Nojoto: Largest Storytelling Platform
basantakumarnaik4343
  • 4Stories
  • 23Followers
  • 30Love
    0Views

Basanta Kumar Naik

  • Popular
  • Latest
  • Video
ef582af9f45d5e1eb0f8b8bb79537a89

Basanta Kumar Naik

Aspire ଆମକୁ                ପରିଚୟ ଦେଇଛି 
ଦେଇଛି ବଞ୍ଚିବାର ରାହା 
ପ୍ରଭୁ ଜଗନ୍ନାଥ                 Asprire ରୂପରେ 
ହୋଇଛନ୍ତି ବୋଧେ ସାହା !
Aspire ଶିକ୍ଷାର                      ଉନ୍ନତି ପାଇଁ 
ଦେଉଅଛି ପ୍ରଶିକ୍ଷଣ 
Aspire ନାଁକୁ                   ଟେକ ମୁଁ ରଖିବି 
କରୁଛି ଆଜିମୁଁ ପଣ !
Aspire ଆମକୁ           ସ୍ୱାବଲମ୍ବୀ ହେବାପାଇଁ 
ଦେଖାଉଛି କେତେ ସ୍ୱପ୍ନ 
ଅନ୍ଧାର ରାତିରେ              ବାଟ ସେ ଦେଖାଏ 
ସାଜି ଏକ ରୂପା ଜହ୍ନ !
Aspire ଆଖିରେ                 ସମସ୍ତେ ସମାନ
କରେନା ପାତର ଅନ୍ତର 
ବାପା, ମା ପରି                   ସ୍ନେହ ସେ କରଇ 
ବିଶାଳ ହୃଦୟ ତାର !
ନିରକ୍ଷରତା ଦୂର                       କରିବା ପାଇଁ 
Aspire ଏହା ଏକ ପ୍ରୟାସ 
ନିରକ୍ଷରତା ଦୂର                        ହୋଇଗଲେ 
ଉନ୍ନତ ରାଷ୍ଟ୍ରରେ ପରିଣତ 
 ଆମ ଏ ଭାରତ ବର୍ଷ !


ବସନ୍ତ କୁମାର ନାଏକ G P କୋଳିମାଟି Aspire

Aspire #poem

ef582af9f45d5e1eb0f8b8bb79537a89

Basanta Kumar Naik

ପ୍ରେମ କରୁଛ ତ କର ହେଲେ 
                                 ପ୍ରେମିକ କାହାର ହୁଅନା 
     ପ୍ରେମିକା ସାଜିବା ଆଜିକା ଦିନରେ 
                          ଝିଅ ମାନଙ୍କର ଏକ ବାହାନା




    ବସନ୍ତ କୁମାର( ବୁଲୁ  )କୋଳିମାଟି ଶାୟାରୀ

ଶାୟାରୀ #Shayari

ef582af9f45d5e1eb0f8b8bb79537a89

Basanta Kumar Naik

ଏଇ  ଆମରି  ଗାଁ         
                                କୋଳିମାଟି  ତାର ନା 
      ଏଇ  ଗାଁରେ  ମୁଁ  ଜନମ ହୋଇଛି 
                       ପୁଣି ଜଳିବ ମୋ  ଜୁଇ  ନିଆଁ..
      ଏଇ ଗାଁ  ମାଟି ପାଣି  ପବନରେ 
                           ଏ  ଦେହ  ମୋହର  ଗଢ଼ା 
       ଏଇ ଗାଁ ବିଦ୍ୟାଳୟରେ  ମୋର 
                            ହୋଇ  ଅଛି  ପାଠ ପଢ଼ା..
       ଦୁଇ ଧାର ଦେଇ କୁଳୁ  କୁଳୁ ହୋଇ
                   ବହି ଯାଉ ଅଛି ମୂଷଳ ବୈତରଣୀ 
       ସୁଖରେ ଦୁଃଖରେ ସାଥି  ହୋଇଥାଏ 
                        ଆମ ଗାଁ  ବଡମା  ଠାକୁରାଣୀ..
       ମୂଷଳ ବୈତରଣୀ  ସଙ୍ଗମ ସ୍ଥଳରେ 
                   ମା ଡକେଇ ଠାକୁରାଣୀଙ୍କର  ପୀଠ
       ମା ଡକେଇ ଠାକୁରାଣୀ ବୋଲି 
               ଥରେ ଡାକିଦେଲ ଦୂର ହୁଏ ଦୁଃଖ କଷ୍ଟ..
 
           ବସନ୍ତ କୁମାର ନାଏକ. ବୁଲୁ. କୋଳିମାଟି ମୋ ଗାଁ....

ମୋ ଗାଁ....

ef582af9f45d5e1eb0f8b8bb79537a89

Basanta Kumar Naik

ଅତୀତ ର ସ୍ମୃତି  ଚିରିଦିଏ ଛାତି 
                                    ଭାଙ୍ଗିଦିଏ  କେତେ ହୃଦୟ 

           ହେ ସମୟ କାହିଁକି ହେଉଛୁ ତୁ ଏତେ ନିର୍ଦୟ 

ବହିଗଲା ପାଣି ଫେରିବନି କେବେ 
                                      ରଖିହେବ ବନ୍ଧ ବାନ୍ଧି 
ସମୟ ସୁଅ କୁ ରଖି ହେବ ନାହିଁ 
                                      ଥରେ ଚାଲିଯାଏ ଯଦି... 

ଛାତିର  ଲୁହକୁ ଲୁଚେଇ ଦେଉଛି 
                                   ଲୁଚେଇ ପାରୁନି ଲୁହ 

       ହେ ସମୟ କାହିଁକି ହେଉଛୁ ତୁ ଏତେ ନିର୍ଦୟ.. 

ଆଜି ଯିଏ ଚିନ୍ହା କାଲିକି ଅଚିନ୍ହା 
                                 ଅଚିନ୍ହା ବି ହୁଏ ଚିନ୍ହା 
ବିରହ ନିଆଁ ରେ ଜଳୁଛି ଆଜି 
                                 ପ୍ରିୟା ମୁଁ ତୁମରି  ବିନା..... 

ମନ ପ୍ରାଣ ମୋର ଜଳି ତ ସାରିଛି 
                                      ବାକି ଅଛି ଏଇ ଦେହ 

      ହେ ସମୟ କାହିଁକି ହେଉଛୁ ତୁ  ଏତେ ନିର୍ଦୟ.... 


     ବସନ୍ତ କୁମାର ନାଏକ (ବୁଲୁ ) କୋଳିମାଟି ହେ ସମୟ......

ହେ ସମୟ...... #Shayari


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile