Nojoto: Largest Storytelling Platform
etishree2154
  • 5Stories
  • 4Followers
  • 27Love
    0Views

bluemoon

writing ✍ is ❤

  • Popular
  • Latest
  • Video
b9fbd092e9d538966119fb1831dee530

bluemoon

Ye khule asman,ye sard hawa aur ye andheri raat aksar mujhe ek baat puchhti rheti hai...dekha hai humne...
Aaj v tu akeli hai,wohi akeli chand ko nihar ti hai,na jaane kya dhundti rheti hai,aaj v teri wo chupke se rona, akeli baaten karna,khud sawal karna aur khud hi jawab dena,suraj ugte hi aapni ansuon ko hasi mein chhupa lela...jisko Jana tha wo to chala gaya,uske yaadon mein kyun itna rona...??
Ye kuch sawal koi aur nahi khud hi khud ko kia tha maine...!!!

©bluemoon #baasunhin
b9fbd092e9d538966119fb1831dee530

bluemoon

ଶାନ୍ତ ମୁଖ ମଣ୍ଡଳ।ହୃଦୟ ମଧ୍ୟରେ  ସୃଷ୍ଟି ହେଉଥିଲା ଅଶାନ୍ତ ଘୁର୍ଣ୍ଣି ବଳୟ।ଚତୁଃପାର୍ଶ୍ବରେ ଶବ୍ଦାଇତ ହେଉଥିଲା କେବଳ ଗୋଟିଏ କଣ୍ଠସ୍ୱର।ଯାହା ଥିଲା ମୋ ରାତ୍ରିର ଶେଷ ଓ ଦିନର ଆରମ୍ଭ।

କାହିଁ କେତେ ଦିନ ଅତିବାହିତ।ତଥାପି ସେ କଣ୍ଠସ୍ୱର ମୋ ହୃଦୟରେ ଆଜିବି ଜୀବିତ।❤️

©Eti Shree #dilkibaat
b9fbd092e9d538966119fb1831dee530

bluemoon

दरवाज़ा 💐ହୋଲି ପର୍ବ💐
ଫାଲ୍ଗୁନ ମାସର ପୂର୍ଣ୍ଣିମା ଦିନ
ହୋଲି ଦିବସ ରୂପେ
ରଙ୍ଗବେରଙ୍ଗ ଅବିର ବୋଳି
ଖେଳନ୍ତି ମନ ଉଲ୍ଲାସେ।
                                                 ବାର ମାସରେ ତେର ପରବ
                                                  ଓଡ଼ିଶାର ଇଏ ବଡ଼ ଗୌରବ
                                             ଆବାଳବୃଦ୍ଧବନିତା ଗଣ
                                                        ଖୁସିରେ ବୋଳନ୍ତି ହୋଲିର ରଙ୍ଗ।
ଉତ୍କଳ ପ୍ରଦେଶେ ବିଭିନ୍ନ ସ୍ଥାନେ
ଦୋଳ ପାଳନ୍ତି ସଭିଙ୍କ ଘରେ
ରାଧାକୃଷ୍ଣଙ୍କୁ ଲଗାନ୍ତି ହୋଲି
ଭୋଗ ଖୁଆନ୍ତି ଘରକୁ ଆଣି।
                                                     ପୂର୍ବେ ହୋଲିକାକୁ ବିନାଶ କରି
                                                  ଆସିଲେ କୃଷ୍ଣ ଘରକୁ ଫେରି
                                                     ଦୋଳ ବିମାନରେ ତାଙ୍କୁ ବସାଇ
                                                  ସ୍ୱାଗତ କଲେ ନଗର ବାସୀ।
ଜାତି ଧର୍ମ ବର୍ଣ୍ଣ ସଭିଏଁ ମିଶି
ରଙ୍ଗ ଖେଳିବେ ହୋଇଣ ଖୁସି
ଏହି ପର୍ଵର ଗୋଟିଏ ଲକ୍ଷ
ଦୂର କରିବା ସମସ୍ତ ଦ୍ୱେଷ।

©Eti Shree #ହୋଲି

#ହୋଲି

b9fbd092e9d538966119fb1831dee530

bluemoon

ପିଲାବେଳୁ ବଡ ହେବାର ଜ୍ଞାନ ଦିଅନ୍ତି।
ନିଜ ଇଚ୍ଛାରେ ବଂଚିବା ବୟସରେ,ସମ୍ପର୍କର ବନ୍ଧନରେ ବାନ୍ଧି ଦିଅନ୍ତି।ପାଠ ପଢିବା ବୟସରେ,ଚୁଲି ଜାଳ ଶିକ୍ଷା ଦିଅନ୍ତି।ଯେବେ ନିଜ ଅସ୍ତିତ୍ବର ଜ୍ଞାନ ହୁଏ,ସେତେବେଳେ ଅନ୍ୟ କାହା ହାତ ଧରାନ୍ତି।ନିଜ କର୍ତ୍ତବ୍ୟରୁ ମୁକ୍ତି ପାଇଁ,ଛୋଟ ବୟସରେ ବିବାହ କରନ୍ତି।

©Eti Shree #realfact 
#realfeelings
b9fbd092e9d538966119fb1831dee530

bluemoon

ହୃଦୟର କଥା


ମଣିଷ ଜୀବନ ରଙ୍ଗମଞ୍ଚ ପରି
ସମୟର ଏଠି ଖେଳ
ଈଶ୍ୱର ଅଟନ୍ତି ପ୍ରଯୋଜକ ଏଠି
ଆମେ ଅଟୁ କଳାକାର।

ତାଙ୍କରି ଆଦେଶେ ଜନ୍ମଲାଭ କଲେ
କେତେ କେତେ ଗୁଣିଜନ
କାର୍ଯ୍ୟ ସରିଗଲେ ବାହୁଡ଼ି ଯାଆନ୍ତି
ଛାଡ଼ିଦେଇ ତାଙ୍କ ପ୍ରାଣ।

ସହିଦ ଦିବସ ନୁହଇ କେବଳ
ସ୍ୱାଧୀନ ସଂଗ୍ରାମ ପାଇଁ
ଅନେକ ଜୀବନ ଦେଇଥାଏ ପ୍ରାଣ
ତାଙ୍କ ନାମ କାଇଁ ନାହିଁ?

ଗାନ୍ଧୀ ରାଜଗୁରୁ ଭାଗତ ସିଂ
ରହିଅଛି ତାଙ୍କ କାମ
ସୀମା ନିକଟରେ ସହିଦ ଯବାନ
କାହିଁ ନାହିଁ ତାଙ୍କ ନାମ?

ଘରେ ଘରେ ଉଠେ କ୍ରନ୍ଦନର ରେଳି
ଯେବେ ଆସେ ସହିଦ ଯବାନ
ଭାରତ ବର୍ଷର ସବୁଠାରୁ ଦୁଃଖ
ନୁହେଁ ତାହା କାହା ସମାନ।

ସମରରେ ନାରୀ ଯୋଦ୍ଧା ସାଜି
ଛାଡ଼ିଗଲେ ତାଙ୍କ ଜାତିର ମାନ
ବର୍ତ୍ତମାନ ନାରୀ ସୁରକ୍ଷିତ ନୁହେଁ
ରଖିବାକୁ ତା'ର ମାନ ସମ୍ମାନ।

ସତ୍ୟର ମୈତ୍ରୀ ବିଜୟର ଗାଥା
ଗାଉଅଛି ପୁରା ସଂସାର
ପ୍ରକୃତରେ କ'ଣ ବିଜୟ ହୋଇଛି
ଭାରତ ବର୍ଷ ଆମର?

©Eti Shree #real_jazbaat


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile