Nojoto: Largest Storytelling Platform

କଥା କଥା ମଣିଷର କଥା ମାଟିର କଥା ପାଣି ପବନର କଥା ଆକାଶର କଥ

କଥା
କଥା ମଣିଷର
କଥା ମାଟିର
କଥା ପାଣି ପବନର
କଥା ଆକାଶର
କଥା ଜହ୍ନର
କଥା ଭୋକର
କଥା ଫୁଟପାତର
କଥା ଦେଶର
କଥା ମଧ୍ୟରେ ପୁଣି କଥା
କଥା ଏଣୁତେଣୁ ଅନେକ କଥା
କଥା ଥକା ମନର
କଥା ଭାବନାର
କଥା ଜୀବନର
କଥା ଜମା ସରେନି
କଥା କେବେ ଥକେନି
କଥା କେବେ ଅଟକେନି
କଥା, ମୁଁ ଭାବେ ତୁମ କଥା
କଥା ସତରେ ଯଦି ତୁମେ ନଥାନ୍ତ
କଥା ପୁଣି କଣ ହେଉଥାନ୍ତେ
କଥା କଥା କେ ଯୁକ୍ତି କେମିତି ହୁଅନ୍ତା
କଥା ଭଲ ଲାଗିଲା ପରେ ପ୍ରେମ କେମିତି ହୁଅନ୍ତା
କଥା ଆଢ଼ୁଆଳରେ ବେଦନା କେମିତି ଲୁଚି ରହନ୍ତା
କଥା ସତରେ ତୁମେ ମହାନ
କଥା ସତରେ ତୁମେ ସୁନ୍ଦର
କଥା ସତରେ ତମେ ପ୍ରକୃତ ବନ୍ଧୁ
କଥା ତୁମେ ଏମିତି ଥାଅ
କଥା ତୁମ ବାବଦରେ ଯେତେ କହିଲେବି ସରେନି କଥା
କଥା ସହ ଏମିତି ଚାଲିଥାଉ କଥା
କଥା କଥାରେ କହିଗଲି ଅନେକ କଥା
କଥା ଧରିବନି କି ଏ କଥା ସରିବନି
କଥା ଚାଲିଥାଉ ଏଇତ ଅସଲ ମଞ୍ଜ କଥା।

©Tafizul Sambalpuri
  #କଥା

#କଥା #କବିତା

172 Views