Nojoto: Largest Storytelling Platform

ଦୁଇ ହଜାର ବାଇଶି (ଏକ ସନେଟ୍) ବୟସ ସରିଲା ଡ଼ାକରା ପଡ଼ିଲା

ଦୁଇ ହଜାର ବାଇଶି (ଏକ ସନେଟ୍)

ବୟସ ସରିଲା ଡ଼ାକରା ପଡ଼ିଲା ଫେରିବାର ବେଳ ହେଲା
ହସ ଲୁହ ଯେତେ ଗଣ୍ଠିଲିରେ ବାନ୍ଧି ସମୟ ଟା ଗଡ଼ି ଗଲା
ଫେରିବେନି ଆଉ ଗଣ୍ଠିଲି ସେ ଧରି ସ୍ମୃତି ହୋଇ ରହିଯିବ
ମନ ଅଗଣାରେ ଫୁଲଟିଏ ହୋଇ କେବେ କେବେ ଫୁଟୁଥିବ।।

କଅଁଳ ଫୁଲ ସାଜି ଫୁଟିଥିଲା ସେ ବାସ୍ନା କେତେ ଭରୁଥିଲା
ପ୍ରତି ପାଖୁଡ଼ାରେ ସୁଖ ଦୁଃଖ ଧରି ସାଥେ ସିଏ ଚାଲୁ ଥିଲା
ଦିନ ସରି ଗଲା  ମାସ ସରି ଗଲା  ବର୍ଷ ଟିଏ ସରି ଯିବ
ଦୁଇ ହଜାର ବାଇଶି ଝାଉଁଳା ଫୁଲ ଟେ ହୋଇ ଝଡ଼ିଯିବ।।

ପ୍ରତି ମୂହୁର୍ତ୍ତର  ପ୍ରତି ଟି ଚିହ୍ନ ଫର୍ଦ୍ଦ  ଭିତରେ ରହି ଯିବ
କେତେ ଯେ ଘଟଣା,ଦୁର୍ଘଟଣା ଏ ଫର୍ଦ୍ଦରେ ସବୁ ଲେଖାଥିବ
ଏହି ଫର୍ଦ୍ଦ ଦିନେ ଇତିହାସ  ହୋଇ ସବୁ ଦିନ ରହି ଯିବ
ଅତୀତ ଫର୍ଦ୍ଦ ଦୁଇ ହଜାର ବାଇଶିର କଥା କହୁଥିବ।।

ଦେଇ ଯିବ କିଛି ନେଇ ଯିବ କିଛି ସମୟର ଅନୁଭୂତି
ସେଇ ଅନୁଭୂତି ହୋଇ ଯିବ ଦିନେ ଆମ ଜୀବନର ସ୍ମୃତି।।

©jagamohan Pradhan #2022 #ସନେଟ #odiakavita #kavita #jagamohan #ଅତୀତ #Nojoto

2022 #ସନେଟ #odiakavita #kavita #jagamohan #ଅତୀତ Nojoto

506 Views