Find the Best jagamohan Shayari, Status, Quotes from top creators only on Nojoto App. Also find trending photos & videos about dil mein dard sa jaga hai, murakh bande kya hai re jag mein tera, murakh bande kya hai jag mein tera, manzlain apni jaga hai, shivali jag mein sundar hai do naam,
jagamohan Pradhan
ରକ୍ତ ଜୁଡୁ ବୁଡୁ ହାତ ମୋର ହେଲା ଗୋଲାପ ଫୁଲ ଟେ ପାଇଁ ସେଇ ରକ୍ତ କୁହେ ଏତେ ଯେ ଯନ୍ତ୍ରଣା ହସିଲୁ ତୁ କାହା ପାଇଁ । ପାଖୁଡ଼ା ଭିତରୁ ପ୍ରେମ ଖୋଜୁଥିଲି ପାଇଲି ମୁଁ ପ୍ରତାରଣା। କଣ୍ଟାର ଆଘାତେ କନ୍ଦାଇ ସେ ଗଲା ମୋ ସାଥେ କରି ଛଳନା । ସାଜିଲା ନାହିଁ ସେ ପ୍ରେମର ପ୍ରତୀକ ମୋ ପ୍ରେମରେ ସାକ୍ଷୀ ହୋଇ ସ୍ବାର୍ଥପର ସାଜି ଗଲା ଯେ ଗୋଲାପ ରକ୍ତରେ ଭିଜେଇ ଦେଇ । ©jagamohan Pradhan #ଗୋଲାପ #ପ୍ରେମ #ପ୍ରେରଣା #jagamohan #odiawritings
jagamohan Pradhan
ହୃଦୟ ତୁମର ରବର ଥିଲା କି ଜମ୍ପ ମାରି ଚାଲି ଗଲ ମୋ ହୃଦୟରେ ଥିବା ପ୍ରେମ ଗାରକୁ ଲିଭେଇ ଦେଇ ଯେ ଗଲ। ©jagamohan Pradhan #ହୃଦୟ #ପ୍ରେମ #ପ୍ରତାରଣା #jagamohan #odiawritings #odianojoto
jagamohan Pradhan
ପ୍ରେମ ମାନେ ଯନ୍ତ୍ରଣା ଯିଏ ଏ ଯନ୍ତ୍ରଣାକୁ ହସି ହସି ସହିଯାଏ ତା ପାଇଁ ପ୍ରେମ ଅମର ହୋଇ ଯାଏ, ଯିଏ ଏ ଯନ୍ତ୍ରଣା ସହି ନ ପାରେ ସିଏ ବଦନାମ୍ ହୋଇଯାଏ। ©jagamohan Pradhan #ପ୍ରେମ #ଯନ୍ତ୍ରଣା #odiawritings #jagamohan
jagamohan Pradhan
ସ୍ମୃତି ମନ୍ଦିର (ଏକ ସନେଟ) *************** ସିଲଟ ଖଡ଼ି କଲମ ଖାତା କୁହନ୍ତି କଥା ପିଲା ଦିନର ଟାଇଲି ଟିଣ ଛାତ ଛପର ଗାଁ ମୁଣ୍ଡରେ ମୋ ସ୍ମୃତି ମନ୍ଦିର ମୁହଁରେ ଥାଏ ଚକ୍ ଚୁନ ଟେବୁଲ୍ ଉପରେ ଖୋଦିଣ ଜ୍ଞାନ ବେତର ତାନ ଗୁରୁଙ୍କ ଜ୍ଞାନ ଯେତେ ବୁଝିଲେ ଅବୁଝା ମନ।। ତାଳ ଚଟେଇ ଟେବୁଲ୍ ଯାଏଁ ସ୍ମୃତି ମନ୍ଦିର କଥା ସେ କୁହେ ଖେଳର ଛୁଟି ବିସ୍କୁଟ ପାଟି ସାଥିଙ୍କ ମେଳେ ଏଇଠି ହୁଏ ମନ୍ଦିର ଆଗେ ନେତାଜୀ ମୃତ୍ତି ପାଖରେ ନାଗପଦ୍ମର ସ୍ମୃତି ବର୍ଷାରେ ମସ୍ତି ଶୀତରେ କୁସ୍ତି ସ୍ମୃତି ଟେ ହୋଇ ରହିଛି ଏଠି।। ବୋହୂଚୋରି ସହିତ ରୁମାଲଚୋରି, କ୍ରିକେଟ,କବାଡ଼ି ରଡ଼ି ଫୁଟବଲରେ ଭିଡ଼ା ଭିଡ଼ି ଆଣ୍ଠୁ ଗଣ୍ଠି କେତେ ଯାଇଛି ଛିଡ଼ି ସିଲଟ ଖଡ଼ି ବାହୁଡ଼ି ଗଲେ ଖାତା କଲମ ପାଖେ ଛାଡ଼ିଲେ ଜୀବନର ଅଙ୍କ କଷିଲେ କେତେ ସ୍ମୃତି ଛାଡି ଫେରି ଆସିଲେ।। ଏ ଗାଁ ଟି ମୋର ଭାରି ସୁନ୍ଦର ଶକୁନ୍ତଳାପୁର ନାଁ ତାହାର ଜାହ୍ନଗିରି ଉଚ୍ଚ ବିଦ୍ୟାଳୟ ନା ତା'ର ଆମ ସ୍ମୃତି ମନ୍ଦିର ।। ©jagamohan Pradhan #ସନେଟ #ସ୍ମୃତି #ସ୍ମତମନ୍ଦିର #jagamohan #Nojoto #odia #କବିତା
jagamohan Pradhan
बड़ी-बड़ी ख्वाब लेकर मोहब्बत के शहर में चल पड़े उधर रात इतनी छोटी थी मेरी हर ख्वाब टूट पड़े। आंख सोच रहा था मैं कहां आ गया दिल भी सोच रहा था मैं धोखा खा गया। दिमाग सोच रहा था मैं तो पागल हो गया मोहब्बत की ख्वाहिश में मे तो साला बदल गया। ©jagamohan Pradhan #feelings #mohabbat #SAD #Pyar #jagamohan #New
jagamohan Pradhan
नफरत से टकरार *********** मोहब्बत के शहर में चल पड़े थे किस्मत को पीछे छोड़ कर किस्मत में लिखा नहीं था प्यार इसीलिए नफरत से हुआ टकरार। दिल तो था शीशा का पत्थर का था वो शहर एक ठोकर से टूट गया दिल दर्द भरी जख्म से हुआ चूरमार। आंखों के आंसू दरिया बनकर बहता रहा हर बार होठों भी पीने लगा आंसू को दर्द से तड़प तड़प कर। मोहब्बत की ख्वाहिश में लूट कर गम के आंसू पीते रहे जिंदगी भर वो कैसी थी मोहब्बत कि शहर जो हुआ नफरत से टकरार। ©jagamohan Pradhan #SAD #Love #नफरत #jagamohan #Pyar #nojatohindi
jagamohan Pradhan
ଦୁଇ ହଜାର ବାଇଶି (ଏକ ସନେଟ୍) ବୟସ ସରିଲା ଡ଼ାକରା ପଡ଼ିଲା ଫେରିବାର ବେଳ ହେଲା ହସ ଲୁହ ଯେତେ ଗଣ୍ଠିଲିରେ ବାନ୍ଧି ସମୟ ଟା ଗଡ଼ି ଗଲା ଫେରିବେନି ଆଉ ଗଣ୍ଠିଲି ସେ ଧରି ସ୍ମୃତି ହୋଇ ରହିଯିବ ମନ ଅଗଣାରେ ଫୁଲଟିଏ ହୋଇ କେବେ କେବେ ଫୁଟୁଥିବ।। କଅଁଳ ଫୁଲ ସାଜି ଫୁଟିଥିଲା ସେ ବାସ୍ନା କେତେ ଭରୁଥିଲା ପ୍ରତି ପାଖୁଡ଼ାରେ ସୁଖ ଦୁଃଖ ଧରି ସାଥେ ସିଏ ଚାଲୁ ଥିଲା ଦିନ ସରି ଗଲା ମାସ ସରି ଗଲା ବର୍ଷ ଟିଏ ସରି ଯିବ ଦୁଇ ହଜାର ବାଇଶି ଝାଉଁଳା ଫୁଲ ଟେ ହୋଇ ଝଡ଼ିଯିବ।। ପ୍ରତି ମୂହୁର୍ତ୍ତର ପ୍ରତି ଟି ଚିହ୍ନ ଫର୍ଦ୍ଦ ଭିତରେ ରହି ଯିବ କେତେ ଯେ ଘଟଣା,ଦୁର୍ଘଟଣା ଏ ଫର୍ଦ୍ଦରେ ସବୁ ଲେଖାଥିବ ଏହି ଫର୍ଦ୍ଦ ଦିନେ ଇତିହାସ ହୋଇ ସବୁ ଦିନ ରହି ଯିବ ଅତୀତ ଫର୍ଦ୍ଦ ଦୁଇ ହଜାର ବାଇଶିର କଥା କହୁଥିବ।। ଦେଇ ଯିବ କିଛି ନେଇ ଯିବ କିଛି ସମୟର ଅନୁଭୂତି ସେଇ ଅନୁଭୂତି ହୋଇ ଯିବ ଦିନେ ଆମ ଜୀବନର ସ୍ମୃତି।। ©jagamohan Pradhan #2022 #ସନେଟ #odiakavita #kavita #jagamohan #ଅତୀତ #Nojoto
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited
Follow us on social media:
For Best Experience, Download Nojoto