Nojoto: Largest Storytelling Platform

ଗେହ୍ଲେଇ ମାମାଲି (ଅନୁଶୀର୍ଷକ ରେ ପଢ଼ନ୍ତୁ) (ଭାଗ -୩

  ଗେହ୍ଲେଇ  ମାମାଲି

(ଅନୁଶୀର୍ଷକ ରେ ପଢ଼ନ୍ତୁ)

(ଭାଗ -୩୫)

କ୍ରମଶଃ......... ଦେଖ ଭଲ କରି ପଢ଼ ନିଉଜ ପେପର୍ ର ଫ୍ରଣ୍ଟ ପେଜ୍ ରେ ତମ ନାଆଁ ଆଉ କଣ ଲେଖା ହେଇଛି। ନିଶ୍ଚିତ ତମେ ଦେଖି ସାରି ଥିବ ଆଉ ବହୁତ୍ ଖୁସି ହଉଥିବ ନିଜ ପାଇଁ ଆଉ ନିଜ ପ୍ରଶଂସା ପାଇଁ ଯାହା ସାରା ରାଜ୍ୟରେ ତମର ଜୋର୍ ଦାର୍ ହଉଥିବ,ସମାଜସେବୀ ଇନ୍ଦ୍ରାଣୀ ଦେବୀ ଙ୍କ ଜୟଜୟକାର। ହଁ ମୁଁ ଗର୍ବ କରନ୍ତି ଯଦି ସବୁ ଦିନ ପରି ଏଠି ତମ ସାଙ୍ଗେ ମାମାଲି ର ଫୋଟୋ ନ ଥାଆନ୍ତା।ଯଦି ଭୁଲି ଯାଇଥିବ ମୁଁ ଆଉ ଥରେ ପଢ଼ିକି ଶୁନେଇ ଦଉଛି।"ସମାଜ ସେବୀ ଇନ୍ଦ୍ରାଣୀ ଦେବୀ ଆଜି ନିଜର ମହାନତା ର ପ୍ରକୃତ ପରିଚୟ ଦେଇଛନ୍ତି।ସେ ପ୍ରମାଣ କରି ଦେଇଛନ୍ତି ଯେ ସେ ପ୍ରକୃତରେ ଜଣେ ଆଗ ଧାଡ଼ିର ସମାଜ ସେବିକା।ତାଙ୍କ ମନୋଭାବ ଆଉ  ସମାଜ ପ୍ରୀତି ଗୋଟେ ଉଦାହରଣ ସମାଜ ପାଇଁ।ସେ ଗୋଟେ ଧର୍ଷିତା କୁ ଗୋଟେ ପୀଡ଼ିତା କୁ ନିଜ ଝିଅ ସମ୍ବୋଧନ କରି ମମତା ଅଜାଡ଼ି ଦେଇ ପ୍ରମାଣ କରିଛନ୍ତି ତାଙ୍କ ମନରେ ଥିବା ଅସରନ୍ତି ସ୍ନେହର ଝରଣା ସଭିଙ୍କ ପାଇଁ ଝରୁଥାଏ ଆଉ ଝରୁଥିବ ସବୁ ଦିନ ଯାଏଁ।ତା ସଂଘର୍ଷରେ ମାମାଲି ର ସାଥ ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି।ନିଜ କାନିରେ କେବଳ ତା ଲୁହ ନୁହଁ ତା ଦୁଃଖ ସବୁ ପୋଛି ଯେମିତି ଗଣ୍ଠି କରି ରଖି ଦେଇଛନ୍ତି।ତାଙ୍କର ଏ ସ୍ନେହ ବୋଳା ଆଲିଙ୍ଗନ ର ଦୃଶ୍ୟ ପରେ ଆଉ କିଛି ବର୍ଣ୍ଣନା କରିବାର ଆବଶ୍ୟକତା ହିଁ ନାହିଁ।ତାଙ୍କ ବିବାହର ଶିଳ୍ଭର ଯୁବିଲି ରେ ସେ ଆଉ କାହା ଜୀବନରେ ଆଲୋକ ଭରି ଦେଇଛନ୍ତି। ନ ହେଲେ ଏମିତି ବି ସମୟରେ ,ଯେଉଁ ସମୟରେ ସମସ୍ତେ କେବଳ ନିଜ ପାଇଁ ସମୟ ଦିଅନ୍ତି ଏମିତିରେ ବି ସେ ଅନ୍ୟ କାହା କଥା ଭାବି ପାରୁଛନ୍ତି।ସତରେ ସେ ମହାନ ଆଉ ଅନନ୍ୟ।"ଶୁଣିଲ ମମି କି ଆଉ ଥରେ ପଢ଼ିବି।
    ତମେ ତ ମହାନ୍ ହେଇଗଲ ନା! congratulations ମମି। ଏବେ ସବୁ ଆଡ଼େ ତୁମ ବାଃ ବାହି ହଉଛି ନା again congratulations ।ହେଲେ ମାମାଲି ?ଏତେ କଷ୍ଟରେ ଶୁଖି ଯାଇଥିବା କ୍ଷତ କୁ ଉଖାଡିବାରେ କେତେ ମଜା ଆସିଲା ତୁମକୁ?ଯାହା ସବୁ ସେ ଭୁଲି ଯାଇ ଆଗକୁ ବହୁତ୍ ଆଗକୁ ବଢ଼ିଛି ତମେ ପୁଣି ଟାଣି ଆଣିଲ ନା ସେଇ ଅନ୍ଧାର ଅତୀତ କୁ!ବନେଇ ଦେଲ ନା ତାକୁ ବିଚାରି?ଏବେ ତମର ବାଃ ବାଃ ସାଙ୍ଗେ ସମସ୍ତେ ତାକୁ ଆଃ ଆଃ କରିବେ ।ବହୁତ୍ ବଢିଆ ମମି।ଗର୍ବ ହଉଛି ତମ ଉପରେ ବହୁତ୍।ମୁଁ ଭୁଲ୍ କଲି ତାକୁ ଡାକି କି।ତମର ନୁହଁ ସବୁ ମୋର ଭୁଲ୍।ଆମ ଘରକୁ ଆସିଥିଲା ସେ ଆଉ ତା ସାଙ୍ଗରେ ଏମିତି ହେଲା,ତମେ ଜାଣି ପାରୁଛ ନା ୟା ମାନେ କଣ?ଏହାର ପ୍ରଭାବ ମୋ ଉପରେ କଣ ପଡ଼ିବ?ଆଉ ମାମାଲି....ମୁଁ ତାକୁ ମୁହଁ ଦେଖେଇ ପାରିବି ଟି?ତାଙ୍କ ଘର ଲୋକ ମୋ ଉପରେ ଯୋଉ ଅନ୍ଧ ଭଳିଆ ବିଶ୍ବାସ କରିଥିଲେ,ଆଜି ମୁଁ ବିଶ୍ବାସ ଘାତକ ହେଇଗଲି ମମି।ତାଙ୍କୁ ଏବେ କଣ ଜବାବ୍ ଦେବି କେମିତି ମୁହଁ ଦେଖେଇବି?ଏମିତି ଗୋଟେ ପରେ ଗୋଟେ କଟାକ୍ଷ କରି ଚାଲି ଥାଏ ଯୋଗେଶ।
   ତୁ ମୋ ଉପରେ ସନ୍ଦେହ କରୁଛୁ?ତାହା ପୁଣି ସେ ମାମାଲି ପାଇଁ।ତୁ ମୋ ଉପରେ ଦୋଷ ଲଦୁଛୁ ତା ପାଇଁ!ଆଜି ମୁଁ ଏତେ ପର ହେଇଗଲି ଆଉ ସେ ଏତେ ନିଜର ନା!ମୋର ଜନ୍ମ କରିବା ପାଳିବା ସ୍ନେହ ଦେବା ତତେ ଜୀବନ ଦେଇ ଭଲ ପାଇବା ଏସବୁ ର ମୂଲ୍ୟ କଣ ଏତିକି ବାବା?ମୁଁ ଜାଣିଛି ତୁ କାଲି କେକ କାଟିବା ଡେରି ତା ପାଇଁ କଲୁ।ତା ପାଇଁ ଆଜି ମୋ ହାତ ଧରିଲୁ ଯୋଉ ହାତରେ ମୁଁ ତତେ କୋଳେଇ କାଖେଇ ଏତେ ବଡ଼ କରିଛି।ତୁ ଏତେ ବଦଳିଯିବୁ ଗୋଟେ ଝିଅ ପାଇଁ ମୁଁ ଜାଣି ନ ଥିଲି ଧନ।ଏମିତି କହି ବହୁତ୍ କାନ୍ଦିବାରେ ଲାଗିଲେ ଇନ୍ଦ୍ରାଣୀ ଦେବୀ।ଆଉ ସେ ଲୁହ କେତେ ସତ ଥିଲା ଆଉ କେତେ କୁମ୍ଭୀର କାନ୍ଦଣା ସେ ନିଜେ ହିଁ ଜାଣନ୍ତି।ହେଲେ ଯୋଗେଶ ତ ପୁଅ ନା ନିଶ୍ଚୟ ତରଳି ଯିବ।
    ମମି ତମେ କୋଉ କଥା କୋଉ ଆଡେ ନଉଛ।ମୁଁ ମାମାଲି କଥା କହୁନି ସେ ଯିଏ ବି ହଉ ଆମ ଘର ର ଅତିଥି ଆଉ ଆମ ଜଣା ଅଜଣା ରେ ବା ହଉ ତାକୁ ଆଘାତ ହେଇଛି।ଆମର ଭୁଲ୍ ହେଇ ଯାଇଛି।
    ଯୋଗେଶ ଆଖିରେ ଆଖି ମିଶେଇ ଇନ୍ଦ୍ରାଣୀ ଦେବୀ ଲୁହ ଭରା ଆଖିରେ କହି ଚାଲିଛନ୍ତି,ତୁ ଯଦି କହିବୁ ମୁଁ ମାମାଲି ର ଗୋଡ଼ ଧରି କ୍ଷମା ମାଗିବି ତାଙ୍କ ଘରକୁ ଯିବି ଭୁଲ୍ ମାଗିବି ହେଲେ ତୁ ମତେ ଦୋଷୀ ପ୍ରମାଣିତ କରେନା ମୁଁ ସହି ପାରିବିନି।ମୁଁ ଜାଣିନି ଏସବୁ କିଏ ଲେଖିଛି କାହିଁକି ଲେଖିଛି ୟା ପଛରେ ରହସ୍ୟ କଣ?ହେଲେ ତୁ ମତେ ଏତେ ତାଛଲ୍ୟ କଲେ ମୋ ପକ୍ଷେ ସହ୍ୟ ହବ ନାହିଁ।ଦୁନିଆ ସାଙ୍ଗେ ଲଢିଯିବି ହେଲେ ତୋ ସାଙ୍ଗେ ପାରିବି ନାହିଁ।ତୁ କେମିତି ତୋ ମମି କୁ ଏତେ କଥା କହି ଦଉଛୁ?ଏତେ ଲାଞ୍ଛନା ଲଗେଇବା ଆଗରୁ ଥରୁଟିଏ ଚେଷ୍ଟା ବି କରିଛୁ ଜାଣି ବାକୁ ଏସବୁ ପଛର ରହସ୍ୟ କଣ? ଥରୁଟିଏ ବି ମୋ ପାଖରେ ବସି କଥା ହବାକୁ ଚେଷ୍ଟା ବି କରିଛୁ?ନାଇଁ ତୁ କାହିଁକି ବି କରିବୁ ଯେ!ତୋ ଆଖିରେ ସେ ମାମାଲି ଅନ୍ଧ ପୁଟୁଳି ବାନ୍ଧି ଦେଇଛି ନା!ଆଜି ତୋ ଜନ୍ମ ଦେଇଥିବା ମାଆ ତୋ ମମି ତତେ ଏତେ ତୁଚ୍ଛ ଲାଗୁଛି!ମତେ ବିଶ୍ବାସ ହଉନି ରେ ମୁଁ ତୋ ପାଇଁ ଏତେ ପର ବୋଲି।
"ମମି ତମେ ପୁଣି ମତେ ଭୁଲ୍ ବୁଝିଲ ନା!କୋଉ କଥା କୁ କୋଉ ଆଡ଼େ ନେଉଛ!ମତେ ବି ତ ତମେ ଟିକେ ବୁଝିବାକୁ ଚେଷ୍ଟା କରିବ?ମୋ କହିବା ଆଉ ଏମିତି ରିଆକ୍ଟ କରିବା ପଛର କାରଣ ଆଉ ଉଦ୍ଦେଶ୍ୟ କଣ?ମୁଁ ତମର ପୁଅ ଆଉ ଜୀବନ ସାରା ଗର୍ବରେ ତମର ପୁଅ ହେଇ ରହିବି।ଖାଲି ମୋ ମନର ସେ ସନ୍ଦେହର ବାଦଲ ଟା ହଟି ଯାଉ ଯାହାକି ନ ଚାହିଁ ବି ମୋ ମନ ଭିତରେ ଥିବା ସେ ତମ ପ୍ରତି ସ୍ନେହ ଆଉ ସମ୍ମାନ କୁ ଘୋଡ଼େଇ ଦଉଛି।ମୁଁ ନିଜେ ଅନ୍ଧ ହୋଇ ଯାଉଛି ମମି।ମତେ ଭାରି ଅଣ ନିଃଶ୍ୱାସ ଲାଗୁଛି ତମେ କେମିତି ବୁଝି ପାରୁନ।ତମେ ନ କହିକି ଆଜି ଯାଏଁ ସବୁ ବୁଝି ଯାଉଥିଲ ଆଉ ଆଜି ମୁଁ ଚିତ୍କାର କରୁଛି ଆଉ ଆକୁଳ ହଉଛି ତଥାପି ତମେ ମତେ ଭୁଲ୍ ବୁଝୁଛ।ମୁଁ ନିଜେ ଏସବୁ ରୁ ମୁକ୍ତ ହବାକୁ ଚାହୁଁଛି।କହିବ ହେଲେ ସବୁ ଦିନ ପାଇଁ ମାମାଲି ଜୀବନ ରୁ ଚାଲି ଯିବି।ତମ ପାଇଁ ତା ଭଳିଆ ବନ୍ଧୁ କୁ ସହଜରେ ହରେଇ ଦେବି ହେଲେ ଏବେ ତ ଅନ୍ୟାୟ ହେଇଛି ନା ତା ସାଙ୍ଗେ ତାହା ପୁଣି ମୋ ପାଇଁ ,ଏବେ କୁହ କେମିତି ମୁଁ ଏ କଥାକୁ ଭୁଲି ଯିବି ଆଉ ସାଧାରଣ ବ୍ୟବହାର କରି ପାରିବି?ଯୋଗେଶ ଆଜି ଯାଏଁ ତା ପ୍ରେମ କୁ ମମି ବାବା ସାମ୍ନାରେ ଲୁଚେଇ ରଖିଛି।ତାର ସାହସ ନାହିଁ କି ଆଉ କଣ ଉଦ୍ଦେଶ୍ୟ କେଜାଣି କିନ୍ତୁ ସେ ବି ଅନ୍ୟ ପ୍ରେମିକ ମାନଙ୍କ ପରି ହୁଏ ତ ପରିସ୍ଥିତି ଆଉ ଘର ଲୋକଙ୍କ ସାମ୍ନାରେ ନିଜ ପ୍ରେମକୁ ଦୁର୍ବଳ କରି ଦିଏ।କଣ ସତରେ ସବୁ ପିଲା ସେମିତି?ଭଲ ତ ପାଇବେ,ତା ପାଇଁ ଜୀବନ ମରଣ ର ଦୁହାଇ ଦେବେ,ହେଲେ ଘର ଲୋକଙ୍କ ସାଙ୍ଗେ ଲଢ଼ିଲା ବେଳକୁ କେମିତି ଯେ ସେ ପ୍ରେମକୁ ଦୁର୍ବଳ କରି ଦିଅନ୍ତି!ଯୋଗେଶ ବି ତ ଠିକ୍ ସେମିତି ଦୁର୍ବଳ ହେଇ ଯାଉଛି।ଆଗକୁ କଣ ସେ ଲଢ଼ି ପାରିବ ମାମାଲି ର ପ୍ରେମ ପାଇଁ ମାମାଲି ପାଇଁ ,ତା ପ୍ରତି ଭଲ ପାଇବାକୁ ଦେଖେଇ ପାରିବ ତା ମମି ବାବା ସାମ୍ନାରେ?
ମମି କିନ୍ତୁ ସବୁ ଜାଣି ପାରୁଛନ୍ତି ଯୋଗେଶ ମନରେ କଣ ଅଛି।ଯାହା ହେଲେ ବି ମାଆ ନା,,ଯିଏ ନିଜ ଠାରୁ ବି ନିଜ ସନ୍ତାନ କୁ ବେଶୀ ଚିହ୍ନି ପାରନ୍ତି ସେ କେମିତି ବା ଅଛପା ହେବେ ଯୋଗେଶ ର ମନ କଥା ବିଷୟରେ।ହୁଏତ ଆଜି ନୁହଁ ବହୁତ୍ ବର୍ଷ ଆଗରୁ।ଗୋଟେ ମାଆ ବି ଭଲ ପାଇବାରେ ସ୍ବାର୍ଥପର।ସେ କେବେ ବି ଚାହେଁ ନାହିଁ କି ତା ଛୁଆ ତା ଠୁ ବେଶୀ ଆଉ କାହାକୁ ଭଲ ପାଉ ।ହୁଏ ତ ଏ ଭାବନା ତାଙ୍କ ମନରେ କିଛି ତିକ୍ତତା ଆଣି ଦେଇଥିବ।
      ମାମାଲି ମନରେ ଯୋଉ ସ୍ୱପ୍ନର ଫୁଲ ସବୁ କଢ ଧରିଥିଲା କାଲି କେମିତି ପାଖୁଡ଼ା ସବୁ ମେଲେଇ ଦେଇଥିଲେ।ସେ ରାତିରେ ଏକ ଅସୁମାରୀ ସ୍ବପ୍ନ ର ଦୁନିଆ କୁ ପଳେଇ ଥିଲା।ଯୋଗେଶ କୁ ନେଇକି ଯେଉଁ ସ୍ବପ୍ନ ସବୁ ର ଡେଣା କଟି ଯାଇଥିଲା କାଲି ନୂଆଁ ନୂଆଁ ଡେଣା କଅଁଳି ଉଠିଥିଲା।ଓଃ କି ସୁନ୍ଦର ସେ ସ୍ୱପ୍ନର ଦୁନିଆ!!ତାକୁ ଏ ସଂଘର୍ଷ ମୟ ନିଷ୍ଠୁର ସଂସାର ରୁ ଟାଣି ନେଇଥିଲା।ଠିକ୍ ସେ ପରି ରାଇଜ ପରି ଆଉ ଯୋଗେଶ ସେ ରାଜକୁମାର ଯିଏ କି ତାକୁ ଘୋଡାରେ ଆସି ସବୁ ଦୁଃଖକୁ ଘଉଡାଇ ନେଇ ଯାଇଥିଲା ସେ କଳ୍ପନା କଳ୍ପିତ ଖୁବ୍ ସୁନ୍ଦର ଦୁନିଆ କୁ।ସେ ରାତି ଅଧା ନିଦୁଆ ଆଖିରେ ଖୁବ୍ ସ୍ବପ୍ନ ଦେଖିଛି ହେଲେ ସକାଳୁ ତା ମୁହଁ ମଳିନ ପଡ଼ିବା ପରିବର୍ତ୍ତେ ସଦ୍ୟ ସତେଜ ଫୁଟିଲା ଗୋଲାପ ପରି ଚହକି ଉଠୁଛି।ହୁଏ ତ ବହୁତ୍ ଦିନ ପରେ ତା ମୁହଁରେ ଏମିତି ଖୁସି ଆଉ ଚମକ୍ ଦେଖିବାକୁ ମିଳିଥିଲା।ସେ ତ ଘରର ଖୁସି ନା?ତା ଖୁସିରେ ସମସ୍ତେ ଖୁସି ଆଉ ତା ମହକ ରେ ସମସ୍ତେ ମହକିତ।ତା ଟିକେ ଦୁଃଖ ପୁରା  ଅମାବାସ୍ୟାର ଅନ୍ଧାର ଠୁ ବି ଅଧିକ ଅନ୍ଧାର କରିଦିଏ ତାଙ୍କ ଘର କୁ ଆଉ ତାର ଖୁସି ର ପୂର୍ଣ୍ଣିମା ଚାନ୍ଦ କୁ ଦେଖି ସେ ପୂର୍ଣ୍ଣମୀର ଜହ୍ନ ବି ଢେର୍ ଫିକା ପଡ଼ିଯାଏ।