Nojoto: Largest Storytelling Platform

ପ୍ରେମ ଚିତ୍କାର ଭାଗ - ୧୦ ରିମଝିମ୍ ହେଇପାରେ ନାହିଁ ଗୋଟା

ପ୍ରେମ ଚିତ୍କାର

ଭାଗ - ୧୦ ରିମଝିମ୍ ହେଇପାରେ ନାହିଁ ଗୋଟାପଣେ କାହାର।ଲାବନ୍ୟା ପାଇଁ ସେ ଜରିଆ ଶିଶୁ ଭାଇ ର ନିକଟତର ହେବାର,ଯେଉଁ ଶିଶୁ ଭାଇ ତାଠୁ ଅପହଞ୍ଚ ଦୂରତାରେ।ତା ଆଖିର ଯନ୍ତ୍ରଣା କେବେ ବି ପଢ଼ି ନାହିଁ ଲାବନ୍ୟା,କେବଳ ଦେଖେଇ ଥାଏ ନିଜ ଯନ୍ତ୍ରଣା ଆଉ ଶୁଣାଇ ଥାଏ ନିଜ ବେଦନା।ତାକୁ କେବେ ଭଲମନ୍ଦ ପୁଛେ ନାହିଁ,ଖାଲି କାହିଚାଲେ ନିଜ କଥା।
ସମାଜ ପାଇଁ ସେ ଢଳି ଆସୁଥିବା ସଞ୍ଜ।ନିଜ ମାଆ ପାଇଁ ଏକ ଅତୁଲା କର୍ତ୍ତବ୍ୟ।ଶିଶୁ ଭାଇ ପାଇଁ ଅକୁହା ଅଭିମାନ।ସେ କିନ୍ତୁ ଭଲ ପାଏ ସଭିଙ୍କୁ। ଲୁଟେଇଦିଏ ତାର ନିଜତ୍ବ।ତଥାପି ହୃଦୟର କେଉଁ ନିଭୃତକୋଣରେ ଶିଶୁ ଭାଇ ପାଇଁ ଆଶାର ଦୀପ ଟିଏ ତାର ବାରଣ ସତ୍ତ୍ବେ ନିର୍ଲିପ୍ତ ହେଇ ଜଳୁଥାଏ।ସେ ଡରେ କାଳେ ସେ ଦୀପ ଦିନେ ମହାଦୀପ ହେଇ ନିଜକୁ ତ ଉଜ୍ଜଳ କରିଦେବ କିନ୍ତୁ ପାଉଁଶ କରିଦେବ ତା ଶିଶୁ ଭାଇର ସୁଖ ସ୍ୱଚ୍ଛନ୍ଦ କୁ।

ନିଜ ପ୍ରେମକୁ ଶୁଣି ବୁଝିବା ଲୋକ ପାଲଟି ଯାଏ ଆମ ଅନ୍ତରଙ୍ଗ ବନ୍ଧୁ।ଶିଶୁ ଭାଇ ଭିତରେ ଲିଭିଲିଭି ଯାଉଥିବା ପ୍ରେମ ଯେ କେବେ ଲିଭି ପାରିବ ନାହିଁ ସେ କଥା ଜଣାଥିଲା କେବଳ ହିଂମାଶୁ କୁ।ରିମଝିମ୍ ଜାଣେ ନାହିଁ ଯେ ତା ଶିଶୁ ଭାଇର ସୁଖର ଠିକଣା କେବଳ ତା ହୃଦୟ।ଆଉ ଦୁଃଖର କାରଣ ବି ତାର ଅବୁଝା ଅମାନିଆ ହୃଦୟ।

ଶିଶୁ ଭାଇର ବୋଧେ ଏଥିପାଇଁ ତା ଠୁ ଦୂରରେ ରହିବା ସମ୍ଭବପର ହେଇ ପାରିଛି କାରଣ ରିମଝିମ୍ ଠାରୁ ଦୂରେଇ ରହି ଅନ୍ତତଃ ସେ ଦିନକୁ ଦିନ ତାର ଆହୁରି ନିକଟତର ହେବାକୁ ଲାଗିଛନ୍ତି।ସେଇ କଳ୍ପନାରେ,ଭାବନାରେ।ତାଙ୍କ ସାଙ୍ଗରେ ଗୋଟେ ଅଫିସ୍ ରେ କାମ କରୁଥିବା ହିମାଂଶୁ ପଢ଼ି ଦିଏ ତାଙ୍କ ଆଖିରେ ରିମଝିମ୍ କୁ ସାମ୍ନା କାବିନ୍ ରୁ।ତାଙ୍କ କଳ୍ପନାରେ ସବୁଦିନ ଆସେ ରିମଝିମ୍ ସକାଳ ଧୂପ ଦେବାପାଇଁ ସଞ୍ଜ ଆଳତି କରିବା ପାଇଁ।ସେ ସଜାଡ଼ି ଦିଏ ତାଙ୍କ ଅସଜଡା ଆସବାବ ଯେମିତି ଉଜୁଡ଼ା ଜୀବନ କୁ ଵାଗେଇ ଦଉଛି।ସେ ଆସେ ତାଙ୍କ ଦୁଃଖରେ ମୁଣ୍ଡକୁ ଆଉଁସି ନିର୍ଭୟ ପ୍ରଦାନ କରିବା ପାଇଁ।ସେ ଆସେ ସକାଳ ରୁ ସନ୍ଧ୍ୟା ଯାଏଁ,ଦିନ ଯାକର ଥକାନ୍ ମିଟେଇବା ପାଇଁ।କିନ୍ତୁ କେବେ ସେଇ କଳ୍ପନାରେ ଶେଯ ର ସାଥୀ ହେଇ ପାରେନି।ତା ପବିତ୍ର ଶରୀରକୁ କଳ୍ପନା ରେ ବି ସ୍ପର୍ଶ କରନ୍ତି ନାହିଁ ଶିଶୁ ଭାଇ। ଦେହାତୀତ ପ୍ରେମ କେତେ ଯେ ଯୁକ୍ତି ସଂଗତ ଜଣାନାହିଁ,କିନ୍ତୁ ତାକୁ କେବେ ପଶ୍ରୟ ଦେଇ ନାହାଁନ୍ତି ସେ ନିଜ ଆଉ ରିମଝିମ୍ ମଝିରେ।ତାଙ୍କ ଦୁହିଁଙ୍କ ଭିତରେ ପ୍ରେମର ସମାନ୍ତରାଳ ଗତିରେ ମିଳନର ରେଖା ଆଙ୍କିଦିଏ ସେଇ ବିଶ୍ୱାସ ଟିକକ।ଯେଉଁ ବିଶ୍ୱାସ ପାଇଁ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହେଇ ମଧ୍ୟ କେବେ ଅଲଗା ହେଇ ନାହାଁନ୍ତି।

ଲାବନ୍ୟା କେବେହେଲେ ଶିଶିର ହୃଦୟରେ  ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିନାହିଁ ଏ କଥା ତା ପାଇଁ ବିଶ୍ୱାସ ଯୋଗ୍ୟ ନୁହଁ।ଲାବନ୍ୟା ଭଳି ରୂପବତୀ, ଗୁଣବତୀ ନିର୍ମଳ ଆଉ ସ୍ୱଚ୍ଛଳ ହୃଦୟ ଧାରୀ ଝିଅ କୁ ଯେ କେହି ବି ନିଜ ହୃଦୟ ସ୍ବଛନ୍ଦରେ ଅର୍ପଣ କରିଦେବ।ତାକୁ ନିଜ ଭାଗ୍ୟ ମଣିବ। ହେଲେ ସେଇ ହୃଦୟଟି ହିଁ ଶିଶୁ ଭାଇର ତାଙ୍କର ହେଇକି କେବେଠାରୁ ନାହିଁ।

ରିମଝିମ୍ ହେଇପାରେ ନାହିଁ ଗୋଟାପଣେ କାହାର।ଲାବନ୍ୟା ପାଇଁ ସେ ଜରିଆ ଶିଶୁ ଭାଇ ର ନିକଟତର ହେବାର,ଯେଉଁ ଶିଶୁ ଭାଇ ତାଠୁ ଅପହଞ୍ଚ ଦୂରତାରେ।ତା ଆଖିର ଯନ୍ତ୍ରଣା କେବେ ବି ପଢ଼ି ନାହିଁ ଲାବନ୍ୟା,କେବଳ ଦେଖେଇ ଥାଏ ନିଜ ଯନ୍ତ୍ରଣା ଆଉ ଶୁଣାଇ ଥାଏ ନିଜ ବେଦନା।ତାକୁ କେବେ ଭଲମନ୍ଦ ପୁଛେ ନାହିଁ,ଖାଲି କାହିଚାଲେ ନିଜ କଥା। ସମାଜ ପାଇଁ ସେ ଢଳି ଆସୁଥିବା ସଞ୍ଜ।ନିଜ ମାଆ ପାଇଁ ଏକ ଅତୁଲା କର୍ତ୍ତବ୍ୟ।ଶିଶୁ ଭାଇ ପାଇଁ ଅକୁହା ଅଭିମାନ।ସେ କିନ୍ତୁ ଭଲ ପାଏ ସଭିଙ୍କୁ। ଲୁଟେଇଦିଏ ତାର ନିଜତ୍ବ।ତଥାପି ହୃଦୟର କେଉଁ ନିଭୃତକୋଣରେ ଶିଶୁ ଭାଇ ପାଇଁ ଆଶାର ଦୀପ ଟିଏ ତାର ବାରଣ ସତ୍ତ୍ବେ ନିର୍ଲିପ୍ତ ହେଇ ଜଳୁଥାଏ।ସେ ଡରେ କାଳେ ସେ ଦୀପ ଦିନେ ମହାଦୀପ ହେଇ ନିଜକୁ ତ ଉଜ୍ଜଳ କରିଦେବ କିନ୍ତୁ ପାଉଁଶ କରିଦେବ ତା ଶିଶୁ ଭାଇର ସୁଖ ସ୍ୱଚ୍ଛନ୍ଦ କୁ। ନିଜ ପ୍ରେମକୁ ଶୁଣି ବୁଝିବା ଲୋକ ପାଲଟି ଯାଏ ଆମ ଅନ୍ତରଙ୍ଗ ବନ୍ଧୁ।ଶିଶୁ ଭାଇ ଭିତରେ ଲିଭିଲିଭି ଯାଉଥିବା ପ୍ରେମ ଯେ କେବେ ଲିଭି ପାରିବ ନାହିଁ ସେ କଥା ଜଣାଥିଲା କେବଳ ହିଂମାଶୁ କୁ।ରିମଝିମ୍ ଜାଣେ ନାହିଁ ଯେ ତା ଶିଶୁ ଭାଇର ସୁଖର ଠିକଣା କେବଳ ତା ହୃଦୟ।ଆଉ ଦୁଃଖର କାରଣ ବି ତାର ଅବୁଝା ଅମାନିଆ ହୃଦୟ। ଶିଶୁ ଭାଇର ବୋଧେ ଏଥିପାଇଁ ତା ଠୁ ଦୂରରେ ରହିବା ସମ୍ଭବପର ହେଇ ପାରିଛି କାରଣ ରିମଝିମ୍ ଠାରୁ ଦୂରେଇ ରହି ଅନ୍ତତଃ ସେ ଦିନକୁ ଦିନ ତାର ଆହୁରି ନିକଟତର ହେବାକୁ ଲାଗିଛନ୍ତି।ସେଇ କଳ୍ପନାରେ,ଭାବନାରେ।ତାଙ୍କ ସାଙ୍ଗରେ ଗୋଟେ ଅଫିସ୍ ରେ କାମ କରୁଥିବା ହିମାଂଶୁ ପଢ଼ି ଦିଏ ତାଙ୍କ ଆଖିରେ ରିମଝିମ୍ କୁ ସାମ୍ନା କାବିନ୍ ରୁ।ତାଙ୍କ କଳ୍ପନାରେ ସବୁଦିନ ଆସେ ରିମଝିମ୍ ସକାଳ ଧୂପ ଦେବାପାଇଁ ସଞ୍ଜ ଆଳତି କରିବା ପାଇଁ।ସେ ସଜାଡ଼ି ଦିଏ ତାଙ୍କ ଅସଜଡା ଆସବାବ ଯେମିତି ଉଜୁଡ଼ା ଜୀବନ କୁ ଵାଗେଇ ଦଉଛି।ସେ ଆସେ ତାଙ୍କ ଦୁଃଖରେ ମୁଣ୍ଡକୁ ଆଉଁସି ନିର୍ଭୟ ପ୍ରଦାନ କରିବା ପାଇଁ।ସେ ଆସେ ସକାଳ ରୁ ସନ୍ଧ୍ୟା ଯାଏଁ,ଦିନ ଯାକର ଥକାନ୍ ମିଟେଇବା ପାଇଁ।କିନ୍ତୁ କେବେ ସେଇ କଳ୍ପନାରେ ଶେଯ ର ସାଥୀ ହେଇ ପାରେନି।ତା ପବିତ୍ର ଶରୀରକୁ କଳ୍ପନା ରେ ବି ସ୍ପର୍ଶ କରନ୍ତି ନାହିଁ ଶିଶୁ ଭାଇ। ଦେହାତୀତ ପ୍ରେମ କେତେ ଯେ ଯୁକ୍ତି ସଂଗତ ଜଣାନାହିଁ,କିନ୍ତୁ ତାକୁ କେବେ ପଶ୍ରୟ ଦେଇ ନାହାଁନ୍ତି ସେ ନିଜ ଆଉ ରିମଝିମ୍ ମଝିରେ।ତାଙ୍କ ଦୁହିଁଙ୍କ ଭିତରେ ପ୍ରେମର ସମାନ୍ତରାଳ ଗତିରେ ମିଳନର ରେଖା ଆଙ୍କିଦିଏ ସେଇ ବିଶ୍ୱାସ ଟିକକ।ଯେଉଁ ବିଶ୍ୱାସ ପାଇଁ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହେଇ ମଧ୍ୟ କେବେ ଅଲଗା ହେଇ ନାହାଁନ୍ତି। ଲାବନ୍ୟା କେବେହେଲେ ଶିଶିର ହୃଦୟରେ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିନାହିଁ ଏ କଥା ତା ପାଇଁ ବିଶ୍ୱାସ ଯୋଗ୍ୟ ନୁହଁ।ଲାବନ୍ୟା ଭଳି ରୂପବତୀ, ଗୁଣବତୀ ନିର୍ମଳ ଆଉ ସ୍ୱଚ୍ଛଳ ହୃଦୟ ଧାରୀ ଝିଅ କୁ ଯେ କେହି ବି ନିଜ ହୃଦୟ ସ୍ବଛନ୍ଦରେ ଅର୍ପଣ କରିଦେବ।ତାକୁ ନିଜ ଭାଗ୍ୟ ମଣିବ। ହେଲେ ସେଇ ହୃଦୟଟି ହିଁ ଶିଶୁ ଭାଇର ତାଙ୍କର ହେଇକି କେବେଠାରୁ ନାହିଁ। #ପ୍ରେମଚିତ୍କାର