Nojoto: Largest Storytelling Platform

ମା, ଉଚ୍ଚ ଅଟଇ ସେହି ଜ୍ଞାନ ଯେଉଁଠି ମିଳଇ ମା କୁ ସମ୍ମାନ

ମା, 

ଉଚ୍ଚ ଅଟଇ ସେହି ଜ୍ଞାନ
ଯେଉଁଠି ମିଳଇ ମା କୁ ସମ୍ମାନ
ତା କୋଳ ପଣତର ଛାଇ
ସୁଖ ଶାନ୍ତି ତହିଁ ଲଭଇ
ତା ପ୍ରେମର ନାହିଁ କିଛି ସୀମା
ଚଳନ୍ତି ଈଶ୍ବରଙ୍କ ଅଟେ ସେ ପ୍ରତିମା
ବାଛ ବିଚାର ଜାଣେନା ସେ କିଛି
ସଭିଙ୍କୁ ସମ ସ୍ନେହ ସେ ବାଣ୍ଟିଛି
ମା,ର କଳନା ନୁହଁଇ ସମ୍ଭବ
ତା ଆଶୀର୍ବାଦେ ସବୁ ଅସମ୍ଭବ ହୁଏ ସମ୍ଭବ 
ତା ଚରଣେ ସ୍ଵର୍ଗର ଅବସ୍ଥାନ
ସମସ୍ତ ଜନ୍ତ୍ରଣାର ଅବସାନ ତା କୋଳେ ଜାଣ
ଲେଖନୀ ଏମିତି ଅହରହ ଲେଖି ଚାଲିଥିବ
ତଥାପି ତା କରୁଣାର ବର୍ଣ୍ଣନା ସମ୍ଭବ ନହୋଇବ
କୋଟି କୋଟି ପ୍ରଣାମ ତୁମକୁ ହେ ଜନନୀ
ଆଶୀର୍ବାଦ ଦିଅ ମଥା ଏମିତି ନତମସ୍ତକ ଥାଉ
ଦିଅ ଶକ୍ତି ଦୁଃଖ ସହିବାକୁ, ଜଗତ ଉଦ୍ଧାର ହେଉ ।।

©Tafizul Sambalpuri
  #ମା

#ମା #କବିତା

145 Views