Nojoto: Largest Storytelling Platform

ପ୍ରେମ ଚିତ୍କାର ଭାଗ - ୯ କଣ ଆଉ କେମିତି କହିବା ଚକ୍ରବ୍ୟୁ

ପ୍ରେମ ଚିତ୍କାର

ଭାଗ - ୯ କଣ ଆଉ କେମିତି କହିବା ଚକ୍ରବ୍ୟୁହ ରୁ ଉଦ୍ଧାର ହେବାର ଅମୋଘ ଅସ୍ତ୍ର ହେଉଛି ନୀରବତା।ସେ ଅସ୍ତ୍ର କିନ୍ତୁ ସାମ୍ନା ଲୋକଙ୍କ ଠୁ ଆଗ ନିଜ ଉପରେ ପ୍ରହାର କରି  ହୃଦୟରେ ଆଘାତ ଉପରେ ଆଘାତ କରିଥାଏ କିନ୍ତୁ ନିହତ କେହି ହୁଅନ୍ତି ନାହିଁ ଖାଲି ସେ ବିଚାରା ହୃଦୟଟି ଆହତ ହେଇ ଛଟପଟ ହେଉଥାଏ।ଯେମିତି ନିଜ ରକ୍ତ ମାଂସ କୁ ଚିପୁଡ଼ି ଆତ୍ମଗ୍ଲାନି କୁ ସଙ୍ଗଠିତ କରି ସୃଷ୍ଟ ସେ ଅସ୍ତ୍ର। ବାଟୁଳି ବାଜୁ ନ ଥିବା ସେ ରିମଝିମ୍ ର କଥା କୁହା ଓଠ ଦୁଇଟି କେମିତି ଯେ ଏତେ ନିଷ୍ପ୍ରଭ ଆଉ ନିସ୍ତେଜ।ଯେମିତି ଥକି ଗଲାଣି ଦୁନିଆ ସାମ୍ନାରେ କରତବ ଦେଖେଇ ଦେଖେଇ।କିମ୍ବା କେଉଁ କାଳରୁ ସେ ବନ୍ଦୀ ହେଇଛି କାହାର ବାରଣର ବନ୍ଦୀଶାଳ ରେ।ସେ କଣ ବା ଉତ୍ତର ଦେବ ଲିନୁ ଦିଦି କୁ ତାର।ଯାହା ପାଇଁ ସେ ଦୂରେଇ ଦେଇଥିଲା ନିଜକୁ ଆଜି ସେଇ ଶିଶୁ ଭାଇ ସଭିଙ୍କଠୁ ଦୂରେ।ବୋଧେ ଏବେ ଶିଶୁ ଭାଇ ନିଜଠାରୁ ବି ବହୁ ଦୂରେ।

ସେ ଜାଣିଛି ଲାବନ୍ୟା ଯେତେ ଅଭିମାନ ତା ଉପରେ ଅଜାଡ଼ିଲେ ବି ତା ଉପରେ କିଛି ପ୍ରଭାବ ପଡ଼ିବ ନାହିଁ କାରଣ ଏବେ ତା ଉପରେ ଜୀବନ ଜଞ୍ଜାଳ,କର୍ତ୍ତବ୍ୟ, ପଶ୍ଚ୍ୟାତାପ,ଗ୍ଲାନି,ଦ୍ୱନ୍ଦ ଅନେକ କିଛି ଦୁଃସହ ଭାବନାର ଶକ୍ତ ଧାତୁରେ ମିଶ୍ରଣ ଆବରଣ।କାହାର ଭଲ ପାଇବା କିମ୍ବା ଅଭିମାନ ଏବେ ସେ ଆବରଣ ଭେଦି ହୃଦୟ ଯାଏଁ ପହଞ୍ଚି ପାରିବ ନାହିଁ।ପରିବର୍ତ୍ତିତ ରିମଝିମ୍ କୁ ଅଲକ୍ଷ୍ୟ କରି ଲାବନ୍ୟା ସେଇଆ ଶେଷରେ ପଚାରିଲା ଯାହା ପାଇଁ ସେ ଏଠି କୁ ଧାଇଁ ଆସିଛି।ତା ଉଦ୍ଦେଶ୍ୟ ଭଲେ ହିଁ ଅଭିମାନ ଆଢୁଆଳରେ ଲୁଚି ପାରିବ କିନ୍ତୁ ରିମଝିମ୍  ସାମ୍ନାରେ ନୁହଁ।

ଶିଶିର କେମିତି ଅଛନ୍ତି ରିମଝିମ୍, ମାନେ ତୋ ଶିଶୁ ଭାଇ,ମୋ ଶିଶିର।ଯାହା ପାଇଁ ଆଜି ମୁଁ ଧଇଁ ସଇଁ ହେଇ ଧାଇଁ ଆସିଛି ସେ କଣ  ସେଇ ଭଳି ଉଦ୍ ଗ୍ରୀବ ହେଇ ମୋ ପାଇଁ ପ୍ରତିକ୍ଷାମାଣ ଥିଲେ?ମତେ ତାଙ୍କର ସେ ବ୍ୟଗ୍ରତା,ବିଚଳିତ ଅବସ୍ଥା ବିଷୟରେ ଅବଗତ ହେବାର ଅଛି।ମତେ ସେ ଶାନ୍ତି କୁ ମୋ ଶରୀର ସାଙ୍ଗେ, ଆତ୍ମା ସାଙ୍ଗେ ବତୁରେଇବାର ଅଛି।ମୁଁ ଯେଉଁ ଜ୍ୱାଳାରେ ଜଳି ଆସୁଥିଲି ଦୀର୍ଘ ଦୁଇ ବର୍ଷ ହେଲା ହୁଏତ ମୋ ଜ୍ଜଳନ ଟିକେ ଶାନ୍ତ ହେଇଯିବ ୟା ପରେ।ତୁ କହ ରିମଝିମ୍।ମୋ ପାଖରେ ଆଉ ଧର୍ଯ୍ୟ ନାହିଁ। ତୋ ନୀରବତା ମତେ ଧରାଶାୟୀ କରିବା ପାଇଁ ଯଥେଷ୍ଟ।ଧୀରେ ଧୀରେ ମୁଁ କ୍ଷୀଣ ହେଇ ନିସ୍ତେଜ ହେଇ ଯାଉଛି।ଏତିକି କହି ଲାବନ୍ୟା ଅଳ୍ପ ଆଉଜି ପଡ଼ିଲା ରିମଝିମ୍ କାନ୍ଧରେ।

କାହାର କଷ୍ଟ ବେଶୀ ଥିଲା?କିଏ ବେଶୀ ଦମ୍ଭିଲା ଥିଲା?କଣ ରିମଝିମ୍ ସକ୍ଷମ ଥିଲା ଲାବନ୍ୟା ର ଯନ୍ତ୍ରଣା ର ବୋଝ ସହିବା ପାଇଁ?ତା ନିଜ ଯାବତିକ ଯନ୍ତ୍ରଣା କଣ ଶୂନ୍ୟରେ ବସ୍ତୁତ୍ଵ ହୀନ ହେଇ ଯାଇଛି।କିନ୍ତୁ ସେ ସହିବ ଧରିତ୍ରୀ ଭଳି ଯାହା ସେ ଏଯାବତ୍ କରି ଆସିଛି।ନିଜକୁ ସୁଦୃଢ଼ କରି କୋଳେଇ ଧରିଲା ଲାବନ୍ୟା କୁ।

କଣ ଆଉ କେମିତି କହିବା ଚକ୍ରବ୍ୟୁହ ରୁ ଉଦ୍ଧାର ହେବାର ଅମୋଘ ଅସ୍ତ୍ର ହେଉଛି ନୀରବତା।ସେ ଅସ୍ତ୍ର କିନ୍ତୁ ସାମ୍ନା ଲୋକଙ୍କ ଠୁ ଆଗ ନିଜ ଉପରେ ପ୍ରହାର କରି ହୃଦୟରେ ଆଘାତ ଉପରେ ଆଘାତ କରିଥାଏ କିନ୍ତୁ ନିହତ କେହି ହୁଅନ୍ତି ନାହିଁ ଖାଲି ସେ ବିଚାରା ହୃଦୟଟି ଆହତ ହେଇ ଛଟପଟ ହେଉଥାଏ।ଯେମିତି ନିଜ ରକ୍ତ ମାଂସ କୁ ଚିପୁଡ଼ି ଆତ୍ମଗ୍ଲାନି କୁ ସଙ୍ଗଠିତ କରି ସୃଷ୍ଟ ସେ ଅସ୍ତ୍ର। ବାଟୁଳି ବାଜୁ ନ ଥିବା ସେ ରିମଝିମ୍ ର କଥା କୁହା ଓଠ ଦୁଇଟି କେମିତି ଯେ ଏତେ ନିଷ୍ପ୍ରଭ ଆଉ ନିସ୍ତେଜ।ଯେମିତି ଥକି ଗଲାଣି ଦୁନିଆ ସାମ୍ନାରେ କରତବ ଦେଖେଇ ଦେଖେଇ।କିମ୍ବା କେଉଁ କାଳରୁ ସେ ବନ୍ଦୀ ହେଇଛି କାହାର ବାରଣର ବନ୍ଦୀଶାଳ ରେ।ସେ କଣ ବା ଉତ୍ତର ଦେବ ଲିନୁ ଦିଦି କୁ ତାର।ଯାହା ପାଇଁ ସେ ଦୂରେଇ ଦେଇଥିଲା ନିଜକୁ ଆଜି ସେଇ ଶିଶୁ ଭାଇ ସଭିଙ୍କଠୁ ଦୂରେ।ବୋଧେ ଏବେ ଶିଶୁ ଭାଇ ନିଜଠାରୁ ବି ବହୁ ଦୂରେ। ସେ ଜାଣିଛି ଲାବନ୍ୟା ଯେତେ ଅଭିମାନ ତା ଉପରେ ଅଜାଡ଼ିଲେ ବି ତା ଉପରେ କିଛି ପ୍ରଭାବ ପଡ଼ିବ ନାହିଁ କାରଣ ଏବେ ତା ଉପରେ ଜୀବନ ଜଞ୍ଜାଳ,କର୍ତ୍ତବ୍ୟ, ପଶ୍ଚ୍ୟାତାପ,ଗ୍ଲାନି,ଦ୍ୱନ୍ଦ ଅନେକ କିଛି ଦୁଃସହ ଭାବନାର ଶକ୍ତ ଧାତୁରେ ମିଶ୍ରଣ ଆବରଣ।କାହାର ଭଲ ପାଇବା କିମ୍ବା ଅଭିମାନ ଏବେ ସେ ଆବରଣ ଭେଦି ହୃଦୟ ଯାଏଁ ପହଞ୍ଚି ପାରିବ ନାହିଁ।ପରିବର୍ତ୍ତିତ ରିମଝିମ୍ କୁ ଅଲକ୍ଷ୍ୟ କରି ଲାବନ୍ୟା ସେଇଆ ଶେଷରେ ପଚାରିଲା ଯାହା ପାଇଁ ସେ ଏଠି କୁ ଧାଇଁ ଆସିଛି।ତା ଉଦ୍ଦେଶ୍ୟ ଭଲେ ହିଁ ଅଭିମାନ ଆଢୁଆଳରେ ଲୁଚି ପାରିବ କିନ୍ତୁ ରିମଝିମ୍ ସାମ୍ନାରେ ନୁହଁ। ଶିଶିର କେମିତି ଅଛନ୍ତି ରିମଝିମ୍, ମାନେ ତୋ ଶିଶୁ ଭାଇ,ମୋ ଶିଶିର।ଯାହା ପାଇଁ ଆଜି ମୁଁ ଧଇଁ ସଇଁ ହେଇ ଧାଇଁ ଆସିଛି ସେ କଣ ସେଇ ଭଳି ଉଦ୍ ଗ୍ରୀବ ହେଇ ମୋ ପାଇଁ ପ୍ରତିକ୍ଷାମାଣ ଥିଲେ?ମତେ ତାଙ୍କର ସେ ବ୍ୟଗ୍ରତା,ବିଚଳିତ ଅବସ୍ଥା ବିଷୟରେ ଅବଗତ ହେବାର ଅଛି।ମତେ ସେ ଶାନ୍ତି କୁ ମୋ ଶରୀର ସାଙ୍ଗେ, ଆତ୍ମା ସାଙ୍ଗେ ବତୁରେଇବାର ଅଛି।ମୁଁ ଯେଉଁ ଜ୍ୱାଳାରେ ଜଳି ଆସୁଥିଲି ଦୀର୍ଘ ଦୁଇ ବର୍ଷ ହେଲା ହୁଏତ ମୋ ଜ୍ଜଳନ ଟିକେ ଶାନ୍ତ ହେଇଯିବ ୟା ପରେ।ତୁ କହ ରିମଝିମ୍।ମୋ ପାଖରେ ଆଉ ଧର୍ଯ୍ୟ ନାହିଁ। ତୋ ନୀରବତା ମତେ ଧରାଶାୟୀ କରିବା ପାଇଁ ଯଥେଷ୍ଟ।ଧୀରେ ଧୀରେ ମୁଁ କ୍ଷୀଣ ହେଇ ନିସ୍ତେଜ ହେଇ ଯାଉଛି।ଏତିକି କହି ଲାବନ୍ୟା ଅଳ୍ପ ଆଉଜି ପଡ଼ିଲା ରିମଝିମ୍ କାନ୍ଧରେ। କାହାର କଷ୍ଟ ବେଶୀ ଥିଲା?କିଏ ବେଶୀ ଦମ୍ଭିଲା ଥିଲା?କଣ ରିମଝିମ୍ ସକ୍ଷମ ଥିଲା ଲାବନ୍ୟା ର ଯନ୍ତ୍ରଣା ର ବୋଝ ସହିବା ପାଇଁ?ତା ନିଜ ଯାବତିକ ଯନ୍ତ୍ରଣା କଣ ଶୂନ୍ୟରେ ବସ୍ତୁତ୍ଵ ହୀନ ହେଇ ଯାଇଛି।କିନ୍ତୁ ସେ ସହିବ ଧରିତ୍ରୀ ଭଳି ଯାହା ସେ ଏଯାବତ୍ କରି ଆସିଛି।ନିଜକୁ ସୁଦୃଢ଼ କରି କୋଳେଇ ଧରିଲା ଲାବନ୍ୟା କୁ। #ପ୍ରେମଚିତ୍କାର