Nojoto: Largest Storytelling Platform

କବିତା ଗୋ ତୁମେ ପ୍ରେମିକା ଯେ ମୋର ନିଶ୍ୱ ଜୀବନର ସାଥୀ, ତ

କବିତା ଗୋ ତୁମେ ପ୍ରେମିକା ଯେ ମୋର
 ନିଶ୍ୱ ଜୀବନର ସାଥୀ,
ତୁମ ପାଇଁ ମୋର ପ୍ରେମ ଯେ ଅପାର
ଲେଖନୀ ମୁନ ତା ସାକ୍ଷୀ ।
କରି ପାରିବିନି ବ୍ୟକ୍ତ ଗୋ କବିତା
ତୁମେ ଯେ କେତେ ନିଜର,
ଅବାସ୍ତବ ମୁଁହି ତୁମବିନା ସତେ
ତୁମେ ହିଁ ସ୍ୱରୂପ ମୋର ।
ପ୍ରତିଟି ଶବଦ ନିରର୍ଥକ ଅବା 
ତୁମରି ବିନା ପରଶେ,
ଅନୁଭବ ସବୁ ସମର୍ପିତ ମୋର 
କବିତା ଗୋ ତୁମ ପାଶେ।

©SHRADDHAMAYI NAIK #ପ୍ରେମିକା

#ପ୍ରେମିକା

27 Views