Nojoto: Largest Storytelling Platform

::ପ୍ରତୀଚୀ ପ୍ରାନ୍ତ:: ପ୍ରତୀଚ

          
           ::ପ୍ରତୀଚୀ ପ୍ରାନ୍ତ::


ପ୍ରତୀଚୀ ତରଫେ ନଇଁ ପ୍ରଦୋଷ ବିରଞ୍ଚି,
ପ୍ରତୀଚୀ ଅମ୍ବର ଦେହେ ସିନ୍ଦୂର ବିଞ୍ଚିଛି।
ଉଡିଲାଣି ଦେଖ ଦାଣ୍ଡେ ଅରାଏ ଗୋଧୂଳି,
ଆସିଲେଣି ନିଶାମୁଖ ପଡିଛି ବର୍ଣ୍ଣାଳୀ।
ପଲପଲ ଗୋରୁଗାଭୀ ଫେରୁଛନ୍ତି ମାର୍ଗେ,
ଦଳଦଳ ଖଗକୂଳ ଲେଉଟନ୍ତି ବାସେ।
ଅଳକ୍ତକ ଦିଶୁଛି ଅଭ୍ରରୂପ ସମ୍ଭାର,
ଶନୈଶନୈ ମାଡିଆସେ କାଳିମା ଅନ୍ଧାର।
ଚତୁଃଭୁଜ ମେଲାଉଛି ନିଃଶବ୍ଦ ଶର୍ବରୀ,
ସ୍ବଳ୍ପ କ୍ଷଣାନ୍ତେ ଘୋଟିବ ଅଶରୀରୀ ପରି।
ବିଭାବରୀ ଆଗମନୀ ଦେଖି କୁମୁଦିନୀ,
ଭକ୍ତି ମନେ ଅପେକ୍ଷିତ ଲାଗି ସେ ମସ୍କରୀ।
ବଢିଯାଏ ଦେଖୁ ଦେଖୁ ପ୍ରଗାଢ କାଳିମା,
କ୍ରୋଡେ ତାର ଶୋଭା ପାଇଲେଣି ତ ଚନ୍ଦ୍ରମା।
 #yqbhaina 
#yqodia 
#ପ୍ରତୀଚୀପ୍ରେରଣା
#ପ୍ରତୀଚୀତରଫ
          
           ::ପ୍ରତୀଚୀ ପ୍ରାନ୍ତ::


ପ୍ରତୀଚୀ ତରଫେ ନଇଁ ପ୍ରଦୋଷ ବିରଞ୍ଚି,
ପ୍ରତୀଚୀ ଅମ୍ବର ଦେହେ ସିନ୍ଦୂର ବିଞ୍ଚିଛି।
ଉଡିଲାଣି ଦେଖ ଦାଣ୍ଡେ ଅରାଏ ଗୋଧୂଳି,
ଆସିଲେଣି ନିଶାମୁଖ ପଡିଛି ବର୍ଣ୍ଣାଳୀ।
ପଲପଲ ଗୋରୁଗାଭୀ ଫେରୁଛନ୍ତି ମାର୍ଗେ,
ଦଳଦଳ ଖଗକୂଳ ଲେଉଟନ୍ତି ବାସେ।
ଅଳକ୍ତକ ଦିଶୁଛି ଅଭ୍ରରୂପ ସମ୍ଭାର,
ଶନୈଶନୈ ମାଡିଆସେ କାଳିମା ଅନ୍ଧାର।
ଚତୁଃଭୁଜ ମେଲାଉଛି ନିଃଶବ୍ଦ ଶର୍ବରୀ,
ସ୍ବଳ୍ପ କ୍ଷଣାନ୍ତେ ଘୋଟିବ ଅଶରୀରୀ ପରି।
ବିଭାବରୀ ଆଗମନୀ ଦେଖି କୁମୁଦିନୀ,
ଭକ୍ତି ମନେ ଅପେକ୍ଷିତ ଲାଗି ସେ ମସ୍କରୀ।
ବଢିଯାଏ ଦେଖୁ ଦେଖୁ ପ୍ରଗାଢ କାଳିମା,
କ୍ରୋଡେ ତାର ଶୋଭା ପାଇଲେଣି ତ ଚନ୍ଦ୍ରମା।
 #yqbhaina 
#yqodia 
#ପ୍ରତୀଚୀପ୍ରେରଣା
#ପ୍ରତୀଚୀତରଫ

#Yqbhaina #yqodia #ପ୍ରତୀଚୀପ୍ରେରଣା #ପ୍ରତୀଚୀତରଫ