Nojoto: Largest Storytelling Platform

Best odiapoem Shayari, Status, Quotes, Stories

Find the Best odiapoem Shayari, Status, Quotes from top creators only on Nojoto App. Also find trending photos & videos abouthappy birthday to the love of my life poem, poem with love, to the love of my life poem, a poem for the love of my life, your the love of my life poem,

  • 52 Followers
  • 77 Stories

℘ųཞŋą ƈɧąŋɖཞą ཞąŋą

Adyasha Priyadarshini D

ମୋ ଝର୍କାରୁ ପୃଥିବୀ କହିଲେ ତୁମେ କ'ଣ ବୁଝ ଗୁଡାଏ ଗୁଡେଇ-ତୁଡେଇ ହୋଇଥିବା ଛାତରୁ ଲମ୍ବି ଆସିଥିବା ମଧୁମାଳତୀ ଲତା ଅବା ଦୂର ବରଗଛରେ ବସିଥିବା ଧୋବ ଫରଫର ବଗ ପକ୍ଷୀ ର କାକଳି ରାବ

read more
ମୋ ଝର୍କାରୁ ପୃଥିବୀ କହିଲେ 
ତୁମେ କ'ଣ ବୁଝ 
ଗୁଡାଏ ଗୁଡେଇ-ତୁଡେଇ ହୋଇଥିବା 
ଛାତରୁ ଲମ୍ବି ଆସିଥିବା 
ମଧୁମାଳତୀ ଲତା
ଅବା ଦୂର ବରଗଛରେ ବସିଥିବା 
ଧୋବ ଫରଫର ବଗ 
ପକ୍ଷୀ ର କାକଳି ରାବ 
ଅଥବା ଝିଙ୍କାରୀ ର ଝିଁ ଝିଁ ଶବଦ 
ପୂରୁବ ଆକାଶେ 
ଲୋହିତ ଗୋଲାକାର 
ପିଣ୍ଡୁଳାଟିଏ ସାଜି 
ସୂର୍ଯ୍ୟ ଯେବେ ଉଏଁ 
ଅବା ଶ୍ରାବଣ ର ବାରି ଧାରା
ଯେବେ ଧରଣୀ ର ପାଦ ଧୁଏ 
ଠିକ୍ ଭାବିଛ
ହେଲେ, ଏ ସବୁ ତ ସମ୍ପୂରକ
ତୁମେ ଏ ଯାଏଁ ବୁଝି ନାହଁ ମୋତେ 
ମୋ ପାଇଁ ମୋ ଝର୍କା ମାନେ
ମୋ ଦୁଇ ଆଖି
ଆଉ ମୋର ପୃଥିବୀ ମାନେ ତ ତୁମେ 
ତୁମକୁ ଦେଖିନେଲେ 
ଜାଗ୍ରତ ହୁଏ ମୋ ମନରେ 
ତୁମକୁ ପାଇବାର 
ଦୁର୍ବାର ଇଚ୍ଛା 
ତୁମ ବାକ୍-ଚାତୁର୍ଯ୍ୟରେ ଶରବିଦ୍ଧ ହୋଇ 
ଇଚ୍ଛା ହୁଏ ଶରଶଯ୍ୟାରେ ଶୋଇ ଯିବାକୁ 
ତୁମ ପ୍ରତିଟି ସ୍ୱେଦ କଣିକାକୁ
ଶ୍ରାବଣର ମୂଷଳଧାରା ମନେକରି 
ତନୁମନ ଭିଜାଇ ଦେବାକୁ 
ତୁମ ବଳିଷ୍ଠ ବାହୁ ବନ୍ଧନକୁ 
ଚାଦର ପରି ଢାଙ୍କି ହୋଇ 
ଶୋଇ ଯିବାକୁ ଚିର ନିଦ୍ରାରେ 
ଏଇ ହେଲା ମୋ ଝର୍କାରୁ ପୃଥିବୀ  ମୋ ଝର୍କାରୁ ପୃଥିବୀ କହିଲେ 
ତୁମେ କ'ଣ ବୁଝ 
ଗୁଡାଏ ଗୁଡେଇ-ତୁଡେଇ ହୋଇଥିବା 
ଛାତରୁ ଲମ୍ବି ଆସିଥିବା 
ମଧୁମାଳତୀ ଲତା
ଅବା ଦୂର ବରଗଛରେ ବସିଥିବା 
ଧୋବ ଫରଫର ବଗ 
ପକ୍ଷୀ ର କାକଳି ରାବ

Adyasha Priyadarshini D

ନିଜ ପ୍ରିୟଜନ କୁ ଛାଡି ମାଟିରେ ମିଶିଗଲା ପରେ ବୋଧେ କିଛି ଏହିପରି ଲାଗିବ । #yqbaba #Yqbhaina #yqodia #munodia #yourquoteodia #odiapoetry #odiapoem #afterlife

read more
ତୁମ ସ୍ମିତହାସ୍ୟ ରେ 
ମୁଁ ବି ହସି ଦିଏ ଟିକେ 
ତୁମ ଗମ୍ଭୀରତା ର 
ଗଭୀରତା ମାପିବାକୁ ଯାଇ
ବେଳେ ବେଳେ 
ମୁଁ ବି ହୋଇ ଯାଏ ଅନ୍ୟମନସ୍କ 
ତୁମେ ଯେତେବେଳେ 
ଆଉଁସି ଦିଅ ମୋ ଗାଲକୁ 
ମୋତେ ଲାଗେ 
ତୁମ ଓଠର ଉଷ୍ଣ ସ୍ପର୍ଶ 
ଅପଲକ ନୟନରେ 
ତୁମେ ଦେଖୁଥାଅ ମୋତେ ଯେବେ 
ବୁଜି ହୋଇ ଯାଏ ମୋ ଆଖି ଲାଜରେ 
ହେଲେ, ଏ କ'ଣ
ଏ ସବୁ କ'ଣ ଖାଲି ମୋର କଳ୍ପନା 
ଛୁଇଁ ପାରୁନାହିଁ ମୁଁ ତୁମକୁ 
ସାଉଁଳି ପାରୁନାହିଁ ଆଜି 
ତୁମ ଅସଜଡା କେଶ କୁ
ହାତ ବଢାଇ ତୁମକୁ 
କୋଳେଇ ନେଇ ପାରୁନାହିଁ 
ଏଇ ଯେ 
ତୁମ ଆଖିରେ ଲୁହ 
ଓଃ ଏବେ ବୁଝିଲି
ମୁଁ ପରା ଏଇଠି ଅଛି
କାନ୍ଦୁଛ କାହିଁକି 
ହଁ, କେବଳ ଫରକ ଏତିକି ଯେ
ମୁଁ ଆଜି ଫଟୋ ଟିଏ ହୋଇ ଝୁଲୁଛି
ତୁମ ପାଖରେ ଥାଇ ବି
ଛାଡି ଆସିଛି ବହୁତ ପଛରେ ତୁମକୁ 
ମୁଁ ଆଜି ହାଡ ମାଂସ ର ଶରୀର ଟିଏ ନୁହେଁ 
ମୁଁ ଅଶରୀରୀ
ଆଉ ମୋର ଅବଶିଷ୍ଟାଶଂ
ତୁମ ମନର ନିବୁଜ କୋଠରୀରେ ବନ୍ଦ 
କେବଳ କିଛି ସ୍ମୃତି । ନିଜ ପ୍ରିୟଜନ କୁ ଛାଡି ମାଟିରେ ମିଶିଗଲା ପରେ ବୋଧେ କିଛି ଏହିପରି ଲାଗିବ ।

#yqbaba #YQBhaina #YQOdia #MunOdia #yourquoteodia #odiapoetry #odiapoem 
#afterlife

Nirlipta

"ଅଧାଲେଖା" କବି ଶାଶ୍ବତ ଦେବଦତ୍ତ ଆବୃତ୍ତି ନିର୍ଲିପ୍ତା #Odisha #odiapoem #odia

read more

KAIBALYA NAYAK

Mahanadi Odia poem #Mahanadi #odiapoem #odia #ମହାନଦୀ

read more

KAIBALYA NAYAK

ଆଗୋ ପ୍ରକୃତି #aagoprakruti #odiapoem #odia #Nature

read more

KAIBALYA NAYAK

Salandi(ସାଳନ୍ଦୀ) #odiapoem

read more

Puspanjali Rout

Priyanka Panda

Rajguru

ମୁଁ ଖୋଜେ ତୁମକୁ #odianojoto #odiapoem #odialove #odiakabita Imtiaz Imtiaz sanjay sanjay sk manjur kiran kee kalam se priyanka

read more
ଜହ୍ନ ଖୋଜେ ରାତିକୁ
ନିଦ ଖୋଜେ ସ୍ୱପ୍ନକୁ 
ମୁଁ ଖୋଜେ ତୁମକୁ  !!

ଫଗୁ ଝୁରେ ଫଗୁଣକୁ 
କଇଁ ଝୁରେ ଜୋଛନାକୁ
ମୁଁ ଝୁରେ ତୁମକୁ !!

©Rajguru ମୁଁ ଖୋଜେ ତୁମକୁ 
#odianojoto #odiapoem #odialove #odiakabita  Imtiaz Imtiaz sanjay sanjay sk manjur kiran kee kalam se priyanka
loader
Home
Explore
Events
Notification
Profile