Nojoto: Largest Storytelling Platform
pranaykumarsahu5456
  • 136Stories
  • 686Followers
  • 2.2KLove
    1.6LacViews

Pranay Kumar Sahu

just write what you think, thats also a story

  • Popular
  • Latest
  • Video
ab456802ff4045faa335fe7e880b1cbb

Pranay Kumar Sahu

White ଏବେ ଆଉ କାହା ଉପରେ ଅଭିମାନ କରିବାକୁ ସାହସ ନାହିଁ,
କାଳେ ସେ ବୁଝେଇବା ବଦଳରେ 
ସବୁଦିନ ପାଇଁ ଦୂରେଇ ଯିବ।
କାହାଠୁ କିଛି ଆଶା ନାହିଁ
ନିରାଶା ହିଁ ମିଳିବ ମୋତେ ।
ଧିରେ ଧିରେ ଚୁପ୍ ହୋଇଯିବାକୁ ଇଚ୍ଛା ହେଉଛି।
ଭଲ ହୁଅନ୍ତା ଯଦି ସବୁଦିନ ପାଇଁ ନୀରବି ଯାଆନ୍ତି ।
କାହା ମନରେ ଆଉ କଷ୍ଟ ଦେବାକୁ ନଥାନ୍ତି, 
କି କାହାର reply କୁ wait କରନ୍ତି ନାହିଁ ।

©Pranay Kumar Sahu
  #Hope
ab456802ff4045faa335fe7e880b1cbb

Pranay Kumar Sahu

ଏଇ ଶୁଣ ନା
ଗୋଟେ କାହାଣୀ ଶୁଣ ନା...

ଥରେ ସତ୍ୟ ଆଉ ମିଥ୍ୟା ଏକାଠି ଚାଲି ଚାଲି ଯାଇଥିଲେ । ବାଟରେ ଗୋଟେ ପୋଖରୀ ଦେଖିଲେ । ମିଥ୍ୟା କହିଲା,
" ଚାଲ  ବନ୍ଧୁ ଟିକିଏ ଗାଧୋଇ ଆସିବା।"
ଆଉ ସତ୍ୟ ନିଜ କପଡ଼ା ଖୋଲି ଯେମିତି ପୋଖରୀ କୁ ଗାଧୋଇବାକୁ ଡେଇଁ ପଡ଼ିଲା, ମିଥ୍ୟା ସଙ୍ଗେ ସଙ୍ଗେ ସତ୍ୟର ପୋଷାକ ନେଇ ଗଲା। ଆଉ ସେଇ ଦିନ ଠାରୁ ମିଥ୍ୟା ସତ୍ୟର ପୋଷାକ ପିନ୍ଧି ବୁଲୁଛି ।

©Pranay Kumar Sahu #mask
ab456802ff4045faa335fe7e880b1cbb

Pranay Kumar Sahu

ram lala ayodhya mandir ଜୟ ଶ୍ରୀ ରାମ
 ଆସ ଥରେ ଖାଲି ଥରେ
 ମୋ ମନ ମନ୍ଦିର ରେ ବିରାଜିତ ହୁଅ
ମୋ ପାପର ପାହାଚ ଉପରେ ପକେଇ ଦିଅ ତୁମ ପୁଣ୍ୟ ପାଦ
ପାଷାଣ ହୃଦୟ ମୋ ମୁକ୍ତି ପାଇ ବନିଯାଉ ଅହଲ୍ୟା
 ମନ ଅଗଣା ଖୋଲି ଖୋଜୁଛି ମୋ ଶବରୀ ହୃଦୟ
ଆସି ଥରେ ଦେଇଯାଅ ତୁମ ଦିବ୍ୟ ଦର୍ଶନ

 🙏🙏🙏

©Pranay Kumar Sahu
  #ramlalaayodhyamandir
ab456802ff4045faa335fe7e880b1cbb

Pranay Kumar Sahu

ଆଉ କାହାକୁ ମୁଁ ଦୋଷ ଦେଉନି କି କାହିଁକି ମୋତେ ଛାଡ଼ି ଚାଲିଗଲେ ।
ମୁଁ ଏବେ ମୋ ନିଜକୁ ଦେଖୁଛି ।
ମୋ ନିଜ ଭିତରେ ଭରିରହିଥିବା ଏତେ ଭୁଲ ଭରି ରହିଛି ଯେ ମୋ ନିଜକୁ ବି ମୋତେ ଘୃଣା ଆସୁଛି ।

©Pranay Kumar Sahu
  #Distant
ab456802ff4045faa335fe7e880b1cbb

Pranay Kumar Sahu

କ୍ରୋଧ
ଶାନ୍ତ ରହି ଯାହା ସବୁ ହାସଲ କରିଥିଲି,
ଥରେ ମାତ୍ର କ୍ରୋଧରେ ସେ ସବୁ କିଛି ହରେଇଦେଲି।
ମୋ ଆତ୍ମସମ୍ମାନ, ମୋ ଜୀବନର ସବୁଠୁ ଅମୂଲ୍ୟ ରତ୍ନ।

©Pranay Kumar Sahu
  #PhisaltaSamay
ab456802ff4045faa335fe7e880b1cbb

Pranay Kumar Sahu

Metamorphosis
ଆଉ ତୁମେ ମୋତେ ଦେଖିବନି ଯେମିତି ଗଲା ବର୍ଷ ମୋତେ ଦେଖିଥିଲ...
କାରଣ ମୋର ରୂପାନ୍ତରଣ ଘଟି ସାରିଛି

©Pranay Kumar Sahu
  #swiftbird
ab456802ff4045faa335fe7e880b1cbb

Pranay Kumar Sahu

ଚାଲ ଆଜି ଆଉ ଥରେ ଦେଖିବା
ନିଜ ଭିତରକୁ
କେତେ ସୁନ୍ଦର ଆମ ଭିତରର ସେଇ ନିରୀହ ପଣ
କେତେ ସୁନ୍ଦର ଆମ ଭିତରର ସେଇ ଅବୁଝାପଣ
ଆଶା ଥରେ ଦେଖିବା 
ଆମ ନିଜ ଭିତରକୁ

©Pranay Kumar Sahu
  #SunSet
ab456802ff4045faa335fe7e880b1cbb

Pranay Kumar Sahu

ରାସ୍ତା ଅନେକ ଦୂର 
ତଥାପି ଚାଲି ବାକୁ ହେବ
ରାସ୍ତାରେ ଅନେକ କଣ୍ଟା
ତଥାପି କ୍ଷତାକ୍ତ ପାଦରେ ଚାଲିବାକୁ ହେବ
ବେଳେ ବେଳେ ତ ଝୁଣ୍ଟି ପଡ଼ିବାର ଭୟ
ତଥାପି ବି ଚାଲିବାକୁ ହେବ
ରାସ୍ତା ସରିବା ଯାଏ ନହେଲେ ଠିକଣା ମିଳିବା ଯାଏ 
ୟେ ଯାତ୍ରା ପଥରେ ଅନେକ ସାଥୀ
ତଥାପି ଏକା ଏକା ଚାଲିବାକୁ ହେବ
କେହିବି ସବୁଦିନ ହାତ ଧରି ଚାଲିବେନି
ଏକାକୀ ଚାଲିବାକୁ ହେବ
ରାସ୍ତା ଅନେକ ଦୂର
ତଥାପି ଚାଲିବାକୁ ହେବ

©Pranay Kumar Sahu
  #kohra
ab456802ff4045faa335fe7e880b1cbb

Pranay Kumar Sahu

ଏକ ଅସମାପ୍ତ କାହାଣୀ
କେବଳ ଚୁପ୍ ଚାପ୍ ବସି ଅତୀତର ସ୍ମୃତି ସାଉଣ୍ଟିବା
ଏକା ଏକା ଅନେକ କଳ୍ପନା କରିବା
ପୁଣି ଚୁପ୍ ଚାପ୍ ନିଜ ଭିତରେ ସଙ୍କୁଚିତ ହୋଇଯିବା
କାହା ଆଗମନର ଅନ୍ତ ଜାଣି ସୁଦ୍ଧା ଅପେକ୍ଷା କରିବା

©Pranay Kumar Sahu
  #snowpark
ab456802ff4045faa335fe7e880b1cbb

Pranay Kumar Sahu

ଜୀବନ ମୋତେ ଶିଖେଇ ଦେଲା
କାହା ଠାରୁ କିଛି ବି ଆଶା ରଖ ନାହିଁ।
ନିଜ ଭିତରେ ନିଜ ଖୁସି ଖୋଜ ।
ନହେଲେ ବହୁତ୍ କଷ୍ଟ ପାଇବ ।
କାହାକୁ ଯଦି sms କରିଛ କିଛି ଅସୁବିଧା ନାହିଁ, ହେଲେ ତାର late reply କୁ ଅପେକ୍ଷା କର ନାହିଁ ।
ବହୁତ୍ କଷ୍ଟ ପାଇବ।
ତାର କଷ୍ଟ କେବଳ ଅନୁଭବି ଜାଣିଛି।

©Pranay Kumar Sahu
  #mobileaddict
loader
Home
Explore
Events
Notification
Profile