Nojoto: Largest Storytelling Platform

ପ୍ରେମ ଚିତ୍କାର ଭାଗ - ୧୫ ଏକଦା ରିମଝିମ୍ କୁ ସବୁକିଛି ଭା

ପ୍ରେମ ଚିତ୍କାର

ଭାଗ - ୧୫ ଏକଦା ରିମଝିମ୍ କୁ ସବୁକିଛି ଭାବୁଥିବା ଶିଶୁ ଭାଇ ଏବେ ତା ନାମରେ ସବୁକିଛି କରି ସାରିଲା ପରେ ବି ସଙ୍କୋଚର ଶିକୁଳି ତାଙ୍କୁ ବାନ୍ଧି ପକାଏ।ତାର ମନକଥା ଶିଶୁ ଭାଇ ପ୍ରତି ସ୍ପଷଟୀକରଣର ଅନେକ ପ୍ରମାଣ ଦେଇ ସାରିଛି। ହେଲେ ବି ଏ କେମିତିକା ଆକର୍ଷଣ, ସମ୍ମୋହନ ଅବା ଭଲ ପାଇବାର ଚରମ ସୀମା ଉଲଂଘନ।ଏକ ଅଦ୍ଭୁତ ତୃପ୍ତି ସେ ଏକତରଫା ଭଲ ପାଇବାରେ।ଝରକା ସେପାଖରେ ଥାଇ ମଧ୍ୟ ରିମଝିମ୍ ର ଲୁହ ବୁନ୍ଦା ର ପ୍ରତିଫଳନ ଶିଶୁ ଭାଇ ଆଖି ରେ ବିକିରଣ ହେଇଗଲା।କିଛି ସମୟ ସେଇ ଲୁହ ତାଙ୍କୁ ସନ୍ତୋଷ ଦେଉଥାଏ,ଆନନ୍ଦ ଦେଉଥାଏ।ଯେମିତି ତାଙ୍କ ଲୁହର ପ୍ରତିଶୋଧ ନେଉଛି ସବୁ। ମନ ଭିତରେ ଆସି ଯାଉଛି ପ୍ରେମର ପ୍ରତିଶୋଧ ପ୍ରେମରେ ଭଳିଆ କିଛି ଅପନ୍ତରା ଭାବନା
- ମୁଁ ବି ଏମିତି ବହୁତ୍ ଜଳିଛିରେ ତୋ ପାଇଁ ରିମଝିମ୍।ଏବେ ତୋର ଜ୍ଜଳନ ମତେ ଶୀତଳ ତା ପ୍ରଦାନ କରୁଛି। ଓଃ!! କି ଶାନ୍ତି।
ପୁଣି ଥମିକି ରହିଗଲେ ଶିଶୁ ଭାଇ।
-ଆରେ ଏ ଲୁହ ଆଉ କାହା ପାଇଁ ନୁହଁ ତ? କିଏ ସେ ନିର୍ଦ୍ଦୟ ଯିଏ ମୋ ରିମଝିମ୍ ଆଖିରେ ଲୁହ ଦେଇଛି।ମୁଁ ତା ଜୀବନରେ ଝଡ଼ ଆଣିଦେବି ଯିଏ ମୋ ରିମଝିମ୍ ଆଖିରେ ଲୁହର ସୁଅ ଆଣିଛି।
ଏମିତି ଅନ୍ତର୍ଦ୍ୱନ୍ଦ ଲାଗି ରହିଥାଏ ଶିଶୁ ଭାଇ ହୃଦୟ ଗହ୍ୱରରେ।
ସେଇ ଭିତରେ କେତେବେଳେ ଦୁଇ ଘଣ୍ଟା ବିତି ଯାଇଛି ଦୁହିଁଙ୍କୁ ଜଣା ନାହିଁ।ରିମଝିମ୍ ଲୁହ ସିନା ବନ୍ଦ୍ ହେଇନି ହେଲେ ଆଖି ଦୁଇଟା ଲୁହର ଢେଉର ମାଡ଼ ଖାଇ ଖାଇ ନିସ୍ତେଜ ହେଇ ମୁଜୀ ହେଇ ପଡ଼ିଲାଣି କେତେ ବେଳୁ।ଶିଶୁ ଭାଇ ପ୍ରହରା ଦେଲା ଭଳିଆ ଜଗି ରହିଥିଲେ କାକର ରାତିରେ।
ରିମଝିମ୍ ଲୁହର ହଜାରେ କାଳ୍ପନିକ କାରଣ ର ସୌଧ ନିର୍ମାଣ କଲାପରେ ଅସଲ କାରଣ ତାଙ୍କ ପାଇଁ ଅଜଣା। ବହୁତ୍ ଥର କବାଟ ବାଟ ଦେଇ ଯିବାକୁ ଆଗକୁ ପାଦ ବଢ଼େଇ ପୁଣି ପଛକୁ ଘୁଂଚେଇ ନେଉଥିଲେ।ତାଙ୍କୁ ଦରକାର ଥିଲା ବାହାନା,ଗୋଟେ ଉପଯୁକ୍ତ କାରଣ।ସେଇ କାରଣ ଖୋଜୁ ଖୋଜୁ ଦାଣ୍ଡ ଦୁଆରେ ଥିବା ପିଣ୍ଡା ରେ ଥିବା ଖମ୍ବରେ ଆଉଜି ଆଖି ଲାଗି ଯାଇଛି।ରାତିର ଅନିଦ୍ରା ଘୋଡ଼େଇ ଦେଇଛି ଗାଢ଼ ନିଦ୍ରାର କମ୍ବଳ। କାଉ ରାବ,ଜନରବ ଆଉ ଶୁଭୁନି ତାଙ୍କୁ ହେଲେ "ଶିଶୁ ଭାଇ" ର ଏକମାତ୍ର କୋମଳ ଡାକରେ ଚଟାକ୍ ସେ ଖୋଲି ଯାଇଛି ଆଖି।ଆଶ୍ଚର୍ଯ୍ୟ ଭାବରେ ଦେଖିବାକୁ ଲାଗିଛନ୍ତି ରିମଝିମ୍ କୁ। କାଲି ସ୍ୱପ୍ନରେ ଆସୁଥିବା ଦୁଃଖୀ,ଲୁହ ଗଡାଉଥିବା ରିମଝିମ୍ ଏତେ ସତେଜ ଆଉ ଚଳ ଚଞ୍ଚଳ ହେଇ ତାଙ୍କ ଆଖି ସାମ୍ନାରେ।ହେଲେ ନିଜକୁ ନିଜେ ସେ ଆବିଷ୍କାର କରିପାରୁ ନାହାଁନ୍ତି।ସ୍ବପ୍ନ ଆଉ ସତ ଭିତରେ ଭିନ୍ନତା ଆଙ୍କି ପାରୁ ନାହାଁନ୍ତି। ଏସବୁ କଣ ହେଇ ଯାଇଛି ଶିଶୁ ଭାଇର।କେଉଁ ରିମଝିମ୍ ସତ୍ୟ, କାଲିର ନା ଆଜିର?

ଏକଦା ରିମଝିମ୍ କୁ ସବୁକିଛି ଭାବୁଥିବା ଶିଶୁ ଭାଇ ଏବେ ତା ନାମରେ ସବୁକିଛି କରି ସାରିଲା ପରେ ବି ସଙ୍କୋଚର ଶିକୁଳି ତାଙ୍କୁ ବାନ୍ଧି ପକାଏ।ତାର ମନକଥା ଶିଶୁ ଭାଇ ପ୍ରତି ସ୍ପଷଟୀକରଣର ଅନେକ ପ୍ରମାଣ ଦେଇ ସାରିଛି। ହେଲେ ବି ଏ କେମିତିକା ଆକର୍ଷଣ, ସମ୍ମୋହନ ଅବା ଭଲ ପାଇବାର ଚରମ ସୀମା ଉଲଂଘନ।ଏକ ଅଦ୍ଭୁତ ତୃପ୍ତି ସେ ଏକତରଫା ଭଲ ପାଇବାରେ।ଝରକା ସେପାଖରେ ଥାଇ ମଧ୍ୟ ରିମଝିମ୍ ର ଲୁହ ବୁନ୍ଦା ର ପ୍ରତିଫଳନ ଶିଶୁ ଭାଇ ଆଖି ରେ ବିକିରଣ ହେଇଗଲା।କିଛି ସମୟ ସେଇ ଲୁହ ତାଙ୍କୁ ସନ୍ତୋଷ ଦେଉଥାଏ,ଆନନ୍ଦ ଦେଉଥାଏ।ଯେମିତି ତାଙ୍କ ଲୁହର ପ୍ରତିଶୋଧ ନେଉଛି ସବୁ। ମନ ଭିତରେ ଆସି ଯାଉଛି ପ୍ରେମର ପ୍ରତିଶୋଧ ପ୍ରେମରେ ଭଳିଆ କିଛି ଅପନ୍ତରା ଭାବନା - ମୁଁ ବି ଏମିତି ବହୁତ୍ ଜଳିଛିରେ ତୋ ପାଇଁ ରିମଝିମ୍।ଏବେ ତୋର ଜ୍ଜଳନ ମତେ ଶୀତଳ ତା ପ୍ରଦାନ କରୁଛି। ଓଃ!! କି ଶାନ୍ତି। ପୁଣି ଥମିକି ରହିଗଲେ ଶିଶୁ ଭାଇ। -ଆରେ ଏ ଲୁହ ଆଉ କାହା ପାଇଁ ନୁହଁ ତ? କିଏ ସେ ନିର୍ଦ୍ଦୟ ଯିଏ ମୋ ରିମଝିମ୍ ଆଖିରେ ଲୁହ ଦେଇଛି।ମୁଁ ତା ଜୀବନରେ ଝଡ଼ ଆଣିଦେବି ଯିଏ ମୋ ରିମଝିମ୍ ଆଖିରେ ଲୁହର ସୁଅ ଆଣିଛି। ଏମିତି ଅନ୍ତର୍ଦ୍ୱନ୍ଦ ଲାଗି ରହିଥାଏ ଶିଶୁ ଭାଇ ହୃଦୟ ଗହ୍ୱରରେ। ସେଇ ଭିତରେ କେତେବେଳେ ଦୁଇ ଘଣ୍ଟା ବିତି ଯାଇଛି ଦୁହିଁଙ୍କୁ ଜଣା ନାହିଁ।ରିମଝିମ୍ ଲୁହ ସିନା ବନ୍ଦ୍ ହେଇନି ହେଲେ ଆଖି ଦୁଇଟା ଲୁହର ଢେଉର ମାଡ଼ ଖାଇ ଖାଇ ନିସ୍ତେଜ ହେଇ ମୁଜୀ ହେଇ ପଡ଼ିଲାଣି କେତେ ବେଳୁ।ଶିଶୁ ଭାଇ ପ୍ରହରା ଦେଲା ଭଳିଆ ଜଗି ରହିଥିଲେ କାକର ରାତିରେ। ରିମଝିମ୍ ଲୁହର ହଜାରେ କାଳ୍ପନିକ କାରଣ ର ସୌଧ ନିର୍ମାଣ କଲାପରେ ଅସଲ କାରଣ ତାଙ୍କ ପାଇଁ ଅଜଣା। ବହୁତ୍ ଥର କବାଟ ବାଟ ଦେଇ ଯିବାକୁ ଆଗକୁ ପାଦ ବଢ଼େଇ ପୁଣି ପଛକୁ ଘୁଂଚେଇ ନେଉଥିଲେ।ତାଙ୍କୁ ଦରକାର ଥିଲା ବାହାନା,ଗୋଟେ ଉପଯୁକ୍ତ କାରଣ।ସେଇ କାରଣ ଖୋଜୁ ଖୋଜୁ ଦାଣ୍ଡ ଦୁଆରେ ଥିବା ପିଣ୍ଡା ରେ ଥିବା ଖମ୍ବରେ ଆଉଜି ଆଖି ଲାଗି ଯାଇଛି।ରାତିର ଅନିଦ୍ରା ଘୋଡ଼େଇ ଦେଇଛି ଗାଢ଼ ନିଦ୍ରାର କମ୍ବଳ। କାଉ ରାବ,ଜନରବ ଆଉ ଶୁଭୁନି ତାଙ୍କୁ ହେଲେ "ଶିଶୁ ଭାଇ" ର ଏକମାତ୍ର କୋମଳ ଡାକରେ ଚଟାକ୍ ସେ ଖୋଲି ଯାଇଛି ଆଖି।ଆଶ୍ଚର୍ଯ୍ୟ ଭାବରେ ଦେଖିବାକୁ ଲାଗିଛନ୍ତି ରିମଝିମ୍ କୁ। କାଲି ସ୍ୱପ୍ନରେ ଆସୁଥିବା ଦୁଃଖୀ,ଲୁହ ଗଡାଉଥିବା ରିମଝିମ୍ ଏତେ ସତେଜ ଆଉ ଚଳ ଚଞ୍ଚଳ ହେଇ ତାଙ୍କ ଆଖି ସାମ୍ନାରେ।ହେଲେ ନିଜକୁ ନିଜେ ସେ ଆବିଷ୍କାର କରିପାରୁ ନାହାଁନ୍ତି।ସ୍ବପ୍ନ ଆଉ ସତ ଭିତରେ ଭିନ୍ନତା ଆଙ୍କି ପାରୁ ନାହାଁନ୍ତି। ଏସବୁ କଣ ହେଇ ଯାଇଛି ଶିଶୁ ଭାଇର।କେଉଁ ରିମଝିମ୍ ସତ୍ୟ, କାଲିର ନା ଆଜିର? #ପ୍ରେମଚିତ୍କାର