Nojoto: Largest Storytelling Platform
roughkhata7143
  • 65Stories
  • 100Followers
  • 650Love
    1.1LacViews

℘ųཞŋą ƈɧąŋɖཞą ཞąŋą

Poet, Lyricist,Player,

  • Popular
  • Latest
  • Video
6b0492a84a994342811077bc16c9be20

℘ųཞŋą ƈɧąŋɖཞą ཞąŋą

ଜଗଦମ୍ବେ
*********
ଜୟ ଜଗଦମ୍ବେ ମାତା ତୁ ସିଂହ ବାହିନୀ
ସର୍ବ ପାପ କରୁ ନାଶ ହେ ପାପ ନାଶିନୀ ।।୧
ସିଂହ ବାହାନେ ବିରାଜୁ ମହିଷା ମର୍ଦ୍ଦିନୀ
ନିର୍ବଳକୁ ଶକ୍ତି ଦେଉ ଶକ୍ତି ପ୍ରଦାୟିନୀ ।।୨
ବିମଳା କମଳା ଚଣ୍ଡୀ କେତେ ନାମ ତୋ'ର
ଜୟ ଜୟ କରି କରେ ଜଗତ ପ୍ରଚାର ।।୩
ଉଚ୍ଚ ପରବତେ ମାତା କରିଛୁଲୋ ଘର
ମସ୍ତକେ ଶୋଭୁଛି ସତେ ନାଲିଆ ସିନ୍ଦୂର ।।୪
ତୋ ପଣତେ ଘୋଡ଼ାଇଛୁ ତୋ'ର ସନ୍ତାନକୁ
ତୋ ଦଶ ଭୂଜାରେ କରୁ ଦୂର ବିପଦକୁ ।।୫
ତ୍ରିପୁରର ରାଣୀ ତୁ ଲୋ ହେ ମନ ମୋହିନୀ
ତୋ ମହିମା ସାରା ବିଶ୍ଵ ଜାଣେ ଲୋ ଜନନୀ ।।୬
କାଶ ତଣ୍ଡୀ ଫୁଲେ ମାତା ଆସୁ ଧରା ଧାମ
ସଫଳ କରିବା ପାଇଁ ସର୍ବ ଶୁଭ କର୍ମ ।।୭
ଘଣ୍ଟ ହୁଳହୁଳି ଶବ୍ଦେ‌ କମ୍ପଇ ଧରଣୀ
ମହାନନ୍ଦେ ଆସୁ ତୁ ଲୋ ମୋର ମାତା ରାଣୀ  ।।୮
ତୋ ଆଶିଷ ପାଇବାକୁ ଭକତ ବତ୍ସଳ 
ମନ୍ଦିର ପ୍ରାଙ୍ଗଣେ ଲାଗେ କେତେ ଯେ ଗହଳ ।।୯
ଦେ ଲୋ ମାଆ ଶୁଭ ବୁଦ୍ଧି ଦେ ଦିବ୍ୟ ଜ୍ଞାନ
ପ୍ରତି ଭକତ ବିଗ୍ରହେ ଭରିଦେ ସୁମନ ।।୧୦
ଦୁଃଖ ଦୂର କର ମାତା ସର୍ବ ହୃଦୟରୁ
ଦୂର କରିଦେ ଲୋ ମାତା ପାପ ସଂସାରରୁ ।।୧୧
ଜୟ ଜୟ ଜୟ ମାତା ତୁ ସର୍ବ ବନ୍ଦିତା
ଧରା ଧାମେ ଦେବୀ ସଦା ପୂଜା ତୁ ପାଉଥା ।।୧୨

                       ପୂର୍ଣ୍ଣଚନ୍ଦ୍ର ରଣା
                 ହାଟସିଂହାପୁର, ଯାଜପୁର

©℘ųཞŋą ƈɧąŋɖཞą ཞąŋą 
  #navratri
6b0492a84a994342811077bc16c9be20

℘ųཞŋą ƈɧąŋɖཞą ཞąŋą

ଜୟ ଜଗଦମ୍ବେ
------------------
ଜୟ ଜଗଦମ୍ବେ ମାତା ତୁ ସିଂହ ବାହିନୀ
ସର୍ବ ପାପ କରୁ ନାଶ ହେ ପାପ ନାଶିନୀ ।।
ସିଂହ ବାହାନେ ବିରାଜୁ ମହିଷା ମର୍ଦ୍ଦିନୀ
ନିର୍ବଳକୁ ଶକ୍ତି ଦେଉ ଶକ୍ତି ପ୍ରଦାୟିନୀ ।।
ବିମଳା କମଳା ଚଣ୍ଡୀ କେତେ ନାମ ତୋ'ର
ଜୟ ଜୟ କରି କରେ ଜଗତ ପ୍ରଚାର ।।
ଉଚ୍ଚ ପରବତେ ମାତା କରିଛୁଲୋ ଘର
ମସ୍ତକେ ଶୋଭୁଛି ସତେ ନାଲିଆ ସିନ୍ଦୂର ।।
ତୋ ପଣତେ ଘୋଡ଼ାଇଛୁ ତୋ'ର ସନ୍ତାନକୁ
ତୋ ଦଶ ଭୂଜାରେ କରୁ ଦୂର ବିପଦକୁ ।।
ତ୍ରିପୁରର ରାଣୀ ତୁ ଲୋ ହେ ମନ ମୋହିନୀ
ତୋ ମହିମା ସାରା ବିଶ୍ଵ ଜାଣେ ଲୋ ଜନନୀ ।।

         ପୂର୍ଣ୍ଣଚନ୍ଦ୍ର ରଣା
   ହାଟସିଂହାପୁର , ଯାଜପୁର

©℘ųཞŋą ƈɧąŋɖཞą ཞąŋą 
  #navratri 
#Durgapooja special
#Odiapoem
6b0492a84a994342811077bc16c9be20

℘ųཞŋą ƈɧąŋɖཞą ཞąŋą

ଅସ୍ଥିର ମନ
********
ମୁଁ ଯେ ଏକ ଅସ୍ଥିର ମନ
ଯୌବନ ମୋ ହୁଏ ଉଚ୍ଛନ୍ନ
ମୁଁ ଯେ ଏକ ଗଙ୍ଗଶିଉଳି
ପାଦ ମୋର ଯାଉଛି ଟଳି ।।୧
ମୁଁ ଗୋଟିଏ ସଜ ଗୋଲାପ
ମୋ ମନରେ ପ୍ରେମ ଆଳାପ
ହୃଦୟ ମୋ ଉଡନ୍ତା ପକ୍ଷୀ
କିଏ କେବେ ନେବ ଲୋ ଡାକି ।।୨
ମୁଁ ଗୋଟିଏ ଅଳସି ଜହ୍ନ
ମୋ ଦେହେ ପ୍ରେମର ଚିହ୍ନ
ମୁଁ ଏକ ସରମି ଲତା
କବି ଦେଖି ଲେଖେ କବିତା ।।୩
ମୁଁ ଯେ ଏକ ଅସ୍ଥିର ମନ
ଏ ମନରେ ଭାବ ଛପନ
ପ୍ରେମ ଖେଳେ ଅଳସି ଅଙ୍ଗେ
ମନ ନାଚେ ବିଭିନ୍ନ ରଙ୍ଗେ ।।୪

             ପୂର୍ଣ୍ଣଚନ୍ଦ୍ର ରଣା
    ହାଟସିଂହାପୁର , ଯାଜପୁର

©℘ųཞŋą ƈɧąŋɖཞą ཞąŋą 
  #Butterfly
6b0492a84a994342811077bc16c9be20

℘ųཞŋą ƈɧąŋɖཞą ཞąŋą

#dardedil 
Srabana Kabita
#Joubana Sundara

#dardedil Srabana Kabita #Joubana Sundara #ପ୍ରେମ

6b0492a84a994342811077bc16c9be20

℘ųཞŋą ƈɧąŋɖཞą ཞąŋą

#HappyStorytelling 
Happy Rajoo 
ରଜ କବିତା

#HappyStorytelling Happy Rajoo ରଜ କବିତା

6b0492a84a994342811077bc16c9be20

℘ųཞŋą ƈɧąŋɖཞą ཞąŋą

#humarikahani 
#Mother's Day Special
Listen and Enjoy

#humarikahani #Mother's Day Special Listen and Enjoy #କବିତା

6b0492a84a994342811077bc16c9be20

℘ųཞŋą ƈɧąŋɖཞą ཞąŋą

#SadStorytelling 
#NatureLove
6b0492a84a994342811077bc16c9be20

℘ųཞŋą ƈɧąŋɖཞą ཞąŋą

#romanticmusic 
Happy Holi
6b0492a84a994342811077bc16c9be20

℘ųཞŋą ƈɧąŋɖཞą ཞąŋą

6b0492a84a994342811077bc16c9be20

℘ųཞŋą ƈɧąŋɖཞą ཞąŋą

#HeartfeltMessage 
କବିତା - ସଂପର୍କ

#HeartfeltMessage କବିତା - ସଂପର୍କ #ପ୍ରେମ

loader
Home
Explore
Events
Notification
Profile