Nojoto: Largest Storytelling Platform
jsjyoti4097
  • 577Stories
  • 7Followers
  • 24Love
    1.1KViews

JS Jyoti

  • Popular
  • Latest
  • Video
a23a15738a461a61a1d0d22b0e81080b

JS Jyoti


ତୁମେ ରଙ୍ଗୋଲି ବର୍ଣ୍ଣାଳୀ
ଜାଜ୍ବଲ୍ୟ ଦୀପାଳୀ
ନୂଆ ଆଶା ଆଲୋକର,
ମୁଁ ଦିୱାଲୀ ଶେଷର
ସଳିତା ପାଉଁଶ
ଅଙ୍ଗାରର ଧାରେ ଗାର। #ଦିୱାଲୀ
#yqbhaina 
#yqodia 
#jsjyoti

#ଦିୱାଲୀ #Yqbhaina #yqodia #jsjyoti

0 Love

a23a15738a461a61a1d0d22b0e81080b

JS Jyoti

तुझे भुल जाने की इरादों में,
फिर एक रात गुज़र गई तेरी यादों में... #रातऔरयादें
#yqdidi 
#yqbaba 
#yqhindi 
#hindishayari 
#jsjyoti
a23a15738a461a61a1d0d22b0e81080b

JS Jyoti


ଆକାଶଟା ଆଜି ମେଘ ନଈ,
ଅନ୍ଧାର ଭିଜୁଛି ସଂଜ ହୋଇ,
ଆସିଛ କି' ତମେ ଆମ ସହରକୁ 
ଛତା ଭୁଲି ଗଭା ଖୋଲିଦେଇ?

ଅନ୍ଧାର ଖେଳୁଛି ଲୁଚକାଳି
ବିଜୁଳି ସାଥିରେ କରି କଳି,
ଆସିଛ କି' ତମେ ଆମ ଗଳି ଆଡ଼େ
ନୀଳ ସାଲ୍ୱାର ପିନ୍ଧି କରି?

ବର୍ଷା କି' ଚାହୁଁଛି ଛୁଇଁବାକୁ
ତମରି ଗୋଲାପୀ ଅଧରକୁ,
ଆସିଛ କି' ତମେ କଲେଜ ଛକକୁ
ନିରୋଳାରେ ଟିକେ ଭିଜିବାକୁ? Image-google
#yqbhaina 
#yqodia 
#odiawritings 
#odiaquotes 
#jsjyoti
a23a15738a461a61a1d0d22b0e81080b

JS Jyoti


ମୁଁ ତାଙ୍କ ଇନ୍ଦ୍ରଧନୁର ରଙ୍ଗ
ସେ ମୋର ଅସରନ୍ତି ଆକାଶ,
ମୁଁ ତାଙ୍କ ହୃଦୟର ସ୍ପନ୍ଦନ
ସେ ମୋର ଛାତିର ନିଶ୍ୱାସ।

ସେ ବର୍ଷାରେ ମୋ ପାଇଁ ଛତା,
ସେ କଣ୍ଟାର ରାସ୍ତାରେ ଜୋତା,
ସେ ଖରାରେ ପାଦପ ଛାଇ,
ସେ ଶୀତ ରାତିରେ ଉଷ୍ମତା।

ମୁଁ ତାଙ୍କ ଆଖିରେ ଆଖିଏ ସପନ
ସେ ମୋ ଅଙ୍ଗେ ନିଭା ବାସ୍ତବତା,
ଯିଏ ତାଙ୍କ ଖୁସି ଦେଇ ମୋ ହସ କିଣନ୍ତି-
ସେ ମୋର ପରିଚୟ,ମୋ ବାପା। #ବାପା
#fathersday 
#yqbhaina 
#yqodia 
#odiaquotes 
#munodia 
#jsjyoti
a23a15738a461a61a1d0d22b0e81080b

JS Jyoti


କେତେ ବା ଲେଖିବି- 
କବିତା ତୋ ପାଇଁ
କେତେ ଜାଳିବି ମୋ ହୃଦୟ,
ମୁଁ ତ ଜାଣିଛି, 
ତୁ ବି ଜାଣିଛୁ
ମନ ତୋର କେଡ଼େ ନିର୍ଦୟ!

ବଖରେ ସ୍ମୃତିର
ଉଖୁରା ଅଙ୍ଗାର
ଅନାମିକା ତା'ର ନିଆଁ,
ଜାଣେନା,ଏ କୋହ
ବହଳ କୁହୁଡ଼ି
ନା,ଜଳିବା ପରର ଧୂଆଁ!! #ଜ୍ବଳନ
#yqbhaina 
#yqodia 
#odiawritings 
#odiakavita 
#jsjyoti
a23a15738a461a61a1d0d22b0e81080b

JS Jyoti


ଏ ରାତିର 
ସବୁ ଅନ୍ଧାରକୁ-
ଦେଖ ପିଇକରି .....

ତୁମେ ବି ଜଳିବ,
ଠିକ୍ ମୋ ପରି!!! #yqbhaina 
#jsjyoti
a23a15738a461a61a1d0d22b0e81080b

JS Jyoti


ମୁଁ ଗୋଟେ ଏମିତି ବନ୍ଦ କୋଠରୀର ବନ୍ଦୀ,
ଯେଉଁଠି ଝର୍କା ଖୋଲିଲେ
ଲକ୍ଷ ଲକ୍ଷ ଇଚ୍ଛା ମାନଙ୍କର ଝଡ଼,

ଆଉ ଝର୍କା ଏପାଖେ;
ମୁଁ ଏକ ଶ୍ଵାସରୁଦ୍ଧ ଅଣନିଶ୍ଵାସୀ କଏଦୀ! #yqbhaina
#jsjyoti
a23a15738a461a61a1d0d22b0e81080b

JS Jyoti

A teared page
is more painful
than a lost book.....— % & #yqbaba 
#yqenglish 
#english 
#englishquote 
#jsjyoti
a23a15738a461a61a1d0d22b0e81080b

JS Jyoti


କୋଠରୀଟା ସାରା ଗୋଟେ- 
ଅଭେଦ୍ୟ ଅନ୍ଧାର,
ବହଳେ ସିଗାରେଟ୍ ର ଧୂଆଁ,
ଆଉ ତା' ଭିତରେ ତୁମ ଭାବନାର
ବେବସ୍ କୁହୁକ,

ଯେମିତି ଫଗୁଣର କୁହୁଡ଼ି ଭିତରେ-
ବାଟବଣା ହେଉଥାଏ,
ସଦ୍ୟ ଆମ୍ବ ବଉଳର ମହକ!— % & #yqbhaina 
#jsjyoti 
Image- Google

#Yqbhaina #jsjyoti Image- Google

0 Love

a23a15738a461a61a1d0d22b0e81080b

JS Jyoti


ବିନ୍ଦୁଏ ନାଲିରେ ବିନ୍ଦି ହଜିଯାଏ 
କେମିତିକା ରଙ୍ଗ ଇଏ,
କିଏ କୁହେ ତାକୁ ସିନ୍ଥିର ଗହଣା
ଆଉ କେ' ସିନ୍ଦୁର କୁହେ।।

ତୁମରି ମଥାରେ କା' ନାଁ ସିନ୍ଦୁର
ନାଉଁ ଥାଅ ତୁମେ ଯେବେ,
କପାଳ ତୁମର ମୋ ନାଁ ବିନ୍ଦିର
ଠିକଣା ବୁଝିନି କେବେ???— % & #yqbhaina 
#jsjyoti 
Image- Google

#Yqbhaina #jsjyoti Image- Google

0 Love

loader
Home
Explore
Events
Notification
Profile