Nojoto: Largest Storytelling Platform

ଶୀର୍ଷକ ଖୋଜୁଛି କିଛି ନୂଆ ନୂଆ ଚରିତ୍ର ଖୋଜୁଛି କିଛି ନୂଆ

ଶୀର୍ଷକ ଖୋଜୁଛି କିଛି ନୂଆ ନୂଆ
ଚରିତ୍ର ଖୋଜୁଛି କିଛି ନୂଆ
କାହାଣୀର ନୂତନତା ପାଇଁ
ବହିରେ ପଡିଛି ମଲାଟ ନୂଆ

ପ୍ରଥମ ଭାଗରେ ଜୀବନର ଚିତ୍ର
ଦ୍ଵିତୀୟ ଭାବରେ ଛଳନା ଯେ ମିତ୍ର
ଶେଷ ଭାଗରେ ଶ୍ମଶାନ ବେଦନା
ମୁଖାଗ୍ନି ପରେ ଅନ୍ତ ସମସ୍ତ ଯନ୍ତ୍ରଣା

ଲାଗେ ମତେ ସବୁ ଏକା ଏକା ଏଠି
ଜୀବନ ସହଜେ ଦିଏନାହିଁ ଛୁଆଁ
କୁଆଁ କୁଆଁ ଡାକରୁ ଆରମ୍ଭ ଯେ ଏଠି
ମଣିଷ ପାଲଟେ ଶେଷରେ ଧୂଆଁ

ଶେଷ ହୁଏ ଏକ ଅଧ୍ଯାୟ ପୁଣି ଯେ
ନୂତନ ଆଶାର ସମ୍ଭାବନା ନେଇ
ପୁଣି କେଉଁଠି ଫୁଲଟିଏ ଫୁଟେ
ଜୀବନ ପଥେ ଦଳି ମକଚି ହେବା ପାଇଁ

ଯେତେ ଆଙ୍କିଲେ ବି ଜୀବନ ଚିତ୍ର
ଲାଗେନି ମତେ କିଛି ନୂଆ
ପୁରୁଣା ପାଠର ଆଲୋଚନା ମାତ୍ର
ନାଆଁ ଟା କେବଳ ତାର ନୂଆ ।

©Tafizul Sambalpuri
  #କିଛି ନୂଆ

#କିଛି ନୂଆ #କବିତା

117 Views