Nojoto: Largest Storytelling Platform

Standing near the window, I saw ○ଏଇ ମୋର ଦୁଇ ଆଖି ଖୋ

Standing near the window, I saw ○ଏଇ ମୋର ଦୁଇ ଆଖି
ଖୋଜୁଥିଲା ତୋତେ ଦେଖିବାକୁ 
ଝରକା ଏପଟୁ.....
ମୁଁ କାନ ପାତି ଶୁଣୁ ଥିଲି
ତୋ ଆସିବା ବାଟକୁ
ତୋର ସେଇ ପଦଶବ୍ଦ
ଝରକା ଏପଟୁ.......
ଚାହୁଁ ଥିଲି କିଛି କହିଦେବି
ତୁ ଶୁଣିବୁ ବୋଲି
ମୋ ପ୍ରେମର ପରିଭାଷା
ଝରକା ଏପଟୁ....
ହାତ ଠାରି ଡାକିବାକୁ ଚାହୁଁଥିଲି
ତୁ କାଳେ ଚାଲି ଆସିବୁ
ମୋହର ପାଖକୁ
ସେହି ଝରକା ଏପଟୁ.....
ମନ ହେଉଥିଲା ଆନମନା
ସେହି ଝରକା ଥିଲା ସାକ୍ଷୀ
ଆଜି ବି ସେ ଅଛି
ଆମ ପ୍ରେମ ଭାଷା
ପଢିବାକୁ.........

©Mamata Patra
  #window