Nojoto: Largest Storytelling Platform

[ମୋ ନୀଳ ଚନ୍ଦ୍ରମା ] ହେ ମୋର ଚନ୍ଦ୍ରମା, ମୋ ନୀଳ ଚନ୍ଦ୍

[ମୋ ନୀଳ ଚନ୍ଦ୍ରମା ]

ହେ ମୋର ଚନ୍ଦ୍ରମା,  ମୋ ନୀଳ ଚନ୍ଦ୍ରମା
    ତୁମେ ନୀଳ ଆକାଶର,  ଅସରନ୍ତି ସୁଷମା ।
 ଆହା କି ମନୋହର,    ତୁମରି ଶରୀର। 
    ତୁମେ ସତେ ଗୋ,  ଦୀପାଲୋକର  ଭଣ୍ଡାର।
ଲୁଚନାହିଁ ତୁମେ ଗୋ,  ବାଦଲ ଉହାଡେ
    ଅସ୍ଥିରତା ଭରନାହିଁ,  ମୋ ଜୀବନ ମୋଡେ।
    ଝୁରେ କାହିଁ ତୁମକୁ ମୁଁ,  ଅନ୍ଧାରେ ଗୋ ଶଶୀ
      ମୋ ପ୍ରେମ ଅଳସି ତୁମେ, ମୋ ମନ ମାନସୀ।
   ଲକ୍ଷେ ତାରା ତୁଚ୍ଛ ସତେ,ତୁମେ ପାଖେ ଥିଲେ
        ସୁନ୍ଦର ଯେମିତି ଦିଶେ କଇଁ, ଥିଲେ ସେତ ଜଳେ।
ବାମନଟେ ହେଲେବି ମୁଁ, ସ୍ୱଚ୍ଛ ମୋର ମନ
 ମୋ ହୃଦୟର ଦୀପଶିଖା, ସଦା ତୁମେ ଜହ୍ନ।
ସମ୍ପର୍କର ଦୂରତା ଆମ, ଯେତେଦୂର ଥାଉ 
ବନ୍ଧନରେ ଆମ କାହା ,ଅଙ୍କୁଶ ନ ଲାଗୁ।  
  ମୋ ବିଶ୍ୱାସ ଶରସୀରେ, ତୁମେ ଇନ୍ଦୁ କମଳ
ଫୁଟି ହସୁଥାଅ ତୁମେ, ମୁ ହୁଏ କଲବଲ।   
  କଳ୍ପନା ଇନ୍ଦ୍ରଧନୁ ରେ ,ତୁମେ ଅଟ ସପ୍ତରଙ୍ଗୀ 
 ବିଶ୍ୱାସକୁ କେବେ ମୋର , ଯିବ ନାହିଁ ଭାଙ୍ଗି।
 ତୁମେ ଗୋ ବାନ୍ଧବୀ ମୋର, ସୁଖରେ ସୁଖରେ
ତୁମଠାରେ ଅର୍ଘ୍ୟଢ଼ାଲେ, ମୁ ସଞ୍ଜ ସକାଳେ।

©Iswar Meher Mo Neela chandrama

#Nature♥️
[ମୋ ନୀଳ ଚନ୍ଦ୍ରମା ]

ହେ ମୋର ଚନ୍ଦ୍ରମା,  ମୋ ନୀଳ ଚନ୍ଦ୍ରମା
    ତୁମେ ନୀଳ ଆକାଶର,  ଅସରନ୍ତି ସୁଷମା ।
 ଆହା କି ମନୋହର,    ତୁମରି ଶରୀର। 
    ତୁମେ ସତେ ଗୋ,  ଦୀପାଲୋକର  ଭଣ୍ଡାର।
ଲୁଚନାହିଁ ତୁମେ ଗୋ,  ବାଦଲ ଉହାଡେ
    ଅସ୍ଥିରତା ଭରନାହିଁ,  ମୋ ଜୀବନ ମୋଡେ।
    ଝୁରେ କାହିଁ ତୁମକୁ ମୁଁ,  ଅନ୍ଧାରେ ଗୋ ଶଶୀ
      ମୋ ପ୍ରେମ ଅଳସି ତୁମେ, ମୋ ମନ ମାନସୀ।
   ଲକ୍ଷେ ତାରା ତୁଚ୍ଛ ସତେ,ତୁମେ ପାଖେ ଥିଲେ
        ସୁନ୍ଦର ଯେମିତି ଦିଶେ କଇଁ, ଥିଲେ ସେତ ଜଳେ।
ବାମନଟେ ହେଲେବି ମୁଁ, ସ୍ୱଚ୍ଛ ମୋର ମନ
 ମୋ ହୃଦୟର ଦୀପଶିଖା, ସଦା ତୁମେ ଜହ୍ନ।
ସମ୍ପର୍କର ଦୂରତା ଆମ, ଯେତେଦୂର ଥାଉ 
ବନ୍ଧନରେ ଆମ କାହା ,ଅଙ୍କୁଶ ନ ଲାଗୁ।  
  ମୋ ବିଶ୍ୱାସ ଶରସୀରେ, ତୁମେ ଇନ୍ଦୁ କମଳ
ଫୁଟି ହସୁଥାଅ ତୁମେ, ମୁ ହୁଏ କଲବଲ।   
  କଳ୍ପନା ଇନ୍ଦ୍ରଧନୁ ରେ ,ତୁମେ ଅଟ ସପ୍ତରଙ୍ଗୀ 
 ବିଶ୍ୱାସକୁ କେବେ ମୋର , ଯିବ ନାହିଁ ଭାଙ୍ଗି।
 ତୁମେ ଗୋ ବାନ୍ଧବୀ ମୋର, ସୁଖରେ ସୁଖରେ
ତୁମଠାରେ ଅର୍ଘ୍ୟଢ଼ାଲେ, ମୁ ସଞ୍ଜ ସକାଳେ।

©Iswar Meher Mo Neela chandrama

#Nature♥️
iswarmeher6584

Iswar Meher

New Creator