Nojoto: Largest Storytelling Platform

Best ସହ Shayari, Status, Quotes, Stories

Find the Best ସହ Shayari, Status, Quotes from top creators only on Nojoto App. Also find trending photos & videos about

  • 4 Followers
  • 53 Stories
    PopularLatestVideo

Diptimayee Nayak

#viral #Dialogue #odia #odianojoto #odiakavita #odiawritings #ମୁଁ #କାହା #ସହ #ଲାଗେନି #ଚିନ୍ତାଧାରା

read more
mute video

Dream Music Creation

read more
🌷🌷ଅନୁଭୂତି🌷🌷

ସ୍ୱପ୍ନ ସବୁ ଭାଙ୍ଗିଗଲା ପରେ
କେବେ ଚେଷ୍ଟା କରିଚକି 
ଆଉ ଥରେ ଦେଖିବାକୁ 

ପ୍ରତାରଣା ନିଆଁ ରେ 
   ଜଳିଲା ପରେ
କେବେ ଚେଷ୍ଟା କରିଚକି
ଆଉଥରେ ପ୍ରେମ କରିବାକୁ 

ପ୍ରେମର ପରିଣାମ ଆଗରୁ ଜାଣିବି
କେବେ ଭଲ ପାଇଚ କି
ନିଜଠୁ ଅଧିକା ତାକୁ

ଯାହା ସହ ପ୍ରେମ କରି
ପାଇଛ ପ୍ରତାରଣା
ତା ସହ ପୁଣି କେବେ
ଯୋଡିଚ କି ବନ୍ଧୁତ୍ବ ଭାବକୁ

ସବୁ ପ୍ରଶ୍ନ ର ଉତ୍ତର 
ଯଦି 'ନା' ହୁଏ,
ଥରେ ଖାଲି 'ହଁ' ଭରି ଦେଖ
ଜୀବନର ନୂଆ ଏକ ସ୍ୱାଦ ପାଇଯିବ
ଥରେ ପ୍ରୟାସ କରିତ ଦେଖ

🙏🙏🙏🙏🙏
✒ଅନିଲ୍ କୁମାର🖌

Smruti Ranjan Mohanty

#ତମେ ଆସିଛ ବର୍ଷା ସିଏବି ଆସୁଛି ଯେବେ ଯେବେ ମୋ ଉପରେ ଅଜାଡି ହୋଇଯାଏ ବୈଶାଖର ସବୁତକ ତାତି ଜଳିଯାଏ ଜୀବନର ସବୁଜିମା

read more
ତମେ ଆସିଛ ବର୍ଷା 
                ସିଏବି ଆସୁଛି 
               

ଯେବେ ଯେବେ 
ମୋ ଉପରେ ଅଜାଡି ହୋଇଯାଏ 
ବୈଶାଖର ସବୁତକ ତାତି 
ଜଳିଯାଏ ଜୀବନର ସବୁଜିମା 
ଉଜୁଡ଼ିଯାଏ ଭରା ଧାନ ଖେତ 
ଭାଙ୍ଗିଯାଏ ସ୍ୱପ୍ନର ବାଲିଘର 
ତମେ ଆସ  ପବନ ଘୋଡାରେ 
ମେଞ୍ଚା ମେଞ୍ଚା ବର୍ଷା ହୋଇ 
ମୋ ଅତୀତକୁ ଦେହରେ ଜଡାଇ 

ଯେବେ ଯେବେ 
ତା କଥା ମନେପଡେ 
ମନ ଖୋଜେ ତା ଦୁଇ ପାପୁଲିର ସ୍ପର୍ଶ 
ବର୍ତ୍ତମାନ ହଜିଯାଏ ଅତୀତର ଅତଳ ଗର୍ଭରେ 
ତମେ ଆସ 
ଜଡାଇ ଧରିବାକୁ  ମତେ 
ତମ ନିବିଡ଼ ଆଶ୍ଳେଷ ଭିତରେ 

ତମେ ଆସିଲେ ସେ ଆସେ 
ଭସା ବାଦଲର ସଵାରୀରେ 
ବିନ୍ଦୁ ବିନ୍ଦୁ ମେଘ ହୋଇ 
ହଜିଯାଏ ବୈଶାଖର ଋକ୍ଷତା 
ଫେରିଆସେ ଜୀବନ ଯୌବନର ପ୍ରଥମ ବସନ୍ତ 
ମୁଁ ମେଘ ମଲ୍ହାର ଗାଏ 
ସିଏ ନାଚି ନାଚି ବେଦମ ହୁଏ 
ନିଜେ ଭିଜେ ମୋତେବି ଭିଯାଏ 
ସ୍ମୃତିମାନେ ଜୀବନ୍ୟାସ ପାନ୍ତି 
ଆଉ ଥରେ ମରି ହଜିଯିବା ପାଇଁ 

ତଥାପି ତମକୁ ମୁଁ ଭଲପାଏ ବର୍ଷା 
ଏକ ଏକନିଷ୍ଠ ପ୍ରେମିକ ଭଳି 
ତମେ  ଆସିଲେ ସେ ଆସେ 
ଆଦ୍ୟ ଆଷାଢ଼ର ପହିଲି ପୁଲକ ହେଇ 
କୋମଲ ଘାସରେ  ଶେଜ ସଜାଏ 
ଆଉ ଏକ ଅଭିସାର ରଚେ ସ୍ମୃତିର ସ୍ମୃତି ସହ 
ଭିନ୍ନ ଏକା ରମଣ ଆତ୍ମାର ଆତ୍ମା ସହ 
ଠିକ ମେଘ ଆଉ ପୃଥିବୀ ଭଳି 

ତମକୁ ମୁଁ ଭଲପାଏ ବର୍ଷା 
ସାଇତି ରଖିଛ ତମେ ମୋ  ସ୍ୱପ୍ନିଳ  ଅତୀତ 
ପିଲାଦିନ, ବୁଢ଼ୀମାର ଅସରନ୍ତି କାହାଣୀ, 
କାଗଜ ଡ଼ଙ୍ଗା ଆଉ ମା କୋଳ 
ସାଉଁଟି ରଖିଛ 
ମୋ ପ୍ରେମିକାର ପ୍ରଥମ ଚୁମ୍ବନ 
ତା ବର୍ଷା ଭିଜା ଦେହର ଭୂଗୋଳ 
କେତେ ତାତି କେତେ ଚି଼ହ୍ନ
ମୋ ଗତାୟୁ ଅତୀତ ଆଉ ବିଗତ ଯୌବନ 

ତମେ ଆସିଛ ବର୍ଷା 
ସିଏବି ଆସୁଛି 
ଦୂର ଅରଣ୍ୟ ସେପଟେ ତା ପାଦ ଶବ୍ଦ  
ଶୁଭୁଚି ଅତୀତର କଣ୍ଠ ସ୍ୱର, ମଙ୍ଗଳ ସାହାନାଇ 
ଦିଶିଯାଉଛି ତା   ଅଲକ୍ତକ ରଂଜିତ ପାଦ ଯୁଗଳ 
ଟୋପା ଟୋପା ଚନ୍ଦନ, ନାଲି ନାଲି ଓଠ 
ଲାଜ ଲାଜ ହସ, ନଇଁ ପଡୁଥିବା ଅଳସି ଆଖିପତା 
କେତେ କାକାର ଭିଜା ରାତି 
କେତେ ସ୍ନିଗ୍ଧ ସକାଳ, ସୁନେଲି ସନ୍ଧ୍ୟା 
କେତେ ସ୍ମୃତି ଆଉ 
ମୋ ବର୍ଷା ଭିଜା ଅତୀତ 

ସ୍ମୃତି ରଞ୍ଜନ ମହାନ୍ତି #ତମେ ଆସିଛ ବର୍ଷା 
                ସିଏବି ଆସୁଛି 
               

ଯେବେ ଯେବେ 
ମୋ ଉପରେ ଅଜାଡି ହୋଇଯାଏ 
ବୈଶାଖର ସବୁତକ ତାତି 
ଜଳିଯାଏ ଜୀବନର ସବୁଜିମା

Swayam Prakash Khandayatray

#Poetry

read more
କିଏ ଜାଣିଲା କାଲି କଣ ହବ କିଏ ଜାଣିଲା ଆଜି କଣ ହଵ କିଏ ଜାଣିଲା କାଲି ତମେ ଆଉ କାହାର ହବ ହେଲେ ଏତିକି ଜାଣିଚି ଭଲ ପାଇଵା ତମ ଚେହେରା ସହ ନଥିଲା ତମ ମନ ସହ ଥିଵ

Swayam Prakash Khandayatray

#Poetry

read more
କିଏ ଜାଣିଲା କାଲି କଣ ହଵ କିଏ ଜାଣିଲା ଆଜି କଣ ହବ କିଏ ଜାଣିଲା କାଲି ତମ ସହ ଆଉ କିଏ ଥୀଵ ଆଉ ତମ ଭଲ ପାଇବା ଆଉ କାହା ସହ ଥିବ ହେଲେ ମୋ ଭଲ ପାଇବା ତ ଥିଲା କେବଳ ତମ ସହ ରହିଵ .


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile