Nojoto: Largest Storytelling Platform

ପ୍ରେମ ଚିତ୍କାର ଭାଗ - ୧୪ ଶିଶୁ ଭାଇ ଯେ କେବେ କଠୋର ହୃଦୟ

ପ୍ରେମ ଚିତ୍କାର

ଭାଗ - ୧୪ ଶିଶୁ ଭାଇ ଯେ କେବେ କଠୋର ହୃଦୟ ପିଣ୍ଡୁଳା ଟେ ହେଇ ମାଡି ଯିବେ ସଭିଙ୍କ ପ୍ରେମ ଆଉ ଆନ୍ତରିକତା ଉପରେ ଏ ବିଶ୍ୱାସ କେହି କରି ପାରିବେ ନାହିଁ।ଜୀବନ ଠୁ ବେଶୀ ଭଲ ପାଉଥିବା ପରିବାର ରେ କେବେ କର୍ତ୍ତବ୍ୟର ଲେପନ କରି ପ୍ରେମକୁ ଯନ୍ତ୍ରଣା ର ଝରକା ଦେଇ ଫିଙ୍ଗି ଦେବେ ନିଷ୍ଠୁର ଭାବରେ କିଏ ଜାଣିଥିଲା।ଝରକା ସେପଟେ ନିଜ କଷ୍ଟକୁ ଖୋଜିବା ଥାଏ ଏକବାର ଦୂର୍ଭେଦ୍ୟ। ଖାଲି ଛାଟି ପିଟି ହେବା ଛଡ଼ା ସେ ଥିଲେ ଉପାୟ ଶୂନ୍ୟ।କିନ୍ତୁ ସେ ଏକା ନୁହଁ ସଭିଙ୍କୁ ଫୋପାଡ଼ି ଦେଇଛନ୍ତି ଅଜଣା ଯନ୍ତ୍ରଣା ର ଗର୍ତ୍ତରେ। ଏସବୁ ଭିତରେ କାହାର ହୃଦୟର ଜ୍ଵଳନ ଶାନ୍ତ ହୁଏନି।କେହି ଉଦ୍ଧାର ହେଇ ପାରନ୍ତି ନାହିଁ କେବଳ ନିଷ୍ଠୁର ହସ ହସିବାକୁ ପଡ଼େ ସଭିଙ୍କୁ।ସବୁଠୁ ବେଶୀ ଜଳିଛି ରିମଝିମ୍ ଯାହାକୁ ଜଳିବା ର ଦେଖିଲେ ବୋଧେ ନିଜେ ଭସ୍ମ ହେଇଯିବେ ଶିଶୁ ଭାଇ।ଘର ଲୋକଙ୍କ କଟାକ୍ଷ ବୋଧେ ଏବେ ଅତି ସାଧାରଣ ସେଥିପାଇଁ ତାଙ୍କୁ ଆଉ ଆଗତୁରା ତଇଆର ବି ହବାକୁ ପଡ଼େ ନାହିଁ ସେସବୁ ର ସାମ୍ନା କରିବା ପାଇଁ ।ନିଜ କର୍ତ୍ତବ୍ୟ କରିବାରେ ଥାଏ ତାଙ୍କର ମହାନତା।ହେଲେ ରିମଝିମ୍ ଠୁ ଦୂରେଇ ତାଙ୍କ ପ୍ରେମିକ ପଣିଆ ନିଜକୁ ତିରସ୍କାର କରେ, ତାଛାଲ୍ୟ କରେ।ସେଇ ତିରସ୍କାର ରେ ସେ ସାଉଁଟି ଚାଲନ୍ତି ମହାନ ହେବାର ପ୍ରଶଂସା।

କାଇଁ ସେ ଅଦୃଶ୍ୟ ବିଳାପ ବେଶୀ ଘାଣ୍ଟି ଦେଉଥାଏ।ରହି ରହି ରିମଝିମ୍ ଆଖିରେ ନାଚୁଥାଏ ହେଲେ କେଉଁ ଅଧିକାର ରେ ଯିବେ।ସେ ତ ନିଜେ ଧୀରେ ଧୀରେ ସବୁ ଅଧିକାର କୁ ତାର ନିରୁତ୍ତର ଆଖିରେ ଅକ୍ତିଆର କରି ରଖିଛି।ସେ ଆଖିରେ ଶକ୍ତ ଲୌହର ବନ୍ଧ।ତାକୁ ବା କିଏ ତରଳାଇ ପାରିବ?ସେଦିନ ରାତି ମାଡ଼ି ଆସୁଥାଏ ତାର ସ୍ମୃତି।ଶିଶୁ ଭାଇ ଡାକ କଠିନ ଭାବରେ ପିଟି ହଉଥାଏ ତାଙ୍କ କାନରେ।ବୋଧେ ଆଉ କିଛି ସମୟ ଏମିତି ହେଲେ ସେ ବଧିର ହେଇଯିବେ କିମ୍ବା ପାଗଳ।ବାହାରକୁ ବାହାରି ଖୋଲିଥିଲେ ବାଳ ସୂର୍ଯ୍ୟ କିନ୍ତୁ ଚନ୍ଦ୍ରମା ଖେଳୁଥିଲା ତାର କୁନି କୁନି ତାରା ମାନଙ୍କ ସହ ଲୁଚକାଳି ଖେଳ।ଇଚ୍ଛା ହେଉଥାଏ ତାଙ୍କୁ ସେ ବି ହେଇ ଯାନ୍ତେ ନିର୍ବିକାର,ନିଶ୍ଚିନ୍ତ ସେଇ ଦୂର ଆକାଶର ଛୋଟ ବିନ୍ଦୁ ଟେ ହେଇ।ଅନ୍ତତଃ କିଛି ଦିନରେ ଥରେ ରିମଝିମ୍ ର ଦୃଷ୍ଟି ଆକର୍ଷଣ କରନ୍ତେ,କିମ୍ବା ଜହ୍ନ କୁ ସେ ତାର ମନ କଥା କହିଲା ବେଳେ ଲୁଚି ଲୁଚି କାନ ଡେରି ଶୁଣନ୍ତେ।ଏଠି ସେ ଯେମିତି ଅଣ ନିଃଶ୍ୱାସ ହେଇ ପଡ଼ନ୍ତି।ତା ବିନା,ତାକୁ ଅଗୋଚର ହେଇ ଅସ୍ତିତ୍ବ ବିହୀନ ହେଇଯିବ ନିଶ୍ଚୟ ଯନ୍ତ୍ରଣା ଦାୟକ।

ଅବାଧ୍ୟ ଗୋଡ଼ ଦୁଇଟି ସ୍ବତଃ ଆଗେଇ ଚାଲିଲା ରିମଝିମ୍ ଘର ଆଡ଼କୁ।ନିର୍ବୋଧ ଶିଶୁଟି ଭଳି ଭୟ ଅଙ୍କୁରିତ ହେଉଥାଏ ପଥଭ୍ରମର।ଚାରି ଘର ଛାଡ଼ି ଥିଲା ରିମଝିମ୍ ର କୁଟୀର।ତାର ଅତନ୍ଦ୍ର ଆଖିରେ ନିଦ ନିଦ୍ରା ଭଙ୍ଗର ଭୟ ନ ଥାଏ।ତାର ବିଶ୍ରାମ ରେ ବିଭ୍ରାଟ ସୃଷ୍ଟି ହେବାର ଆଶଙ୍କା ନ ଥାଏ।କାରଣ ସେ ଏବେ ଆଜୀବନ ଥକି ଯାଇଥିବା ପଥିକ, ମୁହଁରେ ଅଜସ୍ର ବିବଶତା କିଛି କ୍ଷଣ ର ନିଦ୍ରା କଦ୍ୟପି ଯଥେଷ୍ଟ ନୁହଁ ଏହାର ତିଳେ ମାତ୍ର ଅପସାରଣ ପାଇଁ।

ସେମିତି ଖୋଲା ଆଖି ଦେଇ ଆଖି ଦୁଇ କୋଣରୁ ଅବାଧରେ ବହି ଯାଇଥିଲେ ନିଜର ପାଲଟି ଯାଇଥିବା ଅଶ୍ରୁଧାର। ଏମିତି କି ଆଜିକାଲି ସେ ବି ହିସାବ ରଖୁ ନାହିଁ ତାଙ୍କର।ନିଜ ଇଚ୍ଛାରେ ଯାତାୟାତ କରିବାର ଅଧିକାର ତାଙ୍କୁ ମିଳି ଯାଇଛି।ଏମିତି ଅପତ୍ରିଭ ହେଇ ଶେଯରେ ପଡି ରହିଥିବା ରିମଝିମ୍ କୁ ଝରକା ଦେଇ ଛାଇ ଟିର ଦୁଇ ଥର ଯିବା ଆସିବା ଅନୁଭବ ହେଇଥିଲେ ହେଁ ଶରୀର ତା ଖବର ରଖିବା କି ବୁଝିବା ପାଇଁ ଅନୁମତି ଦେଉ ନ ଥାଏ।

ଶିଶୁ ଭାଇ ଯେ କେବେ କଠୋର ହୃଦୟ ପିଣ୍ଡୁଳା ଟେ ହେଇ ମାଡି ଯିବେ ସଭିଙ୍କ ପ୍ରେମ ଆଉ ଆନ୍ତରିକତା ଉପରେ ଏ ବିଶ୍ୱାସ କେହି କରି ପାରିବେ ନାହିଁ।ଜୀବନ ଠୁ ବେଶୀ ଭଲ ପାଉଥିବା ପରିବାର ରେ କେବେ କର୍ତ୍ତବ୍ୟର ଲେପନ କରି ପ୍ରେମକୁ ଯନ୍ତ୍ରଣା ର ଝରକା ଦେଇ ଫିଙ୍ଗି ଦେବେ ନିଷ୍ଠୁର ଭାବରେ କିଏ ଜାଣିଥିଲା।ଝରକା ସେପଟେ ନିଜ କଷ୍ଟକୁ ଖୋଜିବା ଥାଏ ଏକବାର ଦୂର୍ଭେଦ୍ୟ। ଖାଲି ଛାଟି ପିଟି ହେବା ଛଡ଼ା ସେ ଥିଲେ ଉପାୟ ଶୂନ୍ୟ।କିନ୍ତୁ ସେ ଏକା ନୁହଁ ସଭିଙ୍କୁ ଫୋପାଡ଼ି ଦେଇଛନ୍ତି ଅଜଣା ଯନ୍ତ୍ରଣା ର ଗର୍ତ୍ତରେ। ଏସବୁ ଭିତରେ କାହାର ହୃଦୟର ଜ୍ଵଳନ ଶାନ୍ତ ହୁଏନି।କେହି ଉଦ୍ଧାର ହେଇ ପାରନ୍ତି ନାହିଁ କେବଳ ନିଷ୍ଠୁର ହସ ହସିବାକୁ ପଡ଼େ ସଭିଙ୍କୁ।ସବୁଠୁ ବେଶୀ ଜଳିଛି ରିମଝିମ୍ ଯାହାକୁ ଜଳିବା ର ଦେଖିଲେ ବୋଧେ ନିଜେ ଭସ୍ମ ହେଇଯିବେ ଶିଶୁ ଭାଇ।ଘର ଲୋକଙ୍କ କଟାକ୍ଷ ବୋଧେ ଏବେ ଅତି ସାଧାରଣ ସେଥିପାଇଁ ତାଙ୍କୁ ଆଉ ଆଗତୁରା ତଇଆର ବି ହବାକୁ ପଡ଼େ ନାହିଁ ସେସବୁ ର ସାମ୍ନା କରିବା ପାଇଁ ।ନିଜ କର୍ତ୍ତବ୍ୟ କରିବାରେ ଥାଏ ତାଙ୍କର ମହାନତା।ହେଲେ ରିମଝିମ୍ ଠୁ ଦୂରେଇ ତାଙ୍କ ପ୍ରେମିକ ପଣିଆ ନିଜକୁ ତିରସ୍କାର କରେ, ତାଛାଲ୍ୟ କରେ।ସେଇ ତିରସ୍କାର ରେ ସେ ସାଉଁଟି ଚାଲନ୍ତି ମହାନ ହେବାର ପ୍ରଶଂସା। କାଇଁ ସେ ଅଦୃଶ୍ୟ ବିଳାପ ବେଶୀ ଘାଣ୍ଟି ଦେଉଥାଏ।ରହି ରହି ରିମଝିମ୍ ଆଖିରେ ନାଚୁଥାଏ ହେଲେ କେଉଁ ଅଧିକାର ରେ ଯିବେ।ସେ ତ ନିଜେ ଧୀରେ ଧୀରେ ସବୁ ଅଧିକାର କୁ ତାର ନିରୁତ୍ତର ଆଖିରେ ଅକ୍ତିଆର କରି ରଖିଛି।ସେ ଆଖିରେ ଶକ୍ତ ଲୌହର ବନ୍ଧ।ତାକୁ ବା କିଏ ତରଳାଇ ପାରିବ?ସେଦିନ ରାତି ମାଡ଼ି ଆସୁଥାଏ ତାର ସ୍ମୃତି।ଶିଶୁ ଭାଇ ଡାକ କଠିନ ଭାବରେ ପିଟି ହଉଥାଏ ତାଙ୍କ କାନରେ।ବୋଧେ ଆଉ କିଛି ସମୟ ଏମିତି ହେଲେ ସେ ବଧିର ହେଇଯିବେ କିମ୍ବା ପାଗଳ।ବାହାରକୁ ବାହାରି ଖୋଲିଥିଲେ ବାଳ ସୂର୍ଯ୍ୟ କିନ୍ତୁ ଚନ୍ଦ୍ରମା ଖେଳୁଥିଲା ତାର କୁନି କୁନି ତାରା ମାନଙ୍କ ସହ ଲୁଚକାଳି ଖେଳ।ଇଚ୍ଛା ହେଉଥାଏ ତାଙ୍କୁ ସେ ବି ହେଇ ଯାନ୍ତେ ନିର୍ବିକାର,ନିଶ୍ଚିନ୍ତ ସେଇ ଦୂର ଆକାଶର ଛୋଟ ବିନ୍ଦୁ ଟେ ହେଇ।ଅନ୍ତତଃ କିଛି ଦିନରେ ଥରେ ରିମଝିମ୍ ର ଦୃଷ୍ଟି ଆକର୍ଷଣ କରନ୍ତେ,କିମ୍ବା ଜହ୍ନ କୁ ସେ ତାର ମନ କଥା କହିଲା ବେଳେ ଲୁଚି ଲୁଚି କାନ ଡେରି ଶୁଣନ୍ତେ।ଏଠି ସେ ଯେମିତି ଅଣ ନିଃଶ୍ୱାସ ହେଇ ପଡ଼ନ୍ତି।ତା ବିନା,ତାକୁ ଅଗୋଚର ହେଇ ଅସ୍ତିତ୍ବ ବିହୀନ ହେଇଯିବ ନିଶ୍ଚୟ ଯନ୍ତ୍ରଣା ଦାୟକ। ଅବାଧ୍ୟ ଗୋଡ଼ ଦୁଇଟି ସ୍ବତଃ ଆଗେଇ ଚାଲିଲା ରିମଝିମ୍ ଘର ଆଡ଼କୁ।ନିର୍ବୋଧ ଶିଶୁଟି ଭଳି ଭୟ ଅଙ୍କୁରିତ ହେଉଥାଏ ପଥଭ୍ରମର।ଚାରି ଘର ଛାଡ଼ି ଥିଲା ରିମଝିମ୍ ର କୁଟୀର।ତାର ଅତନ୍ଦ୍ର ଆଖିରେ ନିଦ ନିଦ୍ରା ଭଙ୍ଗର ଭୟ ନ ଥାଏ।ତାର ବିଶ୍ରାମ ରେ ବିଭ୍ରାଟ ସୃଷ୍ଟି ହେବାର ଆଶଙ୍କା ନ ଥାଏ।କାରଣ ସେ ଏବେ ଆଜୀବନ ଥକି ଯାଇଥିବା ପଥିକ, ମୁହଁରେ ଅଜସ୍ର ବିବଶତା କିଛି କ୍ଷଣ ର ନିଦ୍ରା କଦ୍ୟପି ଯଥେଷ୍ଟ ନୁହଁ ଏହାର ତିଳେ ମାତ୍ର ଅପସାରଣ ପାଇଁ। ସେମିତି ଖୋଲା ଆଖି ଦେଇ ଆଖି ଦୁଇ କୋଣରୁ ଅବାଧରେ ବହି ଯାଇଥିଲେ ନିଜର ପାଲଟି ଯାଇଥିବା ଅଶ୍ରୁଧାର। ଏମିତି କି ଆଜିକାଲି ସେ ବି ହିସାବ ରଖୁ ନାହିଁ ତାଙ୍କର।ନିଜ ଇଚ୍ଛାରେ ଯାତାୟାତ କରିବାର ଅଧିକାର ତାଙ୍କୁ ମିଳି ଯାଇଛି।ଏମିତି ଅପତ୍ରିଭ ହେଇ ଶେଯରେ ପଡି ରହିଥିବା ରିମଝିମ୍ କୁ ଝରକା ଦେଇ ଛାଇ ଟିର ଦୁଇ ଥର ଯିବା ଆସିବା ଅନୁଭବ ହେଇଥିଲେ ହେଁ ଶରୀର ତା ଖବର ରଖିବା କି ବୁଝିବା ପାଇଁ ଅନୁମତି ଦେଉ ନ ଥାଏ। #ପ୍ରେମଚିତ୍କାର