Nojoto: Largest Storytelling Platform

ଜୟ ଜଗଦମ୍ବେ ------------------ ଜୟ ଜଗଦମ୍ବେ ମାତା ତୁ ସ

ଜୟ ଜଗଦମ୍ବେ
------------------
ଜୟ ଜଗଦମ୍ବେ ମାତା ତୁ ସିଂହ ବାହିନୀ
ସର୍ବ ପାପ କରୁ ନାଶ ହେ ପାପ ନାଶିନୀ ।।
ସିଂହ ବାହାନେ ବିରାଜୁ ମହିଷା ମର୍ଦ୍ଦିନୀ
ନିର୍ବଳକୁ ଶକ୍ତି ଦେଉ ଶକ୍ତି ପ୍ରଦାୟିନୀ ।।
ବିମଳା କମଳା ଚଣ୍ଡୀ କେତେ ନାମ ତୋ'ର
ଜୟ ଜୟ କରି କରେ ଜଗତ ପ୍ରଚାର ।।
ଉଚ୍ଚ ପରବତେ ମାତା କରିଛୁଲୋ ଘର
ମସ୍ତକେ ଶୋଭୁଛି ସତେ ନାଲିଆ ସିନ୍ଦୂର ।।
ତୋ ପଣତେ ଘୋଡ଼ାଇଛୁ ତୋ'ର ସନ୍ତାନକୁ
ତୋ ଦଶ ଭୂଜାରେ କରୁ ଦୂର ବିପଦକୁ ।।
ତ୍ରିପୁରର ରାଣୀ ତୁ ଲୋ ହେ ମନ ମୋହିନୀ
ତୋ ମହିମା ସାରା ବିଶ୍ଵ ଜାଣେ ଲୋ ଜନନୀ ।।

         ପୂର୍ଣ୍ଣଚନ୍ଦ୍ର ରଣା
   ହାଟସିଂହାପୁର , ଯାଜପୁର

©℘ųཞŋą ƈɧąŋɖཞą ཞąŋą 
  #navratri 
#Durgapooja special
#Odiapoem