Nojoto: Largest Storytelling Platform
dillipkumarnaik5316
  • 11Stories
  • 36Followers
  • 70Love
    0Views

Dillip Kumar Naik

I am a student of +3 second year Geology (Hons. ) from DD auto college keonjhar. I have intrested in Acting, Lyrisist, Cinematography, Phattography, Study..

  • Popular
  • Latest
  • Video
3f4687481845aece9b20e376c569d2b9

Dillip Kumar Naik

ଯେତେ ଦିନ ଅଛି ମୋ ଦେହରେ ଶକ୍ତି 
                              ଯେତେ ଦିନ ଅଛି ବଳ..
ତୋରି ନାଁ ରେ ଲେଖିବି କବିତା 
                               ଗାଇବି ମୁଁ ଅନର୍ଗଳ... 


                            ଦିଲ୍ଲୀପ କୁମାର ନାଏକ 
                                         (କୋଳିମାଟି )

8 Love

3f4687481845aece9b20e376c569d2b9

Dillip Kumar Naik

ଇଛାହୁଏ ବେଳେବେଳ       ଜୀଇଁବାକୁ ସବୁବେଳେ
ଖୁସିରେ ଗାଇ ଗାଇ ଗୀତ 
ଉଡିଯାଆନ୍ତି କି                     ସୁନୀଳ ଆକାଶେ 
   ନ ମାନି ଖରା କି ଶୀତ.... 

ବିଞ୍ଚିଦିଅନ୍ତି କି                              ଫଗୁଣର ଫଗୁ 
ଶ୍ରାବଣର ବର୍ଷା ବିନ୍ଦୁ ରେ 
ବରଷି ଯାଆନ୍ତା                         ହୋଲି ରଙ୍ଗ ପରି 
ଏଇ ମୋ ଫିକା ଦେହରେ 
 
ଖୋଲିଦିଅନ୍ତି କି                           ଘୃଣା ର ଝରକା 
ପ୍ରେମଆଲୋକ ଟିକେ ପାଇଁ 
ମଳୟ ପବନ                            ସାଥିରେ ଆସନ୍ତା 
ବହିଯାଆନ୍ତା  ସାଇଁ ସାଇଁ 

ଭାଙ୍ଗିଦିଅନ୍ତି  କି                          ଦୁର୍ନୀତି ପ୍ରାଚୀର 
ଅହିଂସା ଅସ୍ତ୍ରକୁ ଧରି 
ଆଶାର ଆଲୋକ                      ପ୍ରକାଶି ଯାଆନ୍ତା 
         ଖାତିରି କାହାକୁ ନ କରି .......



ଶାୟର- ଦିଲ୍ଲୀପ କୁମାର ନାଏକ ଇଛା ହୁଏ    ବେଳେ ବେଳେ.........

ଇଛା ହୁଏ ବେଳେ ବେଳେ......... #Shayari

5 Love

3f4687481845aece9b20e376c569d2b9

Dillip Kumar Naik

କେମିତି ଭୁଲିଲୁ           ଦେଇଥିବା କଥା 
କେମିତି ଭୁଲିଲୁ ପ୍ରେମ 
କେମିତି ଭାଙ୍ଗିଲୁ           ଆମ ଏ ସମ୍ପର୍କ
କେମିତି ଦେଲୁ ତୁ ନାମ 

ବିଚରା ହୃଦୟ            ଯାଇଥିଲା ଭୁଲି 
କିଏ ଭଲ କିଏ ମନ୍ଦ 
ଆଜି ମୁଁ ବୁଝୁଛି     ତୁ ବେଇମାନି ବୋଲି 
ମନେ ଆଉ ନାହିଁ ଦ୍ୱନ୍ଦ୍ୱ 

ହେଇଥାଇ ପାରେ       ପ୍ରେମ ଅନ୍ଧ ଏଠି 
କିନ୍ତୁ ତମେ ତ ଅନ୍ଧ ନ ଥିଲ 
ଦେଖୁ ଦେଖୁ କାଇଁ      ଦିନ କେଇଟାରେ 
ତୁମେ ତ ବଦଳିଗଲ 

ଦୋଷ ଦେବିନି ପ୍ରିୟା    ତମକୁ ମୁଁ କେବେ 
ଧୋକା ଦେଇଥିଲ  ବୋଲି 
ପଂହଁରା  ନ ଜାଣି ମୁଁ      ଉଛୁଳା ନଈ ରେ 
ପାଦ କାଇଁ ଦେଉଥିଲି...... 

ଶାୟର -ଦିଲ୍ଲୀପ କୁମାର ନାଏକ (କୋଳିମାଟି ) କେମିତି ଭୁଲିଲୁ.......

କେମିତି ଭୁଲିଲୁ....... #Shayari

5 Love

3f4687481845aece9b20e376c569d2b9

Dillip Kumar Naik

ଖାଇଦେଇ ପେଟେ       ଖଟିଆ ଉପରେ 
ଶୋଇଛି ପୁଷି ମାଉସୀ 
ସପନେ ଭାବୁଛି          କିଏ ଟିକେ ଆସି
        ଦିଅନ୍ତାନି ମତେ ଆଉଁସି....... 



ଦିଲ୍ଲୀପ କୁମାର ନାଏକ ପୁଷି ମାଉସୀ...

ପୁଷି ମାଉସୀ...

9 Love

3f4687481845aece9b20e376c569d2b9

Dillip Kumar Naik

କଥା ଥିଲା ଅଳ୍ପ 
ସରିଗଲା ଗଳ୍ପ 
କେମିତି ତୁ ଭୁଲିଗଲୁ ତୋରି ସଂକଳ୍ପ 

ଦେହରେ କଳଙ୍କ 
ହୃଦୟେ କଳଙ୍କ 
ମନ ଆଜି ଦରମରା ନାହିଁ ରେ ବିକଳ୍ପ 

ଦିଲ୍ଲୀପ କୁମାର ନାଏକ ଶୁଭ ଅପରାହ୍ନ

ଶୁଭ ଅପରାହ୍ନ

6 Love

3f4687481845aece9b20e376c569d2b9

Dillip Kumar Naik

ହତଭାଗା ମୁଁ ଯେ               ଅଲୋଡ଼ା  ପଥର 
ପଡ଼ିଅଛି ନଈ କୂଳେ 
ସୁଖରେ ଗଢିଛୁ       ତୋ ଘର  ସଂସାର 
ବବଲୁ ଖେଳୁଛି ତୋରି କୋଳେ 

କଥା ଥିଲା କେତେ             ରହିବାକୁ ସତେ 
ସାଥି ହୋଇ ସବୁଦିନ 
ସବୁ କଥା ତୋର           ମାଟି ହୋଇଗଲା 
ଭୁଲିଗଲୁ ଯଉଦିନ 

କେମିତି କହିବି             ହୃଦୟ ବେଦନା 
କହିଲେ ହସିବେ ଲୋକ 
ପ୍ରେମ ପାହାଚରେ          ଭିକାରି ମୁଁ ଆଜି 
ମାଗୁଆଛି ପ୍ରେମ ଭିକ 

ସ୍ୱାର୍ଥପର  ହୋଇ              ଚାଲିଗଲୁ ସିନା 
ଭାଙ୍ଗି ଦେଇ ମୋ ହୃଦୟ 
ଯାହା ମନେ ଥିଲା            ଦୟାର  ପ୍ରାସାଦ 
ଆଜି କାହିଁ ଏତେ ନିର୍ଦୟ... 

ଶାୟର -------- ଦିଲ୍ଲୀପ କୁମାର ନାଏକ ଶୁଭ ସନ୍ଧ୍ୟା

ଶୁଭ ସନ୍ଧ୍ୟା #Shayari

7 Love

3f4687481845aece9b20e376c569d2b9

Dillip Kumar Naik

The most imortant thing of present moment is 
i am alive till now.... 
wow...... 


DILLIP KUMAR NAIK Most important.....

Most important..... #Quote

5 Love

3f4687481845aece9b20e376c569d2b9

Dillip Kumar Naik

ହୃଦୟର   ଏଇ                       ନିବୁଜ କୋଠରୀ ରେ 
ପଡି ଯାଇଥିଲା ତାଲା 
କଉଠୁ ଆସିଲା                 ସରଗ ପରି ଟେ 
ଖୋଲିଦେଇ ଚାଲିଗଲା 

ଅମାନିଆ ମନ                             ଚାହେଁ ରାତି ଦିନ 
ଦେଖିବାକୁ ତା ଚେହେରା 
ଯାହା କଥା ଭାବି                        ଲେଖୁଛି ମୁଁ ଗୀତ
ଉଜାଗର ରହି ରାତିସାରା 

ହେଇଥାଉ ପଛେ                         ବିଶ୍ୱ ଅସୁନ୍ଦରୀ 
ହେଉ ପଛେ ଅଚିହ୍ନା 
ହୃଦୟରେ ଯଦି                      ପ୍ରେମ ଥିବ ସତେ 
ମାଟି ହେଇଯିବ ସୁନା 

ଅଜଣା ରାଇଜେ                      ଅଜଣା ଲୋକ ମୁଁ 
ଅଜଣା ମୋ ପ୍ରିୟତମା 
ତା  ପାଇଁ ମୁଁ ସତେ         ଡେଇଁଯିବି  ସତେ 
ଭାରତ -ପାକିସ୍ଥାନ ସୀମା 


ଶାୟର---    ଦିଲ୍ଲୀପ କୁମାର ନାଏକ good evening

good evening

7 Love

3f4687481845aece9b20e376c569d2b9

Dillip Kumar Naik

ମିଛ ଏ  ଦୁନିଆ          ମିଛ ଏ ସଂସାର 
ମିଛ ଏଠି ପ୍ରେମ ଆଜି 
ମିଛ ନଗରୀରେ           ଲୁଟୁଛି ହୃଦୟ 
ସୁନ୍ଦରୀ ଝିଅଟେ ସାଜି 

ମିଛ କହି ପୁଣି          ଲୁଟୁଛି ଲୋକଙ୍କୁ 
ମିଛୁଆ ନେତା ଏଁ ଆସି 
ମିଛ ଆଜିକାଲି            ସବୁଠି ଚାଲୁଚି 
ସତ ତ ଗଲାଣି ରୁଷି 

ପ୍ରେମିକ ମନରେ      ନିଆଁ ଲାଗେ ଆଜି 
ତାର କାରଣ ମିଛ 
ପ୍ରକୃତ ପ୍ରେମ ତ         ହଜି ତ ଗଲାଣି 
ସବୁ ଏଠି ଭାଇ ତୁଛ 

ତିନି ତୁଣ୍ଡରେ ଯେ    ଛେଳି ତ କୁକୁର 
ସଭିଏଁ କୁହନ୍ତି ଭାଇ 
ମିଛୁଆ ଲୋକ ତ   ସବୁ ତ ପାଇବେ 
ହେଲେ ପ୍ରେମକୁ ପାଇବେ ନାହିଁ.. 



ଶାୟର  ଦିଲ୍ଲୀପ କୁମାର ନାଏକ ମିଛ

ମିଛ

7 Love

3f4687481845aece9b20e376c569d2b9

Dillip Kumar Naik

ଅଦିନିଆ ମେଘ          ଲିଭାଇ ପାରିବ 
ଅଗ୍ନିକୁଣ୍ଡ ନିଆଁ ହୁଳା 
ଅଦିନିଆ ମେଘ           ଲିଭାଇ ପାରିବ 
ହୃଦୟର ଦୁଃଖ ଜ୍ୱାଳା? 

ହୃଦୟରେ ଅଛି           କେତେ ଯେ ବିରହ 
ଦୁଃଖ ଅଛି କେତେ ବନ୍ଧୁ 
ସେ ଦୁଃଖକୁ ଭାଇ            ଭସେଇ ପାରିବ 
ଏ ତେର ନଇ ସାତ ସିନ୍ଧୁ? 

ପ୍ରେମିକା ତ ଏଠି               ମିଛେଇ ସାଜିଛି 
ମିଛରେ କରେ ଯେ ପଣ 
ତା ପାଇଁ ତ ସବୁ         ସାମାନ୍ୟ ତ ଲାଗେ 
ମା ରାଣ ବିଦ୍ୟା ରାଣ 

କଟା ଘା ରେ ଆଜି             କାହିଁକି ଢାଳିବି 
ମେଞ୍ଚାଏ  ମେଞ୍ଚାଏ ଲୁଣ 
ଯଦି ଢ଼ାଳିଦେବି                 ଦୁଃଖ ବଢ଼ିଯିବ
ହଜାରେ ହଜାରେ ଗୁଣ.. 


ଶାୟର -    ଦିଲ୍ଲୀପ କୁମାର ନାଏକ my first odia sayari...

my first odia sayari... #poem

7 Love

loader
Home
Explore
Events
Notification
Profile