Nojoto: Largest Storytelling Platform

ସ୍ବପ୍ନ ସବୁ ଶୋଇ ପଡିବା ପରେ ଦୀର୍ଘ ନିଶ୍ଵାସ ହିଁ ସହଚର ମୋ

ସ୍ବପ୍ନ ସବୁ ଶୋଇ ପଡିବା ପରେ
ଦୀର୍ଘ ନିଶ୍ଵାସ ହିଁ ସହଚର ମୋର 
ଆକାଶରେ ଜହ୍ନ ବାଦଲରେ ହଜିଯିବା ପରେ
ଜମିଛି ଆଜି ମୋ ଅଗଣାରେ ସ୍ମୃତିର ଆସର
କିଛି ଚିହ୍ନା କିଛି ଅଚିହ୍ନା ଚରିତ୍ର 
ବଖାଣନ୍ତି କେତେ କଥା 
ତଥାପି ନିଖୋଜ ମୁଁ, ନିଜ ମଧ୍ୟରେ 
ଶୁଭୁଚି ଖାଲି ମତେ ମୋ ଅନ୍ତସ୍ବର 
ପଦ ଚିହ୍ନ କେତେ ନିଶ୍ଚିହ୍ନ ହେଲେଣି
ଜୀବନ ବେଳାଭୂମିରେ 
ସତେଜ ତଥାପି ତୁମର କେଇ ପଦ କଥା 
ଲାଗେ ଏବେବି କେଡେ ମଧୁର 
ଲେଖି ପାରୁଛି କେବଳ ଏତିକି ତୁମ ସ୍ମୃତିକୁ
ଜୀବନ ଥିଲା ଯିଏ ଦିନେ ଆଜି 
ମୋ ସ୍ପନ୍ଦନ ମାଗୁଛି 
ସଂଜ୍ଞାହୀନ ମୁଁ ତଥାପି କାହିଁକି 
ଶୁଭେ ଆଜି ତୁମ ନୁପୁର ସ୍ବର ।।

©Tafizul Sambalpuri
  #ସମୟ

#ସମୟ #କବିତା

108 Views