Nojoto: Largest Storytelling Platform
rishis3523127502418
  • 28Stories
  • 9Followers
  • 181Love
    0Views

Rishi

https://medium.com/@RishiHks

  • Popular
  • Latest
  • Video
78fec3fdb4c866f9d8a558e5d34b7805

Rishi

ଦିବାଲୋକେ ସଂସ୍କୃତିର ହତ୍ୟା 
      ପରମ୍ପରା ଶ୍ୱାସରୁଦ୍ଧ କରି 
କଳାପାହାଡ଼ର ନିଷ୍ଠୁର ନିର୍ଦୟ ହାତ
      ଧୂଳି ଝାଡ଼େ, ରକ୍ତ ପୋଛେ..
ଆଜି ଲୁଚାଇବ କିଏ
      ଐତିହର ପ୍ରାଣପିଣ୍ଡ
ସାଇତିବ ଇତିହାସର ବେଦନା 
      ଆଉଥରେ ବାଲିତଳେ ପୋତି ?

ନିରୁପାୟ ରାଜା,
ନିରସ୍ତ୍ର ଆଚାର୍ଯ୍ୟ,
ଏବଂ ଯୋଗମଗ୍ନ ଗୁରୁଦେବଙ୍କ 
ମୁଦ୍ରିତ ଆଖି ଆଗରେ 
       କୁରୁସଭା ତଳେ
       ଗଉରବ ଭୁଲୁଣ୍ଠିତ, 
ଭୀରୁ ସ୍ୱପ୍ନ ସବୁ ସ୍ତିମିତ 
       ନିବସ୍ତ୍ର ପାଞ୍ଚାଳୀ ଲୁହରେ

©Rishi #କଳାପାହାଡ଼

#କଳାପାହାଡ଼ #Poetry

7 Love

78fec3fdb4c866f9d8a558e5d34b7805

Rishi

Flowery fragrance spreads
through the breaths
Autumn's fire burnalong the senses,

Your eyes fixed on mine,
while time unfolds to an endless fabric;
stretching it still..

Can i ever forget
your once and forever eyes?

©Rishi #8LinePoetry
78fec3fdb4c866f9d8a558e5d34b7805

Rishi

Weirdly enough, the watch shows time correctly at least twice a day even when it is dead.

©Rishi #alarmclock
78fec3fdb4c866f9d8a558e5d34b7805

Rishi

Vijayadasami is symbolic of triumph, the victory over our limitations.

©Rishi #Dussehra2021
78fec3fdb4c866f9d8a558e5d34b7805

Rishi

Let the high dose of tea cures your days worry in seconds.

©Rishi #teaandyou
78fec3fdb4c866f9d8a558e5d34b7805

Rishi

Dearest Dada & Dadi,

It is astonishing to see how much qualities you both inherited from me -- be it the killer look or some wicked sense of humour!


thank you for being my unlimited source of love.

©Rishi #deargrandparents
78fec3fdb4c866f9d8a558e5d34b7805

Rishi

Remnant of September, given heavy rain and cloud,

For a full week, the white lilies would smile

At first, just one, a shiny white ovoid.

Monsoon washes the grief to pool of translucent tears.

Heals the palid day, those white-soul-flowers.

©Rishi #Flower
78fec3fdb4c866f9d8a558e5d34b7805

Rishi

ଫଣୀର ଵିଧ୍ଵଂସକାରୀ ତାଣ୍ଡବ ନୃତ୍ୟ ବିଷୟରେ ଶୁଣି ଦିଗନ୍ତ ରହିପାରିଲା ନାହିଁ, ବାରଶହ କିଲୋମିଟର ଏବଂ ବାର ବର୍ଷ ଦୂରତ୍ବ ଅତିକ୍ରମ କରି  ବାଙ୍ଗାଲୋରରୁ କଟକ ଫେରିଲା |

ସିକ୍ୟୁରିଟି ଚେକିଂରେ ପଚାଶ ହଜାରରୁ ଅଧିକ କ୍ୟାଶ ଦେଖିଲେ ଝାମେଲା କରିବେ ବୋଲି ସେ ମେନ ବ୍ରାଞ୍ଚରୁ କ୍ୟାସ ଉଠାଇବାର ପ୍ଲାନ କରି ଆସିଥିଲା | ପୁରୁଣା ପରିଚିତ ରାସ୍ତା କେମିତି ଅଜଣା ଲାଗୁଥିଲେ, ଜୀବନର ଅନେକ ବସନ୍ତ କାଟିଥିବା ଏହି ସହରର ସବୁ ମୁହଁ କେଜାଣି କାହିଁକି ଅଜଣା ମନେ ହେଉଥିଲେ | ଉପୁଡି ପଡ଼ିଥିବା ସଦ୍ୟକଟା ଗଛର ଏବଂ ପତ୍ରର ବାସ୍ନା ଅପରାହ୍ନର ଉଷ୍ମତାରେ ମିଶି କେମିତି ଏକ ଅସୁଖକର ବାତାବରଣ ସୃଷ୍ଟି କରିଥିଲେ |

ଶେଷରେ ଜଣେ ମାତ୍ର ଅଛନ୍ତି, ବଡ଼ ଏମାଉଣ୍ଟ ଅଛି ଆପଣଙ୍କ ସ୍ପେସିଆଲ ପରମିସନ ଦରକାର ଅଛି ବୋଲି ସୁପରଭାଇଜର କହିବାରୁ, ବି. ଏମ. କହିଲେ ହଉ ପଠାନ୍ତୁ |

ସେ ଭିତରେ ପାଦ ନ ଦେଉଣୁ,
ଆପଣଙ୍କ ନାଁ ? - ମୁହଁ ନଉଠାଇ ସାଇନ୍ କରୁ କରୁ  ଖୁବ ଏକ ଖୁବ ପରିଚିତ ସ୍ୱର ପଚାରିଲା |

©Rishi #WalkingInWoods
78fec3fdb4c866f9d8a558e5d34b7805

Rishi

ସମ୍ପର୍କର ସଂକ୍ଷିପ୍ତ ବୃତ୍ତରେ 
ଆଦିବିନ୍ଦୁ କେବେଠୁଁ ଯାଇଛି ପାସୋରି 

ଖୋଜି ବୁଲୁଛି ନିଜ ଆକାଶ
ଦିଗନ୍ତର ବଳୟ ଏପାରି ସେପାରି 

କଳନା କରୁଛି ନିଜଗଭୀରତା
ଅନୁଭବର ଅସଜ ଦିଗବାରେଣୀ ଧରି

ସମୟର ଅସ୍ପଷ୍ଟ ବ୍ୟାସରେ 
ଖୋଜୁଥିବି ନିଜ କେନ୍ଦ୍ରବିନ୍ଦୁ ଏକଲୟ କରି

©Rishi #alone

9 Love

78fec3fdb4c866f9d8a558e5d34b7805

Rishi

ଜୀବନର ମାନଦଣ୍ଡକୁ 
କେବେ କଳନା କରିଛ
ଭଲା 
ସୋଫାରୁ ଛାଡୁ ନଥିବା
ପୁରୁଣା ଦାଗରେ

ଅନାବନା ଭାବନାରେ
ଅସଂଲଗ୍ନ ବିକ୍ଷିପ୍ତ ଛନ୍ଦ
ଆଉ 
ଅସମ୍ପୂର୍ଣ କବିତାର 
ଦୁଇ ଧାଡିରେ 

ମୁଖବନ୍ଧ ଆଗରୁ  
ଉପସଂହାର ଅଙ୍କିଥିବା 
ପୂର୍ଣ୍ଣଛେଦ 
ଅଧାଲେଖା କାହାଣୀର 
ଯବନିକାରେ

ଥଣ୍ଡା ଚା ପିଆଲାର
ଆନମନା ଦୀର୍ଘଶ୍ଵାସ 
ପୁଣି 
ଅଧୈର୍ଯ୍ୟ ଅପେକ୍ଷାର
ମୁହୂର୍ତ୍ତ ସବୁରେ

©Rishi #ମାନଦଣ୍ଡ

#ମାନଦଣ୍ଡ #poem

7 Love

loader
Home
Explore
Events
Notification
Profile