Nojoto: Largest Storytelling Platform

ନିଷ୍ଠୁର ଘସ୍ର (ଦିନ), ଧୂମ୍ର।ଭ ଦିଗନ୍ତ... ଅବିଶ୍ରାନ୍ତ ବ

ନିଷ୍ଠୁର ଘସ୍ର (ଦିନ), ଧୂମ୍ର।ଭ ଦିଗନ୍ତ...
ଅବିଶ୍ରାନ୍ତ ବିଷାଦର ବର୍ଷା, ଆଉ ଅକ୍ଲାନ୍ତ ଅନିଳ(ପବନ)
ଶୀର୍ଣ୍ଣ ପାନ୍ଥଶାଳାର ଜୀର୍ଣ୍ଣ କାନ୍ଥକୁ ଜାବୁଡି ଧରି
ଜୀବନସହ ଲଢ଼େଇକରୁଛି କ୍ଷୀଣ ଏକ ଦ୍ରାକ୍ଷାଲତା ।
ଶୁଷ୍କ ପତ୍ର ପତିତ ହୁଏ ପ୍ରତି ମୁହୂର୍ତ୍ତ...
ନିଷ୍ଠୁର ଦିବସ, ଧୁମ୍ର।ଭ ଦିଗନ୍ତ ...
ମୋ ଜୀବନ... 
ନିଷ୍ଠୁର, ଧୂମ୍ର।ଭ, ଆଉ ଅବିଶ୍ରାନ୍ତ ବିଷାଦର ବର୍ଷା ।
କ୍ଲାନ୍ତ ହୀନ ଅନିଳ ...
ମୋ ଭାବନାରେ ଧସେଇ ପସେ ବିଫଳତାର  ଅତୀତକୁ ନେଇ ।
ତଥାପି ବିଷାଦ ମନରେ ନବଚେତନାର ତୂର୍ଯ୍ୟନାଦ 
ଗଢି ଚାଲେ ଆଶାର ସୌଧ ।
ସହସ୍ର ଛଳନାର ବାଦଲ ଉହାଡୁ
ଉଙ୍କିମାରେ ସତ୍ୟର ସୂର୍ଯ୍ୟାଲୋକ ।
ତୁମ ନିୟତି ଆଉ ମୋ ନିୟତି 
ସବୁଠି ଦଲକାଏ ବିଷାଦର ବର୍ଷା...
 କିଛି ଦିନ ନିଷ୍ଠୁର ଆଉ ଧୂମ୍ର।ଭ   
ତଥାପି ବିଷାଦ ମନରେ ନବଚେତନାର ତୁର୍ଯ୍ୟ ନାଦ ଗଢିଚାଲୁ ଆଶାର ସୌଧ ।

©PRANAY KUMAR SAHU #rainyday