Nojoto: Largest Storytelling Platform
prashantakumarsa9993
  • 53Stories
  • 30Followers
  • 657Love
    28.7KViews

Prashanta Kumar Sahu

  • Popular
  • Latest
  • Video
3c73f5ec151a9a3a81df5a3d536de1cc

Prashanta Kumar Sahu

#Sadmusic
3c73f5ec151a9a3a81df5a3d536de1cc

Prashanta Kumar Sahu

White ମୋ ଜହ୍ନ ଆଜି ରୁଷିଛି !
ସେ  ମୋ ପାଗଳାମିର ମୁକସାଖୀ 
ମୋ ପିଲାଳିଆମିରେ 
ତା ମନ ଯାଏ ଲାଖି ।
ସମୟର ଜୀବନ ନାଟିକାରେ 
ମୋ ଜହ୍ନ ଆଜି ରୁଷିଛି !
ସେ ମୋ ସୁଖର ସାଥୀ
ସେ ମୋ ଦୁଃଖର ସାଥୀ
ଅଜଣା ସେ 
ଯାଯାବର ବାଦଲର ଭୟରେ ?
ମୋ ଜହ୍ନ ଆଜି ରୁଷିଛି !
ସେ ମୋ ଅଭୁଲା ସନ୍ତକ 
ସେ ମୋ ଅଲେଖା ପୁସ୍ତକ 
ମୋହ ମାୟାର 
ଅଛିଣ୍ଡା ବନ୍ଧନର ପସାପାଲିରେ ?
ମୋ ଜହ୍ନ ଆଜି ରୁଷିଛି !
ସେ ମୋ ଆଜୀବନ ସଖା 
ସେ ମୋ  ଜୀବନରେଖା 
ହୁଏତ ସପନ ରାଇଜରେ
ଭାବି ଜୀବନସାଥୀ 
ହେବାର ଲାଜରେ?
ନା ମାନ ଅଭିମାନର ଲୁଚକାଳିରେ !
ମୋ ଜହ୍ନ ଆଜି ରୁଷିଛି !
@ ପ୍ରଶାନ୍ତ କୁମାର

©Prashanta Kumar Sahu #love_shayari
3c73f5ec151a9a3a81df5a3d536de1cc

Prashanta Kumar Sahu

#GoldenHour
3c73f5ec151a9a3a81df5a3d536de1cc

Prashanta Kumar Sahu

#Emotional
3c73f5ec151a9a3a81df5a3d536de1cc

Prashanta Kumar Sahu

ବନ୍ଧନ ଏଇ ବନ୍ଧନ
ସତେ କି
ଏଇ ସେ ଅତୁଟ ବନ୍ଧନ ।
ସପନ ଏଇ ସପନ 
ସତେ କି 
ଏଇ ସେ  ଅଜଣା ସପନ ।
ସଂପର୍କ ଏଇ ସଂପର୍କ
ସତେ କି 
ଏଇ ସେ ଅଭୁଲା ସଂପର୍କ ।
ଭାବନା ଏଇ ଭାବନା
ସତେ କି
ଏଇ ସେ  ଅସରନ୍ତି ଭାବନା ।
ପ୍ରେମ ଏଇ ପ୍ରେମ
ସତେ କି 
ଏଇ ସେ  ଅକ୍ଷୟ ପ୍ରେମ ।

©Prashanta Kumar Sahu
  #Flower
3c73f5ec151a9a3a81df5a3d536de1cc

Prashanta Kumar Sahu

ତୁମେ ଯଦି
 ମୋ ରାତ୍ରୀର ନିରବତା ସାଜନ୍ତ?
ମୁଁ  ତୁମ ପାଇଁ 
ଦିନର କୋଳାହଳ ହୁଅନ୍ତି !!
ତୁମେ ଯଦି
ମୋ ଆତ୍ମିୟତାର ନିଦର୍ଶନ ସାଜନ୍ତ ?
ମୁଁ ତୁମ ପାଇଁ 
ବନ୍ଧୁତାର ସେତୁବନ୍ଧ ହୁଅନ୍ତି !!
ତୁମେ ଯଦି
 ମୋ ସ୍ୱପ୍ନର ପରିବଦ୍ଧତା ସାଜନ୍ତ ?
 ମୁଁ ତୁମ ପାଇଁ
ଜୀବନର  ପରିପୂର୍ଣ୍ଣତା ହୁଅନ୍ତି !!

©Prashanta Kumar Sahu
  #thelunarcycle
3c73f5ec151a9a3a81df5a3d536de1cc

Prashanta Kumar Sahu

ତୁ ଥିଲୁ ମୁଁ ଥିଲି 
ଆଉ
ଆମ ଭିତରେ 
ଥିଲା
ଏକ ଅଜଣା ସଂପର୍କ !
ତୋର ପିଲାଳିଆମି
ଆଉ 
ମୋର ପାଗଳାମି
ଆମ ଦୁହିଁଙ୍କ
ଭିତରେ 
ଗଢି ଉଠିଥିଲା
ଏକ 
ଅଭୁଲା ବନ୍ଧୁତା !!
ଆଜି 
ମୁଁ ତ ଅଛି 
ତୁ ତ ନାହୁଁ 
ଖାଲି 
ଯା ଛାଡିଯାଇଛ
କିଛି 
ଅଦେଖା 
ଲୁହର ସନ୍ତକ ?

©Prashanta Kumar Sahu
3c73f5ec151a9a3a81df5a3d536de1cc

Prashanta Kumar Sahu

ଜୀବନର କେତେ ଯେ ରଙ୍ଗ
କେବେ ସଭିଏଁ ନିଜର 
ଆଉ 
କେବେ ଆପଣାର ସାଜେ ପର !
ସତ କଣ ଜାଣିଛ
ମୁଁ ହିଁ  ମୋ ଜୀବନର 
ଏକମାତ୍ର ମୁକ ସାଖୀ !
ଦିନେ 
ଏ ହୃଦୟରେ 
ଭରିଥିବା ଆତ୍ମୀୟତା 
ଆଜି 
ମୋ  ବିଶ୍ୱାସରେ 
ବିଷର ଜ୍ୱାଳା ଭରି ଦେଇଛି !
ଅନେକ କିଛି 
ଲେଖା ଥିବା
ଏ ରଙ୍ଗୀନ ଜୀବନଟା
ଆଜି
ସାଧା କାଗଜ ପାଲଟି ଯାଇଛି ....
ହଁ 
ମୁଁ ଆଜି 
ସଂପୂର୍ଣ୍ଣ ଏକୁଟିଆ ହୋଇଯାଇଛି  ।
@ ପ୍ରଶାନ୍ତ କୁମାର

©Prashanta Kumar Sahu
  #PhisaltaSamay
3c73f5ec151a9a3a81df5a3d536de1cc

Prashanta Kumar Sahu

#romanticmusic
3c73f5ec151a9a3a81df5a3d536de1cc

Prashanta Kumar Sahu

#SadStorytelling
loader
Home
Explore
Events
Notification
Profile