Nojoto: Largest Storytelling Platform
sribatsameher8784
  • 622Stories
  • 349Followers
  • 8.1KLove
    37.4LacViews

Sri batsa Meher

Teacher.M.A in English .B.E.D. DLED.PGDCA.Kovit in Hindi.poet.writer.Dance Director.Dramatist. Drawing Master etc

  • Popular
  • Latest
  • Video
80592d3e6a783d49ecf7b21149f4b4ce

Sri batsa Meher

Life is full of test
🍁🍁🍁🍁🍁🍁🍁🍁
The life is full of test and the Zest,
Where man fights with his best.

Body is great battle field of man.
 Mind fights duel thought of cane.
 
Good and evils quarrel with own self.
 where the enemy destroy the health. 

It is the battle of just and the unjust.
But mind always thinks of the crust.

wars of evils and good with in mind. 
The critic to Ballance it's root to bind.

Mind defences in calm and quiet.
Defeats the evils the good be guide.

Many tests carry till the ends of life.
Where full of struggle be duel type.

Sribatsa Meher
Maneswar,sambalpur

©Sri batsa Meher
  #Tulips life is full of test

#Tulips life is full of test #Poetry

80592d3e6a783d49ecf7b21149f4b4ce

Sri batsa Meher

Planting seeds
🍁🍁🍁🍁🍁🍁🍁

O  dear !

Tell me whither are you going?
Farmer! 
Way to field for seed sowing..

Oh dear!

What's happen with that?
 When the seeds sow.
 how does tree sprout ?
 The leaf those flow.

Farmer !

The fruits and flowers
It offers eating,
It gives oxyzen and rain
 That for  Living.

Oh dear !

How can tiny seed grow?
 This big beauty tree,
 So splendid it's story
So Calmly live free.

All rest in it's shadows 
And enjoy cute picture.
All Great creation of God 
 with so beauty of nature.

Farmer !

The leaf,roots and stems
be the pure medicines,
Trees give furnitures and
 shelter for man being .

Trees save and offer
foods
Tree is life and it's for good.
Do not cut the tree from root,
Flowers it with happy mood.

Oh dear!

 you are  like a fodder 
 kind and good.
By your efforts all lives
 get the food.
Your love for the country 
 is somuch cute.
Memorable your works
You are the root.

The server and saver of
Country's bud.
You are a great heroic 
 son of  god,
God sends you creating
   his real pot,
The duty of all to save it
 and not to cut.


Dr. Sribatsa Meher
Maneswar,sambalpur

©Sri batsa Meher
  #LongRoad Tree
80592d3e6a783d49ecf7b21149f4b4ce

Sri batsa Meher

  ଦୀପ ଯଜ୍ଞ ର ମହତ୍ତ୍ଵ
🍁🍁🍁🍁🍁🍁
ପ୍ରଦୀପ ପ୍ରଜ୍ୱଳ କାନ୍ତି ଝଲମଲ
ଅନ୍ଧାର ହୁଏ ଆଲୁଅ।
ଅଜ୍ଞାନ କୁ ଦୁରି ଜ୍ଞାନ କୁ ଆବୋରି
ସୁନ୍ଦର ଦିଶେ ସକଳ ।

ଦୀପ ଯଜ୍ଞ ଦାନ ଚେତନା ପ୍ରଦାନ
ଜ୍ଞାନ ଆଲୋକ ନବୀନ।
ନବୀନ ରେ ମନ ରୂପାନ୍ତର ପ୍ରାଣ
ବଢେ ଧନ କିର୍ତିମାନ।

ଦୀପ ନିଜେ ଜଳେ ଉଜ୍ଜ୍ବଳ ସକଳେ
ଝଲମଲ କଲବ ଲେ।
ଆକୁଲେ ବିକୁଲେ ସଲିତା ର ତେଲେ
ମଲମଲ ହୋଇ ଢଳେ।

ନିଜକୁ ଅନ୍ଧାରେ ଆଲୋକ ବାହାରେ
ଜଲେ ଧୀରା ଧିରେ ଧିରେ।
ସ୍ଥିର ଶାନ୍ତ ତୀରେ ବିକସି  ଉଦାରେ
ତରା ଯେହ୍ନେ ଦ୍ୟୁତି ଝରେ।

ଛୋଟ ବଡ଼ ଭେଦ ନାହିଁ ତାର ଭାବ
ନାହିଁ କାହା ପରଭାବ।
ନିସ୍ୱାର୍ଥ ନିଷ୍କାମ କରେ ଦିବ୍ୟ କାମ
ନିରପେକ୍ଷ ତା ସ୍ଵଭାବ।

 ଦୀପ ଦାନ ଯଜ୍ଞ ଚେତନା ର ଯଜ୍ଞ
ଆଲୋକର ମହା ଯଜ୍ଞ।
 ରୋଗ ଦୁଃଖ କଷ୍ଟ  ରିଷ୍ଟ ହୁଏ ନଷ୍ଟ
ଯହିଁ ଦୂର ହୁଏ ଅଜ୍ଞ।

 ଦୁଃଖ ପାଇ ଯିଏ ପରେ ସୁଖ ଦିଏ
ସେ ଵିଭୁଙ୍କ ପ୍ରିୟ ହୁଏ।
ଦୀପ ପରି ମନ ଯାହାର ଜୀବନ
 ସେଇ ଜନ ମୁକ୍ତି ପାଏ ।

ଶ୍ରୀବତ୍ସ ମେହେର
ମାନେଶ୍ୱର,ସମ୍ବଲପୁର

©Sri batsa Meher
  ଦୀପ ଯଜ୍ଞ ର ମହତ୍ତ୍ଵ

ଦୀପ ଯଜ୍ଞ ର ମହତ୍ତ୍ଵ #କବିତା

80592d3e6a783d49ecf7b21149f4b4ce

Sri batsa Meher

ବରଫ ଘରର ଜୀବନ
🍁🍁🍁🍁🍁🍁🍁
 ଗୋରସ ର ରସ ପାହାଡ ଉଦ୍ଭାସ
ଏସ୍କିମୋ ମାନଙ୍କ ଦେଶ।
ବରଫ ଖଣ୍ଡର ଡ୍ୟୁଟି ର ସମ୍ଭାର
ମନୋହର ପରିବେଶ।

ଇଗ୍ଲୁ ପରି ଦିଶେ ସରବ ପ୍ରାଙ୍ଗଣ
ଗୁମ୍ଫା ପରି ଘର ଦ୍ଵାର।
ସୁଉଚ୍ଚ ଶିଖର ଧବ ଆସିଆନା
ଦିଶେ କେଡେ ଉଭାଗର।

ସମୀର ତାନରେ ଶୀତୁଆ ଶରୀରେ
ହୃଦେ ଉଠେ ଶିହରଣ।
ବେଶ ଭୂଷା ଯେତେ ପିନ୍ଧି ଥିଲେ ସୁଦ୍ଧା
ଶୀତ ର ହୁଏ ଝରଣ।

ବରଫ ସଦନ ଥଣ୍ଡା ଆବରଣ
ଥଣ୍ଡା ରେ ଥଣ୍ଡା ଜୀବନ।
ବାହାରେ ଶୀତୁଆ ଭିତରେ ଗରମ
ତନୁ ଶୀତଳ ଚନ୍ଦନ।

ଅଭ୍ୟାସ ହେଲେ ସେଠାରେ ଜୀବନ
ଶରୀର ପକ୍ଷରେ ହିତ।
ନହେଲେ  ହିମରୁ ହେବ ଯେ ଦୁର୍ଗମ
 ଥଣ୍ଡା ଜ୍ବରେ ପ୍ରବାହିତ।

ନାକ ସଲ ସଲ ତନୁ କଳବଳ
ଆଖି ହେବ ଛଳ ଛଳ।
ହୃଦ ଥର ଥର ତଣ୍ଟି ଖର ଖର
କାଶ ହେବ ଯେ ପ୍ରବଳ।

ତୁନ୍ଦ୍ରଞ୍ଚଳେ ଶୀତ ହିମ ଆଚ୍ଛାଦିତ
ଇଗ୍ଲୁ ରେ କରନ୍ତି ବାସ।
ଏସ୍କୀମୋ ମାନେ ତ  ରହନ୍ତି ଖୁସିରେ
ଜୀବନ ହୁଏ ସରସ।

ବିଚିତ୍ର ତାଙ୍କର ଜୀବନ ଯାପନ
ବିଚିତ୍ର ତାଙ୍କର ମନ।
ଚିକ୍କଣ ବରଫେ ଗମନା ଗମନ
ସ୍ଲେଜ୍ ଗାଡି ତାଙ୍କ ଯାନ।

ଶୀତ ର ଦାଉରୁ ସୁରକ୍ଷା ପାଇଁ କି
ଚମଡାରେ ତାଙ୍କ ବେଶ।
ଗ୍ରୀଷ୍ମ କାଳରେ ଟିଉପିକ  ନିର୍ମିତ
ଚମଡା ତମ୍ବୁରେ ବାସ ।

ବରଫ ପ୍ରଦେଶେ ରହିବା ସକାଶେ

©Sri batsa Meher
  #sunrisesunset
80592d3e6a783d49ecf7b21149f4b4ce

Sri batsa Meher

🙏ହଂସରୁଢ଼ା ମାଆ ଗାୟତ୍ରୀ🙏
🍁🍁🍁🍁🍁🍁🍁🍁

ହଂସେ ଉପବିଷ୍ଟା ପଦ୍ମାସିନେ ସ୍ଥିତା 
ହେ ଦେବୀ ଗାୟତ୍ରୀ ମାତା।
ଭାଷ୍କର ମଣ୍ଡନୀ ଲାବଣ୍ୟ ହସିନୀ
ତୁମ୍ଭେ ଶକ୍ତି ର ପ୍ରଣେତା ।

ତୁମ୍ଭେ ମହା କାଳୀ ତୁମ୍ଭେ ମହା ଲକ୍ଷ୍ମୀ
ସରସ୍ଵତୀ ମାହେଶ୍ୱରୀ।
ଜଗତ ଜନନୀ ପ୍ରଣତ ପାଲିନୀ
ତୁମ୍ଭେ ସିଦ୍ଧି ଧାତ୍ରୀ ଗୌରୀ।

ତୁମ୍ଭେ କାମଧେନୁ ଦିବାକର ଭାନୁ
ସପ୍ତରଙ୍ଗ ଇନ୍ଦ୍ରଧନୁ।
ସର୍ବ ମନ ବାଞ୍ଛା ର ଦେବୀ ସେବିକା
ରକ୍ଷା ନାହିଁ ତୁମ୍ଭ ବିନୁ।

ତୁମ୍ଭେ ହିଁ ରକ୍ଷିକା ଜୀବନର ଟିକା 
ତୁମ୍ଭେ ତ ଜଗତ ଜେତା।
ନବ ଚେତନାର ତୁମ୍ଭେ ମହା ଶକ୍ତି
ଜ୍ଞାନର ଉଦାର ଚେତା।

ମା ଚୈତନ୍ୟ ମୟୀ ମା ଆନନ୍ଦ ମୟୀ 
 ସତ୍ୟ ଶିବା ଚାରୁ ମୟୀ।
ଜ୍ଞାନ ବିଜ୍ଞାନ ର ହେ ମନୋବିଜ୍ଞାନୀ
ତୁମ୍ଭେ ଅଟ ସ୍ନେହ ମୟୀ।

ନବ ଚେତନା ର ଜାଗରଣ ପାଇଁ
ତୁମ୍ଭ ମହା ଶକ୍ତି ମନ୍ତ୍ର।
ଶହେ ଆଠ କୁଣ୍ଡ ଯଜ୍ଞ ସଂଚଳିତେ
କରି ଦିଅ ତୁମ୍ଭ ଯନ୍ତ୍ର।


ଡ଼ାଃ ଶ୍ରୀବତ୍ସ ମେହେର
ମାନେଶ୍ୱର,ସମ୍ବଲପୁର

©Sri batsa Meher
  ହଂସୀରୁଢ଼ା ମାଆ ଦେବୀ ଗାୟତ୍ରୀ

ହଂସୀରୁଢ଼ା ମାଆ ଦେବୀ ଗାୟତ୍ରୀ #କବିତା

80592d3e6a783d49ecf7b21149f4b4ce

Sri batsa Meher

ଉତ୍ତର ମେରୁ ରୁ ଦକ୍ଷିଣ ମେରୁ  ପର୍ଯ୍ୟନ୍ତ ସବୁ ତୁମ ସୃଷ୍ଟି     
🍁🍁🍁🍁🍁🍁🍁🍁
ଉତ୍ତର ରୁ ଦକ୍ଷିଣ ମେରୁ ପର୍ଯ୍ୟନ୍ତ
ପ୍ରକୃତି ଘେରା ସୌନ୍ଦର୍ଯ୍ୟ।
ଜଳ ସ୍ଥଳ ବନ ଗିରି ଓ ଆକାଶ
ମଧୂର୍ଯ୍ୟେ ଭରା  ଐଶ୍ୱର୍ଯ୍ୟ।

ସାତ ମହାଦେଶ  ମହା ସାଗର ର
ଯାର ଦିଗନ୍ତ ପ୍ରସାର।
ଆଣ୍ଟାଟିକା ଯାର ଶେଷ ମହାଦେଶ
ଦକ୍ଷିଣେ ଅନ୍ତେ ବିସ୍ତାର।

ଏଡ଼େ ବଡ଼ ଧରା ଏଡ଼େ ବଡ଼ ଘେରା
ବାଡ଼ ପରି ଯାର ଶିରୀ।
ଅଦ୍ଭୁତ ସୃଜନ ହେଇଛି ବିନ୍ଧଣ
ସୂର୍ଯ୍ୟ ଚନ୍ଦ୍ର ଗ୍ରହ ଧରି।

ନେତ୍ରେ ଦିଶେ ନାହିଁ ଯନ୍ତ୍ରେ ଦିଶେ  ନାହିଁ 
କିଏ ଅଛି ଏଠି କାହିଁ ।
ଚିନ୍ତନ ଅକ୍ଷମ ଯେହ୍ନେ ମନ ପ୍ରାଣ
ସୂକ୍ଷ୍ମ ଆତ୍ମା ଘୁରେ ଚାହିଁ  ।

ବିଶାଳ ପୃଥିବୀ ମନେ ଭାବି ଭାବି
ବାସ କରେ ଏଠି ଜୀବ।
ଜୀବନ କୁ ପଢ଼ି ଅନ୍ୱେଷଣ କରି
ବେଳ ତାର ହଜି ଯିବ।

ଭାବନା ଶୂନ୍ୟରେ ଜାଣି ପାରେ ନାହିଁ
ଗଡି ଯାଏ ତା ଆୟୁଷ।
 ସବୁ ଜନ ଆସି ଯାଇଛନ୍ତି ହଜି
 ମିଲେ ନାହିଁ ତା ପ୍ରକାଶ।

ଯିଏ ଗଲା ଏଠୁ କେବେ ସେ ଫେରେନା
ଏସ ମଣିଷକୁ ଜଣା।
ମୋହ ମାୟା ମଧ୍ୟେ ହଜିଯାଏ ସିଏ
ସବୁ ଜାଣି ନିଜେ କଣା।

କେଡେ ଭାଗ୍ୟବାନ  ଜୀବ ର ଜୀବନ
ପାଇଛି ଜନ ଜୀବନ।
ଏଡ଼େ ବଡ଼ ବିଶ୍ଵ ଆଶିଷ ରେ ମିଲେ
ବିଭୂଙ୍କ ସାରା ଦର୍ଶନ।

ଧନ୍ୟ ମହାପ୍ରଭୁ ଧନ୍ୟ ତୁମ ବିଶ୍ଵ
ଧନ୍ୟ ତୁମ ଦିବ୍ୟ ଦୃଷ୍ଟି।
ସାରା ସଂସାରକୁ ସମ୍ଭାଲୁଛ ତୁମେ
ଧନ୍ୟ ତୁମ ବିଶ୍ଵ ସୃଷ୍ଟି।

©Sri batsa Meher
  ଉତ୍ତର ମେରୁ ରୁ ଦକ୍ଷିଣ ମେରୁ ପର୍ଯ୍ୟନ୍ତ
ସବୁ ତୁମ ସୃଷ୍ଟି

ଉତ୍ତର ମେରୁ ରୁ ଦକ୍ଷିଣ ମେରୁ ପର୍ଯ୍ୟନ୍ତ ସବୁ ତୁମ ସୃଷ୍ଟି #କବିତା

80592d3e6a783d49ecf7b21149f4b4ce

Sri batsa Meher

ଦଶହରା ବିଜୟ ଦଶମୀ
__ _ _ _ _ _ _ _ _ _ _ _ _ 
ଜୟ ହେ ଶ୍ରୀରାମ କମଳ ନୟନ 
କୌଶଲ୍ୟା ଶିରୀ ନନ୍ଦନ ।
ଲାବଣ୍ୟ ମଣ୍ଡନ ବିଗ୍ରହ ବଦନ
ସୂର୍ଯ୍ୟ ପ୍ରଭା ଦିପ୍ତ ମାନ।

ପିତାଙ୍କ ବଚନ କରିଣ ପାଳନ 
ତୁମ୍ଭେ ଗଲ ବନବାସ ।
ଅସୁର ସଂହାରି ସାଧୁକୁ ଉଦ୍ଧାରି
ଅଧର୍ମ କୁ କଲ ନାଶ।

ଦଶଶିରସୁର ରାବଣ କୁ ମାରି 
ବିଶ୍ୱକୁ କଲ ଉଦ୍ଧାର ।
ଅସତ୍ୟ ଉପରେ ସତ୍ୟର ଜୟ କୁ 
କରିଲ ମୂଳ ଆଧାର ।

ଦଶହରା ହେଇ ରାବଣହୁଙ୍କାର
ମିଶିଲା ଏହି ମାଟିରେ ।
ପାଳିଲେ ପାର୍ବଣ ଦଶହରା ନାମ 
ଆନନ୍ଦ ମନେ ଧରାରେ ।

ହିଂସା ଅହଂ ରୋଷ ଲୋଭ ମୋହ ଯେତେ
ଦଶସୁର ଅବତାର ।
ସବୁରି ଦଂଶନେ ମାରିଲେ ରାବଣ 
ବିଶ୍ଵକୁ କଲ ଉଦ୍ଧାର।

ଦଶହରା ଆଜି କରୁଛୁ ପାଳନ 
ଦଶଗୁଣ ବର୍ଜି ନୀତି ।
ସେଇ ଦୁର୍ନୀତି କୁ ଯେହୁ ଜନା ଚରି
ଲଭେ ତାର ପରିଣତି ।

ବିଜୟ ଦଶମୀ ଶୁଭ ର ଲଗନି
 ଦେବୀ ଦୁର୍ଗାଙ୍କ  ମଣ୍ଡନୀ।
ଜଗତ ଜନନୀ ଦଶଭୁଜା ଧରି
କଲେ ମହିଷା ମର୍ଦ୍ଧିନୀ।

ଜୟ ହେ ଶ୍ରୀରାମ କରୁଛୁ ବନ୍ଦନ
ଶୁଣ ଆମ୍ଭ ନିବେଦନ ।
ଚିତ୍ତ କରି ପୂତ ଦିଅ ଆଶୀର୍ବାଦ 
ଆମ୍ଭଙ୍କୁ କର ଶୋଧନ ।

ଶ୍ରୀବତ୍ସ ମେହେର
ମାନେଶ୍ୱର

©Sri batsa Meher
  #happydussehra
80592d3e6a783d49ecf7b21149f4b4ce

Sri batsa Meher

ଝଡ଼ର ପର ଦୃଶ୍ୟ
🍁🍁🍁🍁
ଇନ୍ଦ୍ରିୟ ଆବେଗେ ଧକା ଖାଏ ତନୁ
ଝଡ ଆସେ ମନ ପ୍ରାଣୁ ।
ସଙ୍କଟ ବିକଟ ମନର ପ୍ରକଟ
ଯେହ୍ନେ କଳା ମେଘେ ଭାନୁ । 

ଝଡ ବତାସରେ କ୍ଷୟ କ୍ଷତି ହୁଏ 
ଉତ୍କଟ ବେଶେ ମଣ୍ଡନ ।
ଧନ ଓ ଜୀବନ ଉତ୍କଟ ପରାନ
ବିସର୍ଣ୍ଣ ହୁଏ ବଦନ ।

ମନର ଚିନ୍ତନ ଭଙ୍ଗୁର ଜୀବନ 
ଯେହ୍ନେ ସାଗରେ ବିଚି ।
ତନୁ ନଭ ମେଘେ ଦିଶେ ଛାୟାଛନ୍ନ
ଚାଲିଯାଏ ସବୁ ରୁଚି।

ଝଡ ପରେ ମନ ହୁଏ ବିମଲିନ
କଷ୍ଟକର ହୁଏ ସ୍ଥିତି ।
ସ୍ଥିତିର ମାନବ ହୁଏ ଯେ ଦାନବ 
କରି ସେ ଦୁଷ୍ଟ ପ୍ରକୃତି ।

ହିଂସା ଅହଙ୍କାର ପ୍ରାଣରେ ତାଙ୍କର 
ହୁଙ୍କା ମାରେ ସ୍ବାର୍ଥ ପରେ। 
ନିଜର ପେଟ କୁ ଦେଖେ ସଦା ବେଳେ 
ଦୁଃଖ ଭରେ ହାହାକାରେ।

ମନର ଚେତନ ହଜି ଯାଏ ଛନ
ହଜି ଯାଏ ତାର କର୍ମ।
ନବ ଭାବେ ତାହା କରେ ସଜ ସଜ୍ୟ
ଭୁଲି ଯାଏ ନିଜ ଧର୍ମ ।

ଜୀବନର ମର୍ମ ତା ବଦଲି ଯାଏ
ବଦଳି ଯାଏ ତାର ଜ୍ଞାନ।
ଭଲ ରୂପାନ୍ତରେ ଜୀବନ ସୁଧୁରେ
ଜାଗୃତ ହୁଏ ଚେତନ।

ଶ୍ରୀବତ୍ସ ମେହେର
ମାନେଶ୍ୱର,ସମ୍ବଲପୁର

©Sri batsa Meher
  ଝଡ଼ର ପର ଦୃଶ୍ୟ

ଝଡ଼ର ପର ଦୃଶ୍ୟ #କବିତା

80592d3e6a783d49ecf7b21149f4b4ce

Sri batsa Meher

ଜୟ ମାତା ସିଦ୍ଧିଧାତ୍ରୀ
🍁🍁🍁🍁🍁🍁🍁
ଜୟ ସିଦ୍ଧିଧାତ୍ରୀ ଜୟ ଜଗଧାତ୍ରୀ
ଜୟ ଜୟ ଅଧିଷ୍ଠାତ୍ରୀ ।
ସିଦ୍ଧିର ଜନନୀ ମଙ୍ଗଳ କାରିଣୀ 
ତୁମ୍ଭେ ସିଦ୍ଧି ବର ଦାତ୍ରୀ।

ସିଦ୍ଧି ପାଇଁ ଭକ୍ତ କରେ ଉପାସନା 
ବହି ନିଷ୍ଠା ଶ୍ରଦ୍ଧା ଭକ୍ତି ।
ତୁମ୍ଭରି କରୁଣ୍ୟେ ପାଏ ବରଦାନ 
ତୁମ୍ଭେ ହୁଅ ଅଭିବ୍ୟକ୍ତି ।

ଜ୍ଞାନର ଜନନୀ ସଂସାର ପାଲିନୀ
ତୁମ୍ଭେ ଭକ୍ତେ ସ୍ନେହାଙ୍ଗିନୀ ।
ଭକ୍ତର ଜୀବନେ ଲକ୍ଷ୍ୟର ସାଧନେ 
ଭରିଦିଅ ସଂଜୀବନୀ।

ଶୁଭ୍ର ଦ୍ୟୁତୀ ଦୀପ୍ତି  ଅଲୌକିକ ଶକ୍ତି 
ତୁମ୍ଭ ମୁଖ ହସ ମୋତି ।
ଉଭାଗର ବର୍ଣ୍ଣି  ମଣ୍ଡଳ ମଣ୍ଡିନୀ
ଚହଟ ମଞ୍ଜୁଳ ଜ୍ୟୋତି ।

ମହାକାଳେଶ୍ଵର  ତୀରିଶୂଳ ଧର
ତ୍ରିକାଳ ଯାର ନୟନ।
 ସେଇ ମହକାଳ ନିଷ୍ଠା ତପୋଵଳେ 
ତୁମ୍ଭଙ୍କୁ କଲେ ପ୍ରସନ୍ନ ।

ଦେଲ ବରଦାନ  ଅଷ୍ଟ ସିଦ୍ଧି ତୁମ
 ଅସ୍ପୃହା କଲ ପୂରଣ ।
ଜୀବନର ମାନ ତୁମରି ପ୍ରଦାନ
ତୁମ୍ଭେ ଶଙ୍କର ଜୀବନ।

ଆହେ ସିଦ୍ଧିଧାତ୍ରୀ ସାବିତ୍ରୀ ଗାୟତ୍ରୀ 
ତୁମ୍ଭେ ସର୍ବ ଶକ୍ତି ଦାତ୍ରୀ।
ଜଗତ ଜୀବନ ତୁମରି କାରଣ 
ତୁମ୍ଭେ ଭକ୍ତ ପ୍ରିୟ ପାତ୍ରୀ ।

ଭକ୍ତି ହେଉ ଶକ୍ତି  ଶକ୍ତି ହେଉ ଭକ୍ତି 
ହୃଦେ ହୁଅ ଅଭିବ୍ୟକ୍ତି ।
ତୁମ୍ଭେ ଅଟ ଆମ୍ଭ ଗତି ମତି ମୁକ୍ତି
ତୁମ୍ଭେ ଉଭା ସର୍ବ ଶକ୍ତି।

ଘେନ ମୋ ବିନତୀ କରୁଛି ପ୍ରଣତି
ତୁମ୍ଭ ବ୍ରତେ ଆମ୍ଭେ ବ୍ରତୀ।
 ମାର୍ଗ ଦେଇ ସତ କର ହେ ପ୍ରେଣିତ
ଶ୍ରଦ୍ଧା ରହୁ ତୁମ୍ଭ ପ୍ରତି ମାଁ
ଶ୍ରଦ୍ଧା ରହୁ ତୁମ ପ୍ରତି।

ଡ଼ାଃ ଶ୍ରୀବତ୍ସ ମେହେର
ମାନେଶ୍ୱର,ସମ୍ବଲପୁର

©Sri batsa Meher
  ଜୟ ମାତା ସିଦ୍ଧିଧାତ୍ରୀ

ଜୟ ମାତା ସିଦ୍ଧିଧାତ୍ରୀ #କବିତା

80592d3e6a783d49ecf7b21149f4b4ce

Sri batsa Meher

ମାତ ଦେବୀ ମହା ଗୌରୀ
🍁🍁🍁🍁🍁🍁🍁

ଜୟ ମହାଗୌରି ଅନ୍ନଦା ଶଙ୍କରୀ
ତୁମ୍ଭେ ଶ୍ଵେତମ୍ବର ଧାରୀ।
ବୃଷଭ ବାହିନୀ ସଙ୍ଗୀତ ପ୍ରବିଣୀ
ମହା ଶକ୍ତି ସ୍ୱରୁପିଣୀ।

ନବରାତ୍ର କାଳେ ଅଷ୍ଟ ଦେବୀ ରୂପା 
ତୁମ୍ଭେ ଦୁର୍ଗା ଆବିର୍ଭୁତ।
ଶରତେ ମା ଗୌରୀ ଆସିନ ମରତେ 
 କାସ ତଣ୍ଡି ସୁରଭିତ ।

ଗଉରୀ ବଦନୀ ମଣ୍ଡଳେ ମଣ୍ଡନୀ
ଦର୍ଶନେ ଶିରୀ ଶୋଭିନୀ ।
ଜଗତ ଜନନୀ ଉଜ୍ଜଳ ବରନୀ 
ମହା ଗୌରୀ ଦୁର୍ଗା ରାଣୀ।

ଅପୂର୍ବ ଜ୍ୟୋତିର ଗନ୍ତାଘର ତୁମ୍ଭେ
କୋଟି ସୂର୍ଯ୍ୟ ଦ୍ୟୂତୀ ପ୍ରଭା।
ଅଲୌକିକ ଧାରା ବ୍ରହ୍ମାଣ୍ଡର ସାରା
ଭୁରି ଉଡେ ତୁମ୍ଭ ଶୋଭା।

ଆହେ ମହା ଗୌରୀ ବିଶ୍ଵର ସୁନ୍ଦରୀ
ଦୁର୍ଗା ଦଶ ଭୁଜା ଧାରୀ।
ଅଦ୍ୱିତୀୟା ପରୀ ତୁମ୍ଭେ ଅବତାରୀ
ତୁମ୍ଭେ ଭବ୍ୟ ଦିବ୍ୟା ନାରୀ।

ଶୁଣ ମୋ ଗୁହାରି ଆହେ ମହା ଗୌରୀ
ତୁମ ବିନୁ ନାହିଁ ପାରି।
ତୁମ୍ଭେ ଧିମଣ୍ଡଳ ର ମା ଅଧିଷ୍ଠାତ୍ରୀ
ତୁମ୍ଭେ ଗତି ମୁକ୍ତି ଦାତ୍ରୀ।

ଶାନ୍ତି ପ୍ରଦାୟିନୀ ସୁଖ ପ୍ରଦାୟିନୀ
ତୁମ୍ଭେ ଜଗତ ଜନନୀ।
 ହୀରକ କାମିନୀ ତୁମ୍ଭେ ବିରାଙ୍ଗିନୀ
ସର୍ବଂସହା ମା ଭବାନୀ।

ଦିଅ ମା ଆଶିଷ ନିଜ ପୁତ ଭାବି
ଦିଅ ସୁଖ ଶାନ୍ତି ଭରି।
ଜୀବନ କୁ କର ସରସ ସୁନ୍ଦର
 ଜପୁ ଥିବୁ ନାମ  ଧରି।

ଶ୍ରୀବତ୍ସ ମେହେର
ମାନେଶ୍ୱର,ସମ୍ବଲପୁର

©Sri batsa Meher
  #navratri 
ମାତା ଦେବୀ ମହା ଗୌରୀ

#navratri ମାତା ଦେବୀ ମହା ଗୌରୀ #କବିତା

loader
Home
Explore
Events
Notification
Profile