ଜୀବନ ଯଦି ବହିଟିଏ ହୁଅନ୍ତା -------------------------------- ଜୀବନ, ଯଦି ବହିଟିଏ ହୁଅନ୍ତା ଆଗତ ଭବିଷ୍ୟତ ମୁଁ ଜାଣିପାରନ୍ତି ହସ କାନ୍ଦର ସମୟ, ଲାଭ କ୍ଷତିର ଗଣିତ, ସବୁ କରିପାରନ୍ତି... ଜୀବନ, ଯଦି ପ୍ରକୃତରେ ବହିଟିଏ ହୁଅନ୍ତା ଚିରି ପକାନ୍ତି ସେହି ସବୁ ପୃଷ୍ଠାକୁ ଯେଉଁ ପୃଷ୍ଠା ହୃଦୟକୁ ବିଦାରିତ କରିଛି, ଆଉ ଯୋଡିଦିଅନ୍ତି ସେହି ପୃଷ୍ଠାକୁ ଯାହା ଅଭୁଲା ସ୍ମୃତି ସାଜି ଓଠରେ ହସ ଫୁଟେଇଛି... ଗରଣ ଗୁଣନ ମିଶାଣ ଫେଡ଼ାଣ ସବୁର ହିସାବ ମୁଁ ଜାଣିପାରନ୍ତି, ଜୀବନ, ଯଦି ପ୍ରକୃତରେ ବହିଟିଏ ହୁଅନ୍ତା ସମୟକୁ ଠକି ମୁଁ ପଛ ଦିନକୁ ଫେରିଯାଆନ୍ତି ଭଙ୍ଗା ସପନକୁ ଯୋଡି ନୂତନ ଉନ୍ମାଦନା ସୃଷ୍ଟି କରନ୍ତି... ©Subrat Kanungo #AloneInCity life quotes