ଗଭୀର ପ୍ରଶ୍ନ ଥାକେ ଜୀବନ ବଞ୍ଚି ଥିବା ମଣିଷକୁ ପଚାରୁଛ ପ

ଗଭୀର ପ୍ରଶ୍ନ 

ଥାକେ ଜୀବନ ବଞ୍ଚି ଥିବା ମଣିଷକୁ ପଚାରୁଛ
ପୂର୍ଣ୍ଣତାର ଅର୍ଥ କ'ଣ ବୋଲି 
କୁଟା ଖିଅକୁ ଆଶ୍ରା କରିଥିବା ମଣିଷକୁ ପଚାରୁଛ 
ଜୁଆର ର ରୂପ କ'ଣ ବୋଲି 
ହେଇ ଦେଖ ସେ ମଣିଷ ଟି ପୁଣି ଚାଲିବା ଆରମ୍ଭ କଲାଣି 
ତାକୁ ଯାଇ ପଚାର ବିଶ୍ବାସ ଓ 
ବିଶ୍ବାସଘାତକତା ମଧ୍ୟରେ ଥିବା ତଫାତ କ'ଣ ବୋଲି 
ନଇଁ ପଡ଼ିଥିବା ସେ ମଣିଷକୁ ପଚାର
ଜୀବନର ପ୍ରକୃତ ବୋଝ କ'ଣ ବୋଲି 
ଏଇ ଭଙ୍ଗା କୁଡିଆ ଦେଖୁଛ 
ପଚାରି ପାରିବ ତାକୁ, 
ତା ହୃଦୟରେ ଛାଟିପିଟି ହେଉଥିବା 
ମନସ୍ତତ୍ତ୍ୱର ରୂପକୁ ଆଙ୍କି ପାରିବ କି ?
ବନ୍ଦୁ, କୂଟିଳ ଓ ଜଟିଳ ପ୍ରଶ୍ନର ଉତ୍ତର ତାକୁ ପଚାରନି
ସେ ଶୋଇଛି ମଶାଣିରେ 
ଅର୍ଜି ଥିଲା ଯାହା ପାପ ପୁଣ୍ୟକୁ ସଙ୍ଗରେ ନେଇ
ଶେଷରେ ହାତ ମୁଠାକୁ ଦେଇଛି ଖୋଲି।।

#ଜୀବନ_କିଛି_ଏମିତି

©Tafizul Sambalpuri
  #ଜୀବନ
play