Nojoto: Largest Storytelling Platform
silpadas3438
  • 5Stories
  • 10Followers
  • 36Love
    90Views

Silpa Das

love to writing & also a music lover🥰

  • Popular
  • Latest
  • Video
88ac8f143b3792986127a62ed60993c6

Silpa Das

White କେହି ଯଦି ଆପଣାର 
ଯଦି କେବେ ପଚାରେ
କଣ ହେଇଚି ତୋର?
ହୃଦୟ ରେ ମୋର ଗୋଟେ ଶୂନ୍ୟ ସ୍ୱର।
ଅନ୍ତଃସ୍ୱର ଶୁଣେଇ ପାରିଲେ
ଶୁଣାନ୍ତି ବେଦନା ଅନ୍ତର ର।
ଛାଡ଼!
ଆପଣାର ଲୋକଙ୍କୁ କି ଦେବି ଉତ୍ତର
ସେ କଣ ଜାଣନ୍ତିନି
ମୋ ନୀରବତା କୁ ପଢ଼ିବାର କୌଶଳ ।

©Silpa Das
  #ମନ_କଥା

#ମନ_କଥା #SAD

88ac8f143b3792986127a62ed60993c6

Silpa Das

ଆକାଶ ଟା ଘୋଡେ଼ଇ ହେଇଥିଲା ନୀଳ ଚାଦର
କାହା ସଙ୍ଗୀତ ର ମୂର୍ଚ୍ଚନା ରେ ପବନ ବି ଦଉଥିଲା ତାଳ
ପକ୍ଷୀର କାକୋଳି କୋଳେଇ ନେଉଥିଲା ପରିବେଶ କୁ ଆପଣାର କରି,
ସୂର୍ଯ୍ୟ ହେଉଥିଲେ ଘର ବାହୁଡ଼ା
ଆକାଶ ର ଏକ କୋଣରେ ଉଇଁ ଆସିଲା ଚେନାଏ ହସ ଧାରି ଜନ୍ହ।।
ଖଣ୍ଡ ଖଣ୍ଡ କଳା ବାଦଲ ଭାସି ଯାଉଥିଲେ ଦୂରକୁ
କାସତଣ୍ଡି ଦେଖୁଥିଲା ଶରତ କୁ।
ଉପଭୋଗ କରି ହଜି ଯାଉଥିଲା ତା ଭିତରେ,
ଇଚ୍ଛା କରୁଥିଲା 
ଆଉ ଥରେ ଆସନ୍ତାନି ଶରତ
ଏମିତି ରଙ୍ଗ ନେଇ 
ବୁଣି ଦେଇ ଯାଆନ୍ତା ମେଞ୍ଚାଏ ଖୁସି ଏ ନଦୀ 
ପଠାରେ।।

©Silpa Das ସଞ୍ଜ

ସଞ୍ଜ #Poetry

88ac8f143b3792986127a62ed60993c6

Silpa Das

ଶାଶ୍ଵତ ପ୍ରେମ ର
ନିବିଡ ରଚନା
ହୃଦ ପଦ୍ମେ 
ଛବି ଅଙ୍କା
ବିରହ ବ୍ୟଥା ର
ଅକୁହା ବେଦନା
ଆଖି ଧାରେ
ହୁଏ ଲେଖା।

©Silpa Das #2#ପଦ
#ଓଡିଆ#କବିତା

2#ପଦ #ଓଡିଆ#କବିତା

88ac8f143b3792986127a62ed60993c6

Silpa Das

Sochte hain ki Tumhara khyal na kare,Sochte hain ki Tumse baat na Kare,Par aankhe band karte hi Iraade badal jaate hai. aapka chehera jo  har baar humein najar aati hai.

©Silpa Das #Shyari
88ac8f143b3792986127a62ed60993c6

Silpa Das

କେବେ ଆଶିର୍ବାଦ ର ବେଲୁନ ରେ ସଜା ହେଇଥିବା ସ୍ବାଗତ ତୋରଣ 
ଏଇ ଜୀବନ।
ଆଉ କେବେ ଅକସ୍ମାତ୍ ଅଭିଶପ୍ତ ପରି ନିଷ୍ଠୁର ମରଣ 
ଏଇ ଜୀବନ।
ଅସରନ୍ତି ଆଶା ଭିତରେ 
ଲମ୍ବା ଅଭିଯୋଗ ର 
ଫର୍ଦ୍ଦ ,
କିଛି ପ୍ରାପ୍ତ
କିଛି ଗୁପ୍ତ 
ସେଇ ସୁଖ ଦୁଃଖ ମିଶା ସୀମିତ କାହାଣୀ ଟା ଜୀବନ।
ଅଗଣତି ସ୍ମୃତି ଭିତରେ 
ଖୋଜୁଥାଏ ମିଠା ମୁହୂର୍ତ୍ତ ର
ଫର୍ଦ୍ଦ 
କିଛି ପ୍ରାପ୍ତ
କିଛି ଲୁପ୍ତ
ସେଇ ଲହୁ ଲୁହ ମିଶା ସୀମିତ କାହାଣୀ ଟା ଜୀବନ।
ହଁ
ବିଶ୍ୱାସ  ର ଆରମ୍ଭ  ଅନ୍ତିମ ଚୁମ୍ବନ ଏଇ ଜୀବନ
 ପ୍ରଶାସ ର ଅନ୍ତିମ ଚରଣ ପର୍ଯ୍ୟନ୍ତ ଏଇ ଜୀବନ।।

©Silpa Das #ଏଇଜୀବନ

#ଏଇଜୀବନ #poem

Follow us on social media:

For Best Experience, Download Nojoto

Home
Explore
Events
Notification
Profile