Nojoto: Largest Storytelling Platform

ସକାଳ କ'ଣ ଏମିତି ପାହିଯାଏ ନୂତନ ସକାଳ ପାଇଁ ପ୍ରଥମେ ସୂର୍

ସକାଳ କ'ଣ ଏମିତି ପାହିଯାଏ
ନୂତନ ସକାଳ ପାଇଁ 
ପ୍ରଥମେ ସୂର୍ଯ୍ୟକୁ ଅସ୍ତ ହେବାକୁ ପଡ଼େ 
ଘନ ଅନ୍ଧାର ସହ ସଂଘର୍ଷ କରି 
ପାହୁଣ୍ଡେ ପାହୁଣ୍ଡେ ପାଦ ଥାପି ଥାପି
ଗତ କାଲିର କ୍ଲାନ୍ତ ଶରୀରକୁ 
କେଉଁ ପାହାଡ଼ ସନ୍ଧିରେ ଅବା
କେଉଁ ଗଛର ଆଢୁଆଳରେ ଆଉଜାଇ
ପୁଣି ତାକୁ ନୂତନ ମନ୍ତ୍ରରେ ଅଭିମନ୍ତ୍ରିତ କରି 
ଆହ୍ବାନୀ ଗୀତ ଗାଇବାକୁ ପଡ଼େ 
ହଁ , ଠିକ୍ ଏମିତି ଜୀବନ ମଧ୍ୟ
ପ୍ରତିଦିନ ଅସ୍ତ ହୋଇ ଅସ୍ତିତ୍ବ ହରାଏ
ପୁଣି ଆଉ ଏକ ନୂଆଁ ସକାଳକୁ ଅପେକ୍ଷା କରେ 
ମୁଠେ ଆୟୁଷ ପାଇଁ 
ଚେନାଏ ହସ ପାଇଁ 
ପୁଳାଏ ଦୁଃଖ ଓ ଯନ୍ତ୍ରଣା ସହିବାକୁ 
ସ୍ରଷ୍ଟାଙ୍କ କରୁଣା ପ୍ରାପ୍ତି ପାଇଁ।।

#ଜୀବନ_କିଛି_ଏମିତି

©Tafizul Sambalpuri
  #RoadTrip