୍ତୁ ଆଉ କେହି ତା ଭଉଣୀ କୁ ଆଡ ଆଖିରେ ଚାହିଁଲେ ତା ଆଖି ଘୋଷାଡି ଦେବ । 
ଭଉଣୀ ତା ଭାଇ କୁ ଯେତେ ଇଚ୍ଛା ଗାଳି ଦେବ, କିନ୍ତୁ ଆଉ କେହି କିଛି କହିଲେ ପୁରା ଅଣ୍ଟା ଭିଡ଼ି ଝଗଡ଼ା କରିବ । 

ଏଇ ତ ଭାଇ ଭଉଣୀ ଆଉ ତାଙ୍କ ରାକ୍ଷୀ 🌼🌼🌼

©ସସ୍ମିତା ସିଂହ

wordsfromtheheart

©Sasmita Singh #Rakhi
7b7cab96c5824962d6738564a18dbdcb

Sasmita Singh

ସେଠି ଜାତକ ପଡ଼ି ନଥାଏ,
କିନ୍ତୁ ଏକ ରାଜ ଯୋଟକ ସମ୍ପର୍କ ଗଢ଼ି ଉଠି ଥାଏ
ସେଠି ରାଗ ଋଷା ଅଭିମାନ ଭରି ପଡ଼ିଥାଏ, 
ତଥାପି ଅସୁବିଧା ବେଳେ ଅଣ୍ଟା ଭିଡା ହୁଏ ।
ସେଠି ରକ୍ତର ସମ୍ପର୍କ ନଥାଏ,
କିନ୍ତୁ ଏକ ଅସ୍ପଷ୍ଟ ଡୋରୀ ରେ ସବୁ ବାନ୍ଧି ହୋଇ ଥାଏ । 
ସେଠି ସବୁ ଅଜଣା ମୁହଁ ସହ ଭାବ ଆଦାନ ପ୍ରଦାନ ହୁଏ । 
ସେଠି କାଣ୍ଡ ଠୁ କେଳେଙ୍କାରୀ ସବୁର ଗନ୍ତା ଘର ଦେଖା ଯାଏ । 
ସେଠି ଅଇଁଠା ଖାଇବା ଠୁ ଗୋଇଠା ମାରିବା ଯାଏ 
ସମ୍ପର୍କ ର ମୁଲ ଚାଲ ହୁଏ ❤️❤️❤️

🌺 Happy friendship day 🌺

©Sasmita Singh #FriendshipDay
7b7cab96c5824962d6738564a18dbdcb

Sasmita Singh

ଯଦି ଜଣେ ସାଧୁ ଦଳ ଗୋଷ୍ଠୀ କୁ ପ୍ରଶ୍ରୟ ଦେବ ତେବେ ଏଇ ସାଧାରଣ ଜନତା ଶିଖିବେ କଣ ? ଆଜି ଏଇ ପ୍ରଶ୍ନରେ ଅନେକ ବିତର୍କ ଏବଂ ବିବାଦ ଦେଖା ଦେବ କିନ୍ତୁ ସପକ୍ଷବାଦି ଙ୍କ ପାଖରେ ସତ୍ୟ ଥାଇ ମଧ୍ୟ ସେମାନେ ଚୁପ୍ ରହିବେ , କାରଣ ସିଶିଆର୍ ଖରାପ ହୋଇଯିବ । ଧିକ ତୁମ ଜୀବନ । ଭୁଲ୍ କଣ ହେଉଛି ଅବା ଠିକ୍ କେତେ ହେଉଛି ମନ କୁ ପ୍ରଶ୍ନ କରନ୍ତୁ । ଏଠି ମୁଁ କାହାକୁ ଇଙ୍ଗିତ କରୁ ନାହିଁ । କିନ୍ତୁ ନିଜକୁ ଦର୍ପଣ ସାମନାରେ ଦେଖିବାର ବୟସ ଏବଂ ଚିହ୍ନିବାର ବୟସ ସମସ୍ତଙ୍କର ଅଛି । ଗୋଟିଏ ଭୁଲ କୁ ଲୁଚେଇ ହଜାରେ ଭୁଲ୍ କରିବା ଟା କେତେ ଦୂର ଠିକ୍ । ସମସ୍ତେ ମିଶିବା ଜାଣନ୍ତି ହେଲେ ଦୁଃଖ ର ବିଷୟ ଏହା ଯେ ମିଶିବାକୁ ସୁଯୋଗ କମ୍ ମିଳେ । ଗୃପିଶିମ୍ ର ଶିକାର ହେବାକୁ ପଡ଼େ। ଏହି ଗ୍ରୁପ ଯେତେବେଳେ ସାଧାରଣ ଜନତା ଉପରେ ଆସେ ତାହାକୁ ସହ୍ୟ କରିହୁଏ । କିନ୍ତୁ ଯେବେ ରାଜା ସ୍ଵୟଂ ପ୍ରଜା ଙ୍କ ଭିତରେ ଏମିତି ଅସମାନତା ତିଆରି କରେ , ସେବେ ସହ୍ୟ କରୁଥିବା ପ୍ରଜା କାହାକୁ କହିବ ?  ଏଠି ସମସ୍ତ ରାଜା ଙ୍କୁ ମୋର ପ୍ରଶ୍ନ , ଈଶ୍ୱର ଆପଣ ଙ୍କୁ ଏତେ ବଡ ଉପାଧି ରେ ଅଧିଷ୍ଠିତ କରାଇଛନ୍ତି ତେବେ ଥରେ ନିଜକୁ ପ୍ରଶ୍ନ ରାତିରେ ଶୋଇବା ବେଳେ କରନ୍ତୁ , କେତେ କିଛି ଠିକ୍ ଅବା କେତେ କିଛି ଭୁଲ ହୋଇଛି । ଜଣେ ସାଧାରଣ ନାଗରିକ ହିସାବରେ ମୋର ଏଇ ଛୋଟିଆ ପ୍ରଶ୍ନ କୁ ହୃଦୟ କୁ ନେବାକୁ ଅନୁରୋଧ । ମସ୍ତିଷ୍କ କୁ ନେଲେ ଆପଣ ଙ୍କୁ ଆପଣ ଙ୍କ ଭୁଲ୍ ଅପେକ୍ଷା ସେହି ପୀଡ଼ିତ ଜନତା ଙ୍କ ଦୂର୍ଗୁଣ ଦୃଶ୍ୟମାନ ହେବ । 

ବି:ଦ୍ର - କାହାକୁ ଇଙ୍ଗିତ କରାଯାଇ ନାହିଁ , ଦେହରେ ଲାଗିଲେ ମୋର ଦୋଷ ନାହିଁ ।

©ସସ୍ମିତା ସିଂହ
wordsfromtheheart

©Sasmita Singh #Path
7b7cab96c5824962d6738564a18dbdcb

Sasmita Singh

ଗୃପିଶୀମ ର ନଗ୍ନ ଚିତ୍ର
✍️✍️✍️✍️✍️✍️✍️✍️✍️

ଆଜି କାଲି ଏଇ ଧରାବନ୍ଧା ଜୀବନ ଯାହା ହେଲାଣି, ଯେତେ ଭାବୁଛି ଲେଖକ ଚୁପ୍ ହୋଇ ସହିଯିବ, ହେଲେ ତା କଲମ ତ ପ୍ରହାର କରିବାକୁ ତତ୍ପର । ସେ ଚୁପ୍ ରହିବନି । ଲୋକେ ଆଜି କାଲି ସଂଗଠନ କରି ସଂସ୍ଥା ଚଲେଇ ଛନ୍ତି । ଭାବୁଥିଲି କେବଳ ଆମ ରାଜନୀତି ରେ ଏମିତି ଦଳ ବଦଳ ଅଥବା ଏ ଦଳ ସେ ଦଳ ଥାଏ ନା , ହେଲେ ଏଠି ଦେଖୁ ନାହାନ୍ତି ପ୍ରତି ଟି କାର୍ଯ୍ୟ କ୍ଷେତ୍ରରେ ଦଳ ଗୋଷ୍ଠୀ ନିର୍ମାଣ କରୁଛନ୍ତି । ଏହାର ପ୍ରଭାବ କିଛି ଲୋକ ଙ୍କ ଉପରେ ପଡୁଛି ଯେଉଁମାନେ ଦଳ କରିବା ଶିଖି ନାହାନ୍ତି, ମିଶି ଚାଲିବା ଜାଣନ୍ତି । ହେଲେ ତାଙ୍କ ମିଶିବା କୁ ଅବା ପଚାରେ କିଏ । ମିଶିବାକୁ ଚାହିଁଲେ ମିଶିବାକୁ ଅକ୍ଷମ କାରଣ ଏମିତି ଯାଗାରେ ତାଙ୍କ ଅଣ୍ଟା ଉପରେ ପ୍ରହାର ପଡ଼ିଥିବ ଯେ ନା ସେମାନେ ଉଠି ପାରୁଥିବେ ନା ହିଁ କିଛି ପ୍ରତି ଉତ୍ତର ଦେଇ ପାରୁଥିବେ । ଯଦି ବି କହିବେ, ସାମନା ପଟୁ ଉତ୍ତର ଆସିବ, ତମେ ମାନେ ମିଶିବା ଶିଖିନ । ଏବଂ ଏହି ଦଳ ସବୁ କିଛି ଉପର ମୁଣ୍ଡ ର ଲୋକ ହାତରେ ପରିଚାଳିତ ହୁଏ ଯଦ୍ୱାରା ପ୍ରତିବାଦ ର ସ୍ୱର କୁ ସେଇ ପାଟି ଭିତରେ ତଣ୍ଟି ଚିପି ହତ୍ୟା କରାଯାଏ ।

©Sasmita Singh #TYPEWRITER_SAYS
7b7cab96c5824962d6738564a18dbdcb

Sasmita Singh

ତୁମେ ମତେ ଝୁରିବ  
❣️❣️❣️❣️❣️
ତୁମେ ମତେ ଝୁରିଵ 
ରବି କିରଣ ପ୍ରକାଶିଲେ
ସେ ପ୍ରତି ଟି କିରଣ ତୁମକୁ ମନେ ପକାଇବ
କେହି ଜଣେ ତୁମକୁ ନିଜ କିରଣ ଭାବି ସମୟ ବିତାଉଥିଲା
ସେ ସେହି ସୁନେଲି କିରଣରେ ତୁମ ଛବି ଆଙ୍କୁଥିଲା

ତୁମେ ମତେ ଝୁରିବ 
ବର୍ଷାର ପ୍ରତିଟି ବୁନ୍ଦା ଝରିଲେ
କାରଣ କେହି ଜଣେ ନିଜ ଶବ୍ଦରେ
ପ୍ରତିଦିନ ପ୍ରତି ରାତି ତୁମକୁ ଭିଯାଇବାରେ ବ୍ୟସ୍ତ ଥିଲା

ତୁମେ ମତେ ଝୁରିବ 
ଆକାଶେ କଳା ମେଘ ଢାଙ୍କିଲେ
କାରଣ କେହି ଜଣେ ତୁମକୁ ପାଇବା ଆଶାରେ
ନିଜ ମନରେ କେତେ ଯେ ଝଡି ବର୍ଷାକୁ ସ୍ଥାନ ଦେଇଥିଲା

ତୁମେ ମତେ ଝୁରିବ
ତୁମ ମାଆର ପୂଜା ଫୁଲ କୁ ଦେଖିଲେ
କାରଣ କେହି ଜଣେ ଦେବ ମନ୍ଦିର ପୂଜିଲା ବେଳେ
ଗୋଟିଏ ଫୁଲ ତୁମ ନା' ରେ ସେହି ଅଭୟ ଚରଣେ ଥୋଇ ଥିଲା

ତୁମେ ମତେ ଝୂରିବ
ସନ୍ଧ୍ୟା ଆଳତୀର ବାସ୍ନା ମହକିଲେ
କାରଣ କାହାର ପ୍ରାର୍ଥନା ସେହି ମହକ ଦେଇ
ସାରା ଜୀବନ ତୁମ ଜୀବନ ମହକେଇ ଦେବ 

ତୁମେ ମତେ ଝୁରିବ
ସେ ଶ୍ରୀ ମନ୍ଦିରର ନେତ କୁ ଦେଖିଲେ
କାରଣ କେହି ଜଣେ ନିଜକୁ ସମର୍ପି ଦେଇଥିଲା
ତୁମ ପାଇଁ, ସେ ଚକା ଆଖି ର ବାହୁ ତଳେ

ତୁମେ ମତେ ଝୁରିବ 
ସମୁଦ୍ର ତା ଲହଡ଼ି ଭାଙ୍ଗିଲେ 
କାରଣ କେହି ଜଣେ ନଈ ପରି ବହି ଯାଇଥିଲା
କେବଳ ତୁମ ପରି ସାଗର ସହ ମିଶିବା ପାଇଁ

ତୁମେ ମତେ ଝୁରିବ
ବାଲୁକା ରେ ପଡ଼ିଥିବା ଶାମୁକା କୁ ଦେଖିଲେ
କାରଣ କେହି ଜଣେ ସେଇ ଶାମୁକା ଆଶାରେ
ଅଣ୍ଟି ରେ ବାନ୍ଧି ନେଇ ଥିଲା ବାଲୁକା ମୁଠାଏ

ତୁମେ ମତେ ଝୁରିବ 
ରାତ୍ରିର ଘନ ଅନ୍ଧକାର ଆସିଲେ
କାରଣ କେହି ଜଣେ ତୁମକୁ ହରେଇ 
ପ୍ରତି ରାତିକୁ ଭିଜାଇଥିଲା ତା ଆଖି ଲୁହରେ

©ସସ୍ମିତା ସିଂହ
Wordsfromtheheart

©Sasmita Singh #us
7b7cab96c5824962d6738564a18dbdcb

Sasmita Singh

ମୁଁ ହାରିନି
___________________
ମୋ ନିଷ୍ଫଳତା ର ମୃଦଙ୍ଗ ଶବ୍ଦରେ
ଆଜି ଆଗରେ ଆହା କହିଦେଇ
ପଛରେ ହସୁଛି ଏଇ ଦୁନିଆ 
ମୁଁ ବି ଆଜି କଥା ଦେଉଛି 
ମୋ ସଫଳତାର କାହାଳୀ ବାଜିବା ବେଳେ
ଆଗରେ ଖୁସି ହୋଇ, ପୁନଃ ପଛରେ 
ଚର୍ଚ୍ଚା କରିବ ଏଇ ଦୁନିଆ 

ମତେ ମୋ ହାରିବା ସହ 
ପୁନଃ ଲଢ଼ିବାର ଅଛି 
ଭାଗ୍ୟ ଆଖିରେ ଆଖି ମିଶେଇ
ପୁଣି ଯୁଦ୍ଧ କ୍ଷେତ୍ରରେ ଠିଆ ହେବାର ଅଛି 
ଜାଣିଛି ମୁଁ କ୍ଷତ ବିକ୍ଷତ କ୍ଷୁର୍ଣ୍ଣ ଜରାଜୀର୍ଣ୍ଣ 
ତଥାପି ତଲୱାର ଧରି ନିଜକୁ 
ସଜାଡୁଛି ସମ୍ପୂର୍ଣ୍ଣ 

ମୋ ଅସମ୍ପୂର୍ଣ୍ଣତା ରେ 
ଏଇ ଦୁନିଆ ଦେଉଛି ମତେ ଗାଳି
ଦିନ ଆସିବ , ମୋ ସମ୍ପୂର୍ଣ୍ଣ ସଫଳତାରେ
ପଛରେ ମାରିବ ଇଏ ତାଳି

ପ୍ରତିଥର ମୋ ଭାବନା 
କରିବାକୁ ଯାଉଛି ନୂଆ କିଛି
ଭାଗ୍ୟ ର ପ୍ରହାରରେ
ମାଟି କାମୁଡି ତଳେ ସେ ପଡୁଛି 

ଅସହାୟ ଅବସ୍ଥାରେ ମୋ
ପ୍ରତି ଟି କାର୍ଯ୍ୟକୁ ଅଟହାସ୍ୟ ସେ କରୁଛି
ଜାଣି ଶୁଣି ସବୁ, ପୁନଃ ମୋ ହୃଦୟ ଭାଙ୍ଗୁଛି
ଆଜି ଗୋଟିଏ କଥା କହି ଯାଉଛି 
କାଗଜେ ଲେଖି ରଖିଥା ଏହାକୁ 
ବିଜୟ କାହାଳୀ ମୁଁ ପ୍ରସ୍ତୁତ କଲିଣି 
ଖାଲି ବାକି ଅଛି ବାଜିବାକୁ

- ସସ୍ମିତା ସିଂହ
Wordsfromtheheart

©Sasmita Singh #Life
7b7cab96c5824962d6738564a18dbdcb

Sasmita Singh

ମୁଁ ଜାଣେ ତୁମେ ମୃତ୍ୟ କୁ ଖୋଜିବୁଲୁଛ 
ମୁଁ ଜାଣେ ତୁମକୁ ତୁମ ଜୀବନ ଅତିଷ୍ଠ କରିଦେଲାଣି 
ମୁଁ ଜାଣେ ଅସଫଳତା ର ଗରମ ତାଉରେ ତୁମ ଦେହ ଜଳି ଗଲାଣି .....
ତଥାପି ଗୋଟିଏ କଥା , ଆଜି ବି ସଫଳତା ଓ ସବୁ ପ୍ରକାର ଖୁସି ତୁମକୁ ଖୋଜୁଛି ,ଠିକ୍ ଯେପରି ତୁମେ ତାକୁ ଖୋଜୁଛ । 
ଟିକେ ଧର୍ଯ୍ୟ ରଖନ୍ତୁ, ଟିକେ ସମୟ କୁ ସମୟ ଦିଅନ୍ତୁ
 ସବୁ ଠିକ୍ ହୋଇ ଯିବ । 
ସେ ତୁମକୁ ପାଇଯିବ ଅଥବା ତୁମେ ତାକୁ 😊💫

- ସସ୍ମିତା ସିଂହ
wordsfromtheheart

©Sasmita Singh #FadingAway
loader
Home
Explore
Events
Notification
Profile