Nojoto: Largest Storytelling Platform

ରକ୍ତ ଜୁଡୁ ବୁଡୁ ହାତ ମୋର ହେଲା ଗୋଲାପ ଫୁଲ ଟେ ପାଇଁ ସେଇ

ରକ୍ତ ଜୁଡୁ ବୁଡୁ ହାତ ମୋର ହେଲା
ଗୋଲାପ ଫୁଲ ଟେ ପାଇଁ
ସେଇ ରକ୍ତ କୁହେ ଏତେ ଯେ ଯନ୍ତ୍ରଣା 
ହସିଲୁ ତୁ କାହା ପାଇଁ ।
ପାଖୁଡ଼ା ଭିତରୁ  ପ୍ରେମ ଖୋଜୁଥିଲି
ପାଇଲି ମୁଁ ପ୍ରତାରଣା।
କଣ୍ଟାର ଆଘାତେ କନ୍ଦାଇ ସେ ଗଲା 
ମୋ ସାଥେ କରି ଛଳନା ।
ସାଜିଲା ନାହିଁ ସେ ପ୍ରେମର ପ୍ରତୀକ
ମୋ ପ୍ରେମରେ ସାକ୍ଷୀ ହୋଇ
ସ୍ବାର୍ଥପର ସାଜି ଗଲା ଯେ ଗୋଲାପ
ରକ୍ତରେ ଭିଜେଇ ଦେଇ ।

©jagamohan Pradhan
  #ଗୋଲାପ #ପ୍ରେମ #ପ୍ରେରଣା #jagamohan #odiawritings

#ଗୋଲାପ #ପ୍ରେମ #ପ୍ରେରଣା #jagamohan #odiawritings

93 Views