Nojoto: Largest Storytelling Platform

ସ୍ମୃତି ମନ୍ଦିର (ଏକ ସନେଟ) *************** ସିଲଟ ଖଡ଼

ସ୍ମୃତି ମନ୍ଦିର   (ଏକ ସନେଟ)
***************
ସିଲଟ ଖଡ଼ି  କଲମ ଖାତା  କୁହନ୍ତି  କଥା ପିଲା  ଦିନର
ଟାଇଲି ଟିଣ ଛାତ ଛପର ଗାଁ ମୁଣ୍ଡରେ  ମୋ ସ୍ମୃତି ମନ୍ଦିର 
ମୁହଁରେ ଥାଏ ଚକ୍ ଚୁନ ଟେବୁଲ୍ ଉପରେ ଖୋଦିଣ ଜ୍ଞାନ 
ବେତର ତାନ ଗୁରୁଙ୍କ ଜ୍ଞାନ ଯେତେ ବୁଝିଲେ ଅବୁଝା ମନ।।

ତାଳ ଚଟେଇ ଟେବୁଲ୍ ଯାଏଁ ସ୍ମୃତି ମନ୍ଦିର କଥା ସେ କୁହେ
ଖେଳର  ଛୁଟି ବିସ୍କୁଟ ପାଟି ସାଥିଙ୍କ ମେଳେ ଏଇଠି  ହୁଏ
ମନ୍ଦିର ଆଗେ ନେତାଜୀ  ମୃତ୍ତି ପାଖରେ  ନାଗପଦ୍ମର ସ୍ମୃତି 
ବର୍ଷାରେ ମସ୍ତି ଶୀତରେ କୁସ୍ତି ସ୍ମୃତି ଟେ ହୋଇ ରହିଛି ଏଠି।।

ବୋହୂଚୋରି ସହିତ ରୁମାଲଚୋରି, କ୍ରିକେଟ,କବାଡ଼ି ରଡ଼ି
ଫୁଟବଲରେ  ଭିଡ଼ା ଭିଡ଼ି ଆଣ୍ଠୁ ଗଣ୍ଠି କେତେ ଯାଇଛି ଛିଡ଼ି 
ସିଲଟ ଖଡ଼ି ବାହୁଡ଼ି ଗଲେ ଖାତା କଲମ ପାଖେ ଛାଡ଼ିଲେ 
ଜୀବନର ଅଙ୍କ କଷିଲେ କେତେ ସ୍ମୃତି ଛାଡି ଫେରି ଆସିଲେ।।

ଏ ଗାଁ ଟି ମୋର ଭାରି ସୁନ୍ଦର ଶକୁନ୍ତଳାପୁର ନାଁ ତାହାର
ଜାହ୍ନଗିରି ଉଚ୍ଚ ବିଦ୍ୟାଳୟ ନା  ତା'ର ଆମ ସ୍ମୃତି ମନ୍ଦିର ।।

©jagamohan Pradhan
  #ସନେଟ #ସ୍ମୃତି #ସ୍ମତମନ୍ଦିର  #jagamohan #Nojoto  #odia #କବିତା

#ସନେଟ #ସ୍ମୃତି #ସ୍ମତମନ୍ଦିର #jagamohan Nojoto #odia #କବିତା #Mythology

27 Views