Nojoto: Largest Storytelling Platform

Best Yqbhaina Shayari, Status, Quotes, Stories

Find the Best Yqbhaina Shayari, Status, Quotes from top creators only on Nojoto App. Also find trending photos & videos about yqbaba, haina de blana, bahut takleef deti haina meri baatein, haina desert ultra sun, henaa hainaa beauty products,

  • 88 Followers
  • 4729 Stories
    PopularLatestVideo

Sunita Patel

mute video

Tejaswini Patra

ସୁପ୍ରଭାତ। ଏଥି ସହିତ ଆମ ପାଖରେ ଆଉ ଏକ ନୂଆ ସକାଳ। ଆଉ ଟିକିଏ ପୁରୁଣା ହେଇଛି ଏ ପୃଥିବୀ। ଅଜାଣତରେ ପକେଟ ଭିତରେ ଚ‌ଉତି ଯାଇଛି ଅଭିଜ୍ଞତା। ଆସନ୍ତୁ ନା ଲେଖିବା କବିତା, ଗଳ୍ପ ଅବା ପ୍ରବନ୍ଧ ଉପରୋକ୍ତ ଶୀର୍ଷକ କୁ ନେଇ।। #ପୁରୁଣାଜୀବନ #Collab #Yqbhaina #yqodia #munodia #odiawritings #YourQuoteAndMine Collaborating with YourQuote Bhaina #kuchbateeinankahi

read more
ପାଖୁଡ଼ା ପରେ ପାଖୁଡ଼ା ସ୍ମୃତିକୁ ସଜେଇ 
ଭଳିକି ଭଳି ସ୍ଵପ୍ନ, ମନଲୋଭା ଆଶା
ଗୋଛାଏ ଅଭିଜ୍ଞତାକୁ ନେଇ
କାହିଁ କେତ ବର୍ଷର ପରମ୍ପରାକୁ ଜାବୁଡ଼ି
ପୁଣି ସେଥିରେ ଆଧୁନିକତାର ଛାଉଣୀ ଘୋଡ଼ାଇ
କିଛି ନିଚ୍ଛକ ସତ ଆଉ କିଛି ହସ ରହସ୍ୟମୟୀ
କ୍ଷୀର-ନୀର ର ଚମଡ଼ା କାଢ଼ି ତେଲ-ପାଣିକୁ ବୁଝିଛି 
ଅଭିନୟକୁ ପେଶା ଭାବେ ଗ୍ରହଣ କରି
ମୁଁ ପୁଣି ମଞ୍ଚସ୍ଥ  ନୂଆ ଚରିତ୍ର କୁ ଆପଣେଇ

ମନ କୁ ମାରି ଆତ୍ମା କୁ ଜଳେଇ ମାଟି କୁ ବୁଝେଇ 
ମୁଁ ନୂଆ କରି ଗୁନ୍ଥୁଛି ମୋର ଏ ପୁରୁଣା ଜୀବନ ସୁପ୍ରଭାତ। 
ଏଥି ସହିତ ଆମ ପାଖରେ ଆଉ ଏକ ନୂଆ ସକାଳ। ଆଉ ଟିକିଏ ପୁରୁଣା ହେଇଛି ଏ ପୃଥିବୀ। ଅଜାଣତରେ ପକେଟ ଭିତରେ ଚ‌ଉତି ଯାଇଛି ଅଭିଜ୍ଞତା। ଆସନ୍ତୁ ନା ଲେଖିବା କବିତା, ଗଳ୍ପ ଅବା ପ୍ରବନ୍ଧ ଉପରୋକ୍ତ ଶୀର୍ଷକ କୁ ନେଇ।।

#ପୁରୁଣାଜୀବନ #collab #yqbhaina  #yqodia #munodia  #odiawritings  #yourquoteandmine
Collaborating with YourQuote Bhaina   #kuchbateeinankahi

Tejaswini Patra

ଲେଖନ୍ତୁ କିଛି ମନଛୁଆଁ କବିତା କାହାଣୀ ଏକପଦୀ ଅବା ଲଘୁକଥା ଉପରୋକ୍ତ ଶୀର୍ଷକରେ। #ଏକେଉଁସହର #Collab #yqodia #Yqbhaina #odiawritings #yourquoteodia #YourQuoteAndMine #kuchbateeinankahi Collaborating with YourQuote Bhaina

read more
ସ୍ୱପ୍ନର ଅମ୍ବାର
ବଜାର ର ଖେଳନା ଯେମିତି
ରଙ୍ଗ ବେରଙ୍ଗ ମନ ଲୋଭାଣିଆ

ଶାନ୍ତି ବଦଳରେ ସ୍ୱପ୍ନ ମିଳେ
ବିକିଦେଇ ଯାଏ ମଣିଷ ସବୁ ଶାନ୍ତି
ବନ୍ଧାପଡେ ସମୟ
ନିତି ଚାଲେ କିଣାବିକା
ଭଙ୍ଗା ସ୍ୱପ୍ନ ମୂଲହୀନ ହୋଇ ଦୁଆର ଚାମୁଟେ
ମଣିଷର ଗଳାଫଟା କାନ୍ଦ, ଥକିପଡି ମାର ବୁକୁରେ ଶୋଇଯାଏ ଆଉ ଭୁଲିଯାଏ
ପୁଣି ନୂଆ ସ୍ୱପ୍ନ ସଜାହୁଏ ନୂଆ ରୂପରେ 
ଖୁସିର ଲହର କୂଳ ଲଙ୍ଘେ , ହେଲେ କ୍ଷଣିକ ପାଇଁ
ପୁଣି ବଜାରରେ ନୂଆ ଖେଳନାର ଆସର, ପୁରୁଣା ଆକର୍ଷଣ 
ତାକୁ ପାଇବାର ଆଶାରେ ବିକାଭଙ୍ଗା ଚାଲେ 

ଏ ପାଗଳ ମଣିଷ ଏମିତି ହିଁ ଘୁରୁଥାଏ ସବୁକିଛି ହରାଇ
ସ୍ୱପ୍ନର ବଜାର ... ଅଜବ ସହର  ଲେଖନ୍ତୁ କିଛି ମନଛୁଆଁ କବିତା କାହାଣୀ ଏକପଦୀ ଅବା ଲଘୁକଥା ଉପରୋକ୍ତ ଶୀର୍ଷକରେ।

#ଏକେଉଁସହର #collab #yqodia #yqbhaina #odiawritings #yourquoteodia #yourquoteandmine #kuchbateeinankahi
Collaborating with YourQuote Bhaina

Tejaswini Patra

Collab କରି ଲେଖନ୍ତୁ କିଛି ମନଛୁଆଁ କବିତା, କାହାଣୀ, ଏକପଦୀ କିମ୍ଵା ଲଘୁକଥା। ଆଜିର ଏହି ଶୀର୍ଷକଟି ଦେବ କୁମାର ଆଚାର୍ଯ୍ୟ ଙ୍କ ଦ୍ଵାରା ପ୍ରଦତ୍ତ। #Collab #ମଉଳାଫୁଲରବାସ #Yqbhaina #yqodia #odiakavita #Challenge #kuchbateeinankahi #YourQuoteAndMine Collaborating with YourQuote Bhaina

read more
ମନର ଗନ୍ତାଘରେ ତୁମ ସ୍ମୃତି ପରସ୍ତ ପରସ୍ତ ହୋଇ ସାଇତା ଅଛି 
ତାର ପ୍ରତି ପାଖୁଡାରୁ ଛୁଟୁଛି ଏବେ ବି ପ୍ରେମର ମହକ
ନିଷ୍ପାପ ମୋହ ଜାବୁଡି ଧରିଛି ଅତୀତକୁ ସବୁ ବଳ ସାରି
ପୁରୁଣା କାହାଣୀରୁ ସବୁ ଧୂଳି ଝାଡି

ମୁଁ ସେ ଫୁଲ ପରି ମଉଳିଛି ହେଲେ
ସେ ମଉଳା ଫୁଲର ବାସ 
ମୋ ଭିତରେ ଏବେବି ସତେଜ ଅଛି— % & Collab କରି ଲେଖନ୍ତୁ କିଛି ମନଛୁଆଁ କବିତା, କାହାଣୀ, ଏକପଦୀ କିମ୍ଵା ଲଘୁକଥା। ଆଜିର ଏହି ଶୀର୍ଷକଟି ଦେବ କୁମାର ଆଚାର୍ଯ୍ୟ ଙ୍କ ଦ୍ଵାରା ପ୍ରଦତ୍ତ। 

#collab #ମଉଳାଫୁଲରବାସ #yqbhaina #yqodia #odiakavita #challenge #kuchbateeinankahi #yourquoteandmine
Collaborating with YourQuote Bhaina

Tejaswini Patra

Collab କରନ୍ତୁ ଉପରୋକ୍ତ ପଦରେ ଏବଂ ରଚନା କରନ୍ତୁ ମନଛୁଆଁ କବିତା, କାହାଣୀ, ଏକପଦୀ କିମ୍ଵା ଲଘୁକଥା। #Collab #ପାଖୁଡ଼ାରେହୃଦୟ #Yqbhaina #yqodia #odiakavita #Challenge #kuchbateeinankahi #YourQuoteAndMine Collaborating with YourQuote Bhaina

read more
ଦେଇଥିଲି ହୃଦୟ ତୁମକୁ ସେଦିନ ସଞ୍ଜରେ 
ସେ ସତେଜ ଜହ୍ନକୁ ସାକ୍ଷୀ ରଖି
ଜାଣିଥିଲି ଏ ସମ୍ପର୍କର ଡୋରଟା ଦିନେ
କଣ୍ଟାର ରୂପ ନେଇ ଫୁଟିବ ପାଦରେ ॥
ହେଲେ ସେ ଗୋଲପକୁ ପାଇବାର ତୃଷ୍ଣା 
ସବୁ ବାଧାକୁ ସହିଯିବାର ପ୍ରତିଶ୍ରୁତି ଦେଲା 
ସମୟ ଗଡିଲା ଆଉ ତା ସହ ପାଖୁଡାଟାର ସବୁ ଶକ୍ତି ସରିଲା 
ମଉଳା ପାଖୁଡା ଆଜି ଅସଫଳ ମୋ ହୃଦୟକୁ ସାଇତି ରଖିବାରେ॥

ଆଜି ମାଟିକୁ ଛୁଇଁଲା ପରେ ଅବଶେଷ ଜାବୁଡିଚି ଦେଖ ଅବଶାେଷକୁ ॥
ପାଖୁଡାରୁ ପ୍ରତି କଣ୍ଟାକୁ ଛୁଇଁ ହୃଦୟ ମୋର ଲହୁ ଲୁହାଣ 
ହେଲେ ପାଗଳ ମନରୁ ଏବେ ବି ଯାଇନି ଗୋଲାପର ତୃଷ୍ଣା
ଆଶା ବାନ୍ଧିଛି ସେ କଣ୍ଟାର ନଅର ଚଢ଼ିଲେ ପୁଣି ଜୀବଦାନ ଦବ ଗୋଲାପ ଆଉ ସାଇତିବ ପାଖୁଡାରେ ତାର କୋମଳ ନୀରହ ହୃଦୟକୁ ॥— % & Collab କରନ୍ତୁ ଉପରୋକ୍ତ ପଦରେ ଏବଂ ରଚନା କରନ୍ତୁ ମନଛୁଆଁ କବିତା, କାହାଣୀ, ଏକପଦୀ କିମ୍ଵା ଲଘୁକଥା। 

#collab #ପାଖୁଡ଼ାରେହୃଦୟ #yqbhaina #yqodia #odiakavita  #challenge #kuchbateeinankahi #yourquoteandmine
Collaborating with YourQuote Bhaina

Tejaswini Patra

ତୁମେ କହିଥିଲ ମୋଠୁ ହାତଲେଖା ଚିଠି ଖଣ୍ତେ ତୁମର ଦରକାର । ମୁଁ ହସି ହସି କହିଥିଲି ଆଜିର ଏ ହ୍ୱାଟ୍ସପ ଚାଟ୍ସ ଆଉ ମେସେଞ୍ଜର ଯୁଗରେ ଚିଠି କିଏ ଲେଖୁଛି ! ତଥାପି ତୁମ ମନ ରଖିବାକୁ ମୁଁ ଚିଠିଟେ ଲେଖିବି ବୋଲି ମନସ୍ତ କରିସାରିଥିଲି। ମୋ ଜୀବନର ପ୍ରଥମ ଚିଠି। ସକାଳଠୁ ତରତର ହୋଇ ରନ୍ଧାବଢ଼ା କାମ କେମିତି ସାରିବି ଆଉ ଆରମ୍ଭ କରିବି ଚିଠି ଲେଖାଟା ତାପରେ ବୋଲି ବାରମ୍ବାର ଘଣ୍ଟାକୁ ଚାହୁଁଥିଲି । ହେଇ ଚାହୁଁ ଚାହୁଁ ୩ ଟା ବାଜିଲାଣି, ଆହୁରି ଅନେକ କାମ ବାକିଅଛି। ଏପଟେ ମନଟା ଜମା ମାନୁନି, ଚିଠି ଲେଖାଟା କେତେବେଳେ ଆରମ୍ଭ କରିବି ଯେ ମୁ #lovelife #yqbaba #firstletter #kuchbateeinankahi #yqodia #Yqbhaina #munodia #ପ୍ରଥମଚିଠି

read more
ପ୍ରଥମ ଚିଠି

 ସମ୍ପୂର୍ଣ୍ଣ ଗଳ୍ପଟି ଅନୁଶୀର୍ଷକରେ— % &               
              
              ତୁମେ କହିଥିଲ ମୋଠୁ ହାତଲେଖା ଚିଠି ଖଣ୍ତେ ତୁମର ଦରକାର । ମୁଁ ହସି ହସି କହିଥିଲି ଆଜିର ଏ ହ୍ୱାଟ୍ସପ ଚାଟ୍ସ ଆଉ ମେସେଞ୍ଜର ଯୁଗରେ ଚିଠି କିଏ ଲେଖୁଛି ! ତଥାପି ତୁମ ମନ ରଖିବାକୁ ମୁଁ ଚିଠିଟେ ଲେଖିବି ବୋଲି ମନସ୍ତ କରିସାରିଥିଲି। ମୋ ଜୀବନର ପ୍ରଥମ ଚିଠି।
              ସକାଳଠୁ ତରତର ହୋଇ ରନ୍ଧାବଢ଼ା କାମ କେମିତି ସାରିବି ଆଉ ଆରମ୍ଭ କରିବି ଚିଠି ଲେଖାଟା ତାପରେ ବୋଲି ବାରମ୍ବାର ଘଣ୍ଟାକୁ ଚାହୁଁଥିଲି । ହେଇ ଚାହୁଁ ଚାହୁଁ ୩ ଟା ବାଜିଲାଣି, ଆହୁରି ଅନେକ କାମ ବାକିଅଛି। ଏପଟେ ମନଟା ଜମା ମାନୁନି, ଚିଠି ଲେଖାଟା କେତେବେଳେ ଆରମ୍ଭ କରିବି ଯେ ମୁ

Tejaswini Patra

Collab କରନ୍ତୁ ଉପରୋକ୍ତ ପଦରେ ଏବଂ ରଚନା କରନ୍ତୁ ମନଛୁଆଁ କବିତା, କାହାଣୀ, ଏକପଦୀ କିମ୍ଵା ଲଘୁକଥା। #Collab #ସକାଳୁସଞ୍ଜ #Yqbhaina #yqodia #odiakavita #Challenge #kuchbateeinankahi #YourQuoteAndMine Collaborating with YourQuote Bhaina

read more
ଧାଉଁଥାଏ ଜୀବନ 
ମରୀଚିକା ମୋହରେ

ମିଛ ସତ ସବୁକୁ ସମ୍ଭାଳି
ଆପଣା ପର ସଭିଁଙ୍କୁ ଧରି
ଖୁସିରୁ ବି‍ଞ୍ଚିଦିଏ ମୁଠାଏ
ପୁଣି ନିଜେ ଭିଜେ ଲୁହରେ
ସକାଳୁ ସଞ୍ଜ ଯାଏ..... Collab କରନ୍ତୁ ଉପରୋକ୍ତ ପଦରେ ଏବଂ ରଚନା କରନ୍ତୁ ମନଛୁଆଁ କବିତା, କାହାଣୀ, ଏକପଦୀ କିମ୍ଵା ଲଘୁକଥା। 

#collab #ସକାଳୁସଞ୍ଜ #yqbhaina #yqodia #odiakavita #challenge #kuchbateeinankahi #yourquoteandmine
Collaborating with YourQuote Bhaina

Tejaswini Patra

ଲେଖନ୍ତୁ କିଛି ମନଛୁଆଁ କବିତା କାହାଣୀ ଏକପଦୀ ଅବା ଲଘୁକଥା ଉପରୋକ୍ତ‌‌‌ ଶୀର୍ଷକରେ। #Collab #ବେନାମୀମୋହ #Yqbhaina #yqodia #munodia #odiawritings #kuchbateeinankahi #YourQuoteAndMine Collaborating with YourQuote Bhaina

read more
ଟାଣି ନିଏ ପଛକୁ ସ୍ମୃତିର ହାତ ଧରି
ସବୁ ସ୍ୱପ୍ନକୁ ସଜେଇ ରଙ୍ଗିନ୍ ରୁ ଆହୁରି ରଙ୍ଗିନ୍ କରି
ଆସେ ସବୁଥର ମାୟା ଧରି ଗଣ୍ଠିଲିରେ
ଭିଜେ- ଭିଜାଏ, ମୋତେ ମୋହ ଗ୍ରସ୍ତ କରେ
ପୁଣିଥରେ ଅପ୍ରାପ୍ତିର କାହାଣୀ ମୋ ତୃଷ୍ଣା ବଢାଏ
ଆଉ ଛନ୍ଦି ଦିଏ ମୋତେ ଜୀବନର ପଶାପାଲିରେ ସେ ବେନାମୀ ମୋହ ଯେତେ । ଲେଖନ୍ତୁ କିଛି ମନଛୁଆଁ କବିତା କାହାଣୀ ଏକପଦୀ ଅବା ଲଘୁକଥା ଉପରୋକ୍ତ‌‌‌ ଶୀର୍ଷକରେ।


#collab #ବେନାମୀମୋହ #yqbhaina #yqodia #munodia #odiawritings
#kuchbateeinankahi #yourquoteandmine
Collaborating with YourQuote Bhaina

Tejaswini Patra

#Collab କରନ୍ତୁ ଏହି ଶୀର୍ଷକରେ ଏବଂ ରଚନା କରନ୍ତୁ କିଛି ମନଛୁଆଁ କଥା ଓ କବିତା। #Yqbhaina #yqodia #ରିକ୍ତ #YourQuoteAndMine Collaborating with YourQuote Bhaina #kuchbateeinankahi #yqbaba

read more
କିଛି ସ୍ୱପ୍ନ ଯାହା ଅଧୁରା ରହେ , ବେଳେବେଳେ ବାକି ସବୁ ପୁରା ହୋଇଥିବା ସ୍ୱପ୍ନର ଖୁସିକୁ ଲୁଟି ନିଏ
ସଫଳତାର ଶିଖର ଚଢି ବି କିଛି କ୍ଲାନ୍ତି ଦୁରେଇ ହୁଏନା

ଆଶାର ମହଲ ଜୀବନ୍ତ ପାଲଟେ ଆଉ ସୂର୍ୟ୍ଯର ଲାଲିମାରେ ଝଲସେ ତୁମ ହସ ହସ ମୁହଁ
ହେଲେ କିଛି କଷ୍ଟ ଆତ୍ମାକୁ ଜାବୁଡି ଧରିଥାଏ
ସୁକୋମଳ ବିଛଣାରେ ବି ମନକୁ ଶାନ୍ତ କରି ଶୁଆଇ ହୁଏନା

ଜୀବନର ସବୁ ସଙ୍ଘର୍ଷ ପରେ ବି କିଛି ରିକ୍ତ ସ୍ଥାନ ଭରି ହୁଏନା #collab କରନ୍ତୁ ଏହି ଶୀର୍ଷକରେ ଏବଂ ରଚନା କରନ୍ତୁ କିଛି ମନଛୁଆଁ କଥା ଓ କବିତା।

#yqbhaina #yqodia #ରିକ୍ତ #yourquoteandmine
Collaborating with YourQuote Bhaina     #kuchbateeinankahi  #yqbaba

Tejaswini Patra

ଲେଖନ୍ତୁ କିଛି ମନଛୁଆଁ କବିତା,କାହାଣୀ ଏକପଦୀ କିମ୍ବା ଲଘୁକଥା ଉପରୋକ୍ତ ଶୀର୍ଷକରେ। #Collab #ଆସିଥିଲାନୀରବତାଧରି #Yqbhaina #yqodia #munodia #odiawritings #YourQuoteAndMine #kuchbateeinankahi Collaborating with YourQuote Bhaina

read more

ସ୍ୱପ୍ନକୁ ଠୁଳ କରି ତାରାରେ ସଜେଇ
ଚକମକ କରିବାକୁ ମୋ ଅନ୍ଧାର ଜୀବନରେ ॥
ମୋର ଏଇ ଗହଳ ଚହଳ ଦୁନିଆର
ସବୁଠୁ ନିଆଁରା ଆଉ ସୁନ୍ଦର କାହାଣୀ 
ଲେଖି ଶୁଣେଇବାକୁ କ୍ଲାନ୍ତ ସାୟାହ୍ନରେ ॥
କ୍ଷଣିକ ମୋହରୁ ଅନେକ ଉର୍ଦ୍ଧରେ
ଯାହା କିଛି ଅଛି ଢାଳି ଦେଇ ଯାଇଥିଲା
ମୋ ଏରୁଣ୍ଡିବନ୍ଧରେ କେଡେ ସରଳରେ ॥
ପ୍ରେମର ସଞ୍ଜୀବନୀରେ ମହକିଲା
ମୋର କୋଣ ଅନୁକୋଣ, ମୋର ପୁରା ଦୁନିଆ
ମୋ ଅସ୍ତିତ୍ୱ ବିଲୀନ ଆଜି, ମୁଁ ମତୁଆଲା ଶୂନ୍ୟତାରେ ॥

ସେ ଆସିଥିଲା କିଛି ନୀରବତା ଧରି
ମୁଁ ମତୁଆଲା ଆଜି ଏକ ଶୂନ୍ଯତାରେ ॥ ଲେଖନ୍ତୁ କିଛି ମନଛୁଆଁ କବିତା,କାହାଣୀ ଏକପଦୀ କିମ୍ବା ଲଘୁକଥା ଉପରୋକ୍ତ ଶୀର୍ଷକରେ।

#collab #ଆସିଥିଲାନୀରବତାଧରି #yqbhaina #yqodia #munodia #odiawritings #yourquoteandmine #kuchbateeinankahi
Collaborating with YourQuote Bhaina
loader
Home
Explore
Events
Notification
Profile