Nojoto: Largest Storytelling Platform
iswarmeher6584
  • 7Stories
  • 6Followers
  • 52Love
    0Views

Iswar Meher

  • Popular
  • Latest
  • Video
2b6449530dee39b5e201d23ebe2927a5

Iswar Meher

[ମୋ ନୀଳ ଚନ୍ଦ୍ରମା ]

ହେ ମୋର ଚନ୍ଦ୍ରମା,  ମୋ ନୀଳ ଚନ୍ଦ୍ରମା
    ତୁମେ ନୀଳ ଆକାଶର,  ଅସରନ୍ତି ସୁଷମା ।
 ଆହା କି ମନୋହର,    ତୁମରି ଶରୀର। 
    ତୁମେ ସତେ ଗୋ,  ଦୀପାଲୋକର  ଭଣ୍ଡାର।
ଲୁଚନାହିଁ ତୁମେ ଗୋ,  ବାଦଲ ଉହାଡେ
    ଅସ୍ଥିରତା ଭରନାହିଁ,  ମୋ ଜୀବନ ମୋଡେ।
    ଝୁରେ କାହିଁ ତୁମକୁ ମୁଁ,  ଅନ୍ଧାରେ ଗୋ ଶଶୀ
      ମୋ ପ୍ରେମ ଅଳସି ତୁମେ, ମୋ ମନ ମାନସୀ।
   ଲକ୍ଷେ ତାରା ତୁଚ୍ଛ ସତେ,ତୁମେ ପାଖେ ଥିଲେ
        ସୁନ୍ଦର ଯେମିତି ଦିଶେ କଇଁ, ଥିଲେ ସେତ ଜଳେ।
ବାମନଟେ ହେଲେବି ମୁଁ, ସ୍ୱଚ୍ଛ ମୋର ମନ
 ମୋ ହୃଦୟର ଦୀପଶିଖା, ସଦା ତୁମେ ଜହ୍ନ।
ସମ୍ପର୍କର ଦୂରତା ଆମ, ଯେତେଦୂର ଥାଉ 
ବନ୍ଧନରେ ଆମ କାହା ,ଅଙ୍କୁଶ ନ ଲାଗୁ।  
  ମୋ ବିଶ୍ୱାସ ଶରସୀରେ, ତୁମେ ଇନ୍ଦୁ କମଳ
ଫୁଟି ହସୁଥାଅ ତୁମେ, ମୁ ହୁଏ କଲବଲ।   
  କଳ୍ପନା ଇନ୍ଦ୍ରଧନୁ ରେ ,ତୁମେ ଅଟ ସପ୍ତରଙ୍ଗୀ 
 ବିଶ୍ୱାସକୁ କେବେ ମୋର , ଯିବ ନାହିଁ ଭାଙ୍ଗି।
 ତୁମେ ଗୋ ବାନ୍ଧବୀ ମୋର, ସୁଖରେ ସୁଖରେ
ତୁମଠାରେ ଅର୍ଘ୍ୟଢ଼ାଲେ, ମୁ ସଞ୍ଜ ସକାଳେ।

©Iswar Meher Mo Neela chandrama

#Nature♥️

Mo Neela chandrama Nature♥️ #Love

2b6449530dee39b5e201d23ebe2927a5

Iswar Meher

#@ମୋ ସୁନା ଭାଉଜ @#

ପନତକାନି ରେ କର ତୁମେ ନିଜର
ସତେ କି ଯଶୋଦା ମାଆ,
ଭୁଲିବି କେମିତି ତୁମ ସ୍ନେହ ପ୍ରିତି
ତୁମେ ମୋ ଶୀତଳ ଚନ୍ଦ୍ରମା ।
ମାପି କି ପାରିବି ଆଉ କହାସାଥେ
ମୁଁ ତୁମର ଗେହ୍ଲା ଧନ,
ଯେବେ ସ୍ନେହ କର ନିଜଠୁ ଅଧିକ
ମୁଁ ଭାବେ ତୁମ ସନ୍ତାନ ।
ପର ଜନ୍ମରେ ଥିଲା କି ସମ୍ପର୍କ
ଏ ଜନ୍ମ ରେ ହେଲ ନିଜର,
କର୍ତ୍ତବ୍ୟ ତୁମର କରିବେନି ହେଲା 
କରିବନି କେବେ ପର  ।
କାହାପାଇଁ ଆଉ ମନ୍ଦିର ମୁ ଯିବି
ତୁମେ ମୋ ଜିଅନ୍ତା ଦେବୀ,
ଭାଇ ମୋର ପିତା ତୁମେ ମୋର ମାତା
ପୂଜିବି ତୁମକୁ ନୀତି ।
ଚରଣ ଯୁଗଲେ ଥିବି ମୁଣ୍ଡପାତି
ଦେବ ମୋତେ ସ୍ନେହ ,ଶ୍ରଦ୍ଧା,
ତୁମ ଆର୍ଶିବାଦେ ହେବି ମୁଁ ବଡ଼
ମୋ ମନେ ଦେବନି ବାଧା ।
ମୋ ଦୁଃଖରେ ଦୁଃଖୀ ହୋଇଥାଅ 
ମୋ ସୁଖ ରେ ହୁଅ ସୁଖି,
ନୁହେ କି ତୁମେ ମୋ ଯୋଶୋଦା ମା '
ହୋଇନ ପାରିଲେ ଦେବକୀ ।
ଭଲପାଇବା ରେ ବାନ୍ଧି ରଖିଥିବ
ହେଲେ ମୁଁ ଯେତେ ଦୁଷ୍ଟ
ସବୁବେଳେ ମତେ ଶିଖାଉ ଥିବ
କହିବାକୁ ସଦା ମିଷ୍ଟ ।

©Iswar Meher woq

#ମୋ ସୁନା ଭାଉଜ

woq #ମୋ ସୁନା ଭାଉଜ

2b6449530dee39b5e201d23ebe2927a5

Iswar Meher

ସମୟ ଯାଇଛି ଚାଲି

ଦିନେ ଆସିଥିଲା  ସମୟ ପାଖକୁ
କହିଲା ମୁଁ, ମୂଲ୍ୟବାନ ',
ହସୁଥିଲି ହସ  ସମୟ କି ବଡ଼
ନଦେଇ ତାହାକୁ ଧ୍ୟାନ ।
ପାଖେପାଖେ ଥିଲା  ସଦା କହୁଥିଲା
ସଦୁପଯୋଗ ମୋ କର,
ଥରେ ଚାଲିଗଲେ   ଆସିବିନି ଫେରି
କହିବନି କଲା ପର ।
ଚଗଲା ମୋ ମନ  ବୁଝିଲାନି କିଛି
ସମୟ କି ବଡ଼ ମୋ ଠାରୁ ?
କେତେ ଯେ ସମୟ  ଗଲାଣିତ ଚାଲି
କ'ଣ ହେଇଛି କି ସେଥିରୁ ?
ଭର୍ସନା ଯେ କେତେ  କରିଛି ତାହାକୁ
କରିନି କେବେ ଖାତିରି,
ହସି ଉଡାଇଛି  ତାହାରି କଥାକୁ
ଟିକିଏ ବି ଭାବିନାହି ।
ଆୟୁଷ ସିନା ମୋ   ବଢ଼ି ବଢ଼ି ଗଲା
ସମୟ ଚାଲିଲା ସରି..
ତଥାପି ସମୟ  କହେ ଥର ଥର
ଗଲେ ଆସିବିନି ଫେରି।
ଧିକ୍ ରେ ଜୀବନ  କଲୁ ଏ କି କାମ
ବୁଝିଲୁ ନାହିଁ କି ତାକୁ,
ଗୋଟିଏ ମୁହୂର୍ତ୍ତ  ଅଟେ କି ଅମୂଲ୍ୟ
ଫେରି ପାଇବୁକି ଆଉ ।
ହଜିଲା ସମୟ  ଫେରି କି ଆସିବ
ଥରେ ଚାଲିଗଲେ ଭାଇ,
ସୁଖକୁ ଜାବୁଡ଼ି  ଯେତେ ଧରିଥିଲେ
ଦୁଃଖ ଆସିଯିବ ସେହି ।
ଦିନ ତ ଆସିବ  ଏମିତି ହୋଇବ
ସମୟକୁ ହେବୁ ଭାଲି,
ଭାଗ୍ୟକୁ କହିବୁ  ନିଜକୁ ନିନ୍ଦିବୁ
ସମୟ ଯାଇଛି ଚାଲି ।

©Iswar Meher TIME WASTE IS LIFE WASTE..

#ishu

TIME WASTE IS LIFE WASTE.. #Ishu #Life

2b6449530dee39b5e201d23ebe2927a5

Iswar Meher

କଁଅଳ ଶିଶୁକନ୍ୟାର କରୁଣ ଚିତ୍କାର

ମୁଁ ବଞ୍ଚିବାକୁ ଚାହେଁ , ମତେ ବଞ୍ଚିବାକୁ ଦିଅ..
ମୋ ଇଚ୍ଛା ଦୁନିଆକୁ , ମତେ ଦେଖିବାକୁ ଦିଅ. ।
ମୁଁ ନିଷ୍ପାପ କନ୍ୟା ଟିଏ , ମତେ ପାପି କୁହନା
ମୁଁ ଆଶାର ଦୀପଟିଏ , ମୋତେ ଲିଭେଇ ଦିଅନା. ।
ମୋ ଜନ୍ମିବା ବୋଝ ନୁହଁ , କାହିଁ ଏତେ ଘୃଣା କର..
ମୁଁ ଡଷ୍ଟବିନ୍ ର ଅଳିଆ ନୁହଁ , କଣ ପାଇଁ ଫିଙ୍ଗିଦିଅ ?
ମୁଁ ଗୋଟିଏ ସୁଯୋଗ ଚାହେଁ , ବାସ୍ ଭ୍ରୁଣହତ୍ୟା କରନା
ମୁଁ ସେହି ଶିକ୍ଷା ଚାହେଁ  ,  ବାସ୍ ନାରୀତ୍ଵ ହରାଇନା. ।
ମୁଁ ସମାଜର କଳଙ୍କ ନୁହଁ , କରନା ମୋତେ କଳଙ୍କିତ..
ମୁଁ ଖେଳିବା କଣ୍ଢେଇ ନୁହଁ , ଖେଳନା ମୋ ସହିତ . ।
ପାଦେ ପାଦେ ଏଠି କାମରାକ୍ଷସ , ସବୁଦିନ ବଳୀ ମୋର
କାମୁକ ଭୋକ ମେଣ୍ଟାଇବା , ବଳାକ୍ତାର ମୋ ଶରୀର. ।
କଳୁଷିତ ଏହି ସମାଜ ରେ , କଳଙ୍କ ଯେ ସବୁ ମୋର..
ନ୍ୟାୟ, ଅନ୍ୟାୟ  ବିଚାରେ କିଏ, ଆଇନ ତ ଏଠି ବଧିର ।
କାମନାର ଏହି ଜଟିଳ ରଜ୍ଜୁରୁ, ମୁକ୍ତି ନାହିଁ କି ମୋର..
କ'ଣ କେବେ ବୁଝିବନି ସମାଜ, ନାରୀ ଜନ୍ମର ସାର ।
ଭାବନାହିଁ କେହି ଅଭିଶାପ , ଜନ୍ମମୋର ବରଦାନ..
ମୁଁ ବି କାହାର ଭଉଣୀ, ମାଆ, ଏହା କି ତୁମେ ନ ଜାଣ।
କନ୍ୟରୂପେ ମୁହିଁ ଲକ୍ଷ୍ମୀ ଟିଏ , କରନାହିଁ ଅନାଦର..
ଦୁର୍ଗାରୂପେ ମୁ ଶକ୍ତି ସ୍ୱରୂପା, କରନାହିଁ ହତାଦର. ।
ମୁଁ ନୁହଁ ଅବଳା, ଦୂର୍ବଲା , ଭାବନହିଁ ଶକ୍ତିହୀନ..
ରାଗିଲେ ମୁ କାଳୀ,ଚଣ୍ଡିକା , କରିବି ମୁଣ୍ଡହୀନ. ।

©Iswar Meher
  write' for girls child ,।।

write' for girls child ,।। #Society

2b6449530dee39b5e201d23ebe2927a5

Iswar Meher

∆∆ ବାକି ଅଛି କିଛି ∆∆

ବାକି ଅଛି କିଛି, ଗୁଡ଼ାଏ ପ୍ରଶ୍ନର
ଉତ୍ତର ଯେ ପାଇବାକୁ..
ବାକି ଅଛି କିଛି, ନିଦୁଆ ସପନ 
ରାତିନାହିଁ ଦେଖିବାକୁ...।
ବାକି ଅଛି କିଛି, ବିଚ୍ଛିନ୍ନ ସମ୍ପର୍କ
କରିବାକୁ ଏକାକାର..
ବାକି ଅଛି କିଛି, ବେସୁରା ସଙ୍ଗୀତ
ଦେବାକୁ ହେବ ତା' ସ୍ୱର...।
ବାକି ଅଛି କିଛି, ଚାଲିବାକୁ ବାଟ
ସରିବା ପର୍ଯ୍ୟନ୍ତ ରାସ୍ତା..
ବାକି ଅଛି କିଛି, ଜୀବନ ସଉଦା
ମହଙ୍ଗା ହେଉ କି ଶସ୍ତା...।
ବାକି ଅଛି କିଛି, ଅମଙ୍ଗ ଦାୟିତ୍ୱ
ତୋଲାଇବା ହେବ ମୋତେ..
ବାକି ଅଛି କିଛି, ଓଲଟା ସମୟ
ସଜାଡିବା ହେବ ମୋତେ...।
ବାକି ଅଛି କିଛି, ନିବୁଜ ଦରଦ
କାନ୍ଦିବାକୁ ମନ ଥରେ..
ବାକି ଅଛି କିଛି, ଅଭୁଲା ସେ ସ୍ମୃତି
ମୋ ମନ କାନଭାସ୍ ...।

©Iswar Meher something is wait...

#Hope

something is wait... #Hope #Life

2b6449530dee39b5e201d23ebe2927a5

Iswar Meher

"*"भाबी मेरा कैसी होगी"*"

दोस्तो के जैसे साथ  देना..
बहन की  जैसे दुआ करना..

मां की जैसी प्यार देना
हर मुस्किल मैं खड़ी होगी
              भाबी मेरा वैसी होगी....।

घर मैं सबका ख्याल रखना..
सबकी जिम्मेदारी खुशी से लेना..

हर खुशी की वजह बनना
काम से सबकी यारी होगी
              भाबी मेरा वैसी होगी....।

बातों मैं किसीका हानि न हो..
ध्यान से किसीका कमी न हो..

चांद से भी अधिक प्यारी हो
जरुरतें सबका समझ लेगी
              भाबी मेरा वैसी होगी....।

मां लक्ष्मी की रूप मैं आना..
पसंदीदा खाना परोस देना..

ममता की मोती बारिश करना
हरपल चेहरे मैं मुस्कान होगी
                 भाबी मेरा वैसी होगी....।

©Iswar Meher भावी।।। Emotion

#super sister in law

भावी।।। Emotion #super sister in law #Poetry

2b6449530dee39b5e201d23ebe2927a5

Iswar Meher

#ବନ୍ଧୁ ପରି ବନ୍ଧୁଟିଏ#

ପଥହରା ଦିଗହର ଆଶାହରା ଜୀବନେ,,
ଆସନ୍ତା ନାହିଁ କି ଫେରି ଏମିତି ବନ୍ଧୁ ଜଣେ
ଯିଏ ଶିଖାଇ ଦିଅନ୍ତେ 
ହସ ମନଖୋଲା ,,
ଯିଏ ଦେଖାଇ ଦିଅନ୍ତେ 
ବଞ୍ଚିବାର କଳା ।
ପଥଚ୍ୟୁତ ଜୀବନେ ମୋ,ଧରି ନିଅନ୍ତେ ହାତ
ସବୁଦିନ ଚାଲନ୍ତି ସାଥେ,ମରିବା ପର୍ଯ୍ୟନ୍ତ,,
ଯାହାଙ୍କ କଥାରେ ଥାନ୍ତା
ଅମୃତର ବାଣୀ,,
ଯାହାକୁ ପାନ କରି ମୁ
ହୋଇଯାଆନ୍ତି ଋଣୀ ।
ବନ୍ଧୁ ସିନା ବୁଝନ୍ତି ବନ୍ଧୁ ମନର ବେଦନା,,
ଆଉ କିଏ ବୁଝିବ କୁହ, କରେ ଯେ ଛଳନା
ସେ ଏକ ବିଶ୍ବାସୀ ମୋର
ହୃଦୟର ସାଥୀ,,
ତାଙ୍କବିନା ଚଲାପଥ
ଶୁନ୍ୟ ଅନୁଭୁତି ।
ବନ୍ଧୁତ୍ୱ କେବେ ବୁଝେନାହି, ଧନୀ କି ଗରିବ,,
ଖୋଜେ ସେ କେବଳ ଏକ, କୋମଳ ହୃଦୟ
ସୃଷ୍ଟି କେବେ ବାନ୍ଧେ ନାହିଁ
ଏମିତି ବନ୍ଧନ ଇଏ,,
ମୂଲ୍ୟ ନାହିଁ ଏ ସମ୍ପର୍କର
ବନ୍ଧୁ ପରି ବନ୍ଧୁଟିଏ ।

©Iswar Meher A friend never be alone when a freind with him...

#friendship❤️

A friend never be alone when a freind with him... friendship❤️ #Love #ବନ୍ଧୁ


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile