Nojoto: Largest Storytelling Platform
nojotouser4378017394
  • 4Stories
  • 10Followers
  • 7Love
    0Views

ହିନ୍ଦୁରାଜ୍ 🙏

ସନାତନ ଧର୍ମ ର ଜୟ ମା ଭାରତୀ ର ଜୟ

  • Popular
  • Latest
  • Video
c375217a863224fd2223fbfb54cd08ad

ହିନ୍ଦୁରାଜ୍ 🙏

ମୋ ଜୀବନ ଏକ ଏମିତି ଗୀତ
ଏଇ ବୈଶାଖ କୁ ଏଇ ବସନ୍ତ    ।।

ମନମୋର ଯାଯାବର
ବଦଳେ ଠିକଣା ତାର
ଗାଉଥାଏ ନୀତି ନୂଆ ସଂଗୀତ
ମୋ ଜୀବନ ଏକ ଏମିତି ଗୀତ   ।।

ମୁହୂର୍ତକେ ବଦଳାଏ ଭାବନା
ଯାହାଇଛା କରେ କଲେ ବି ମନା
କେହି ତ ନାହିଁ 
ଆକଟ ପାଇଁ
ସ୍ବପ୍ନ ମୋର କାଚଘର
ଭାଙ୍ଗେଗଢେ ଛାତ ତାର
କିଛି ନରହେ ମୋ ପାଖେ ସ୍ଥାୟୀତ୍ବ 
ମୋ ଜୀବନ ଏକ ଏମିତି ଗୀତ      ।।

ସଂପର୍କ ମୋ ମଧୁର ଅମଳିନ
ସହଜରେ ନହୁଏ ମୋ ମିଳନ
ପାଖରେ ଥାଏ 
ଦୂର ପରାଏ
ସାଥୀମୋର ନିରନ୍ତର
ଆସେଯାଏ ବାରମ୍ବାର
ତଥାପି ନହେବ କେବେ ସମାପ୍ତ 
ମୋ ଜୀବନ ଏକ ଏମିତି ଗୀତ    ।।

    ରାଜୁ😆 gaon jatra

gaon jatra #poem

c375217a863224fd2223fbfb54cd08ad

ହିନ୍ଦୁରାଜ୍ 🙏

ଗାଁ ଯାତରା ମୋ ଆସିଛି 
କେତେ ବୁଲାବୁଲି  ନାଚ ଗୀତ ହବ
ଆଖିଆଗେ ନାଚି ଯାଉଚି 
ଗାଁ ଯାତରା ମୋ ଆସିଛି    😁 ।।

ବାହାଡ଼ାଶୁଣୀ ମା ଭାରି ପ୍ରତ୍ୟକ୍ଷା 
ପୂଜିଲେ ଶୁଣନ୍ତି ସବୁରି କଥା  
ତାଙ୍କରି ନାମରେ ଗାଁ ଟି ଗଢା 
ସେ ଗାଁ ରେ ଆଜି ହେବ ଯାତରା 
ସପ୍ତମୀ ତିଥୀ ରେ ମା ଙ୍କ ଉଭାରୁ 
ଏ ପର୍ବ ଆରମ୍ଭ ହୋଇଛି 
ଗାଁ ଯାତରା ମୋ ଆସିଛି      ।।

ଯେ ଯେଉଁଠି ଥିଲେ ଆସିବେ ଫେରି
ଯାତ୍ରା ଦେଖିବାକୁ ଦରମା ଧରି
ସବୁ ସାଂଗସାଥି ମେଳ ହୋଇବେ
ନୂଆ ଜାମା ପିନ୍ଧୀ ଯାତ୍ରା ବୁଲିବେ
ପଟୁଆରେ ଢୋଲ ଡିଜେ ବି ବାଜିବ
ବଇନା ତ ଦିଆ ସରିଚି
ଗାଁ ଯାତରା ମୋ ଆସିଛି      ।।

ତିନିରାତୀ ହେବ ନାଟକ ଦେଖା
କଳା ମୋ ଗାଁ ର ମାଟିରେ ଲେଖା
ଆରମ୍ଭ ଶେଷ ରେ ଦୁଇ ଭସାଣୀ
ଏଇ ମୋ ଗାଁ ର ଯାତ୍ରା କାହାଣୀ
ବର୍ଷ ପରେ ବର୍ଷ ଚାଲିଥାଉ ଯାତ
ମା' ର କରୁଣା ରହିଚି
ଗାଁ ଯାତରା ମୋ ଆସିଛି       ।।

                                       📖 RSS ରାଜେଶ 🙏 jatra

jatra

c375217a863224fd2223fbfb54cd08ad

ହିନ୍ଦୁରାଜ୍ 🙏

ଆରେ ଚହଟା ଲଟାଗଛ ତଳେ ନକର ହଟା , ମୋର ଭାରିଜା ତୋର ଭଉଣୀ ତୀଅଣରେ ଦେଲା ଆଣ୍ଠିଏ ପାଣି  ।।

ଉତ୍କଳ ଘଣ୍ଟ 🙏
c375217a863224fd2223fbfb54cd08ad

ହିନ୍ଦୁରାଜ୍ 🙏

ପାର୍ବତୀ ମାତାଙ୍କ ସୂତ ଗଣେଶ ମୋ ଇଷ୍ଟ ,
ବିପଦେ ଆପତ୍ତୀ କରେ ଦୂରାଅନ୍ତି କଷ୍ଟ,
ତାଙ୍କଲାଗି ମୋର ନାଟ , 
ବିଘ୍ନରାଜ ମୋର ବିଘ୍ନ କୁ ନାଶନ୍ତି ଧରିଣ କରୁଣା ଛାଟ ।।
ଜୟ ଗଣେଶ 🙏 ଶ୍ରୀ ଗଣେଶ

ଶ୍ରୀ ଗଣେଶ #Quote


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile