Nojoto: Largest Storytelling Platform
swapnaashisswain9017
  • 3Stories
  • 12Followers
  • 32Love
    0Views

Swapna Ashis Swain

Love to write ✍️

  • Popular
  • Latest
  • Video
e0d243f165016460a6fbd70b796ed0c6

Swapna Ashis Swain

ଜୟ ମା ତାରିଣୀ କୃପା 

        " ପତୀତା ପଚାରେ........"

ମୋ ଶରୀରର ଅନାବୃତ୍ତ ଅଂଶକୁ ଦେଖି
ଉପଭୋଗ କରୁଥିବା 
ଏ ସମ୍ଭ୍ରାନ୍ତ ସମାଜ !
ମୋର ବିବସ୍ତ୍ର ହେବାରେ ଲଜ୍ୟାବୋଧତାର 
ଅଭିନୟ କରେ କାହିଁକି ??

 ମୋ ଦୁଷ୍କର୍ମରେ ତୃପ୍ତିର 
ତୃଷ୍ଣା ମେଣ୍ଟାଉଥିବା ବିବେକଗୁଡ଼ାର
ମା' ଡାକର ସମ୍ବୋଧନ, 
ପୁଣି କେଉଁ ଅଧିକାରରେ ?? 

 ଆଖିରେ ଅନ୍ଧୁପୁଟୁଳି ବାନ୍ଧି,
ଚିତ୍କାରକୁ ମୋର ଶୁଣିପାରୁ ନଥିବା
ଏ ତଥାକଥିତ ପୁରୁଷଙ୍କର
ରକ୍ଷାବନ୍ଧନ ପ୍ରତିଶ୍ରୁତି 
ପୁଣି କାହା ଉଦ୍ଦେଶ୍ୟରେ ??

କାହିଁକି ଏ ନୀରବତା ସଭିଁଙ୍କ ମୁହଁରେ !!
ଭରିବନି କ୍ଷତ ମୋର
ଦେଖିଦେଲେ ତୁମକୁ ଓଦା ଆଖିରେ !!
ନା ଜନମ ମୋର ଏ ସଂସାରେ ଜଳିବାକୁ
କାମନାର ଜୁଇରେ .....!

ଝିଅ ବୋଲି ଡାକି ମର୍ଯ୍ୟାଦା ଦେବାର ଦ୍ୱାହିରେ
ଆଙ୍କିଛ କଳଙ୍କର ଦାଗ ମୋ ଫୁଙ୍ଗୁଳା ଦେହରେ !!
ପୁଣି ଏ ଅଲୋଡା କଷଣ 
ମୋର କେଉଁ ସମ୍ମାନରେ.....
କାହିଁକି ନୀରବି ଯାଇଛ ଏ ଘୃଣ୍ୟ ମାନସିକତାର
ତଥାକଥିତ ପୁରୁଷମାନେ ???
ପତୀତା ପଚାରେ..….....

                       ଆଶିଷ କୁମାର ସ୍ବାଇଁ 
                       ପୋପରଡ଼ା,ଟାଙ୍ଗୀ,କଟକ
                       ମୋ ୭୦୦୮୧୫୭୮୦୦

©Swapna Ashis Swain ପତୀତା ପଚାରେ......

ପତୀତା ପଚାରେ...... #ସମାଜ

e0d243f165016460a6fbd70b796ed0c6

Swapna Ashis Swain

White    ଜୟ ମା ତାରିଣୀ କୃପା 

   " ତୁମେ ଗଲା ପରେ........."

ଜାଣିନି ମୁଁ ଏ କାହାଣୀ ମିଛ ଥିଲା
କି ଥିଲା ଏକ ସତ 
ନା ଜାଣିଛି ଛଳନାର ଗପ ଥିଲା
କି ଥିଲା ବାହାନା ରଚିତ !!
ଆଜି ବି ଚାଲୁଛି ଏକାନ୍ତରେ ମୁଁ ବାଟ ଏକା ଏକା
ତୁମର ସେଇ ଅପେକ୍ଷା ଶବ୍ଦରେ !!
ଆଖିରେ ଆଖିଏ ନିଦ ଥାଇ ବି ମୁଁ ଉଜାଗର,
କେବଳ ତୁମେ ଫେରିବାର ଦୃଢ଼ ବିଶ୍ଵାସରେ..... ।।

କେବେ ଆସି ଥରେ ଦେଖିଯାଅ 
ଭାବପ୍ରବଣତାକୁ ମୋର ସହନଶୀଳତାର ରାଣ ଦେଇ 
ଏମିତି ବୁଝେଇ ଦେଇଛି  
ଯେ,ହୃଦୟର କୋହ ଆଖିର ଲୁହ ହୋଇ
 ବହିଯିବା ବି ଭୁଲିଯାଇଛି !!
କଳଙ୍କିନୀର କାଳିମାକୁ ପାଦରେ ଆଡେଇ, 
ସ୍ମୃତିର ଦାଗକୁ ତୁମର ବିନ୍ଦୁ ବିନ୍ଦୁ ରକ୍ତ ନିଗାଡି 
ଏବେ ବି ରଖିଛି ସାଇତି !! 
କେବଳ ତୁମେ ଫେରିବାର ଦୃଢ଼ ବିଶ୍ଵାସରେ......।।

ତୁମେ ଗଲା ପରେ.…….. 
ପ୍ରତିକ୍ଷଣର ନିଃଶ୍ୱାସ ଜାଣିଛି
ସଧବାର ବେଶେ ବିଧବାର ଯାତନା କେତେ ଯେ  ଅସହ୍ୟ ହେଇଛି !!
ଦେଖାହେଲେ କହିବି ତୁମକୁ,
ଅସ୍ତିତ୍ଵକୁ ନିଜର ଲୁଚାଇ ଲୁଚାଇ 
ଜଡ ଶରୀର ସାଥେ ମିଛ ଅଭିନୟ କେତେ କରିଛି !! 
ରଙ୍ଗବେରଙ୍ଗ ଚୁଡ଼ିର ଶବଦେ ଖାଲି ହାତର ନୀରବତାକୁ
 ଶୁଣିବାର ଦାରୁଣ କଷ୍ଟ ବି ସହୁଛି
 କେବଳ ତୁମେ ଫେରିବାର ଦୃଢ଼ ବିଶ୍ଵାସରେ......।।

ପ୍ରତୀକ୍ଷାର ମୁହୂର୍ତ୍ତ ଏତେ ଲମ୍ବା ହେବ ଜାଣିଥିଲେ,
ଥରୁଟିଏ ହେଉ ପଛେ
ତୁମକୁ ଅଟକାଇ ତ ପାରିଥାଆନ୍ତି !
ହାତରୁ ତୁମର ସିନ୍ଥିରେ, ସିନ୍ଦୂର ପିନ୍ଧିବାର ଅଭିଳାଷାକୁ
ଆଇନା ସାମ୍ନାରେ ବସି କେବେ ସାରି ନ ଥାଆନ୍ତି !!
ତୁମ ଠାରେ ମୋ ପ୍ରତିରୂପର ଶେଷ ପ୍ରତିବିମ୍ବ
ଦେଖିବାର ଇଚ୍ଛା ମୋତେ ମରିବାକୁ ଦେଉନି !!
କେବଳ ତୁମେ ଫେରିବାର ଦୃଢ଼ ବିଶ୍ଵାସରେ......
କେବଳ ତୁମେ ଫେରିବାର ଦୃଢ଼ ବିଶ୍ଵାସରେ........…...।।
                                                     ଆଶିଷ କୁମାର ସ୍ବାଇଁ 
                                                     ପୋପରଡ଼ା,ଟାଙ୍ଗୀ,କଟକ
                                                     ମୋ- ୭୦୦୮୧୫୭୮୦୦

©Swapna Ashis Swain ତୁମେ ଗଲା ପରେ….....

ତୁମେ ଗଲା ପରେ…..... #କବିତା

e0d243f165016460a6fbd70b796ed0c6

Swapna Ashis Swain

Year end 2023    ଜୟ ମା ତାରିଣୀ କୃପା 

"ସମୟର ବିରାମ"

ଜୀବନ ଉପନ୍ୟାସେ ପରିବର୍ତ୍ତିତ ପୃଷ୍ଠାଟି
ଲେଉଟାଇଲା ବେଳେ,
ଦାୟିତ୍ଵ ବୋଧର ପ୍ରହାର ଓ କର୍ତ୍ତବ୍ୟର ଖଣ୍ଡିକାଶେ, 
ପ୍ରତିଥର ଲିଭୁଥିଲା ହୃଦୟ ଗୋହିରେ ଉଦୀପ୍ତ ଵହ୍ନିଶିଖା !!
ଇଚ୍ଛାମାନଙ୍କୁ ପଛରେ ଛାଡ଼ି
ଆକାଶ ପରି ଫୁଙ୍ଗୁଳା ଦେହେ,
ଆଙ୍କି ଦେଉଥିଲି ଅୟୁତ କ୍ରାନ୍ତିର ରେଖା !
ମୁଣ୍ଡେ ବୋଝର ତୀକ୍ଷ୍ଣଶୀଳା ଲଦି,
ଦାରିଦ୍ର୍ୟତାକୁ କରିଥିଲି ଅନେକବାର ଅଣଦେଖା !
ଥକିପଡ଼ୁଥିବା ସମୟକୁ କହୁଥିଲି ନେବାକୁ ଟିକେ ବିଶ୍ରାମ !!
ନିଜକୁ ନିଜ ଭିତରେ ଖୋଜିବାର ଥିଲା
ଏକ ନିଷ୍ଫଳ ପୂର୍ଣ୍ଣକାମ ।।

ମେଞ୍ଚା ମେଞ୍ଚା ଆକାଂକ୍ଷା ଓ ସ୍ବପ୍ନିଳ ଆଶ୍ଳେଷେ, 
ପ୍ରତୀକ୍ଷାରତ ନୂତନସକାଳ ଚାହିଁଥିଲା 
ଶେଫାଳୀର ଲେଉଟାଣିବେଳା !!
ଉନ୍ମାଦ ମଧୂପ ସମ କଅଁଳ କିରଣେ,
ଢ଼ାଳୁଥିଲା ଅଝଟ ଲୁହର ଲହରୀମାଳା !
ଫାଟି ପଡୁଥିଲା କୋହର ଉଦଗିରଣେ
ସୁସୁପ୍ତି କୋଳେ ଦେଖି ଦେଇ ତାକୁ ??
ଅପାସୋରା ବିସ୍ମୃତିକୁ ଛାତିରେ ଜଡେଇ ଧରି
ଅପେକ୍ଷା କରିଥିଲା ପରିବର୍ତ୍ତନର ସୂର୍ଯ୍ୟୋଦୟକୁ !
ଭାବୁଥିଲା ଅଟକାଇ ପାରନ୍ତା କି ?
ଥରେ ସେ ରାତ୍ରିର ଆଗମନକୁ !!

ଜୀବନ ଜଞ୍ଜାଳେ ଲୀଳା ଲଗାଇ
ମାୟା ମେଖଳା ପିନ୍ଧାଇ,
ପାଦ ଚାପି ଚାପି ଉପସ୍ଥିତ ଆଶ୍ଵାସନାର ଅନେକ
ଆଶାଗୁଡ଼ିଏ ନେଇ !!
ମାଦକଭରା ଯୌବନକୁ ଚୁପକି ଲୁଟିନେବ
ବୟସର ଦ୍ୱାହିଦେଇ !
କି ଆନନ୍ଦ ମିଳୁଛିରେ ତୋତେ, ପ୍ରବଞ୍ଚକ ସମୟ
ଯନ୍ତ୍ରଣାର ଶରଶଯ୍ୟା ପରେ ବି 
କାହିଁକି ହେଉ ଏତେ ନିର୍ଦ୍ଦୟ !!
ଆଉ କିଛି ମୁହୂର୍ତ୍ତର ଅଭିନୟ ମାତ୍ର,
ମଶାଣି ଧୂଆଁର ଚାଦର ଧାରେ 
ରହିଥିବ ପାଉଁଶ ମୁଠାର କୁଡୁମ 
ନିରାଶାରେ ଆଶାର ଆଲୋକ ଖୋଜୁ ଖୋଜୁ,
ସମୟ ନେଇସାରିଥିବ ପୂର୍ଣ୍ଣ ବିରାମ !!
                                         ଆଶିଷ କୁମାର ସ୍ବାଇଁ 
                                         ପୋପରଡ଼ା,ଟାଙ୍ଗୀ, କଟକ 
                                         ମୋ-୭୦୦୮୧୫୭୮୦୦

©Swapna Ashis Swain ସମୟର ବିରାମ

ସମୟର ବିରାମ #କବିତା

Follow us on social media:

For Best Experience, Download Nojoto

Home
Explore
Events
Notification
Profile