Nojoto: Largest Storytelling Platform

ଗେହ୍ଲେଇ ମାମାଲି (ଅନୁଶୀର୍ଷକ ରେ ପଢ଼ନ୍ତୁ) (ଭାଗ -୩

  ଗେହ୍ଲେଇ  ମାମାଲି

(ଅନୁଶୀର୍ଷକ ରେ ପଢ଼ନ୍ତୁ)

(ଭାଗ -୩୬)

କ୍ରମଶଃ......... ପ୍ରେମ ଯେ ଏମିତି ଭିଜେଇ ଦେଇଥାଏ ପ୍ରେମିକା କୁ ସତେ ଯେମିତି ଆକାଶ ସାରା ମେଘ ତା ଦେହରେ ଅଜାଡ଼ି ହେଇ ପଡ଼ୁଛି ତଥାପି ସେ ମିଳନର ଜ୍ଜଳନ ଶାନ୍ତ ହବାର ନାଁ ନେଉ ନାହିଁ। କେବଳ ଗୋଟିଏ ମାତ୍ର ଦେଖାରେ କଣ ଏତେ ଶକ୍ତି ଅନ୍ତର୍ନିହିତ ଥାଏ! ଅଦ୍ଭୁତ ଏ ପ୍ରେମର ଗତି , ଅଦ୍ଭୁତ ଏ ପ୍ରେମର ସ୍ମୃତି, ଅଦ୍ଭୁତ ଏହାର ପରିଣତି। କଷ୍ଟର ଭାଟି ଭିତରୁ ବାହାରି ବି ସେ ଜୀବନ୍ତ ହେଇଯାଏ ଗୋଟେ ଝଲକ୍ ଦେଖି ତାର ପ୍ରେମର।ତା ହେଲେ ଈଶ୍ୱରଙ୍କୁ କାହିଁ ସ୍ରଷ୍ଟା କହିବା ଯଦି ଏ ପ୍ରେମ କେବେ ଜୀବନ୍ତ କରୁଛି ତ କେବେ ଯନ୍ତ୍ରଣା ଦେଇ ମୃତ୍ୟୁ ଆଡ଼େ ପେଲି ଦଉଛି।କେବେ ସେ ଝାଉଁଳି ପଡ଼ିଥିବା ଫୁଲ କୁ ସତେଜ କରି ଦେଉଛି ତ କେବେ ପ୍ରେମରେ ନିରାଶ ମଣିଷ ର ହୃଦୟ ରୂପକ ପୁଷ୍ପ ମଉଳି ଯାଉଛି।
  ନିଜକୁ ଯେ ବାରମ୍ବାର ଦଳିତ,ମଳିନ, ଅପବିତ୍ର,ଛଡ଼ା ଫୁଲ ଆଉ ମଉଳା ମନ ଭାବୁଥିବା ମାମାଲି, ସତେ ଯେମିତି କେତେ ଦିନ ଧରି କଢ ଟିଏ ହେଇ ପଡ଼ିଥିବା ସେ ଫୁଲରେ ଆଜି ନୂଆଁ ନୂଆଁ ଆଶାର ପାଖୁଡ଼ା ମେଲେଇ ହେଇ ଯାଇଛି।ସେ ମହାକିବା ବି ଆରମ୍ଭ କରି ଦେଇଛି।ନିଶ୍ଚୟ ତ କିଛି ଚମତ୍କାର ଆଉ ଐଶ୍ୱରୀୟ ଶକ୍ତି ଅଛି ସେ ପ୍ରେମରେ ନ ହେଲେ ଏ ପରିବର୍ତ୍ତନ କଷ୍ଟ ନୁହଁ ଅସମ୍ଭବ।ସେଥିପାଇଁ ପ୍ରେମ ଈଶ୍ୱର ଠୁ ନିଶ୍ଚୟ ବଡ଼ ଏ କଥା ମାମାଲି ପ୍ରମାଣ କରି ଦେଇଛି।
      ନୂଆଁ ଆଶା ନୂଆଁ ସ୍ଵପ୍ନ ନେଇ ଆଜି ସେ କଲେଜ୍ ବାହାରିଛି।କେବେ ବି ସେ ଭାବି ନ ଥିଲା କି ଯୋଗେଶ ସାଙ୍ଗେ ଜୀବନ ବିତାଇବାର ସ୍ବପ୍ନ ତା ଆଖି ପତା ଦେଇ ହୃଦୟରେ ଘର କରିବ।ପ୍ରଥମ ଥର ସେ କଜଳୀ ଆଖିରେ ଆଉ ଗୋଟେ ପରସ୍ତ କଜଳର ପ୍ରଲେପ ଟେ ଅତି ସଜେଇକି ,ଆଖିକୁ ତେର୍ଚ୍ଛା କରି ଲଗେଇ ଦେଇଥିଲା।ପ୍ରଥମ ଥର ପାଇଁ ସେ ନିଜ ଆଖିର ଗଭୀରତା ମାପିବାକୁ ଯାଇ ନିଜେ ଗଭୀର ଭାବରେ ହଜିଗଲା।ସତେ ଯେମିତି ସେଇ ଆଖିର ଗଳି ଦେଇ ଯେଉଁ ରାସ୍ତାଟି ଯାଉଛି ସେଠି ସେ କୁଡ଼ିଆ ଟେ ପାଇଛି ଯେଉଁଠି ସେ ଆଉ ଯୋଗେଶ ଆଉ ତାଙ୍କର ଚିରନ୍ତନ ଭଲ ପାଇବା।ୟା ଭିତରେ ଗୁଣୁ ଗୁଣୁ ପ୍ରେମର ରାଗ ଭରା ଗୀତ ସବୁ ତା ଅନୁମତି ନ ନେଇ ତା ହୃଦୟର ସ୍ପନ୍ଦନ କୁ ବାଦ୍ୟ ରୂପେ ବ୍ୟବହାର କରୁଛନ୍ତି ଆଉ ସେ ବି ସେଇ ସଙ୍ଗୀତର ମୂର୍ଚ୍ଛନା ରେ ଯେମିତି ମନେ ମନେ ଝୁମି ଉଠୁଛି।କାନରେ ଝୁମୁକା,ହାତରେ ଚୁଡ଼ି ,ସବୁ ଦିନ ପିନ୍ଧୁ ଥିବା ବିନ୍ଦି ଠୁ ଟିକେ ଆକାରରେ ଅଧିକ ବଡ଼,ଏମିତି ଗୋଟି ଗୋଟି ଅଙ୍ଗ କୁ ଗାଢ଼ତା ନ ହେଲେ ବି ଶୃଙ୍ଗାର ର ଛୁଆଁ ଦେଇ ଚାଲିଥାଏ।ଏମିତି କି କେବଳ ଯୋଗେଶ ତାର ଏ ପରିବର୍ତ୍ତନ କୁ ଲକ୍ଷ୍ୟ କରି ପାରିବ ଆଉ ସମସ୍ତଙ୍କ ସାମ୍ନାରେ ତା ସାଜ ସଜା ଅଦୃଶ୍ୟ ହେଇଯାନ୍ତେ କି!ତା ଉପରେ କେବଳ ଆଉ କେବଳ ଯୋଗେଶ ର ଅଧିକାର।ନିଜକୁ ସେ ଆଇନା ରେ ଦେଖି ନିଜେ ଲାଜେଇ ଯାଉଥାଏ ଆଉ ଏ ଲାଜ ଭରା ମାମାଲି ନିଜକୁ ପ୍ରଶ୍ନ କରୁଥାଏ,"ଆରେ ଧେତ୍ ତୁ କଣ ପାଗେଳି ହେଇ ଗଲୁଣି କି ରେ?"ସବୁ କିନ୍ତୁ ଭାଉଜ ଲକ୍ଷ୍ୟ କରୁଥିଲେ  ବହୁତ୍ ଖୁସି ହେଉଥିଲେ ମନ ଭିତରେ ଚାହୁଁ ନ ଥିଲେ କି ତାକୁ ସେ ସ୍ବପ୍ନ ରାଇଜ ରେ ବୁଲିବାରେ ବିଭ୍ରାଟ କରନ୍ତୁ କେହି।ହେଲେ ଏକ ଅଜଣା ଭୟ ତାଙ୍କୁ ଭୟଭୀତ କରି ଦେଉଥାଏ।ଯଦି ସ୍ବପ୍ନ ଭାଙ୍ଗିଯାଏ?ସ୍ବୀକାର କରି ପାରିବ ତ ମୋ ଝିଅ ବାସ୍ତବତା କୁ?ଯଦି ତା ସ୍ବପ୍ନ ସତ ହୁଏ ସବୁଠୁ ବେଶୀ ଖୁସି ହୁଏତ ସେ ହେବେ,ହେଲେ....ସ୍ବପ୍ନ ଭାଙ୍ଗିବାର ଭୟଙ୍କର ପରିଣତି ର ସାମ୍ନା ସେ କେମିତି କରିବ?ଭୟରେ ନିଜକୁ ଅସଂଜତ ମନେ କଲେ ସେ,ଯେମିତି ଖରା ହଉ ହଉ କଳା ବାଦକ ଘୋଡ଼େଇ ଦିଏ ସେମିତି ତାଙ୍କ ମନ ଭିତରେ ଆଶଙ୍କା ର ବାଦଲ ଢାଙ୍କି ହେଇଗଲା।କିଛି ନ ଜାଣିଲା ପରି ଧଡ଼ାସ୍ କିନା ତା ରୁମ୍ ରେ ପଶିଗଲେ।ଯେମିତି ସେ ଚାହୁଁ ଥିଲେ ସ୍ୱପ୍ନର ଗଭୀରତା ଭିତରେ ବୁଡିବା ଆଗରୁ ସେ ବାହାରି ଯାଉ କିମ୍ବା ଏହାକୁ ଟିକେ ସମୟ ଦେଇ ସବୁ ପ୍ରକାର  ପରିସ୍ଥିତି ର ସାମ୍ନା କରିବା କିମ୍ବା ଦୁଃଖର ସାମୁଦ୍ରିକ ଢେଉ ରୁ ବି ବିପଦ ମୁକ୍ତ ହେଇ ବାହାରିବା ପାଇଁ ଆଗ ପହଁରା ଶିଖି ଯାଉ।ଗଭୀର ନିଦ୍ରା ରୁ ହଠାତ୍ କୌଣସି ବାଧା ଦ୍ଵାରା ଉଠିଲା ପରି ସେ ତା ସ୍ବପ୍ନ ଦୁନିଆ ରୁ ବାହାରି ଆସିଲା।ଚମକି ପଡ଼ି ଭାଉଜ ଙ୍କୁ ଆଖି ଲୁଚେଇ କହିଲା,"ହଁ ଭାଉଜ କିଛି କହୁଥିଲ କି?ମୁଁ ଏଇନେ ବା ତମ ପାଖକୁ ଆସିଥାନ୍ତି..ତା ଆଗରୁ ତମେ ହାଜିର୍,ହଉ ଚାଲ ଯିବା।"
     ହଁ ଝିଅ ଡେରି ହେଇଯିବ ତ ,ପୁଣି ତମେ ଖାଇନ ଏ ଯାଏଁ,ତମର ପୁଣି ପ୍ରଥମ ପେରିଆଡ୍ ରେ କ୍ଲାସ୍,ଭାଇ ବି ରେଡି ହେଲେଣି।ହଁ ହଁ ତମ ଟିଫିନ୍ ବି ସଜେଇ ଦେଇଛି ଆଜି ତମ ପ୍ରିୟ ବାଦାମ ଚଟଣି ଆଉ ଆଳୁ ପରଠା ଟିକେ ବଗେଇକି ଭାରିବ ବେଗ୍ ରେ।"ଅତି ସାଧାରଣ ଭାବରେ ସବୁ ଜାଣି କି ବି ନ ଜାଣିଲା ଭଳି କହି ଚାଲିଲେ ଭାଉଜ। ଜୀବନରେ ତାଙ୍କ ଝିଅ ଏତେ କଷ୍ଟ ପାଇ ସାରିଲା ପରେ ବି ତା ଦୁଃଖ ସରିନି! ଯନ୍ତ୍ରଣା ରୂପକ ଦୂତ ସବୁ ଅନେଇ ବସିଛନ୍ତି ତାର ଭଙ୍ଗା ହୃଦୟ କୁ ଚୁନା କରି ଗୁଣ୍ଡା ନ କଲା ଯାଏଁ!ଶେଷରେ ପ୍ରେମରେ ବି ଭାଙ୍ଗିବା ତା ଭାଗ୍ୟରେ ଥିଲା!ଏସବୁ ଭାବନା ଭାଉଜଙ୍କୁ ବହୁତ୍ କଷ୍ଟ ଦଉଥିଲା।ଇଚ୍ଛା ହେଉଥିଲା କି ସେ ତାକୁ କୋଳେଇ ରଖି ଦିଅନ୍ତେ ଆଉ କିଛି କଷ୍ଟ ସହିବାକୁ ଦିଅନ୍ତେ ନାହିଁ।ନିଜେ ପଛେ ସହି ଯାଆନ୍ତେ ସେ ଅକଥନୀୟ ଆଉ ଅସହ୍ୟ ଯନ୍ତ୍ରଣା ସବୁ।ଆଖି ଲୁହ କୁ ବହୁତ୍ କଷ୍ଟରେ ଆଖିରେ ପିଏଇ ଦେଇଥିଲେ ସେ।

କ୍ରମଶଃ......