Nojoto: Largest Storytelling Platform
sarojinibehera8402
  • 131Stories
  • 22Followers
  • 1.8KLove
    576Views

SAROJINI BEHERA

  • Popular
  • Latest
  • Video
cc39946bd1f8085c0fb0545b8f43a70d

SAROJINI BEHERA

ଜାନୁୟାରୀ ଛବିଶି 

ଆସିଛିରେ ଆସିଛି 
ଜାନୁୟାରୀ ଛବିଶି 
ଫର ଫର ହୋଇ ତ୍ରିରଙ୍ଗା 
ମନ ଖୋଲି ହସୁଛି।

ପଲ୍ଲୀରୁ ଆଜି ଦିଲ୍ଲୀ 
ସାଜ୍ଜସଜ୍ଜାରେ ଝଳି 
ଭଳିକି ଭଳି ବାଇଦ ବାଜେ 
ଜାତୀୟ ମନ୍ତ୍ର ଶୁଭୁଛି।

ଇଂରେଜର ଅଧୀନ 
ଭାରତ ସହିଲା କଷଣ 
ଗୋରାଙ୍କୁ ହଟେଇ ଦେଶରୁ 
ସ୍ୱାଧୀନତା ମହୁ ଚାଖିଛି।

ଶାସନର ଖସଡ଼ା 
ଆମ୍ବେଦକରଙ୍କ ଗଢ଼ା 
ଏହିଦିନ ସମ୍ବିଧାନ 
କାର୍ଯ୍ୟକାରୀ ହୋଇଛି।

ତା'ର ନୀତି ଅନୁସରି 
ଜନ୍ମଭୂମି ସେବା କରି 
ଦେଶର ସୁରକ୍ଷା ନିମିତ୍ତ 
ପ୍ରାଣ ଦେବା ହସି ହସି।

ଗାନ୍ଧୀ ଓ ସୁବାଷ 
ଦେଶକୁ କଲେ ମୁକ୍ତ 
ତାଙ୍କରି ରାମ ରାଇଜ 
ଗଢିବାରେ ମିଳିମିଶି।

ଭାରତ ମାଆ ପାଇଁ 
ଜୀବନ ଦେବାରେ ଭାଇ 
ମାତୃଭୂମି, ମାତୃଭାଷାକୁ 
ପୂଜୁଥିବା ଦିବା ନିଶି।

ସଭିଏଁ ଏଠି ସମାନ 
ଭାରତର ସନ୍ତାନ 
ଦେଶକୁ ସୁରକ୍ଷା, ସମ୍ମାନ 
ଦେବାର ବେଳା ଆସିଛି।
      ଆସିଛିରେ ଆସିଛି 
        ଜାନୁୟାରୀ ଛବିଶି....

          ସରୋଜିନୀ ବେହେରା 
          ପାଳଲହଡ଼ା,ଅନୁଗୁଳ

©SAROJINI BEHERA #RepublicDay
cc39946bd1f8085c0fb0545b8f43a70d

SAROJINI BEHERA

ଜାନୁୟାରୀ ଛବିଶି 

ଆସିଛିରେ ଆସିଛି 
ଜାନୁୟାରୀ ଛବିଶି 
ଫର ଫର ହୋଇ ତ୍ରିରଙ୍ଗା 
ମନ ଖୋଲି ହସୁଛି।

ପଲ୍ଲୀରୁ ଆଜି ଦିଲ୍ଲୀ 
ସାଜ୍ଜସଜ୍ଜାରେ ଝଳି 
ଭଳିକି ଭଳି ବାଇଦ ବାଜେ 
ଜାତୀୟ ମନ୍ତ୍ର ଶୁଭୁଛି।

ଇଂରେଜର ଅଧୀନ 
ଭାରତ ସହିଲା କଷଣ 
ଗୋରାଙ୍କୁ ହଟେଇ ଦେଶରୁ 
ସ୍ୱାଧୀନତା ମହୁ ଚାଖିଛି।

ଶାସନର ଖସଡ଼ା 
ଆମ୍ବେଦକରଙ୍କ ଗଢ଼ା 
ଏହିଦିନ ସମ୍ବିଧାନ 
କାର୍ଯ୍ୟକାରୀ ହୋଇଛି।

ତା'ର ନୀତି ଅନୁସରି 
ଜନ୍ମଭୂମି ସେବା କରି 
ଦେଶର ସୁରକ୍ଷା ନିମିତ୍ତ 
ପ୍ରାଣ ଦେବା ହସି ହସି।

ଗାନ୍ଧୀ ଓ ସୁବାଷ 
ଦେଶକୁ କଲେ ମୁକ୍ତ 
ତାଙ୍କରି ରାମ ରାଇଜ 
ଗଢିବାରେ ମିଳିମିଶି।

ଭାରତ ମାଆ ପାଇଁ 
ଜୀବନ ଦେବାରେ ଭାଇ 
ମାତୃଭୂମି, ମାତୃଭାଷାକୁ 
ପୂଜୁଥିବା ଦିବା ନିଶି।

ସଭିଏଁ ଏଠି ସମାନ 
ଭାରତର ସନ୍ତାନ 
ଦେଶକୁ ସୁରକ୍ଷା, ସମ୍ମାନ 
ଦେବାର ବେଳା ଆସିଛି।
      ଆସିଛିରେ ଆସିଛି 
        ଜାନୁୟାରୀ ଛବିଶି....

          ସରୋଜିନୀ ବେହେରା 
          ପାଳଲହଡ଼ା,ଅନୁଗୁଳ

©SAROJINI BEHERA #RepublicDay
cc39946bd1f8085c0fb0545b8f43a70d

SAROJINI BEHERA

ସାଧାରଣତନ୍ତ୍ର ଦିବସ 

ଦୁଇ ଶତାଧିକ ବରଷ ପାହିଲା 
         ଗୋରା ଅତ୍ୟାଚାର ସହି 
ମହା ମନୀଷୀଙ୍କ ବିଦ୍ରୋହର ବହ୍ନି 
           ତାପେ ନପାରିଲେ ରହି।
ତେର ନଈ ସାତ ଦରିଆକୁ ଡେଇଁ 
             ଗମିଲେ ବଣିକ ଜାତି 
ପରାଧୀନତାର ଛିଣ୍ଡିଲା ଶୃଙ୍ଖଳ 
            ବଜାଇ ବିଜୟ ଗୀତି।
ଉଣେଇଶି ଶହ ପଚାଶ ମସିହା 
                ଛବିଶିର ଜାନୁୟାରୀ 
ସ୍ୱାଧୀନ ଭାରତେ ହୋଇଥିଲା ଆମ 
              ସମ୍ବିଧାନ କାର୍ଯ୍ୟକାରୀ।
ଭାରତ ହୋଇଲା ସାର୍ବଭୌମ 
                ଗଣତାନ୍ତ୍ରିକ ରାଷ୍ଟ୍ର 
 ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥା 
              ହୋଇ ଗଲା ପରା ଅନ୍ତ।
ସାଧାରଣତନ୍ତ୍ର ବ୍ୟବସ୍ଥା ଚାଲିଲା 
              ଆମ ଏ ସ୍ୱାଧୀନ ଦେଶେ 
ବୃହତ ଲିଖିତ ସମ୍ବିଧାନ ଏ 
                   ମହାନ ଅଟଇ ବିଶ୍ୱେ।
ଆମ ହାତେ ଆମ ଶାସନର ଡୋରି 
                  ସୁଖ, ଶିରୀ ଫେରିଅଛି 
ସଭିଏଁ ସମାନ ହିନ୍ଦୁ, ମୁସଲମାନ 
               ଖ୍ରୀଷ୍ଟିଆନ, ଶିଖ, ପାର୍ସୀ।
ଭାରତ ମାତାର ସଭିଏଁ ସନ୍ତାନ 
                    କରିବା ଆଜି ଶପଥ 
ଜାତିର ଗୌରବ ଏ ତ୍ରିରଙ୍ଗା ତଳେ 
                 ସର୍ବେ ହୋଇ ଏକତ୍ରିତ।
ଜନମଭୂମିର ରଖିବା ସମ୍ମାନ 
                 ଦେଇ ନିଜ ପ୍ରାଣ ବଳି 
ଗଣତନ୍ତ୍ରର ସୁରଭି ବାଣ୍ଟିବା 
                 ସମ୍ବିଧାନ ରଙ୍ଗ ବୋଳି।

                ସରୋଜିନୀ ବେହେରା 
                ପାଳଲହଡ଼ା, ଅନୁଗୁଳ

©SAROJINI BEHERA #RepublicDay
cc39946bd1f8085c0fb0545b8f43a70d

SAROJINI BEHERA

I am not silent
I just avoid
speaking with 
Fake people.

©SAROJINI BEHERA #sadquotes
cc39946bd1f8085c0fb0545b8f43a70d

SAROJINI BEHERA

White Everything is temporary
Don't stress.

©SAROJINI BEHERA #good_night
cc39946bd1f8085c0fb0545b8f43a70d

SAROJINI BEHERA

White Be loyal for your
future 
not your past.

©SAROJINI BEHERA #life_quotes
cc39946bd1f8085c0fb0545b8f43a70d

SAROJINI BEHERA

Unsplash The things that hurt you
Actually teach you.

©SAROJINI BEHERA #Book
cc39946bd1f8085c0fb0545b8f43a70d

SAROJINI BEHERA

ଉଦ୍ଦାମ ନେତାଜୀ ଫେରି ଆସ ଫେରି ଆସ 
🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳

ଜାତୀୟ ମୁକ୍ତି ସଂଗ୍ରାମେ ତୁମେ 
ଲେଲିହାନ ଶିଖାଟିଏ 
ନିର୍ଭୀକ, ଉଦ୍ଦାମ, ତେଜସ୍ୱୀ ବୀର 
ତୁମ ପରି କାହିଁ କିଏ ?

ଉତ୍କଳ ମାତାର କଣ୍ଠଦେଶ ହାର 
ହୀରକ ସମ ଝଳି
ଦେଶ ମାତୃକାର ଚରଣ ସେବି 
ଦେଇଅଛ ପ୍ରାଣବଳି।

ନେତାଙ୍କର ନେତା ହେ ପୂଜ୍ୟ ନେତାଜୀ 
କ୍ରାନ୍ତିକାରୀ, ଜ୍ଞାନୀ, ଗୁଣୀ 
ବୀର ପ୍ରସବିନୀ ଉତ୍କଳ ମାତାର 
ସାଜିଲ ମଉଡମଣି।

ଜାନକୀ ନାଥ ଓ ପ୍ରଭାବତୀଙ୍କର 
ତୁମେ ସୁଯୋଗ୍ୟ ସନ୍ତାନ 
କଟକ ନଗର ଓଡ଼ିଆ ବଜାର 
ହୋଇଗଲା ସିନା ଧନ୍ୟ।

ଅଠର ଶତକ ସତାନବେ ସାଲ 
ତେଇଶିର ଜାନୁୟାରୀ 
ଜନମିଲ ବୀର ପୁଣ୍ୟ ଉତ୍କଳର 
ଜାତି ସିନ୍ଧୁ ସୁଖ ଶିରୀ।

'ଦିଲ୍ଲୀ ଚଲୋ', 'ଦିଲ୍ଲୀ ଚଲୋ'
ନିର୍ଭୀକ ଡ଼ାକ ଶୁଣି 
ସୁପ୍ତ ଭାରତୀୟ ସଂଗ୍ରାମୀ ରୁଧିରେ 
ଧାବିତ ମୁକ୍ତି ବହ୍ନି।

ବାଲ୍ୟକାଳରୁ ଥିଲ ସ୍ୱାଭିମାନୀ 
ଦେଶ ପାଇଁ ଅନୁରକ୍ତ 
ବିପ୍ଳବର ବହ୍ନି ଜାଳି ଜାତି ପ୍ରାଣେ 
ଦେଶ ପ୍ରେମେ ସମର୍ପିତ।

'ରକ୍ତ ଦିଅ ମୋତେ, ଦେବି ସ୍ୱାଧୀନତା'
ଥିଲା ତୁମରି ଆହ୍ୱାନ 
ମାତୃଭୂମି ଆମ ଗରବେ ଗାଉଛି 
ତୁମ ଯଶ ଜୟଗାନ।

ଆଜାଦ-ହିନ୍ଦ ଫଉଜ ଗଢ଼ିଲ 
ଅହିଂସା କରି ବର୍ଜନ 
ଶସ୍ତ୍ର ଆନ୍ଦୋଳନ ଗୋରାଙ୍କ ଦମନ 
ରଣ ନୀତି ଥିଲା ତୁମ।

ମୁକ୍ତି ନନ୍ଦିଘୋଷେ ସାଜିଲ ସାରଥୀ 
କରିଲ କାରାବରଣ 
ଭାରତ ମାଆର ରୁଚିର ଆକାଶେ 
ତୁମେ ଦୀପ୍ତ ଅଂଶୁମାନ।

କାଳର କବଳେ କି ଅଶୁଭ ବେଳେ 
ହୋଇ ରହିଲ ରହସ୍ୟ 
ତୁମ ଶୂନ୍ୟସ୍ଥାନ ଅଛି ଅପୂରଣ 
ଫେରି ଆସ ଫେରି ଆସ।

             ସରୋଜିନୀ ବେହେରା 
             ପାଳଲହଡ଼ା, ଅନୁଗୁଳ

©SAROJINI BEHERA
cc39946bd1f8085c0fb0545b8f43a70d

SAROJINI BEHERA

White Situation, time & people
teach better lesson than 
A book.

©SAROJINI BEHERA #love_shayari
cc39946bd1f8085c0fb0545b8f43a70d

SAROJINI BEHERA

White Sabko waqt dena v 
waqt ki beizzati hoti he.

©SAROJINI BEHERA #GoodNight
loader
Home
Explore
Events
Notification
Profile