Nojoto: Largest Storytelling Platform
jagamohanpradhan6984
  • 52Stories
  • 12Followers
  • 612Love
    11.4KViews

jagamohan Pradhan

କିଛି ଶବ୍ଦ ହୃଦୟରୁ Dil Ka Swaaz

https://youtube.com/@dil_ki_awaaz2395

  • Popular
  • Latest
  • Video
dc29325a5673a6e5ce9f7237a35e6777

jagamohan Pradhan

ସଜ ଫୁଲଟିଏ ଫୁଲେଇ ହଉଛି
ମହମହ ବାସ ଭରି 
ସୁପ୍ରଭାତ ସିଏ  ସଭିଙ୍କୁ କହୁଛି 
ସ୍ନେହ ଶ୍ରଦ୍ଧା ପ୍ରେମ ବୋଳି।
ବନ୍ଧୁ କି ବାନ୍ଧବୀ ଯାହାଙ୍କୁ ଭୋଟୁଛି
ହସ ଟିକେ ଦିଏ ଭରି
ହସରେ ହସରେ ଆଜି ପ୍ରଭାତରେ
ମଳୟେ ଯାଏ ସେ ଖୋଳି।

©jagamohan Pradhan #Morning #ସୁପ୍ରଭାତ #ଫୁଲ #odiawritings

#Morning #ସୁପ୍ରଭାତ #ଫୁଲ #odiawritings

dc29325a5673a6e5ce9f7237a35e6777

jagamohan Pradhan

ଏ ଗୋଲାପ ଫୁଲ ଲୋ ଗୋଲାପ ଫୁଲ
ପ୍ରିୟା ଖୋଜିଲାଣି ତୋତେ
ସକାଳୁ ସକାଳୁ ପ୍ରୀତିର ମହକ
ନେଇକି ଯିବୁ ତୋ ସାଥେ।
ପ୍ରୀତିର ମହକେ ମହକେଇ ଦବୁ
ପ୍ରିୟା ମନ ଜିଣି ଜାଇ
ହୃଦୟର କଥା କହି ଦବୁ ଯାଇ
ସକାଳ ଶୁଭେଚ୍ଛା ଦେଇ।

©jagamohan Pradhan #ଗୋଲାପ #ଶୁଭେଚ୍ଛା #ପ୍ରେମ #nojato

#ଗୋଲାପ #ଶୁଭେଚ୍ଛା #ପ୍ରେମ #nojato

dc29325a5673a6e5ce9f7237a35e6777

jagamohan Pradhan

ରକ୍ତ ଜୁଡୁ ବୁଡୁ ହାତ ମୋର ହେଲା
ଗୋଲାପ ଫୁଲ ଟେ ପାଇଁ
ସେଇ ରକ୍ତ କୁହେ ଏତେ ଯେ ଯନ୍ତ୍ରଣା 
ହସିଲୁ ତୁ କାହା ପାଇଁ ।
ପାଖୁଡ଼ା ଭିତରୁ  ପ୍ରେମ ଖୋଜୁଥିଲି
ପାଇଲି ମୁଁ ପ୍ରତାରଣା।
କଣ୍ଟାର ଆଘାତେ କନ୍ଦାଇ ସେ ଗଲା 
ମୋ ସାଥେ କରି ଛଳନା ।
ସାଜିଲା ନାହିଁ ସେ ପ୍ରେମର ପ୍ରତୀକ
ମୋ ପ୍ରେମରେ ସାକ୍ଷୀ ହୋଇ
ସ୍ବାର୍ଥପର ସାଜି ଗଲା ଯେ ଗୋଲାପ
ରକ୍ତରେ ଭିଜେଇ ଦେଇ ।

©jagamohan Pradhan
  #ଗୋଲାପ #ପ୍ରେମ #ପ୍ରେରଣା #jagamohan #odiawritings

#ଗୋଲାପ #ପ୍ରେମ #ପ୍ରେରଣା #jagamohan #odiawritings

dc29325a5673a6e5ce9f7237a35e6777

jagamohan Pradhan

ରକ୍ତ ଜୁଡୁ ବୁଡୁ ହାତ ମୋର ହେଲା
ଗୋଲାପ ଫୁଲ ଟେ ପାଇଁ
ସେଇ ରକ୍ତ କୁହେ ଏତେ ଯେ ଯନ୍ତ୍ରଣା 
ହସିଲୁ ତୁ କାହା ପାଇଁ ।
ପାଖୁଡ଼ା ଭିତରୁ  ପ୍ରେମ ଖୋଜୁଥିଲି
ପାଇଲି ମୁଁ ପ୍ରତାରଣା।
କଣ୍ଟାର ଆଘାତେ କନ୍ଦାଇ ସେ ଗଲା 
ମୋ ସାଥେ କରି ଛଳନା ।
ସାଜିଲା ନାହିଁ ସେ ପ୍ରେମର ପ୍ରତୀକ
ମୋ ପ୍ରେମରେ ସାକ୍ଷୀ ହୋଇ
ସ୍ବାର୍ଥପର ସାଜି ଗଲା ଯେ ଗୋଲାପ
ରକ୍ତରେ ଭିଜେଇ ଦେଇ ।

©jagamohan Pradhan #odiawritings #odiakavita #ପ୍ରେମ

#odiawritings #odiakavita #ପ୍ରେମ

dc29325a5673a6e5ce9f7237a35e6777

jagamohan Pradhan

ହାତେ ଲଙ୍ଗଳ ବିହନ ଗଉଣି
କ୍ଷେତ ମୁଣ୍ଡରେ ପୂଜି
ଚାଷ କରି ସେ ବିହନ ଯେ ବୁଣି
ଶୁଭ ଆରମ୍ଭ କରେ ଆଜି।
ସୁନାର ଫସଲ ପଳାଇବା ପାଇଁ
କ୍ଷେତ ମାଗଇ ପାଣି 
ଚଷା ଭାଇ ସବୁ ପୁରଣ କରଇ
କ୍ଷେତ ମନ ସେ ଜାଣି।
ଦିନେ ଫଳିବ ସୁନାର ଫସଲ
ହସି ଉଠିବ କ୍ଷେତ
ଚଷା ଭାଇ ପାଇଁ ସବୁଠାରୁ ବଡ଼
ଅକ୍ଷୟ ତୃତୀୟା ଯାତ।

©jagamohan Pradhan #odiawritings #ଅକ୍ଷୟତୃତୀୟା #ଓଡିଆ

#odiawritings #ଅକ୍ଷୟତୃତୀୟା #ଓଡିଆ

dc29325a5673a6e5ce9f7237a35e6777

jagamohan Pradhan

एक मासूम सा चेहरा देखे हैं हम
बस देखते ही रह जाएंगे
कभी मुलाकात होगा ना कोई बात होगा
बस उस चेहरे के साथ छोटी सी ख्वाब होगा
 अतीत के पन्ने में दिल के दीवारें में 
उस मासूम चेहरा का तस्वीर होगा।

©jagamohan Pradhan #Remember #Hindi #hindinojoto #jogamohan
dc29325a5673a6e5ce9f7237a35e6777

jagamohan Pradhan

dc29325a5673a6e5ce9f7237a35e6777

jagamohan Pradhan

କାହା ଭାବନାରେ ଆଜି ମୁଁ ହଜିବି
କାହା ପାଇଁ ଆଜି କବିତା ଲେଖିବି
କହି ପାରିବୁକି ସନ୍ଧ୍ୟା ?
କାହା ପ୍ରତିଛବି ଆଖିରେ ଆଣିବି
ରଙ୍ଗ ତୂଳୀ ଧରି ତାକୁ ମୁଁ ଆଙ୍କିବି
କହି ପାରିବୁକି ସନ୍ଧ୍ୟା ?

ନା ବିତି ଯିବୁ ତୁ ନୀରବ ହୋଇ
ରାତି ପାଖରେ ମୋତେ ଛାଡ଼ି ଦେଇ।
ରାତି ଆଣିବକି କାହାର ସ୍ବପ୍ନ ଆଖିରେ
କବିତା ଛବି ସାଥେ ହଜିବି ତା ସ୍ବପ୍ନରେ।

©jagamohan Pradhan #boat #ସ୍ବପ୍ନ #ସନ୍ଧ୍ୟା #odiawritings #odiakavita

#boat #ସ୍ବପ୍ନ #ସନ୍ଧ୍ୟା #odiawritings #odiakavita

dc29325a5673a6e5ce9f7237a35e6777

jagamohan Pradhan

दिलवाले दुल्हनिया मूवी देख कर 
हम भी निकल पड़े थे ट्रेन की सफर में 
दुल्हनिया लाने के लिए
ट्रेन के दरवाजे में हम भी दिखाए थे हात
शाहरुख खान की तरह एक लड़की को
साला पुलिस वाला कहां था पकड़ लिया मेरे हात
फीर पिछवाड़े में दिया दो लात।

©jagamohan Pradhan #ddlj #Trinding #Hindi #nojohindi
dc29325a5673a6e5ce9f7237a35e6777

jagamohan Pradhan

ପ୍ରେମ ସହର ମନା
*********
କିଏ ଟାଣି ଦେଇ ଗଲା ପୂର୍ଣ୍ଣଛେଦ
ମୋ ପ୍ରେମର ସହରରେ ?
ପ୍ରେମ ସହର ଟା ବୁଲିବା ଆଗରୁ
ଅଟକିଲି ଛଳନାରେ।
କିଏ ଲିଭାଇଲା ପ୍ରେମ ଦୀପ ମୋର
ବୈଶାଖର ଝାଞ୍ଜି ସାଜି ?
ଅନ୍ଧାରେ ବଞ୍ଚୁଛି ଝାଞ୍ଜିରେ ଜଳୁଛି
ଆଖି ଲୁହେ ଭିଜି ଭିଜି।
କିଏ ବନ୍ଧ କଲା ସହର କବାଟ 
ଏ ଆଖିରେ ଲୁହ ଦେଇ ?
ପ୍ରେମ ସହର ଟା ମୋ ପାଇଁ ମନା ଯେ
କାହିଁକି ମୁଁ ଜାଣି ନାହିଁ ?

©jagamohan Pradhan #ପ୍ରେମ #ପ୍ରତାରଣା #SAD #odiawritings #Dil__ki__Aawaz1994

#ପ୍ରେମ #ପ୍ରତାରଣା #SAD #odiawritings #Dil__ki__Aawaz1994

loader
Home
Explore
Events
Notification
Profile