Nojoto: Largest Storytelling Platform
tafizulhussain4478
  • 1.3KStories
  • 56.6KFollowers
  • 22.7KLove
    8.2LacViews

Tafizul Sambalpuri

खामोश रहते कुछ हासिल नहीं होगा बोलें अपने दिल की बातें YouTube id https://youtu.be/uZyC_sPFr7k 9439221989 Sambalpur Odisha Sambalpur Odisha

  • Popular
  • Latest
  • Video
f81efd748804cf8452b84575ebfb66fb

Tafizul Sambalpuri

White ରାସ୍ତାର ଦୁଇଟି ପାଖ
ନଇର ଦୁଇଟି ପାର୍ଶ୍ବ 
ଜୀବନର ଦୁଇଟି ଚିତ୍ର 
କିଛିବି ଅଭିନ୍ନ ନୁହେଁ 
ତଥାପି ସତରେ କେତେ ଭିନ୍ନ 
ଭିନ୍ନ ଓ ଅଭିନ୍ନର ଏହି ଯାତ୍ରା 
ଗୋଟିଏ ରଙ୍ଗମଞ୍ଚରେ ମଞ୍ଚସ୍ଥ ହୁଏ

©Tafizul Sambalpuri
  #good_morning_quotes
f81efd748804cf8452b84575ebfb66fb

Tafizul Sambalpuri

ଶ୍ରେଷ୍ଠ ବୋଲି କିଛି ନଥାଏ 
ଚେନାଏ ହସ
ବୁନ୍ଦାଏ ଲୁହ
ମୁଠାଏ ସ୍ବପ୍ନ 
ଅଳ୍ପ ର ଗଳ୍ପକୁ ନେଇ
ଜୀବନ କାହାଣୀ
ବେଳେ ବେଳେ 
ଇତିହାସ ରହିଥାଏ ।।

©Tafizul Sambalpuri
  #Time
f81efd748804cf8452b84575ebfb66fb

Tafizul Sambalpuri

White ହସିବା ଅପେକ୍ଷା କାନ୍ଦିବା ସହଜ ନୁହେଁ 
ଅଭିନୟ ତ ଏଠି ସମସ୍ତେ କରନ୍ତି
ଯିଏ ଆଖିର ଲୁହକୁ ଓଠରେ ପିଇ
ସେଇ ଓଠରୁ ପୁଣି ସମସ୍ତଙ୍କୁ ହସାଇପାରେ
ସେ ହେଉଛି ସର୍ବଶ୍ରେଷ୍ଠ ଅଭିନେତା
ହସିବା ପାଇଁ ଗୋଟିଏ ମୁହୁର୍ତ୍ତ 
ଆଉ କାନ୍ଦିବା ପାଇଁ ଗୋଟିଏ ଜୀବନ 
ବେଳେ ବେଳେ କମ ପଡ଼ିଥାଏ।

©Tafizul Sambalpuri
  #milan_night
f81efd748804cf8452b84575ebfb66fb

Tafizul Sambalpuri

White ସମ୍ଭାବନାର ପାହାଡ଼ ସେପାଖରେ 
ନିତିଦିନ କୁଆଡ଼େ ସୁରୁଜ ଉଏଁ
ଆଉ ସମ୍ଭାବନାର ଏପାଖରେ
ନିତିଦିନ ଉଇଁ ଥିବା ସୂର୍ଯ୍ୟ ଅସ୍ତ ହୁଏ
ଆଉ ତାପରେ ?
ତାପରେ ଆଉଏକ ସମ୍ଭାବନାର ଅନୁସନ୍ଧାନ 
ଏମିତି ଏକ ଚକ୍ରରେ ଜୀବନ ନିତିଦିନ
କେବଳ ଏପାଖରୁ ସେପାଖ 
ଆଉ ସେପାଖରୁ ଏପାଖ 
ଧାଇଁ ଧାଇଁ ନୟାନ୍ତ ହେଉଥାଏ।।

©Tafizul Sambalpuri
  #Yoga
f81efd748804cf8452b84575ebfb66fb

Tafizul Sambalpuri

ଚାଖଣ୍ଡେ ପେଟର ଭୋକ

ଭରିଲା ଆଖିରେ କ'ଣ 
କିଛି ସ୍ବଚ୍ଛ ଦେଖାଯାଏ କି
ଭୋକିଲା ପେଟକୁ ବା
କି ସ୍ବାଦ ଖୋଜା
ଚାଖଣ୍ଡେ ପେଟର ଭୋକ ଠାରୁ 
କ'ଣ ବା ଅଧିକ ଯନ୍ତ୍ରଣାଦାୟକ ହେଇପାରେ
ଲହୁ ଲୁହାଣ କେବଳ ଶରୀର ହୁଏ ନାହିଁ 
ବାରମ୍ବାର ହାତ ପତାଇବାକୁ ପଡ଼େ 
ସମସ୍ତ ଚିତ୍କାର, ତିରସ୍କାରକୁ
ଆଶୀର୍ବାଦ ଭାବି ବଦନେ ବୋଳିଲେ ଯାଇଁ
କେଉଁଠି ଆଃ ମହୋଷଧିର ସନ୍ଧାନ ମିଳେ ।।

©Tafizul Sambalpuri
  #kabita
f81efd748804cf8452b84575ebfb66fb

Tafizul Sambalpuri

White ଜୀବନର ରଙ୍ଗ 

କିଏ ଜାଣିଛି ଏଇ ପଥ ର ଦୂରତା କେତେ 
ବେଳେ ବେଳେ ମନେହୁଏ, ଏଇତ
ପୁଣି ବେଳେ ବେଳେ ମନେହୁଏ 
ଚକ୍ଷୁ ଠାରୁ କେତେ ଅପହଞ୍ଚ ସତେ 
ଜୀବନ ବ୍ୟାପି ଏହି ଖେଳ ଚାଲିଥାଏ।

ଚଲାପଥ ଓ ଜୀବନ ପଥ
ଭିନ୍ନ ଭିନ୍ନ କି ଅଭିନ୍ନ
କିଏ ହାତେ ମାପି ଚାଖଣ୍ଡେ ଚାଲୁଥାଏ 
କିଏ ପୁଣି ଚାଖଣ୍ଡେ ମାପି
ହାତ ଲଂଘି ଯିବାକୁ ଦୁଃସାହସ କରୁଥାଏ  ।

ଜୀବନର ଏହି ଦୁଇଟି ରଙ୍ଗ 
କାହାପାଇଁ ଧଳା ତ କାହାପାଇଁ କଳା 
ବାକି ଯେଉଁ ସବୁ ରଙ୍ଗ ରହିଲା
ସେଥିମଧ୍ୟରୁ ଅନେକ 
ପାଣିରେ ଫୋଟକା ପରି  ମିଳେଉଥାଏ ।

ସତରେ ଅବୁଝା ଏ ଜୀବନ କେତେ 
ପଥ ଚଲାଏ
ନାନା ରଙ୍ଗେ ସ୍ବପ୍ନ ଦେଖାଇ
ଇନ୍ଦ୍ରଧନୁ ଭଳି ଆକର୍ଷିତ କରୁଥାଏ 
ଉଡ଼ିବା ପାଇଁ ଡେଣା ଦେଇ ପୁଣି 
ଆକାଶରେ ବାଦଲ ଭଳି 
ଘୁଞ୍ଚି ଘୁଞ୍ଚି ଯାଉଥାଏ ।।

©Tafizul Sambalpuri
  #good_evening_images
f81efd748804cf8452b84575ebfb66fb

Tafizul Sambalpuri

White 
ହେ କବିତା ତୁମେ 

ସହର ଅପରିଚିତ ଥିଲା 
ନା, ଲୋକେ ଅପରିଚିତ ଥିଲେ
ରାସ୍ତା ମଧ୍ୟ ଅପରିଚିତ ନଥିଲା
ତଥାପି କାହିଁକି ?
ସମସ୍ତଙ୍କୁ ମୁଁ ଅପରିଚିତ ଲାଗୁଥିଲି
ପରିଚୟ ଖୋଜୁଥିଲି
ସମସ୍ତଙ୍କୁ ପଚାରି ବୁଝୁଥିଲି
ହେଲେ ଉତ୍ତର କିଛି ପାଉନଥିଲି
ସେମାନେ ମଧ୍ୟ ଖୋଜୁଥିଲେ ମତେ 
ସମସ୍ତେ ବ୍ୟସ୍ତ ଥିଲେ କେତେ
ରାସ୍ତାରେ ଦେଖିଲି ଅନେକ ରୁଣ୍ଡ ହୋଇଥିଲେ 
ମୋ ବାବଦରେ କେତେ କଥା ହେଉଥିଲେ 
ଅକସ୍ମାତ କ'ଣ ସବୁ ଯାଇଥିଲା ସରି ?
କିଛି କାନ୍ଧେଇଥିଲେ ମତେ 
କିଛି ଚାଲିଥିଲେ ସେମାନଙ୍କ ପଛେ ପଛେ 
ମୋର ଗୁଣଗାନ କରି କରି 
ସବୁ ଦେଖି ଆନନ୍ଦ ହୋଇ ଉଠିଲା ମୋ ମନ
ହଠାତ୍ ଶୁଭିଲା ଏକ ଜଣାଶୁଣା ବଚନ 
ହେ ଭଗବାନ୍ ମତେ କାହିଁ ଦେଉଛ ଏତେ ଯନ୍ତ୍ରଣା 
ଭଲା ମଣିଷକୁ ମୋ କପାଳେ ଦେଇଛ ଘାରି
ଦିନ ହେଉ କି ରାତି, ସପନ ମଧ୍ୟ 
କବିତା ଲେଖା ପ୍ରେମରେ ଯାଉଛି ସରି
ଆଖି ଖୋଲି ଦେଖିଲା ବେଳକୁ 
ଚନ୍ଦ୍ରବଦନୀ ମୋର ଛିଡ଼ା ହୋଇଛନ୍ତି 
ଚା କପ୍ ହାତରେ ଧରି 
ଆପେ ହୃଦୟରେ ଭାବନା ଯାଗ୍ରତ ହେଲା
ସତେରେ କ'ଣ ଏଯାଏଁ ମୁଁ ପାରିନି ତରି ।।

©Tafizul Sambalpuri
  #rajdhani_night
f81efd748804cf8452b84575ebfb66fb

Tafizul Sambalpuri

White ଆଶ୍ୱାସନା 

ପାହୁଣ୍ଡେ ପାହୁଣ୍ଡେ ବୋଲିତ
୧୮, ୬୧୫ ପାହୁଣ୍ଡ ଚାଲି ଆସିଲିଣି
ଆଗକୁ ଆଉ କେତେ ପାହୁଣ୍ଡ ବାକି 
କିଏ ବା ଜାଣିଛି ?
ହଁ, ବିଶ୍ବାସ ଟିକକ ନିଃଶ୍ବାସ ନେଉଛି ।

ଅନେକ ଅପୂରଣୀୟ ସ୍ବପ୍ନ
ବର୍ତ୍ତମାନ ବିଶ୍ରାମରତ
କାହା ପାଇଁ ଏଠି ଦିନ ନିଅଣ୍ଟ
କାହାପାଇଁ ଏଠି ରାତି
ହଁ, ଭାବ ଏଠି ଭାବନାରେ ବୋହି ଚାଲିଛି ।

ୟେ, ଖାଲି ମୋର କଥା ନୁହେଁ
ଏମିତି ଅନେକ କଥା ଏଇ ପଥ ଦେଇ
ନିୟମିତ ଭାବେ ପାହୁଣ୍ଡେ ପାହୁଣ୍ଡେ ଚାଲୁଛନ୍ତି
ପୂର୍ଣ୍ଣଛେଦ ଟିଏ ଟାଣିବା ତ ବିହିର ଖେଳ
ହଁ, ଆଶା ଟିକକ ଆଶ୍ୱାସନା ଦେଇ ଚାଲିଛି ।।

©Tafizul Sambalpuri
  #fathers_day
f81efd748804cf8452b84575ebfb66fb

Tafizul Sambalpuri

अक्सर परछाई भी 
साथ छोड़ जाते हैं 
 शिकायत किससे करें 
तनहाई सिर्फ एक बहाना है 
गुज़ारिश किससे करें 
अकेले चलने कि आदत अच्छा है 
जाहां खौने के लिए कुछ नहीं रहता
जो भी मिल जाए 
वही हमदर्द है 
कुछ पल के लिए 
विस्वास उसपे करें ।।

©Tafizul Sambalpuri
  #GoldenHour
f81efd748804cf8452b84575ebfb66fb

Tafizul Sambalpuri

White ସ୍ବପ୍ନ କୁ ସାକାର କରିବା ପାଇଁ 
ନିଦ ହଜେଇବାକୁ ପଡ଼ିଥାଏ 
ହଜି ଥିବା ସେଇ ନିଦ ପୁଣି 
ଆଉ ଏକ ନୂଆଁ ସକାଳ ଆଣିଥାଏ 
ଅଥୟ କେବଳ ମନର ଭାବ ଅଟେ
ଥୟ ଧରିଲେ ସମସ୍ତ ଯନ୍ତ୍ରଣା ଲାଘବ ହୋଇଥାଏ 
ଚଲାପଥ ଘର ଏରୁଣ୍ଡିରୁ ଆରମ୍ଭ ହୁଏ ସତ
ଶେଷ କେଉଁଠି ଅନୁସନ୍ଧାନ କଷ୍ଟକର ହୋଇଥାଏ ।

©Tafizul Sambalpuri
  #alone_quotes
loader
Home
Explore
Events
Notification
Profile