Nojoto: Largest Storytelling Platform

ପ୍ରେମ ଚିତ୍କାର ଭାଗ - ୧୬ ଶିଶୁ ଭାଇ ଅବଶ ମୁହଁ ଠୁ ବି ବେ

ପ୍ରେମ ଚିତ୍କାର

ଭାଗ - ୧୬ ଶିଶୁ ଭାଇ ଅବଶ ମୁହଁ ଠୁ ବି ବେଶୀ ବିକୃତ ମୁହଁ ଥାଏ ରିମଝିମ୍ ର ଛଳନା ଯୁକ୍ତ ହସହସ ମୁହଁ।ବୋଉ ପାଖରେ ଶିଶୁ ଭାଇ କୁ ବସିବାକୁ କହି ରୋଷେଇ ଘର ଆଡେ଼ ପଶି ଯାଇଛି।ଅନେକ ସମୟ କାର୍ଯ୍ୟ ବ୍ୟସ୍ତତା ର ବାହାନା କୁ ଆଢୁଆଳରେ ରଖି ନିଜ ଯନ୍ତ୍ରଣା କୁ ଲୁଚେଇ ରଖୁଛି।କାଳେ ତାର ଆଖି ବାଟେ ବହି ଯାଉଥିବା ଯନ୍ତ୍ରଣା ତାକୁ ଶିଶୁ ଭାଇ ସାମ୍ନାରେ ଧରା ପକେଇଦେବ ସେଇ ଭୟ ବେଶୀ।ରୋଷେଇ ଘରର ଧୂଆଁ ବେଶୀ ସୁରକ୍ଷିତ ତା ପାଇଁ।ଶିଶୁ ଭାଇ କିଛି ସମୟ ଚୁପ୍ ରହି ମାଉସୀ ସମ୍ବୋଧନ କରି ତାଙ୍କ ବିଷୟରେ ପଚାରିବା ଆରମ୍ଭ କଲେ।
- ମାଉସୀ ମୁଁ ସବୁବେଳେ ଶୁଣେ ତମ ଦେହ କଥା ହେଲେ କେବେ ଆସି ପାରେନି ଭେଟ କରିବାକୁ। ଆଜି ଭଲ ସୁଯୋଗ ପାଇ ଅନ୍ତତଃ ତୁମ ସାଙ୍ଗେ ଦେଖା ହେଇଗଲା।ସବୁଥର କାମ ପଡ଼ିବାରୁ ସବୁ କାମ ଛାଡି ସିଆଡେ ଯିବାକୁ ହୁଏ।
ଯେଉଁଠି ଏସବୁ ସଫାଇ ର ଆବଶ୍ୟକତା ନାହିଁ ସେଠି ଶିଶୁ ଭାଇ ସତ ମିଛ କହି ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବାରେ ଲାଗିଥିଲେ।
- ନାଇ ପୁଅ,ତମେ ଏତିକି ଭାବୁଛ ମୋ ପାଇଁ ବହୁତ୍।ଯେଉଁଠି ନିଜ ଭାଗ୍ୟ ମୋ ସାଙ୍ଗେ ଛଳନା କରି ଚାଲିଛି ସେଠି ମୁଁ ବା ଆଉ କାହା ଉପରେ ଅଭିମାନ କରିବି ଯେ।ମୁଁ ତ ମାଆ,ଛୁଆ ଖୁସିରେ ରହିଲେ ସେଇ ତକ ମୋର ତ୍ରାହି।ତମେ ଭଲରେ ରୁହ ପୁଅ।

ମୁଁ ଭଲରେ ଅଛି ବୋଲି ତମେ କେମିତି ଭାବି ପାରୁଛ ମାଉସୀ।ମୋ ଦୁଃଖର ଠିକଣା ଯେବେ ରିମଝିମ୍ ଟେର ପାଇନି ତମେ ବା କେମିତି ବୁଝିବ?ଏତିକି ମନେ ମନେ ଭାବି କେବଳ ଅଭିମାନ କରୁଥାଏ ଶିଶୁ ଭାଇ।

- ପୁଅ,,ପୁଅ,,,।

ଶିଶୁ ଭାଇ ଅବଶ ମୁହଁ ଠୁ ବି ବେଶୀ ବିକୃତ ମୁହଁ ଥାଏ ରିମଝିମ୍ ର ଛଳନା ଯୁକ୍ତ ହସହସ ମୁହଁ।ବୋଉ ପାଖରେ ଶିଶୁ ଭାଇ କୁ ବସିବାକୁ କହି ରୋଷେଇ ଘର ଆଡେ଼ ପଶି ଯାଇଛି।ଅନେକ ସମୟ କାର୍ଯ୍ୟ ବ୍ୟସ୍ତତା ର ବାହାନା କୁ ଆଢୁଆଳରେ ରଖି ନିଜ ଯନ୍ତ୍ରଣା କୁ ଲୁଚେଇ ରଖୁଛି।କାଳେ ତାର ଆଖି ବାଟେ ବହି ଯାଉଥିବା ଯନ୍ତ୍ରଣା ତାକୁ ଶିଶୁ ଭାଇ ସାମ୍ନାରେ ଧରା ପକେଇଦେବ ସେଇ ଭୟ ବେଶୀ।ରୋଷେଇ ଘରର ଧୂଆଁ ବେଶୀ ସୁରକ୍ଷିତ ତା ପାଇଁ।ଶିଶୁ ଭାଇ କିଛି ସମୟ ଚୁପ୍ ରହି ମାଉସୀ ସମ୍ବୋଧନ କରି ତାଙ୍କ ବିଷୟରେ ପଚାରିବା ଆରମ୍ଭ କଲେ। - ମାଉସୀ ମୁଁ ସବୁବେଳେ ଶୁଣେ ତମ ଦେହ କଥା ହେଲେ କେବେ ଆସି ପାରେନି ଭେଟ କରିବାକୁ। ଆଜି ଭଲ ସୁଯୋଗ ପାଇ ଅନ୍ତତଃ ତୁମ ସାଙ୍ଗେ ଦେଖା ହେଇଗଲା।ସବୁଥର କାମ ପଡ଼ିବାରୁ ସବୁ କାମ ଛାଡି ସିଆଡେ ଯିବାକୁ ହୁଏ। ଯେଉଁଠି ଏସବୁ ସଫାଇ ର ଆବଶ୍ୟକତା ନାହିଁ ସେଠି ଶିଶୁ ଭାଇ ସତ ମିଛ କହି ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବାରେ ଲାଗିଥିଲେ। - ନାଇ ପୁଅ,ତମେ ଏତିକି ଭାବୁଛ ମୋ ପାଇଁ ବହୁତ୍।ଯେଉଁଠି ନିଜ ଭାଗ୍ୟ ମୋ ସାଙ୍ଗେ ଛଳନା କରି ଚାଲିଛି ସେଠି ମୁଁ ବା ଆଉ କାହା ଉପରେ ଅଭିମାନ କରିବି ଯେ।ମୁଁ ତ ମାଆ,ଛୁଆ ଖୁସିରେ ରହିଲେ ସେଇ ତକ ମୋର ତ୍ରାହି।ତମେ ଭଲରେ ରୁହ ପୁଅ। ମୁଁ ଭଲରେ ଅଛି ବୋଲି ତମେ କେମିତି ଭାବି ପାରୁଛ ମାଉସୀ।ମୋ ଦୁଃଖର ଠିକଣା ଯେବେ ରିମଝିମ୍ ଟେର ପାଇନି ତମେ ବା କେମିତି ବୁଝିବ?ଏତିକି ମନେ ମନେ ଭାବି କେବଳ ଅଭିମାନ କରୁଥାଏ ଶିଶୁ ଭାଇ। - ପୁଅ,,ପୁଅ,,,। #ପ୍ରେମଚିତ୍କାର