Nojoto: Largest Storytelling Platform

ସ୍ପନ୍ଦନ ଅବୁଝା ମନକୁ ବୁଝେଇବ କିଏ ରାତିଦିନ ବିଚଳିତ ହେଉ

ସ୍ପନ୍ଦନ 

ଅବୁଝା ମନକୁ ବୁଝେଇବ କିଏ
ରାତିଦିନ ବିଚଳିତ ହେଉଛି 
କାହିଁକି କେଜାଣି ନିଶ୍ବାସଟି ଆଜି ଅଟକି ଯାଉଛି  
ଆଜି ସ୍ପନ୍ଦନ ଟା କାହିଁ ବଢ଼ି ବଢ଼ି ଯାଉଛି ।
ହସଖୁସି - ଅଭିମାନ ନାମ ପ୍ରେମ
କେତେବେଳେ କୌତୁହଳ ପୁଣି ନିଶବ୍ଦ 
ସପ୍ତ ରଙ୍ଗ ପ୍ରେମ ରଙ୍ଗଟି ଆଜି ବଦଳି ଯାଉଛି 
ଆଜି ସ୍ପନ୍ଦନ ଟା କାହିଁ ବଢ଼ି ବଢ଼ି ଯାଉଛି ।
ପ୍ରେମର ନାମ ଯଦି ବର୍ଷା ଅନ୍ଧାର ହୁଏ 
ସେ ପ୍ରେମରେ ମୁଁ ଭିଜିଛି ମୁଁ ହଜିଛି 
ହାତ ପାପୁଲିରୁ ହାତଟି ଆଜି ଦୂରେଇ ଯାଉଛି
ଆଜି ସ୍ପନ୍ଦନ ଟା କାହିଁ ବଢ଼ି ବଢ଼ି ଯାଉଛି ।
ଶ୍ରାବଣ ବର୍ଷାରେ ପ୍ରଥମ ଆମ ଭେଟ 
ଠିକଣା ଉଢ଼ାଳି କରିଦେଲ ନାଟ 
ଜୀବନ ରାସ୍ତାର ପାଦଟି ଆଜି ପଛକୁ ଫେରୁଛି 
ଆଜି ସ୍ପନ୍ଦନ ଟା କାହିଁ ବଢ଼ି ବଢ଼ି ଯାଉଛି ।
ବସନ୍ତ ଋତୁରେ ସଜେଇ ମୁଁ ଦେବି 
ଗୋଲାପ -ମଲ୍ଲି ମାଳ ସାଇତି ରଖିଛି  
ହରେଇବା ଡ଼ରଟି ଆଜି ମତେ ଖାଇ ଯାଉଛି 
ଆଜି ସ୍ପନ୍ଦନ ଟା କାହିଁ ବଢ଼ି ବଢ଼ି ଯାଉଛି ।
ମୋ ନିରବତାକୁ ନେଇ ସନ୍ଦେହ କରଯେ 
ଠିକଣା ଦେଉଛି ପଚାରିବ ପ୍ରଶ୍ନ ଯେତେ
ହୃଦୟର କଷ୍ଟ ଆଖିର ଲୁହକୁ ଚିହ୍ନିଛି କେତେ 
ଆଜି ସ୍ପନ୍ଦନ ଟା କାହିଁ ବଢ଼ି ବଢ଼ି ଯାଉଛି ।
ରାଧାକୃଷ୍ଣ - ସୀତାରାମଙ୍କ ପ୍ରେମ କାହାଣୀ ଶୁଣିଛି
ହୃଦୟକୁ ପଥର କରି ହଜିଥିବା ସ୍ବପ୍ନ କାହାଣୀ ବି ଶୁଣିଛି 
ଆଜି କାହିଁ ତୁମକୁ ହିଁ ଏ ହୃଦୟ ଖୋଜୁଛି  
ଆଜି ସ୍ପନ୍ଦନ ଟା କାହିଁ ବଢ଼ି ବଢ଼ି ଯାଉଛି ।

                     ।।ଜୟ ଜଗନ୍ନାଥ।।
TRUE LOVE STORIES NEVER HAVE ENDING❣️.

©Paresh Kumar Sethy #HappyRoseDay TRUE LOVE STORIES NEVER HAVE ENDING❣️.

#HappyRoseDay TRUE LOVE STORIES NEVER HAVE ENDING❣️. #କବିତା

126 Views