Nojoto: Largest Storytelling Platform

ରାସ୍ତା ରାସ୍ତା ଲମ୍ବିଛି ବହୁଦୂର ପର୍ଯ୍ୟନ୍ତ ଲମ୍ବିଛି ସ

ରାସ୍ତା


ରାସ୍ତା ଲମ୍ବିଛି ବହୁଦୂର ପର୍ଯ୍ୟନ୍ତ
ଲମ୍ବିଛି ସ୍ଵପ୍ନ ଆକାଶ ପର୍ଯ୍ୟନ୍ତ
ଭାବନା ସୀମାହୀନ ସେ
ଲମ୍ବିଛି ସେ କେଜାଣି କେଉଁ ପର୍ଯ୍ୟନ୍ତ
ଚାଲୁଥିବି ମୁଁ ଏଠି ଥିବା ପର୍ଯ୍ୟନ୍ତ

ଅନ୍ତ ନୁହେଁ ଯାତ୍ରାର
ଅନ୍ତହୁଏ ଜୀବନ ଏଠି
ସ୍ଵପ୍ନ ମରିଚିକା ମଧ୍ୟ ଦେଖେ
ଶୋଷ ମେଣ୍ଟାଇବା ପାଇଁ
ଆଶା ଅଭିପ୍ସାର ଯାତ୍ରା ଯେ ବହୁ ଦୂର
ଏମିତି କେତେ କାହାଣୀ
ରଚନା ହେଉଥିବ ଏଠି ଥିବା ପର୍ଯ୍ୟନ୍ତ

ବୋଝକୁ ଏଠି କିଏ ବୁଝିଛି
ବାପା କାନ୍ଧରେ ପୁଆର ଶବ
ମା କୋଳରେ ନିସ୍ତେଜ ଶିଶୁ
ସଦା ଜୀବନ୍ତ ଥିବ ଏଠି
ଅଶ୍ରୁର ଧାର ବୋହିବା ପର୍ଯ୍ୟନ୍ତ

ଚାଲିଛି ସୀମାହୀନ ସୀମାନ୍ତର ସନ୍ଧାନ
ସମ୍ପର୍କରେ ଛିଟା ପଡିଛି ମାନ ଅଭିମାନ
ଅନନ୍ତର ସନ୍ଧାନ ଏତେ ସହଜ ନୁହେଁ
ହୃଦୟରେ ମୋହ ଥିବା ପର୍ଯ୍ୟନ୍ତ ।

©Tafizul Sambalpuri #ରାସ୍ତା
ରାସ୍ତା


ରାସ୍ତା ଲମ୍ବିଛି ବହୁଦୂର ପର୍ଯ୍ୟନ୍ତ
ଲମ୍ବିଛି ସ୍ଵପ୍ନ ଆକାଶ ପର୍ଯ୍ୟନ୍ତ
ଭାବନା ସୀମାହୀନ ସେ
ଲମ୍ବିଛି ସେ କେଜାଣି କେଉଁ ପର୍ଯ୍ୟନ୍ତ
ଚାଲୁଥିବି ମୁଁ ଏଠି ଥିବା ପର୍ଯ୍ୟନ୍ତ

ଅନ୍ତ ନୁହେଁ ଯାତ୍ରାର
ଅନ୍ତହୁଏ ଜୀବନ ଏଠି
ସ୍ଵପ୍ନ ମରିଚିକା ମଧ୍ୟ ଦେଖେ
ଶୋଷ ମେଣ୍ଟାଇବା ପାଇଁ
ଆଶା ଅଭିପ୍ସାର ଯାତ୍ରା ଯେ ବହୁ ଦୂର
ଏମିତି କେତେ କାହାଣୀ
ରଚନା ହେଉଥିବ ଏଠି ଥିବା ପର୍ଯ୍ୟନ୍ତ

ବୋଝକୁ ଏଠି କିଏ ବୁଝିଛି
ବାପା କାନ୍ଧରେ ପୁଆର ଶବ
ମା କୋଳରେ ନିସ୍ତେଜ ଶିଶୁ
ସଦା ଜୀବନ୍ତ ଥିବ ଏଠି
ଅଶ୍ରୁର ଧାର ବୋହିବା ପର୍ଯ୍ୟନ୍ତ

ଚାଲିଛି ସୀମାହୀନ ସୀମାନ୍ତର ସନ୍ଧାନ
ସମ୍ପର୍କରେ ଛିଟା ପଡିଛି ମାନ ଅଭିମାନ
ଅନନ୍ତର ସନ୍ଧାନ ଏତେ ସହଜ ନୁହେଁ
ହୃଦୟରେ ମୋହ ଥିବା ପର୍ଯ୍ୟନ୍ତ ।

©Tafizul Sambalpuri #ରାସ୍ତା

#ରାସ୍ତା #କବିତା