Nojoto: Largest Storytelling Platform

Best ୧ Shayari, Status, Quotes, Stories

Find the Best ୧ Shayari, Status, Quotes from top creators only on Nojoto App. Also find trending photos & videos about ୧୦୦ ରୁ, à­§, ୧୧, ୧୦, ୧୦୦,

  • 1 Followers
  • 2 Stories
    PopularLatestVideo

satis mesra

#ବିଚାରବିବେଚନ-୧୮#
#ଲୋକନାଥମିଶ୍ର#
୧୮.୩.୨୦୨୧
******************

     ଦ୍ଵିତୀୟ ପ୍ରଶ୍ନଟି ଥିଲା - ଭଗବାନଙ୍କର କୃପାଲାଭ କେବଳ ତାଙ୍କର କୃପାରେ ହୁଏ ନା ଏଥିପାଇଁ କିଛି ନିୟମ ରହିଛି ?
     ମୋକ୍ଷ,କେବଳ ଭଗବାନଙ୍କର କୃପାସିଦ୍ଧ। ମନୁଷ୍ୟର ପୌରୁଷ ଜନିତ କୃତ କର୍ମର ଫଳ ନୁହେଁ ! ପୂର୍ବରୁ ଏହା ଆଲୋଚିତ ହୋଇଛି। ଭଗବାନ ସ୍ଵୟଂ ମଧ୍ୟ ଏହା କହିଛନ୍ତି  ଗୀତାର ୧୮ଶ ଅଧ୍ୟାୟରେ –
   ଈଶ୍ଵରଃ ସର୍ବଭୂତାନାଂ ହୃଦ୍ଦେଶେଽର୍ଜୁନ ତିଷ୍ଠତି।
   ଭ୍ରାମୟନ୍ ସର୍ବଭୂତାନି ଯନ୍ତ୍ରାରୂଢାନି ମାୟୟା।୧୮.୬୧
   ତମେବ ଶରଣଂ ଗଚ୍ଛ ସର୍ବଭାବେନ ଭାରତ।
   ତତ୍'ପ୍ରସାଦାତ୍ ପରାଂ ଶାନ୍ତିଂ ସ୍ଥାନଂ ପ୍ରପ୍'ସ୍ୟସି ଶାଶ୍ଵତମ୍।୬୨
ଶ୍ରୀଭଗବାନ କହିଲେ - ଈଶ୍ଵର ସମସ୍ତ ପ୍ରାଣୀଙ୍କ ହୃଦୟରେ ବିରାଜମାନ ଅଛନ୍ତି।ସେ ହିଁ ସମସ୍ତ ପ୍ରାଣୀଙ୍କୁ ଯନ୍ତ୍ରାରୂଢ ପୁତ୍ତଳିକାପରି ତାଙ୍କର (ନିଜର ଦୈବୀଶକ୍ତି)ମାୟା ଦ୍ଵାରା (ସୃଷ୍ଟିଚକ୍ରରେ) ଭ୍ରମଣ କରାଉଛନ୍ତି। ହେ ଭାରତ ! କେବଳମାତ୍ର ତାଙ୍କର ହିଁ ସର୍ବୋତଭାବରେ ଶରଣାଗତ ହୁଅ। ତାଙ୍କରି ପ୍ରସାଦରୁ ତୁମେ ପରମ ଶାନ୍ତିଧାମ - ପରମ ଧାମ(ଅର୍ଥାତ ତାଙ୍କୁ ହିଁ)ପ୍ରାପ୍ତହେବ। ଭଗବାନ ଏହି ଶ୍ଳୋକ ଦୁଇଟିରେ  କହିଲେ –
#୧- ଭଗବାନ ହିଁ ସମସ୍ତଙ୍କ ହୃଦୟରେ ବିରାଜମାନ ଅଛନ୍ତି ଏବଂ ସମସ୍ତଙ୍କୁ ତାଙ୍କର ମାୟାଶକ୍ତିଦ୍ଵାରା ସଂସାରରେ ଯନ୍ତ୍ରାରୂଢ ପିତୁଳାପରି ଅବଶ ଭାବରେ ଭ୍ରମଣ କରାଉଛନ୍ତି।
#୨- ଏହା ଈଶ୍ଵରଙ୍କ ଦ୍ଵାରା ତାଙ୍କରି ଇଚ୍ଛାନୁଯାୟୀ ସେ କରୁଛନ୍ତି।
#୩- ସର୍ବଭାବରେ ତାଙ୍କର ଶରଣାଗତ ହୁଅ।
#୪- ତାଙ୍କରି କୃପାରୁ କେବଳ ପରମଶାନ୍ତି ପରମ ସ୍ଥାନ ପ୍ରାପ୍ତ ହୁଅ।ଏହା ଭଗବାନଙ୍କ ସ୍ଵ କଥିତ ବାଣୀ ଯହିଁରେ ସେ କହିଛନ୍ତି ଯେ କେବଳମାତ୍ର ଭଗବାନଙ୍କର ପ୍ରସନ୍ନତାରୁ,ତାଙ୍କରି କୃପାରୁ ହିଁ ପରମ ଶାନ୍ତିମୟ ପରମଧାମ ପ୍ରାପ୍ତହେବ - ଅନ୍ୟପ୍ରକାରେ ନୁହେଁ ! ଏହି ପରମଧାମ ତାଙ୍କର ସ୍ଵରୂପ।ଏକଥା ସେ ଦଶମ ଅଧ୍ୟାୟରେ କହିଛନ୍ତି।ଅଷ୍ଟମ ଅଧ୍ୟାୟରେ ବି।   ୧୮ଶ ଅଧ୍ୟାୟର ୬୪,୬୫ଓ ୬୬ତମ ଶ୍ଳୋକତ୍ରୟରେ ଭଗବାନକହିଲେ- 
     ସର୍ବଗୁହ୍ୟତମଂ ଭୂୟ ଶୃଣୁ ମେ ପରମଂ ବଚଃ।
     ଇଷ୍ଟୋଽସି ମେ ଦୃଢମିତି ତତୋ ବକ୍ଷ୍ୟାମି ତେ ହିତମ୍।୬୪
     ମନ୍ମନା ଭବ ମଦ୍ଭକ୍ତୋ ମଦ୍ଜାଜୀ ମାଂ ନମସ୍କୁରୁ।
     ମାମେବୈଷ୍ୟସି ସତ୍ୟଂ ତେ ପ୍ରତିଜାନେ ପ୍ରିୟୋଽସି ମେ।୬୫
     ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ।
     ଅହଂ ତ୍ଵା ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ।୬୬
ଭଗବାନ ୬୨ତମ ଶ୍ଳୋକରେ ଯାହା କହିଲେ, ତାହାକୁ ଅଧିକ ବିସ୍ତାରିତ କରି ସର୍ବଭାବରେ ଭଗବାନଙ୍କ ଶରଣାଗତି ହିଁ କେବଳମାତ୍ର ତାଙ୍କର କୃପା ପ୍ରାପ୍ତହେବାର ସର୍ବଗୁହ୍ୟତମ ଉପାୟ
ବୋଲି ଏହି ଶ୍ଳୋକତ୍ରୟରେ ଖୋଲି କହିଦେଲେ।ଏହା କିପରି କରିବ,ତାହାବି କହିଦେଲେ ଏବଂ କଲେ କିପରି ତାଙ୍କୁ ଲାଭକରି ମୋକ୍ଷ ପ୍ରାପ୍ତହେବ - ତାହାବି କହିଦେଲେ ସତ୍ୟପ୍ରତିଜ୍ଞାକରି ! ଭଗବାନ ସ୍ପଷ୍ଟ କହିଲେ - 'ଅହଂ ତ୍ଵା ମୋକ୍ଷୟିଷ୍ୟାମି - ମା ଶୁଚ' !
ତେବେ ମୋକ୍ଷ ମିଳେ କିପରି ? ଦିଏ କିଏ? ଏହା ମିଳେ ଭଗବାନଙ୍କ ପ୍ରସାଦରୁ,ତାଙ୍କରିଦ୍ଵାରା ପ୍ରଦତ୍ତ ହୋଇ। କେହି କହିପାରନ୍ତି ଯେ ଭଗବାନ ତ କହିଲେ ତାଙ୍କର ଶରଣାଗତ ହେବାକୁ। ତାହା କଲେଯାଇ ସିନା ତାଙ୍କର କୃପା ମିଳିବ ? ନହେଲେ ତ ନୁହେଁ ! ତେଣୁ ଏହାତ କର୍ମର ଫଳ ହେଲା ! ଏପରି ଯୁକ୍ତି ମନୁଷ୍ୟର ନିଜର ସାମର୍ଥ୍ୟ ବା ପୁରୁଷକାରର ଦମ୍ଭ ଉପରେ ପ୍ରତିଷ୍ଠିତ ! ଆଉ 'ମୁଁ ଭଗବାନଙ୍କର କଥା କରୁଛି, ତେଣୁ ଫଳ ପାଇବି' - ଏହି ଭାବଟି ହିଁ ଶରଣାଗତିର ଭଙ୍ଗକାରୀ ବାଧକ ଭାବ ! ଏହି 'ମୁଁ'ତ୍ଵ,କର୍ମରେ କର୍ତ୍ତୃତ୍ଵାଭିମାନ - the very 'l' consciousness is the deterrent to the total surrender to God , which one fails to comprehend ! ଯେକୌଣସି କର୍ମରେ - ସେ ଜ୍ଞାନ ପାଇଁ 
ହେଉ,ଯୋଗ ପାଇଁ ହେଉ ବା ଭକ୍ତି ପାଇଁ - ଯେପର୍ଯ୍ୟନ୍ତ କର୍ତ୍ତୃତ୍ଵାଭିମାନ ତ୍ୟକ୍ତ ନହୋଇଛି,ପରିଣତି ବା ଫଳେଚ୍ଛା ପରିତ୍ୟକ୍ତ ନହୋଇଛି,ସେପର୍ଯ୍ୟନ୍ତ ତାହା ଭଗବାନଙ୍କଠାରେ ସମ୍ପୂର୍ଣ୍ଣ ସମର୍ପଣ ନୁହେଁ କି ଶରଣାଗତି ନୁହେଁ ! ତେଣୁ ଶରଣାଗତିର ଅର୍ଥ ହେଲା 'କିଛି ନକରିବା' ! ଏହା ମୋର ଉକ୍ତି ନୁହେଁ। ଭଗବାନ ସ୍ଵୟଂ ଏହା କହିଛନ୍ତି –
   ଚେତସା ସର୍ବକର୍ମାଣି ମୟି ସନ୍ନସ୍ୟ ମତ୍ପରଃ।
   ବୁଦ୍ଧିଯୋଗମୁପାଶ୍ରିତ୍ୟ ମଚ୍ଚିତ୍ତଃ ସତତଂ ଭବ।୧୮.୫୭
ଏହି ଶ୍ଳୋକରେ ଭଗବାନ କହୁଛନ୍ତି  -(ତୁମର କରୁଥିବା) ସମସ୍ତ
କର୍ମକୁ ଚେତନାରେ ମୋ'ତେ ଅର୍ପଣ କରି,ମଦ୍ଗତପ୍ରାଣ ହୋଇ, 
ମତ୍ପରାୟଣ ହୋଇ, ବୁଦ୍ଧିକୁ ମୋ'ସହିତ ଅଖଣ୍ଡ ଭାବରେ ନିବିଷ୍ଟ କରି,ଯୋଗକରି,ମଚ୍ଚିତ୍ତ ହୁଅ ଏକାଗ୍ର ଭାବରେ। ପୁଣି କହୁଛନ୍ତି -
    ମଚ୍ଚିତ୍ତଃ ସର୍ବଦୁର୍ଗାଣି ମତ୍ପ୍ରସାଦାତ୍ ତରିଷ୍ୟତି।
    ଅଥ ଚେତ୍ତ୍ଵମହଙ୍କାରାନ୍ନ ଶ୍ରୋଷ୍ୟସି ବିନଙ୍'କ୍ଷ୍ୟସି।୧୮.୫୮
ଭଗବାନ କହୁଛନ୍ତି - (ଯେ') ମଚ୍ଚିତ୍ତ ବ୍ୟକ୍ତି(ବା ତୁମେ) ସମସ୍ତ ଦୁର୍ଗତିରୁ ମୋର (ଅନୁଗ୍ରହରୁ) ପ୍ରସାଦରୁ ତରିଯିବ। ଆଉ ଯଦି ତୁମେ ଅହଙ୍କାର ହେତୁ ମୋ'କଥା ନଶୁଣିବ,ତେବେ ବିନାଶ ପ୍ରାପ୍ତ ହେବ। କିନ୍ତୁ ଯିଏ ତାଙ୍କକଥା ଶୁଣିବ ତା'ପାଇଁ କହିଲେ –
    ଯେ ତୁ ସର୍ବାଣି କର୍ମାଣି ମୟି ସନ୍ନ୍ୟସ୍ୟ ମତ୍ପରାଃ।
    ଅନନ୍ୟେନୈବ ଯୋଗେନ ମାଂ ଧ୍ୟାୟନ୍ତ ଉପାସତେ।
    ତେଷାମହଂ ସମୁଦ୍ଧର୍ତ୍ତା ମୃତ୍ୟୁସଂସାରସାଗରାତ୍।
ଭଗବାନ କହିଲେ - 'କିନ୍ତୁ ଯେଉଁମାନେ ସମସ୍ତକର୍ମକୁ ମୋତେ
ସମର୍ପଣ କରି,ଏକନିଷ୍ଠ ଭାବରେ ମତ୍ପରାୟଣ ହୋଇ ଅନନ୍ୟ ଭାବରେ ମୋ'ସହିତ ଯୁକ୍ତହୋଇ,ଏହି ଯୋଗାଚରଣଦ୍ଵାରା ମୋ'ଠାରେ ହିଁ ଧ୍ୟାନକୁ କେନ୍ଦ୍ରିତକରି ଶ୍ରଦ୍ଧାରେ ମୋର ଉପାପନା କରନ୍ତି,ଏହି ମୃତ୍ୟୁପୂର୍ଣ୍ଣ ସଂସାର ସାଗରରୁ ସେମାନଙ୍କର ଉଦ୍ଧାରକର୍ତ୍ତାହୋଇ ମୁଁ ସେମାନଙ୍କୁ (ଅଚିରେ)ଉଦ୍ଧାର କରିଥାଏ'।
ତେଣୁ ଭଗବାନ ହିଁ କେବଳ ମୋକ୍ଷଦାତା ! ଏହା ସେ ତାଙ୍କର ଭକ୍ତକୁ କୃପା ପ୍ରସାଦରୂପେ ପ୍ରଦାନ କରନ୍ତି।
      ଅତଏବ ଭଗବାନଙ୍କର କୃପା ଲାଭକରିବା ତାଙ୍କରି କୃପାରୁ ହିଁ ସମ୍ଭବ ବୋଲି ସେ କହିଲେ। ଏଥିପାଇଁ ସେ କିଛି ନିୟମ ପ୍ରଣୟନ କରିଛନ୍ତି କି ? (କ୍ରମଶଃ).....
                 (copyright reserved)

©satis mesra #WorldAsteroidDay

About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile