Nojoto: Largest Storytelling Platform

ହୋଲି ଧରା ଅବତରେ ଯେବେ ଋତୁରାଜ ବସନ୍ତ ସବୁଜିମା ହସଇ, ମହମ

ହୋଲି

ଧରା ଅବତରେ ଯେବେ ଋତୁରାଜ ବସନ୍ତ
ସବୁଜିମା ହସଇ, ମହମହ ବାସେ ଜଗତ
ରଙ୍ଗର ପର୍ବ ହୋଲି ହୁଅଇ ତେବେ ପାଳନ
ଏକା ହୋଇ ଉତ୍ସବ ମନାନ୍ତି ସର୍ବଜନ
ରଙ୍ଗ ଖେଳରେ ନିୟମ ଆଜି କହୁଛି ଶୁଣ
ପାଦରେ ଥୋଇ ଅବିର ପୂଜିବ ଗୁରୁଜନ
ସାଙ୍ଗ ସାଥି ଗାଲରେ ବୋଳି ରଙ୍ଗ ଅବିର
ପଶୁଙ୍କ ମଥାରେ ଟାଣିବା ଯେବେ ରଙ୍ଗ ତିଲକ
ସମ୍ପର୍କ ହେବ ମଧୁର ସେବେ ତୁମର
ପରବ ପରମ୍ପରା ସଂସ୍କୃତିର ଯେବେ  ଆଧାର ହୁଏ
ସକଳ ଜନେ ହର୍ଷନ୍ତି, ସେ ଦେବତାଙ୍କ ଆଶିଷ ପାଏ 
ଏତିକି କଥା କେବଳ ବିନତୀ ମୋର
ସର୍ବଦା ଏମିତି ହସୁଥାଉ ସକଳ ସଂସାର 
ହୋଲିର ଶୁଭେଚ୍ଛା ସମସ୍ତଙ୍କୁ ଜଣାଉ ଅଛି
ଜଗତ କର୍ତ୍ତାଙ୍କ ଠାରେ ସର୍ବ ମଙ୍ଗଳ ମନାସୁଛି।।

©Tafizul Sambalpuri
  #ହୋଲି

#ହୋଲି #କବିତା

491 Views